ୱାଟର ସର୍ଭିସ ସେଣ୍ଟରରୁ ଚୋରି ଅଭିଯୋଗ: ଦୁର୍ବୃତ୍ତଙ୍କୁ କାବୁ କଲା ପୋଲିସ

ଦାରିଙ୍ଗବାଡି, ୪।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ର କାରିପାଙ୍ଗା ସାହିର ଏକ ୱାଟର ସର୍ଭିସ ସେଣ୍ଟରରୁ ବିଳମ୍ବିତ ରାତ୍ରିରେ ଚୋରି ହୋଇଥିବା ଅଭିଯୋଗ। ତେବେ ଚୋରି କରି ନେଉଥିବା ପିକଅପ ଭ୍ୟାନ ସହ ଚୋରୀ ସାମଗ୍ରୀକୁ କ. ନୂଆଗାଁ ପୋଲିସ କାବୁ କରିବା ସହ ଦୁଇ ଦୁର୍ବୁତ୍ତଙ୍କୁ ପୋଲିସ ଥାନାରେ ଅଟକ ରଖିଛି ପରେ ତାକୁ ଦାରିଙ୍ଗବାଡି ପୋଲିସକୁ ହସ୍ତାନ୍ତର କରିବ ବୋଲି ଜଣାପଡିଛି।
ପ୍ରକାଶ ଯେ, ବିଳମ୍ବିତ ରାତ୍ରିରେ ଏକ ପିକଅପ ଭ୍ୟାନରେ ଦୁର୍ବୁତ୍ତମାନେ ଆସି କାରିପାଙ୍ଗାର ଏକ ଅନ୍ଧାରୁଆ ସ୍ଥାନରେ ପାର୍କିଂ କରି ସେଠାରେ ଥିବା ଅରୁଣ ପ୍ରଧାନଙ୍କ ୱାଟର ସର୍ଭିସ ସେଣ୍ଟରର ଯନ୍ତ୍ରପାତି, ସର୍ଭିସ ଏୟାର ଗନ ସମେତ ଗ୍ୟାସ ଟାଙ୍କି, ଚୁଲ୍ହା, ସେଣ୍ଟରରେ ବିକ୍ରିପାଇଁ ରଖାଯାଇଥିବା ଟାୟାର, ଇଞ୍ଜିନ ଅଏଲ ଅନ୍ୟାନ୍ୟ ସାମଗ୍ରୀକୁ ପିକଅପ ଭ୍ୟାନରେ ଲୋର୍ଡ କରି ନେଇହିବା ସମୟରେ ଅରୁଣଙ୍କ ନିଦ ଭାଙ୍ଗିଯାଇଥିଲା। ଅରୁଣଙ୍କୁ ଦେଖି ଦୁର୍ବୁତ୍ତ ଚମ୍ପଟ ମାରିଥିଲେ। ଅରୁଣ ସାହିରେ ପାଟି କରି ଲୋକଙ୍କୁ ଡାକିଥିଲେ। ଅରୁଣଙ୍କ ବଡ଼ ଭାଇ ଅମରେନ୍ଦ୍ର ତୁରନ୍ତ ଦାରିଙ୍ଗବାଡି ଥାନା ସମେତ ଭାଲିଗୁଡା ଏସଡିପିଓ ଶୁଭମ ଭୋସଲେଙ୍କୁ ଚୋରି ସମ୍ପର୍କରେ ଜଣାଇବା ସହ ଚୋରି କରି ନେଉଥିବା ଭ୍ୟାନଟି ସିମନବାଡିରୁ ୫୯ ନଂ ଜାତୀୟ ରାଜପଥର ବାଲିଗୁଡା ଅଭିମୁଖେ ଯାଇଥିବା ଜଣାଇଥିଲେ। ଏସଡିପିଓ ତୁରନ୍ତ କ. ନୂଆଗାଁ ଥାନାଙ୍କୁ ଉକ୍ତ ଭ୍ୟାନକୁ ଧରିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ କ. ନୂଆଗାଁ ପୋଲିସ ଆସି ରାଜପଥର ସିର୍ତ୍ତିଗୁଡାରେ ବ୍ଲକିଂ କରି ଉକ୍ତ ପିକଅପ ଭ୍ୟାନକୁ ଜବତ କରିବା ସହ ୨ ଜଣ ଦୁର୍ବୁତ୍ତ ଙ୍କୁ କାବୁ କରି ଥାନାରେ ଅଟକ ରଖିଛନ୍ତି।
ଘଟଣାଟି ଦାରିଙ୍ଗବାଡି ଥାନା ଅଞ୍ଚଳର ହୋଇଥିବାରୁ କ. ନୂଆଗାଁ ଥାନା ପକ୍ଷରୁ ଦାରିଙ୍ଗବାଡି ଥାନାକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି। ଏନେଇ ଦାରିଙ୍ଗବାଡି ଆଇଆଇସି ସଂଗ୍ରାମ କେଶରୀ ଜେନା କହିଛନ୍ତି,ଅଭିଯୁକ୍ତଙ୍କୁ ପଚରାଉଚରା କରାଯିବା ସହ ଘଟଣାର ଅଧିକା ତଦନ୍ତ କରାଯାଉଛି। ଏଥିରେ ଆଉ କିଏ ସମ୍ପୃକ୍ତି ରହିଛି ଏବଂ କେଉଁ କେଉଁ ସ୍ଥାନରୁ ସେମାନେ ଏଭଳି ଚୋରି କରିଛନ୍ତି କି ନାହିଁ ସେ ସବୁର ତଦନ୍ତ କରାଯିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?