କ୍ଷେତରେ ବିଷ

ଓଡ଼ିଶାର କୃଷକମାନେ ପ୍ରାୟତଃ ଏବେ ବି ରାସାୟନିକ ସାର ଓ କିଟନାଶକ ପ୍ରୟୋଗ କରି ଫସଲ ଅମଳ କରୁଛନ୍ତି। ଏସବୁ ଯେ କେବଳ ନିଜର କ୍ଷେତ ଓ ଫସଲକୁ ବିଷାକ୍ତ କରୁଛି ତା’ ନୁହେଁ, ଜୀବନକୁ ମଧ୍ୟ ବିଷାକ୍ତ କରୁଛି, ଯେଉଁଥିପାଇଁ ବେଳେ ବେଳେ ଜୀବନ ହରାଇବାକୁ ପଡ଼ୁଛି। ଏଇ କୀଟନାଶକ ଯୋଗୁ ଗତବର୍ଷ ମହାରାଷ୍ଟ୍ରର ଅମରାବତୀ ଏବଂ ୟବତ୍‌ମାଲ ଜିଲାରେ ଅତି କମ୍‌ରେ ୪୦ଜଣ ଚାଷୀ ଓ କୃଷି ଶ୍ରମିକ ପ୍ରାଣ ହରାଇଥିଲେ। କୀଟନାଶକର ବିଫଳତା ଯୋଗୁ ଓଡ଼ିଶାରେ, ବିଶେଷକରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଚକଡ଼ା ପୋକଙ୍କ ପ୍ରାଦୁର୍ଭାବ ଦେଖା ଦେଇଥିଲା, ଯେଉଁଥିପାଇଁ ଏସବୁ ଅଞ୍ଚଳର କିଛି ଚାଷୀଙ୍କର ବ୍ୟାପକ ଫସଲ ହାନି ଘଟିଥିଲା ଏବଂ ତାକୁ ସହି ନ ପାରି ସେମାନଙ୍କ ମଧ୍ୟରୁ କିଛି ଚାଷୀ ଆତ୍ମହତ୍ୟା କରିଥିବାର ଖବର ମଧ୍ୟ ବିଭିନ୍ନ ସମୟରେ ଖବରକାଗଜରେ ପ୍ରକାଶିତ ହୋଇଥିଲା। ପରେ ନକଲି କୀଟନାଶକ ଓଡ଼ିଶାର ଚାଷୀମାନଙ୍କ ଦୁର୍ଦ୍ଦଶାର କାରଣ ବୋଲି ଅଭିଯୋଗ ମଧ୍ୟ ହୋଇଥିଲା। କୀଟନାଶକ ଯୋଗୁ ଚାଷୀମାନଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମହାରାଷ୍ଟ୍ର ସରକାର ଏକ ଏସ୍‌ଆଇଟି ଗଠନ କରିଥିଲେ, ଯାହା ନିକଟରେ ତା’ର ରିପୋର୍ଟ ପ୍ରଦାନ କରିଛି। ରିପୋର୍ଟରେ ଚାଷୀ ମୃତ୍ୟୁ ପାଇଁ ରାଜ୍ୟ ସରକାରଙ୍କ ପ୍ରଶାସନିକ କଳକୁ ଦାୟୀ କରାଯିବା ସଙ୍ଗେ ସଙ୍ଗେ ମୃତ୍ୟୁର ଶିକାର ହୋଇଥିବା ଚାଷୀମାନଙ୍କୁ ମଧ୍ୟ ଦାୟୀ କରାଯାଇଛି। କାରଣ ଏହି ଚାଷୀମାନେ ବିଷାକ୍ତ ଦ୍ରବ୍ୟ ବ୍ୟବହାର କରିବା ସମୟରେ ସୁରକ୍ଷାର ନିୟମଗୁଡ଼ିକୁ କଡ଼ାକଡ଼ି ପାଳନ କରିବାରେ ବିଫଳ ହୋଇଥିଲେ। ଭବିଷ୍ୟତରେ ଏଭଳି ଘଟଣା ଯେପରି ନ ଘଟିବ, ସେଥିପାଇଁ ଏସ୍‌ଆଇଟି କେତେଗୁଡ଼ିଏ ପ୍ରତିଷେଧକମୂଳକ ବ୍ୟବସ୍ଥା ସୁପାରିସ କରିଛନ୍ତି। ସେଗୁଡ଼ିକ ଯଥାକ୍ରମେ କୀଟନାଶକର ମାନ ପରୀକ୍ଷା କରିବା ନିମନ୍ତେ ଉତ୍ସର୍ଗୀକୃତ ମନୋଭାବସମ୍ପନ୍ନ ଗୁଣାତ୍ମକ ମାନ ଯାଞ୍ଚ, କର୍ମଚାରୀ ନିଯୁକ୍ତି, ଜିଲା ଓ ଗ୍ରାମାଞ୍ଚଳର ହସ୍ପିଟାଲଗୁଡ଼ିକରେ ଆଇସିୟୁ ପ୍ରତିଷ୍ଠା କରିବା ସହିତ ଯେଉଁସବୁ ଚାଷୀ ବା କୃଷି ଶ୍ରମିକ କୀଟନାଶକ ବ୍ୟବହାର ସମ୍ପର୍କିତ ନିୟମାବଳୀଗୁଡ଼ିକୁ ନ ମାନିବେ, ସେମାନଙ୍କ ପାଇଁ ଆଇପିସିରେ କଠୋର ଦଣ୍ଡବିଧାନର ବ୍ୟବସ୍ଥା କରିବା ଇତ୍ୟାଦି ରହିଛି। ଏତଦ୍‌ବ୍ୟତୀତ କମିଟି ମନୋକ୍ରୋଟୋଫସ୍‌ ଏବଂ ପଞ୍ଜୀକୃତ ହୋଇ ନଥିବା ଉଦ୍ଭିଦ ବୃଦ୍ଧି ନିୟନ୍ତ୍ରକ ଦ୍ରବ୍ୟଗୁଡ଼ିକ ଉପରେ ନିଷେଧାଦେଶ ଜାରି କରିଛନ୍ତି।
କୃଷି ପ୍ରଧାନ ଦେଶ ଭାରତରେ କୃଷିର ଭିତ୍ତିଭୂମି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ତଥା ଅଧିକାଂଶ କୃଷକଙ୍କ ଶିକ୍ଷାର ସ୍ତର ଅତ୍ୟନ୍ତ ଦୁର୍ବଳ ଥିବା ବେଳେ ଏସ୍‌ଆଇଟିର ଏପରି ସୁପାରିସକୁ ନିରପେକ୍ଷ କହିବା ସହଜ ନୁହେଁ, ଯଦିଓ ଏଭଳି ପ୍ରସ୍ତାବ ଅତ୍ୟଧିକ ମହତ୍ତ୍ୱାକାଂକ୍ଷୀ ମନେହୁଏ। କାରଣ ଏହି ରିପୋର୍ଟରେ ଚାଷୀ ମୁଣ୍ଡରେ ଦୋଷ ଲଦିବାକୁ ଚେଷ୍ଟା କରାଯାଇଥିବା ଭଳି ମନେହୁଏ। ଏହା ପରିବର୍ତ୍ତେ ବରଂ କୀଟନାଶକଗୁଡ଼ିକର ଉପତ୍ାଦକମାନେ ସେମାନଙ୍କର ଭୂମିକା ଓ ଦାୟିତ୍ୱକୁ ଠିକ୍‌ ନିର୍ବାହ କରୁଛନ୍ତି କି ନାହିଁ, ସେସବୁର ଉତ୍ତମ ରୂପେ ତଦାରଖ କରାଯିବାର ଆବଶ୍ୟକତା ରହିଛି। ବସ୍ତୁତଃ, କୀଟନାଶକ ଆଇନରେ ଉଲ୍ଲେଖ ଅଛି ଯେ, ସେଗୁଡ଼ିକୁ କିପରି ନିରାପଦରେ ବ୍ୟବହାର କରାଯାଇପାରିବ ଏବଂ ବ୍ୟବହାର ପୂର୍ବରୁ ସୁରକ୍ଷା ସମ୍ବନ୍ଧିତ ପଦକ୍ଷେପ ନେବାକୁ କୀଟନାଶକଗୁଡ଼ିକର ଉପତ୍ାଦକକର୍ତ୍ତା ଓ ଡିଷ୍ଟ୍ରିିବ୍ୟୁଟରମାନେ ବ୍ୟବହାରକାରୀ ମାନଙ୍କ ପାଇଁ ଉତ୍ତମ ପ୍ରଶିକ୍ଷଣର ବ୍ୟବସ୍ଥା କରିବା ଆବଶ୍ୟକ। ଏତଦ୍‌ବ୍ୟତୀତ ମହାରାଷ୍ଟ୍ରର ଚାଷୀମାନଙ୍କ ମୃତ୍ୟୁ ପାଇଁ ମୁଖ୍ୟତଃ ମନୋକ୍ରୋଟୋଫସ୍‌ ଏବଂ ଅକ୍ସିଡିମେଟନ୍‌ମେଥିଲ୍‌ ନାମକ ଦୁଇଗୋଟି କୀଟନାଶକକୁ ଦାୟୀ କରାଯାଇଥିବା ବେଳେ ମାରାତ୍ମକ ବିଷାକ୍ତ ଦ୍ରବ୍ୟ ହୋଇଥିବାରୁ ଏ ଦୁଇଟିକୁ ପ୍ରଥମ ଶ୍ରେଣୀର କୀଟନାଶକ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି। ତେବେ ଏ ଦୁଇଟି କେବଳ ମହାରାଷ୍ଟ୍ର ନୁହେଁ, ସମଗ୍ର ଭାରତବର୍ଷରେ ବ୍ୟାପକ ଭାବରେ ବ୍ୟବହାର ହେଉଛି। ଏକ ସିଏସଇ ରିପୋର୍ଟର ତଥ୍ୟ ଅନୁସାରେ ୨୦୨୦-୨୧ରେ ଦେଶରେ ଯେତିକି ଓଜନର କୀଟନାଶକ ଦ୍ରବ୍ୟ ବ୍ୟବହୃତ ହୋଇଥିଲା, ତା’ର ପାଖାପାଖି ୩୦ ପ୍ରତିଶତ ଥିଲା ପ୍ରଥମ ଶ୍ରେଣୀର କୀଟନାଶକ। ଏତିକି କୁହାଯାଇପାରେ ଯେ କୀଟନାଶକ ଦ୍ରବ୍ୟଗୁଡ଼ିକର ବ୍ୟବହାର ପାଇଁ ଦେଶରେ ଏକ ନୂଆ କୀଟନାଶକ ପରିଚାଳନା ଆଇନର ଆବଶ୍ୟକତା ରହିଛି।

– ବାଦଲ ଭୂୟାଁ
୪ଜି, ପ୍ରତାପ ଆପାର୍ଟମେଣ୍ଟ, ୭ ଏକ୍ସଟେନ୍‌ସନ ରୋଡ଼, ପୁରୁଣା ସୋନାରୀ, ଜାମସେଦପୁର,
ମୋ : ୯୨୦୪୬୫୨୦୬୫


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?