ଶିଶୁ ବିକ୍ରିକୁ ଗୁରୁତ୍ୱ ଦେଇ ନ ଥିଲା ପୋଲିସ

ଭୁବନେଶ୍ୱର,୧୭।୫(ବ୍ୟୁରୋ):ଜନ୍ମ ହେବାର ମାତ୍ର ୧୨ଟା ଦିନ ହୋଇଥିଲା। ଶିଶୁଟି ଭଲରେ ଆଖି ଖୋଲିବା ପୂର୍ବରୁ ମା’ କୋଳରୁ ଦୂରେଇ ଦେଇଥିଲେ ନିଷ୍ଠୁର ବାପା। ୫୦ ହଜାର ଟଙ୍କାରେ ଅନ୍ୟଜଣକୁ ବିକ୍ରି କରିଦେଇଥିଲେ। ଏନେଇ ନିର୍ଯାତିତା ମା’ ସ୍ବାମୀଙ୍କ ବିରୋଧରେ ନୟାପଲ୍ଲୀ ଥାନାରେ ଅପହରଣ ଓ ଶିଶୁ ଚୋରି ଅଭିଯୋଗ କରିଥିଲେ। ମାତ୍ର ପୋଲିସ ଘଟଣାକୁ ଗୁରୁତ୍ୱ ଦେଲାନାହିଁ। ଇତିମଧ୍ୟରେ ୧୧ ମାସ ବିତିଗଲା। ଶେଷରେ ଚାଇଲ୍ଡ ଲାଇନ୍‌ର ହସ୍ତକ୍ଷେପ ପରେ ପୋଲିସ ରବିବାର ନୟାଗଡ଼ରୁ ଶିଶୁଟିକୁ ଉଦ୍ଧାର କରିଛି। ଏଥିସହ ତାଙ୍କୁ କିଣିଥିବା ନୟାଗଡ଼ ଜିଲା ଜଗତିମଡ଼ାର ଶ୍ରୀନୀବାସ ଜେନା(୨୬)ଙ୍କୁ ପୋଲିସ ଶିଶୁ ଚୋରି ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷରେ ବିକ୍ରି କରିଥିବା ବାପା ତପନ ପଲେଇ ଫେରାର ଥିବାବେଳେ ପୋଲିସ ଉଦ୍ଧାର ଶିଶୁଟିକୁ ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର କରିଥିଲା। ଚାଇଲ୍ଡ ଲାଇନ୍‌ ପକ୍ଷରୁ ଶିଶୁଟିକୁ ସିଡବ୍ଲ୍ୟୁସିରେ ହାଜର କରିବା ପରେ ଆଇଗିଣିଆସ୍ଥିତ ‘ଆମ ଘରେ’ ରଖାଯାଇଛି। ପରବର୍ତ୍ତୀ ସମୟରେ ତଦନ୍ତ କରାଯାଇ ତାଙ୍କ ମା’ଙ୍କୁ ହସ୍ତାନ୍ତର କରାଯିବ ବୋଲି ଥିବା ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ବେଣୁଧର ସେନାପତି ସୂଚନା ଦେଇଛନ୍ତି।
ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ତପନ ବାଙ୍ଗାଲୋରର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବାବେଳେ ସହକର୍ମୀ ଭାରତୀ ନାୟକଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟ ଲିଭ୍‌ ଇନ୍‌ରେ ରହିବା ସହ ୨୦୧୮ରେ ଏକ ମନ୍ଦିରରେ ବିବାହ କରିଥିଲେ। ବାହାଘର ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଗତବର୍ଷ ମାର୍ଚ୍ଚ ୨୦ରେ ସେମାନେ ଭୁବନେଶ୍ୱର ଆସି ସାଲିଆ ସାହିରେ ରହିଥିଲେ। ଏହା ମଧ୍ୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କରେ ବିଗିଡି ଯାଇଥିଲା। କିଛିଦିନ ପରେ ଭାରତୀ ଏକ ଶିଶୁପୁତ୍ରଙ୍କୁ ଜନ୍ମ ଦେଇଥିଲେ। ଶିଶୁପୁତ୍ରଟି ୧୨ଦିନର ହୋଇଥିବାବେଳେ ବାପା ତପନ ତାଙ୍କୁ ନୟାଗଡ଼ର ଶ୍ରନୀବାସଙ୍କୁ ୫୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ। ଏହି ଘଟଣା ଥାନାରେ ପହଞ୍ଚତ୍ଥିବାରୁ ଶ୍ରୀନିବାସ ଶିଶୁଟିକୁ କିଣିନେବା ପରେ ଧରା ନ ପଡ଼ିବା ପାଇଁ ନିଜ ଭାଇଙ୍କୁ ପାଳିବାକୁ ଦେଇଥିଲେ। ସେ ତାଙ୍କୁ ପାଇଥିବା ଜଣାଥିଲେ ଶ୍ରୀନିବାସ।
ଜନ୍ମ ପୂର୍ବରୁ ହୋଇଥିଲା ଡିଲ୍‌
ଭାରତୀ ଗର୍ଭବତୀ ଥିବା ଜାଣିବା ପରେ ତପନ ଶ୍ରୀନିବାସଙ୍କ ସହ ଶିଶୁ ବିକ୍ରି ନେଇ କଥା ହୋଇଥିଲେ। ଯଦି ପୁଅ ହୁଏ ତେବେ ଶ୍ରୀନିବାସ ୫୦ହଜାର ଟଙ୍କାରେ ପୁଅଟିକୁ କିଣିବେ ବୋଲି ଡିଲ୍‌ ଫାଇନାଲ ହୋଇଥିଲା। ଭାଗ୍ୟକୁ ଭାରତୀଙ୍କର ମଧ୍ୟ ପୁଅ ହୋଇଥିଲା। ଏହାପରେ ଶ୍ରୀନିବାସ ତାଙ୍କୁ ବିକ୍ରି କରିଦେଇ ଭାରତୀଙ୍କୁ ଛାଡ଼ି ପଳାଇବାର ଯୋଜନା କରିଥିଲେ। ଯୋଜନା ମୁତାବକ ଶିଶୁଟିକୁ ପୋଲିଓ ଦେବାର ବାହାନା କରି ତପନ ଭାରତୀଙ୍କୁ ବାଇକରେ ଖୋର୍ଦ୍ଧା ଅଞ୍ଚଳର ପିଚୁପଲ୍ଲୀକୁ ନେଇଥିଲେ। ସେଠାରେ ତାଙ୍କୁ ଅପେକ୍ଷା କରିବାକୁ କହି ତପନ ଶିଶୁପୁତ୍ରକୁ ନେଇ କିଛି ଦୂର ଚାଲି ଚାଲି ଯାଇ ଶ୍ରୀନିବାସଙ୍କୁ ବିକ୍ରି କରିଥିଲେ। ପରେ ଭାରତୀଙ୍କ ପାଖକୁ ଫେରି ଆସି ଘରକୁ ଯିବା ପାଇଁ କହିଥିଲେ। ପୁଅ କାହିଁ ବୋଲି ଭାରତୀ ପଚାରିବାରୁ ତପନ ତାଙ୍କୁ ମାଡ଼ ମାରିବା ସହ ମାନସିକ ନିର୍ଯାତନା ଦେଇଥିଲେ। ଏଥିସହିତ ପୋଲିସ ନିକଟରେ କହିଲେ ତାଙ୍କୁ ହତ୍ୟା କରିଦେବାକୁ ଧମକ ଦେଇଥିଲେ।
ଚାଇଲ୍ଡ ଲାଇନ୍‌ର ହସ୍ତକ୍ଷେପ ପରେ ତତ୍ପରତା
ତପନ ଶିଶୁପୁତ୍ରକୁ ବିକ୍ରି କରିବା ପରେ ଅର୍ଥାତ୍‌ ୨୦୨୦ ଅକ୍ଟୋବର ୫ରେ ଭାରତୀ ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ପୋଲିସ ଶିଶୁ ଚୋରି ଓ ଅପହରଣ ଦଫାକୁ ଛାଡ଼ି ଆଇପିସି ଧାରା ୪୯୩/୪୧୭/୨୯୪ରେ ମାମଲା ରୁଜୁ କରିଥିଲା। ଏଥିସହିତ ଶିଶୁଟିକୁ ଉଦ୍ଧାର ମଧ୍ୟ କରି ନ ଥିଲା। ପୋଲିସ ପାଖରୁ ବିଫଳ ହୋଇ ଭାରତୀ ଚାଇଲ୍ଡ ଲାଇନର ଦ୍ୱାରସ୍ଥ ହୋଇଥିଲେ। ଚାଇଲ୍ଡ ଲାଇନ ପକ୍ଷରୁ ଭୁବନେଶ୍ୱର ଡିସିପି, ସିଡବ୍ଲ୍ୟୁସି ଓ ଡିସିପିଓଙ୍କୁ ଅବଗତ କରାଯାଇଥିଲା। ଚାରିଆଡୁ ଚାପ ପଡ଼ିବା ପରେ ନୟାପଲ୍ଲୀ ଥାନା ପୋଲିସ ମାମଲାରେ ଆଇପିସି ଦଫା ୪୯୮(ଏ)/୩୬୩/୩୭୦/୩୪ ଲଗାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri