ବ୍ରହ୍ମପୁର,୧୩।୨(ସୁବାସଚନ୍ଦ୍ର ପାଢ଼ୀ):ଇନଷ୍ଟାଗ୍ରାମରେ ମହିଳାଙ୍କ ସହ ବନ୍ଧୁତା ରଖି ଅଶ୍ଳୀଳ ଫଟୋ ଭାଇରାଲ ଧମକ ଦେଇ ବ୍ଲାକମେଲ ଅଭିଯୋଗରେ ବନ୍ଧାହେଲେ ଜଣେ ପୋଲିସ ଏଏସ୍ଆଇ । ଅଭିଯୁକ୍ତ ଜଣଙ୍କ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗର ସୁରେନ୍ଦ୍ର ପ୍ରଧାନ(୩୯)। ତାଙ୍କ ଘର ଝାରସୁଗୁଡା ହଂସମୁରକତପୁର । ସାଇବର ଥାନା ପୋଲିସ ତାଙ୍କ ଠାରୁ ଘଟଣାରେ ବ୍ୟବାହୃତ ହୋଇଥିବା ଦୁଇଟି ମୋବାଇଲ ଜବତ କରିଛି।
ମାମଲା ନଂ ୧୩/୨୬ ରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଘଟଣାରୁ ପ୍ରକାଶ ଯେ, ପ୍ରାୟ ୬ ମାସ ପୂର୍ବେ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗରେ କାର୍ଯ୍ୟରତ ଥିବା ଏଏସଆଇ ସୁରେନ୍ଦ୍ର ପ୍ରଧାନ ଜଣେ ମହିଳାଙ୍କ ସହ ଇନଷ୍ଟାଗ୍ରାମରେ ପରିଚିତ ହୋଇଥିଲେ। ସେମାନଙ୍କ ପ୍ରେମ ସମ୍ପର୍କ ବଢିଥିଲା। ବିବାହର ପ୍ରଲୋଭନ ଦେଇ ସେ ମହିଳାଙ୍କ ସହ ଘନିଷ୍ଠ ସମ୍ପର୍କ ଗଢ଼ିତୋଳିଥିଲେ। ଏହି ସୁଯୋଗରେ ଘନିଷ୍ଠ ମୁହୂର୍ତ୍ତର ଫଟୋ ସେ ଉଠାଇଥିଲେ। ପରେ ବ୍ଲାକମେଲ କରି ମହିଳାଙ୍କୁ ଟଙ୍କା ଦାବି କରିଥିଲେ। ଟଙ୍କା ନଦେଲେ ଅନ୍ତରଙ୍ଗ ମୁହର୍ତ୍ତର ଫୋଟୋ ଭାଇରଲ କରିବା ନେଇ ଧମକ ଦେଇଥିଲେ। ଚାପରେ ପଡ଼ି ମହିଳା ଜଣଙ୍କ ଗତ ୧୧ ତାରିଖରେ ଫୋନପେ ମାଧ୍ୟମରେ ୪୦ ହଜାର ଟଙ୍କା ସୁରେନ୍ଦ୍ରଙ୍କୁ ପଠାଇଥିଲେ। ଶେଷରେ ସୁରେନ୍ଦ୍ର ତାଙ୍କୁ ବିବାହ କରିବା ପରିବର୍ତ୍ତେ ତାଙ୍କୁ ପ୍ରତାରଣା କରିଥିଲେ । ଏନେଇ ସେ ସାଇବର ଅର୍ଥନୈତିକ ଅପରାଧ ପୋଲିସ ଥାନାରେ ଅଭିଯୋଗ କରିଥିଲେ।

