ପୋଡ଼ାମାରି ଗାଁ ରକ୍ତରଞ୍ଜିତ: ଘର କାନ୍ଥକୁ କେନ୍ଦ୍ରକରି ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ହତ୍ୟା, ବାପା,୨ ପୁଅ ଙ୍କ ସମେତ ୪ ଗଲେ ଜେଲ 

ଦିଗପହଣ୍ଡି,୨୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗାଁ ରକ୍ତରଞ୍ଜିତ ହୋଇଛି। ଗ୍ରାମର ଢ଼ିମିରା ସାହି ରେ ସ୍ବର୍ଗତ ବିଜୟ ବେହେରା ଙ୍କ ସ୍ତ୍ରୀ ସଞ୍ଜୁ ବେହେରା ଏବଂ ତାଙ୍କ ପଡୋଶୀ ଆର୍. ହରି ପାତ୍ର ସରକାରୀ ଜାଗା ରେ ଘର କରି ରହୁଛନ୍ତି। ଉଭୟ  ପରିବାର ମଧ୍ୟରେ କାନ୍ଥ ନିର୍ମାଣ କୁ କେନ୍ଦ୍ରକରି ଶତ୍ରୁତା ଲାଗି ରହିଥିଲା।ସୋମବାର ରାତି ପ୍ରାୟ ୧୧ ଟାରେ ଉଭୟ ପରିବାର ଲୋକଙ୍କ ମଧ୍ୟରେ ସାମାନ୍ୟ ବଚସା ରୁ ହିଂସାକାଣ୍ଡ ଉଗ୍ରରୂପ ନେଇଥିଲା। ସଞ୍ଜୁ ଙ୍କ ଭାଇ ସୁଦର୍ଶନ ବେହେରା(୩୨) ଙ୍କୁ  ପଡୋଶୀ ହରି ଓ ତାଙ୍କ ୨ ପୁଅ ରାମକୃଷ୍ଣ,ଯୋଗେନ୍ଦ୍ର ଏବଂ ଯୋଗେନ୍ଦ୍ର ଙ୍କ ସାଙ୍ଗ ଶୁଭମ୍ ଗୌଡ଼ ଟାଙ୍ଗିଆ ରେ ହାଣି ହତ୍ୟା କରିଥିଲେ। ମଙ୍ଗଳବାର ସକାଳେ   ସଞ୍ଜୁ ଏନେଇ ପାଟପୁର ଥାନାରେ ଏତଲା ଦେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମାମଲା ନଂ.୩୪୧/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ।ତଦନ୍ତକାରୀ ଅଧିକାରୀ ଆଇଆଇସି ସଦଳବଳେ ପୋଡ଼ାମାରି ଗାଁ ରେ ପହଞ୍ଚି ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରି ସନ୍ଧ୍ୟାରେ ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ କୁ ଚାଲାଣ କରିଛନ୍ତି। ଜାମିନ ଆବେଦନ ଖାରଜ ହେବାରୁ ସମସ୍ତ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ସୋମବାର ରାତି ପ୍ରାୟ ୧୧ ଟାରେ ହରି ଏବଂ ତାଙ୍କ ୨ ପୁଅ ପଡୋଶୀ ସଞ୍ଜୁ ଙ୍କୁ ଆପତ୍ତିଜନକ ଭାଷାରେ ଗାଳି କରି ମାଡ଼ ମାରିଥିଲେ। ଖବରପାଇ ସାହିରେ ରହୁଥିବା ସଞ୍ଜୁ ଙ୍କ ଭାଇ ସୁଦର୍ଶନ ସେଠାରେ ପହଞ୍ଚି ହରି ଏବଂ ତାଙ୍କ ୨ ପୁଅ ଙ୍କୁ ନିଶାସକ୍ତ ଅବସ୍ଥାରେ ଗାଳି କରିଥିଲେ।ହରି ଙ୍କ ସାନ ପୁଅ ଯୋଗେନ୍ଦ୍ର ଗ୍ରାମର ବଜାର ସାହି ରେ ରହୁଥିବା ତାଙ୍କ ସାଙ୍ଗ ଶୁଭମ୍ ଙ୍କୁ ଫୋନ କରି ଘରକୁ ଡ଼କାଇଥିଲେ। ସେ ପହଞ୍ଚିବା ପରେ ସମସ୍ତେ ସଂଘବଦ୍ଧ ଭାବେ ସୁଦର୍ଶନ ଙ୍କୁ ଚାରିପଟୁ ଘେରିଯାଇ ଠେଙ୍ଗା ଓ ଟାଙ୍ଗିଆ ରେ ଆକ୍ରମଣ କରିଥିଲେ। ଟାଙ୍ଗିଆ ଚୋଟ ରେ ସୁଦର୍ଶନ ଗୁରୁତର ହୋଇ ତଳେ ପଡିଯିବାରୁ ସେମାନେ ସେଠାରୁ ପଳାଇଥିଲେ। ସୁଦର୍ଶନଙ୍କୁ ରକ୍ତାକ୍ତ ଅବସ୍ଥାରେ ସମ୍ପର୍କୀୟ ଲୋକେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ଭୋରରେ ତାଙ୍କ ମୃତ୍ୟୁ ଘଟିଥିଲା।  ପୋଲିସ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଞ୍ଚି ରକ୍ତଭିଜା ଲୁଗା ଜବତ କରିଥିଲେ। ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଅପରାହ୍ନରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ସୁଦର୍ଶନଙ୍କ ଶେଷକୃତ୍ୟ କରାଯାଇଛି। ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତ ଲାଗିଥିବା ଠେଙ୍ଗା ଜବତ କରିଛଛି। ବୁଧବାର ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସବିଶେଷ ତଦନ୍ତ କରିବ ବୋଲି ଆଇଆଇସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?