ପୋଲିସ-ବନବିଭାଗ ଦୋଷ ଲଦାଲଦି

ରୂପସା, ୫ା୪(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପସା ଥାନା ଅଧୀନ ଲଚ୍ଛମନଖୁଣ୍ଟା ଅଞ୍ଚଳରୁ ଏକ ଟ୍ରକ୍‌ ଯୋଗେ ପ୍ରାୟ ୫ ଲକ୍ଷ ଟଙ୍କାର ମୂଲ୍ୟବାନ କାଠ ସୋମବାର ରାତିରେ ଚୋରାଚାଲାଣ ହେଉଥିବା ବେଳେ ଲଚ୍ଛମନଖୁଣ୍ଟା-ଗଡ଼ପଦା ରାସ୍ତାର ଖଣ୍ଡିଆଘାଇ ପୋଲଠାରେ କାଦୁଅରେ ଫସିଯାଇଥିଲା। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିବା ପରେ ରୂପସା ଥାନା ଆଇଆଇସିଙ୍କୁ ଖବର ଦେଇଥିଲେ। ମାତ୍ର ସେଠାରେ ପୋଲିସ ନ ପହଞ୍ଚତ୍ବାରୁ ଡ୍ରାଇଭର ଟ୍ରକ ନେଇ ଫେରାର ହୋଇଯାଇଥିଲେ। ଏହାକୁ ନେଇ ସ୍ଥାନୀୟ ଲୋକେ ଉତ୍ତେଜନା ପ୍ରକାଶ କରିବାରୁ ପୋଲିସ ଓ ବନବିଭାଗ ପରସ୍ପର ଉପରେ ଦୋଷ ଲଦାଲଦି ହୋଇଥିବା ଜଣାପଡିଛି।
ଡିଏଫ୍‌ଓଙ୍କ ନିର୍ଦ୍ଦେଶକ୍ରମେ ରେଞ୍ଜର ଗଣେଶ ପ୍ରସାଦ ଲେଙ୍କାଙ୍କ ତତ୍ତ୍ୱାବଧାନରେ ବାଲେଶ୍ୱର ଫରେଷ୍ଟର ଇତିଶ୍ରୀ ମହାପାତ୍ର, ଲଙ୍ଗଳେଶ୍ୱର ଫରେଷ୍ଟର ଶଶୀଧର ମହାନ୍ତି ତାଳପଦା ଫରେଷ୍ଟର ପ୍ରହ୍ଲାଦ ନାୟକ, ଫରେଷ୍ଟ ଗାର୍ଡ଼ ଶଶାଙ୍କ ଜେନା ପ୍ରମୁଖ ୨ଜଣ ସବୁଜ ବାହିନୀଙ୍କ ସହ ସେଠାରେ ପହଞ୍ଚିଥିଲେ। ହେଲେ ବନବିଭାଗ ଉପସ୍ଥିତିରେ କାଠ ବେପାରୀ ଓ ସହଯୋଗୀମାନେ ଟ୍ରକରୁ କାଠ ଅନଲୋଡ଼ିଂ କରି କିଛି କାଠ ଭ୍ୟାନ ଯୋଗେ ବୋହିନେଇ ପଳାଇଯାଇଥିଲେ। ଟ୍ରକ୍‌କୁ ଜେସିବି ମେଶିନ ସାହାଯ୍ୟରେ ଉଠାଯିବା ପରେ ଡ୍ରାଇଭରଜଣକ ଟ୍ରକ୍‌ ନେଇ ଚମ୍ପଟ ମାରିବା ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି। ଏହା ପରେ ପୋଲିସ ପହଞ୍ଚତ୍ବାରୁ ପୋଲିସର ଭୂମିକା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣାସ୍ଥଳରୁ ବନବିଭାଗ ୨ ଲକ୍ଷ ଟଙ୍କାର ଆକାଶୀ କାଠ ଜବତ କରି ନିଜ ହେପାଜତକୁ ନେଇଥିଲା। ଏ ସଂକ୍ରାନ୍ତରେ ୨୭ ଫରେଷ୍ଟ ଆକ୍ଟ, ୧୯୭୨ ମୂଳେ ୧/୨୩ ଓ ୨/୨୩ ନମ୍ବରରେ ଦୁଇଟି ପୃଥକ୍‌ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି। ଆଇଆଇସି ପ୍ରଫୁଲ୍ଲ ମଲ୍ଲିକ ଚୋରା କାଠ ବ୍ୟବସାୟ ଓ କାଠ ଚାଲାଣ ବନବିଭାଗ ନିୟନ୍ତ୍ରଣରେ ବୋଲି କହିଛନ୍ତି। ରେଞ୍ଜର ଲେଙ୍କାଙ୍କୁ ପଚରାଯିବାରୁ ସେ କହିଲେ ଘଟଣାସ୍ଥଳରେ ବହୁ ଲୋକ ପହଞ୍ଚତ୍ ଉତ୍ତେଜନା ଦେଖାଯିବାରୁ ପୋଲିସକୁ ଖବର ଦିଆଯାଇଥିଲା। ହେଲେ ପୋଲିସ ବିଳମ୍ବରେ ପହଞ୍ଚିଥିଲେ। କାଠ ବ୍ୟବସାୟୀ ଟ୍ରକ୍‌କୁ ନେଇ ପଳାଇଥିଲେ। ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri