ପୋଲିସ-ବନବିଭାଗ ଦୋଷ ଲଦାଲଦି

ରୂପସା, ୫ା୪(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପସା ଥାନା ଅଧୀନ ଲଚ୍ଛମନଖୁଣ୍ଟା ଅଞ୍ଚଳରୁ ଏକ ଟ୍ରକ୍‌ ଯୋଗେ ପ୍ରାୟ ୫ ଲକ୍ଷ ଟଙ୍କାର ମୂଲ୍ୟବାନ କାଠ ସୋମବାର ରାତିରେ ଚୋରାଚାଲାଣ ହେଉଥିବା ବେଳେ ଲଚ୍ଛମନଖୁଣ୍ଟା-ଗଡ଼ପଦା ରାସ୍ତାର ଖଣ୍ଡିଆଘାଇ ପୋଲଠାରେ କାଦୁଅରେ ଫସିଯାଇଥିଲା। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିବା ପରେ ରୂପସା ଥାନା ଆଇଆଇସିଙ୍କୁ ଖବର ଦେଇଥିଲେ। ମାତ୍ର ସେଠାରେ ପୋଲିସ ନ ପହଞ୍ଚତ୍ବାରୁ ଡ୍ରାଇଭର ଟ୍ରକ ନେଇ ଫେରାର ହୋଇଯାଇଥିଲେ। ଏହାକୁ ନେଇ ସ୍ଥାନୀୟ ଲୋକେ ଉତ୍ତେଜନା ପ୍ରକାଶ କରିବାରୁ ପୋଲିସ ଓ ବନବିଭାଗ ପରସ୍ପର ଉପରେ ଦୋଷ ଲଦାଲଦି ହୋଇଥିବା ଜଣାପଡିଛି।
ଡିଏଫ୍‌ଓଙ୍କ ନିର୍ଦ୍ଦେଶକ୍ରମେ ରେଞ୍ଜର ଗଣେଶ ପ୍ରସାଦ ଲେଙ୍କାଙ୍କ ତତ୍ତ୍ୱାବଧାନରେ ବାଲେଶ୍ୱର ଫରେଷ୍ଟର ଇତିଶ୍ରୀ ମହାପାତ୍ର, ଲଙ୍ଗଳେଶ୍ୱର ଫରେଷ୍ଟର ଶଶୀଧର ମହାନ୍ତି ତାଳପଦା ଫରେଷ୍ଟର ପ୍ରହ୍ଲାଦ ନାୟକ, ଫରେଷ୍ଟ ଗାର୍ଡ଼ ଶଶାଙ୍କ ଜେନା ପ୍ରମୁଖ ୨ଜଣ ସବୁଜ ବାହିନୀଙ୍କ ସହ ସେଠାରେ ପହଞ୍ଚିଥିଲେ। ହେଲେ ବନବିଭାଗ ଉପସ୍ଥିତିରେ କାଠ ବେପାରୀ ଓ ସହଯୋଗୀମାନେ ଟ୍ରକରୁ କାଠ ଅନଲୋଡ଼ିଂ କରି କିଛି କାଠ ଭ୍ୟାନ ଯୋଗେ ବୋହିନେଇ ପଳାଇଯାଇଥିଲେ। ଟ୍ରକ୍‌କୁ ଜେସିବି ମେଶିନ ସାହାଯ୍ୟରେ ଉଠାଯିବା ପରେ ଡ୍ରାଇଭରଜଣକ ଟ୍ରକ୍‌ ନେଇ ଚମ୍ପଟ ମାରିବା ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି। ଏହା ପରେ ପୋଲିସ ପହଞ୍ଚତ୍ବାରୁ ପୋଲିସର ଭୂମିକା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣାସ୍ଥଳରୁ ବନବିଭାଗ ୨ ଲକ୍ଷ ଟଙ୍କାର ଆକାଶୀ କାଠ ଜବତ କରି ନିଜ ହେପାଜତକୁ ନେଇଥିଲା। ଏ ସଂକ୍ରାନ୍ତରେ ୨୭ ଫରେଷ୍ଟ ଆକ୍ଟ, ୧୯୭୨ ମୂଳେ ୧/୨୩ ଓ ୨/୨୩ ନମ୍ବରରେ ଦୁଇଟି ପୃଥକ୍‌ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି। ଆଇଆଇସି ପ୍ରଫୁଲ୍ଲ ମଲ୍ଲିକ ଚୋରା କାଠ ବ୍ୟବସାୟ ଓ କାଠ ଚାଲାଣ ବନବିଭାଗ ନିୟନ୍ତ୍ରଣରେ ବୋଲି କହିଛନ୍ତି। ରେଞ୍ଜର ଲେଙ୍କାଙ୍କୁ ପଚରାଯିବାରୁ ସେ କହିଲେ ଘଟଣାସ୍ଥଳରେ ବହୁ ଲୋକ ପହଞ୍ଚତ୍ ଉତ୍ତେଜନା ଦେଖାଯିବାରୁ ପୋଲିସକୁ ଖବର ଦିଆଯାଇଥିଲା। ହେଲେ ପୋଲିସ ବିଳମ୍ବରେ ପହଞ୍ଚିଥିଲେ। କାଠ ବ୍ୟବସାୟୀ ଟ୍ରକ୍‌କୁ ନେଇ ପଳାଇଥିଲେ। ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?