ଅନିନ୍ଦିତାଙ୍କୁ କବିତା ଦେଇଛି ସଫଳତା

ଜୟପୁର,୧୫ା୩ (ନି.ପ୍ର.):ଅନ୍ତର୍ଜାତୀୟ ସାହିତ୍ୟ ଦୁନିଆରେ ନିଜ ପାଇଁ ସ୍ଥାନ ତିଆରି କରୁଛନ୍ତି କୋରାପୁଟ ଜିଲା ଜୟପୁର ସହରର ଯୁବ ଲେଖିକା ଅନିନ୍ଦିତା ଜାହ୍ନବୀ ସୁଆର। ପାଠପଢା ସାଙ୍ଗକୁ କବିତା ଲେଖିବାରେ ରୁଚି ରଖୁଥିବା ଅନିନ୍ଦିତାଙ୍କ ତୃତୀୟ କବିତା ସଂକଳନ ୧୩ଟି ଦେଶରେ ପ୍ରକାଶ ପାଇଛି ବୟସ ଅଳ୍ପ ହେଲେ ମଧ୍ୟ ଉଚ୍ଚକୋଟୀର ଭାବନା ତଥା ଶବ୍ଦ ସଂଯୋଜନା ତାଙ୍କୁ ଆଣି ଦେଇଛି ସଫଳତା। ତାଙ୍କ ପାଇଁ ସୃଷ୍ଟି କରିଛି ନୂଆ ପରିଚୟ।
ଏହି କବିତା ସଂକଳନ ପ୍ରିଲ୍ୟୁଡସ୍‌ ଅଫ୍‌ ଲଭ୍‌ରେ ରହିଛି ୩ଟି କବିତା। ଏହାର ପ୍ରକାଶନ ଦାୟିତ୍ୱ ନେଇଛି ମୁମ୍ବାଇର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ସିଲ ପବ୍ଲିଶର। ଅନଲାଇନରେ ଏହାର ବିକ୍ରି ଦାୟିତ୍ୱ ନେଇଛନ୍ତି ଆମାଜନ, ଫ୍ଲିପକାର୍ଟ ଭଳି ୮ଟି ସଂସ୍ଥା। ଏହା ପୂର୍ବରୁ ଅନିନ୍ଦିତାଙ୍କ ୧୬ଟି କବିତାକୁ ନେଇ ଫ୍ଲେମ୍ସ ଅଫ ଏ ବର୍ନିଂ ହାର୍ଟ ଏବଂ ୧୭ଟି କବିତାକୁ ନେଇ ସ୍ନୋଫ୍ଲେକ୍ସ ନାମକ କବିତା ସଂକଳନ ପ୍ରକାଶ ପାଇସାରିଛି। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀ ଅନିନ୍ଦିତା ସ୍କୁଲରେ ପଢା ସମୟରୁ ହିଁ କବିତା ଲେଖି ଆସୁଛନ୍ତି। ପ୍ରଥମେ ତାଙ୍କର କ୍ଷୁଦ୍ର କବିତା ସଂକଳନ ସିକ୍ରେଟ ଟୁଲିପ୍ସ ପ୍ରକାଶିତ ହୋଇଥିଲା। ତାଙ୍କ ବାପା ରବୀନ୍ଦ୍ର କୁମାର ସୁଆର ଆଇନ ମହାବିଦ୍ୟାଳୟର ଜଣେ ଅଧ୍ୟାପକ ହୋଇଥିବା ବେଳେ ମା’ ସୁନୀତା ସ୍ଥାନୀୟ ଏକ ଘରୋଇ ବିଦ୍ୟାଳୟର ଶିକ୍ଷୟିତ୍ରୀ। ତାଙ୍କର କବିତା ପ୍ରତି ଆଗ୍ରହ ଦେଖି ପିଲାଦିନରୁ ମା’ବାପା ଉଭୟେ ଉତ୍ସାହିତ କରିଛନ୍ତି ବୋଲି କହନ୍ତି ଅନିନ୍ଦିତା।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri