Posted inଫୁରସତ

ମାରି ଖାଇବାକୁ ଛକିଥିଲା; ସାପ-କୁକୁଡା ମଧ୍ୟରେ ହେଲା ଜୋରଦାର ଲଢ଼େଇ; ଶେଷରେ…

ମନୁଷ୍ୟମାନଙ୍କ ମଧ୍ୟରେ ଅନେକ ଲୋକକଥା ପ୍ରଚଳିତ ରହିଛି। ସେଥିରୁ କିଛି ପଶୁମାନଙ୍କ ଉପରେ ରହିଛି। ମୁଷା-ବିରାଡି ଖେଳ, ସାପ-ନେଉଳ ମଧ୍ୟରେ ଲଢ଼େଇ ବିଷୟରେ ଶୁଣିବାକୁ ମିଳିଥାଏ। ତେବେ ସାପ ଆଉ ନେଉଳ ମଧ୍ୟରେ ଲଢ଼େଇରେ ବାଜିମାତ କରିଥାଏ ନେଉଳ। ହେଲେ ଆଜି ଆପଣଙ୍କୁ ଏପରି ଏକ ଭିଡିଓ ଦେଖାଇବାକୁ ଯାଉଛୁ, ଯେଉଁଥିରେ ଏକ କୁକୁଡ଼ା ସାପକୁ ଅସ୍ତବ୍ୟସ୍ତ କରିପକାଉଛି। ଶେଷରେ ସାପଟି ପଳାୟନ କରିବାକୁ ବାଧ୍ୟ ହେଉଛି। ସୋସିଆଲ ମିଡିଆରେ ଏହି ଭିଡିଓ ବେଶ ଭାଇରାଲ ହେଉଛି।

ଯଦିଓ ସୋସିଆଲ ମିଡିଆରେ ପଶୁମାନଙ୍କର ଅନେକ ମଜାଦାର ଭିଡିଓ ଶେୟାର କରାଯାଇଥାଏ, ହେଲେ ସେଥିରୁ କିଛି ଭିଡିଓକୁ ବିଶ୍ୱାସ କରିବା କଷ୍ଟକର। ସେଭଳି କିଛି ତଳେ ଦିଆଯାଇଥିବା ଭିଡିଓରେ ଆପଣ ଦେଖିବାକୁ ପାଇବେ। ଭିଡିଓରେ କୁକୁଡା ଭାଡି ନିକଟରେ ଏକ କଳା ରଙ୍ଗର ସାପ ଗୁଡାଇ ହୋଇ ଶୋଇଥିବା ଦେଖାଯାଉଛି। ଜଣେ ବ୍ୟକ୍ତି ଉକ୍ତ ସାପଟିକୁ ବାଡିରେ ତଳେ ପକାଇବାକୁ ଚେଷ୍ଟା କରୁଛନ୍ତି। ହେଲେ ବିଫଳ ହେଉଛନ୍ତି। ଶେଷରେ ଏକ କୁକୁଡ଼ା ଝାମ୍ପ ମାରି ସାପକୁ ତଳକୁ ପକାଉଛି। ପରେ ତା ଉପରେ ଆକ୍ରମଣ କରୁଛି। ଏହା ଦେଖି ସାପ ମଧ୍ୟ ଭୟଭୀତ ହେଉଛି। ନିଜ ଜୀବନ ବଞ୍ଚାଇବା ଲାଗି ସାପ ସେଠାରୁ ପଳାଉଛି। ଭିଡିଓକୁ ‘ଭାଇରାଲ ହଗ୍‌’ ଟୁଇଟରରେ ଶେୟାର କରିଛି। କିଛି ଲୋକ ଭିଡିଓ ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ମଜାଳିଆ ପ୍ରତିକ୍ରିୟା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ହଜାରରୁ ଅଧିକ ମେଣ୍ଢା ମମିର ସନ୍ଧାନ ମିଳିଲା…

କାଏରୋ,୨୭।୩ : ଇଜିପ୍ଟର ପ୍ରତ୍ନତତ୍ତ୍ୱବିତମାନେ ୨,୦୦୦ ରୁ ଅଧିକ ପ୍ରାଚୀନ ମେଣ୍ଢା ମୁଣ୍ଡର ମମି ଆବିଷ୍କାର କରିଛନ୍ତି। ପର୍ଯ୍ୟଟନ ଏବଂ ପୁରାତନ ମନ୍ତ୍ରଣାଳୟ ଫାରୋ ରାମସେସଙ୍କ...

ମାଇକ୍ରୋଓ୍ବେଭନରେ ପ୍ଲାଷ୍ଟିକ ପାତ୍ରରେ ଖାଦ୍ୟ ଗରମ କରିବା ଶରୀର ପାଇଁ କ୍ଷତିକାରକ, ପେଟକୁ ଯାଇପାରେ ନାନୋପ୍ଲାଷ୍ଟିକ କଣିକା

ଖାଦ୍ୟ ଶୀଘ୍ର ଗରମ ପାଇଁ ମାଇକ୍ରୋଓ୍ବେଭନ ବ୍ୟବହାର କରୁଛନ୍ତି କି। ତେବେ କଣ ଆପଣ ଖାଦ୍ୟ ଗରମ ପାଇଁ ପାଷ୍ଟିକ ପାତ୍ର ବ୍ୟବହାର କରୁଛନ୍ତି। ତେବେ...

କରୋନା ସଙ୍କଟ ଯୋଗୁ ବର୍ଷେ ହେଲାଣି ଦରମା ନେଇନାହାନ୍ତି ମୁକେଶ

ନୂଆଦିଲ୍ଲୀ,୩।୬: ଦେଶରେ କରୋନା ପ୍ରକୋପ ଏବେ ବି ଜାରି ରହିଛି। କରୋନା ସଙ୍କଟର ଭୟାବହତାକୁ ଦେଖି ରିଲାଏନ୍ସ ଇଣ୍ଡଷ୍ଟ୍ରିର (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ମୁକେଶ ଆମ୍ବାନୀ ଗତ...

ହସ୍ପିଟାଲରେ ପଶି ତାଣ୍ଡବ ରଚିଲା ଗାଈ, ଭିଡିଓ ଦେଖିଲେ…

ଦକ୍ଷିଣ ଆମେରିକାର କଲମ୍ବିଆସ୍ଥିତ ଏକ ହସ୍ପିଟାଲରେ ଅଜବ ଘଟଣା ଘଟିଛି। ଏହି ହସ୍ପିଟାଲ ମଧ୍ୟକୁ ଏକ ଗାଈ ପଶି ଆସି ତାଣ୍ଡବ ରଚିଛି। ଏଠାରେ ଥିବା...

ବାଥ ଟବରେ ଗାଧୋଉଛି ବାଘ: ଭିଡିଓ ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ବାଘ ବାଥ ଟବରେ ଗାଧୋଉଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, ଜଙ୍ଗଲ...

ମହିଳାଙ୍କୁ ବଳାତ୍କାର ଉଦ୍ୟମ କରି ବ୍ୟକ୍ତି ପାଇଲେ ପାନେ, ଜାଣିଲେ କରିବେ ପ୍ରଶଂସା

ବେଳେବେଳେ ଏମିତି କିଛି ଖବର ଜାଣିବାକୁ ମିଳେ, ଯାହା ଆଶ୍ଚର୍ଯ୍ୟ କରିଦେଇଥାଏ। ଠିକ୍‌ ସେମିତି ଫ୍ରାନ୍ସରୁ ଏକ ଖବର ଜାଣିବାକୁ ମିଳିଛି। ଫ୍ରାନ୍ସର ଜଣେ ମହିଳାଙ୍କୁ...

ବିବାହ ପୂର୍ବରୁ ମହିଳାଙ୍କ ସହ ଫେରାର ହୋଇଗଲେ ଯୁବତୀ

ଭିଲ୍ଲାଇ, ୯।୭- ଛତିଶଗଡ଼ର ଭିଲ୍ଲାଇରୁ ଚକିତ କଲା ଭଳି ଏକ ଖବର ଆସି ପହଞ୍ଚତ୍ଛି। ବିବାହ ପୂର୍ବରୁ ଜଣେ ଯୁବତୀ ସେହି ଗ୍ରାମର ଜଣେ ବିବାହିତ...

୮୪ ବର୍ଷର ବୃଦ୍ଧ ହେଲେ ଫ୍ୟାଶନ ଆଇକନ୍‌: ଇନ୍‌ଷ୍ଟାଗ୍ରାମ୍‌ରେ ୯୦ ହଜାରରୁ ଊର୍ଦ୍ଧ୍ୱ ଫଲୋୟର୍ସ

ଜାପାନର ୮୪ ବର୍ଷୀୟ ବୃଦ୍ଧ ତେତସୁୟା ହେଉଛନ୍ତି ଜଣେ ଅବସରପ୍ରାପ୍ତ ରସାୟନ ବିଜ୍ଞାନର ଶିକ୍ଷକ। ଦିନ ଥିଲା ସେ ଫ୍ୟାଶନ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ।...

Advertisement
Archives

Model This Week