ଜାଲ୍‌ ଶିକ୍ଷକଙ୍କୁ ଖୋଜୁଛି ପୋଲିସ

ବାରିପଦା ଅଫିସ,୨୩ା୬: ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଶିକ୍ଷକଙ୍କ ବିରୋଧରେ ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନାରେ ଅଭିଯୋଗ କରାଯାଇଛି। ବିଇଓ ମାଳତୀ ଟୁଡୁଙ୍କ ଅଭିଯୋଗ କ୍ରମେ ଦଫା ୪୨୦, ୪୬୮ ଓ ୪୭୧ ଅନୁଯାୟୀ ପୋଲିସ ମାମଲା(ନଂ.୧୦୬/୨୨) ରୁଜୁ କରି ସମ୍ପୃକ୍ତ ଶିକ୍ଷକଙ୍କୁ ଖୋଜୁଛି। ସୂଚନା ଅନୁଯାୟୀ, ଶୁଳିଆପଦା ବ୍ଳକ କାଠଶୀର୍ଷି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ମନୋରଞ୍ଜନ ପାତ୍ର ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ନେଇ ଅଭିଯୋଗ ହୋଇଥିଲା। ସାର୍ଟିଫିକେଟ ଯାଞ୍ଚ ପାଇଁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଉକତ୍ଳ ବିଶ୍ୱବିଦ୍ୟାଳୟକୁ ପଠାଯାଇଥିଲା। ଯାଞ୍ଚ ପରେ ଏହା ଜାଲ୍‌ ବୋଲି ଗତବର୍ଷ ଜୁଲାଇ ୨୨ରେ ବିଇଓ ଟୁଡୁଙ୍କୁ ଚିଠି ମାଧ୍ୟମରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅବଗତ କରାଯାଇଥିଲା। ମାତ୍ର ଉକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଦୁଇମାସ ତଳେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ବିଇଓଙ୍କୁ ସାକ୍ଷାତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ତାଗିଦ୍‌ କରିଥିଲେ। ବିଭାଗୀୟ ଅଧିକାରୀମାନେ ଉକ୍ତ ସ୍କୁଲକୁ ଯାଇ ତଦନ୍ତ କରିବା ପରେ ଥାନାରେ ଅଭିଯୋଗ କରାଯାଇଛି। ବିବାଦୀୟ ଶିକ୍ଷକ ଫେରାର ଥିବାବେଳେ ପୋଲିସ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri