ଛତ୍ରପୁରରେ ପୋଲିସ ଶହୀଦ ସ୍ମୃତି ଦିବସ

ଛତ୍ରପୁର,୨୧ା୧୦(ଦିଲୀପ ସାମଲ): ଛତ୍ରପୁର ରିଜର୍ଭ ପୋଲିସ ପଡିଆଠାରେ ଗଞ୍ଜାମ ପୋଲିସ ଜିଲା ତରଫରୁ ୬୬ତମ ପୋଲିସ ଶହୀଦ ସ୍ମୃତି ଦିବସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ଶହୀଦ ସ୍ମୃତି ସ୍ମାରକୀରେ ପୁଷ୍ପଗୁଚ୍ଛ ପ୍ରଦାନ କରିବା ପରେ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଓଡିଶାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ସହ ଅମର ଶହୀଦ ଯବାନମାନଙ୍କ ପ୍ରତି ରହିଥିବା ଶ୍ରଦ୍ଧାଞ୍ଜଳି ପଠନ କରାଯାଇଥିଲା। ପୋଲିସ ବାହିନୀ ନିଜ ପରିବାର କଥା ପଛରେ ପକାଇ ବିପଦ ସମୟରେ ଲୋକଙ୍କ ସୁରକ୍ଷା ନିମନ୍ତେ କାର୍ଯ୍ୟ କରିଆସୁଛନ୍ତି। ଏହି କ୍ରମରେ ଜୀବନ ଉତ୍ସର୍ଗ କରିଥିବା ପୋଲିସ କର୍ମଚାରୀଙ୍କ ନାମ ଏସପି ପାଠ କରିବା ସହିତ ସେମାନଙ୍କ ବୀରତ୍ୱକୁ ପ୍ରଶଂସା କରିଥିଲେ । ସେହିପରି ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ଦାଶ, ସୀମା ସ୍ବାଇଁ ଓ ଚିନ୍ମୟ କୁମାର ନାୟକ, ଛତ୍ରପୁର ଏସ୍‌ଡିପିଓ ଚନ୍ଦନ କୁମାର ଘଡ଼ାଇ, ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘର ସଭାପତି ଗୈାରଚାନ୍ଦ ତ୍ରିପାଠୀ, ସଂପାଦକ ସୁବାସ ଚନ୍ଦ୍ର ସେଠୀଙ୍କ ସମେତ ବହୁ ପୋଲିସ ଅଧିକାରୀ ମାନେ ଯୋଗଦେଇ ଶହୀଦ ମାନଙ୍କ ସ୍ମୃତିଚାରଣ କରିଥିଲେ । ରିଜର୍ଭ ଇନିସପେକ୍ଟର ଅମୁଲ୍ୟ କୁମାର ନାୟକ ପ୍ୟାରେଡକୁ ପରିଚାଳନା କରିଥିବା ବେଳେ ସରଜେଣ୍ଟ ବିକାଶ ସେନାପତି ସହଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆବାସ ଯୋଜନାରୁ ବଞ୍ଚିତ ଦାଶକାଠିଆ କଳାକାରଙ୍କ ପରିବାର

ରିଷିଡ଼ା,୭ା୫(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ରାଜପୁର ପଞ୍ଚାୟତ ଗ୍ରାମର ଲୋକପ୍ରିୟ ଦାଶକାଠିଆ କଳାକାର ସ୍ୱର୍ଗତ ଇନ୍ଦ୍ରମଣି ଭୋଇଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ…

୪ ଦିନ ହେଲା ଜଳବନ୍ଦୀ: ତହସିଲଦାରଙ୍କୁ ଦାବିପତ୍ର, ରାସ୍ତାରୋକୋ ଚେତାବନୀ

ଦିଗପହଣ୍ଡି,୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧୦ ନଂ. ୱାର୍ଡ ବସଷ୍ଟାଣ୍ଡ ଅଞ୍ଚଳର ଉତ୍ତର ଓ ଦକ୍ଷିଣ ସାହିରେ ଘରକରି ରହୁଥିବା ବାସିନ୍ଦା ଓ…

ଭୋଜି ହେଲା କାଳ: ନଦୀକୁ ଖସି ପଡ଼ି ଫାର୍ମାସିଷ୍ଟ ଛାତ୍ରଙ୍କ ମୃତ୍ୟୁ

ହାଟଡିହୀ/ଛେନାପଦୀ,୭।୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହଦଗଡ଼ ସାଳନ୍ଦୀ ନଦୀକୁ ଖସି ପଡି ଜଣେ ଫାର୍ମାସିଷ୍ଟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରକ ଜିଲା ବନ୍ତ…

ବଜ୍ରପାତ ନେଲା ଶାଶୁ, ବୋହୁଙ୍କ ଜୀବନ

ଭଞ୍ଜନଗର,୭।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ମୁଦୁଲିପଲ୍ଲୀରେ ଗୁରୁବାର ବଜ୍ରପାତ ଘଟି ଶାଶୁ, ବୋହୁଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶାଶୁ ଶୈଳ ବିଷୋୟୀ(୬୫)…

ତାମିଲନାଡୁରେ ସରକାର ଗଠନକୁ ନେଇ ବିବାଦ ଜାରି: ରାଜ୍ୟପାଳଙ୍କୁ ସିପିଆଇ(ଏମ)ର ଅନୁରୋଧ

ଚେନ୍ନାଇ,୭।୫: ତାମିଲନାଡୁରେ ବିଧାନସଭା ନିର୍ବାଚନର ଫଳାଫଳ ପରେ, ସରକାର ଗଠନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। କୌଣସି ଗୋଟିଏ ଦଳ ସ୍ପଷ୍ଟ ବହୁମତ ହାସଲ କରିପାରିନଥିବାରୁ,…

ସୀମା ଟପିଲା ବର୍ୱରତା: ପୋଲିସ ସମ୍ମୁଖରେ ଯୁବକଙ୍କୁ ପିଟିପିଟି ମାରିଦେଲେ

ବାଲିଅନ୍ତା,୭।୫(ନୀଳମାଧବ ସାହୁ): ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତାରେ ଏକ ବର୍ୱରକାଣ୍ଡ ସାମ୍ନାକୁ ଆସିଛି। ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ ନିକଟରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। କେତେଜଣ…

ବିଜୟଙ୍କ ଦଳ ଉପରେ ମହିଳା ସିଙ୍ଗର ଆଣିଲେ ଗୁରୁତର ଅଭିଯୋଗ, ନାବାଳିକା ବଳାତ୍କାର ମାମଲରେ…

ଚେନ୍ନାଇ,୭।୫: ତାମିଲନାଡୁ ବିଧାନସଭା ନିର୍ବାଚନରେ ଚମତ୍କାର ପ୍ରଦର୍ଶନ ପରେ, ଥଲାପଥି ବିଜୟଙ୍କ ଦଳ, TVKର ଜଣେ କର୍ମୀଙ୍କୁ ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ କରାଯାଇଛି। ଏହି…

ବିନା ଅସ୍ତ୍ରରେ ଶତ୍ରୁଠାରୁ କିଭଳି ନେବେ ଅପମାନର ପ୍ରତିଶୋଧ? ଜାଣନ୍ତୁ କ’ଣ କହେ ‘ଚାଣକ୍ୟ ନୀତି’

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିବି ମାନବ ସମାଜକୁ ମାର୍ଗଦର୍ଶନ ଦେଇ ଆସୁଛି। ରାଜନୀତି ହେଉ କିମ୍ବା ବ୍ୟକ୍ତିଗତ ଜୀବନ, ଚାଣକ୍ୟଙ୍କ ରଣକୌଶଳ ସବୁଠାରେ ପ୍ରାସଙ୍ଗିକ। ଚାଣକ୍ୟଙ୍କ ମତରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri