ପୋଡ଼ାମାରି ବନ ବିଭାଗ ପକ୍ଷରୁ ବିଶ୍ଵ ହସ୍ତୀ ଦିବସ ପାଳିତ: ହାତୀ ସୁରକ୍ଷା ପାଇଁ ସଚେତନତା ସଭା

ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ଚନ୍ଦ୍ରଗିରି ରେଞ୍ଜ ପୋଡ଼ାମାରି ବନ ବିଭାଗ ପକ୍ଷରୁ ବିଶ୍ଵ ହସ୍ତୀ ଦିବସ ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ପଦ୍ମପୁର ଗାଁ ମଣ୍ଡପରେ ଆୟୋଜିତ ଏହି ସଚେତନତା ସଭାରେ ପୋଡ଼ାମାରି ଫରେଷ୍ଟର ସୁଧାକର କଣ୍ଡାଲୁ ଅଧ୍ୟକ୍ଷତା କରିଥିଲେ ଏବଂ ମୁଖ୍ୟଅତିଥି ଭାବେ ପଦ୍ମପୁର ପଞ୍ଚାୟତ ସରପଞ୍ଚ ସିମାଞ୍ଚଳ ପ୍ରଧାନ ଯୋଗଦେଇଥିଲେ।

ସଭାରେ ଫରେଷ୍ଟର ଉଦ୍ବୋଧନ ଦେଇ କହିଥିଲେ ଯେ, ଜନସାଧାରଣଙ୍କ ସହଯୋଗ ବିନା ହାତୀର ସୁରକ୍ଷା, ଜଙ୍ଗଲ ସୃଷ୍ଟି ଏବଂ ପରିବେଶ ସୁରକ୍ଷା ଅସମ୍ଭବ। ସମାଜ ଓ ପରିବେଶ ପାଇଁ ହାତୀର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରି ସେ “ହାତୀ ବନକୁ ବଞ୍ଚାଏ, ବନ ଜଳକୁ ବଞ୍ଚାଏ, ଜଳ ମାଟିକୁ ବଞ୍ଚାଏ, ଏବଂ ଏହି ସବୁ ମିଶି ମଣିଷକୁ ବଞ୍ଚାଏ” ବୋଲି ବର୍ଣ୍ଣନା କରିଥିଲେ। ଜୀବଜନ୍ତୁ, କୀଟପତଙ୍ଗ ଓ ପରିବେଶ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ସଭାରେ ମତପ୍ରକାଶ ପାଇଥିଲା।

ମୁଖ୍ୟଅତିଥି ପ୍ରକାଶ କରିଥିଲେ ଯେ ଜୀବଜନ୍ତୁଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ନଦେଲେ ସମାଜରେ ମଣିଷ ବଞ୍ଚିବା କଷ୍ଟସାଧ୍ୟ ହେବ। ବିଗତ ଦିନରେ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇବା ଯୋଗୁଁ ଢେପାଗୁଡ଼ା ଓ ଭୀମନଗର ଗ୍ରାମ ନିକଟ ଜଙ୍ଗଲରେ ୨ଟି ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ବନବିଭାଗ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେଣୁ ଅବାଧ ବନ୍ୟପ୍ରାଣୀ ଶିକାର ଏକ ଧର୍ତ୍ତବ୍ୟ ଅପରାଧ ବୋଲି ଦର୍ଶାଇ ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ବନ୍ୟପ୍ରାଣୀଙ୍କ ଠାରୁ ସତର୍କ ରହିବାକୁ ବନବିଭାଗ ଅଧିକାରୀମାନେ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ।

ଏହି ସଭାରେ ଗ୍ରାମର ବହୁସଂଖ୍ୟକ ମହିଳା, ଫରେଷ୍ଟ ଗାର୍ଡ ଗଙ୍ଗାଧର ଭୁଁୟା, ବନ୍ଧିଆ ଗମାଙ୍ଗ ଏବଂ ବିଷ୍ଣୁପ୍ରିୟା ଗୌଡ଼ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଯୁବକମାନଙ୍କୁ ନେଇ ହାତୀ ସୁରକ୍ଷା ସଚେତନତା ନେଇ ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଘରେ ଭୟଙ୍କର ବିସ୍ଫୋରଣ, ୩ ଗୁରୁତର, କାରଣ ଖୋଜୁଛି ବମ୍‌ ସ୍କ୍ବାଡ

ଖଲ୍ଲିକୋଟ,୧୨ା୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ସହର ଅରବିନ୍ଦ ନଗର ଦ୍ୱିତୀୟ ଗଳିରେ ବୁଧବାର ବିଳମ୍ବିତ ରାତିରେ ଜଣଙ୍କ ଘର ଭିତରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି।…

ପରଷ୍ପରଙ୍କୁ ହତ୍ୟା ଉଦ୍ୟମ: ଜେଲ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୨।୧୧(ଅଶେଷ ନାଥ ମିଶ୍ର): ପରଷ୍ପରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ କେ.ନୂଆଗାଁ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡ଼ପଦା ଗ୍ରାମର ସୀମାଞ୍ଚଳ ଦଳାଇ(୨୮), ଅଭି…

ଆତଙ୍କ ଖେଳାଇଲା ପିକଅପ୍‌ ଭ୍ୟାନ୍‌: ଦୁଇ ବାଇକ୍‌କୁ ଧକ୍କା ଦେଇ ଘର କାନ୍ଥ ଭାଙ୍ଗିଲା, ଆଉ ତା’ ପରେ…

ଭବାନୀପାଟଣା,୧୨।୧୧(ଉତ୍ତମ କୁମାର ଦାଶ): ଦ୍ରୁତ ଏବଂ ବେପରୁଆ ଗାଡ଼ି ଚାଳନାର କରୁଣ ପରିଣାମ ଘଟିଛି। ଗୋଟିଏ ପରେ ଗୋଟିଏ ଦୁଇଟି ବାଇକ୍‌କୁ ଧକ୍କା ଦେବା ପରେ ରାସ୍ତାକଡ଼ରେ…

ଘରୁ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର

ପାଟଣା,୧୨।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଭୀମାପଡ଼ା ନାଏକ ସାହିରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୋଲିସ ଘରୁ ଜଣେ କଲେଜ…

ଶିକ୍ଷକ ସୁନ୍ଦରଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ମହାକାଳପଡ଼ା,୧୨।୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡାଙ୍ଗ ପଞ୍ଚାୟତ ନନ୍ତାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଶିକ୍ଷକ ସୁନ୍ଦର ମୋହନ ସିଂଙ୍କୁ ଗୁରୁବାର ମୁଖ୍ୟମନ୍ତ୍ରୀ…

ଅପରେସନ ବୈତରଣୀକୁ ବେଖାତିର, ଖୋଲମଖୁଲା ଚାଲିଛି…

ହାଟଡ଼ହୀ,୧୨l୧୧(ଶୁଭକାନ୍ତ ନାୟକ): କେନ୍ଦୁଝର ଏସ୍‌ପିଙ୍କ ଅପରେସନ ବୈତରଣୀ ଅଭିଯାନକୁ ବାଲି ମାଫିଆଙ୍କ ବେଖାତିର। ବାରମ୍ବାର ଚଢ଼ାଉ, ଗାଡ଼ି ଜବତ ହେଉଥିଲେ ହେଁ ମାଫିଆ ଖୋଲମଖୁଲା ବାଲି ଚୋରାଚାଲାଣ…

ବଚ୍ଚନ ହତ୍ୟା ମାମଲାର ରାୟ ପ୍ରକାଶ: ଦୁଇ ଭାଇଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧୨।୧୧(ସୁବାସ ଚନ୍ଦ୍ର ପାଢ଼ୀ ): ଗଞ୍ଜାମ ଜିଲା ଅତିରିକ୍ତ ଦୌରା ଜଜ-୩ ବିବଶ୍ବତ ଗୌତମ ଗୁରୁବାର ଏକ ହତ୍ୟା ମାମଲାର ଶୁଣାଣି କରି ଚୂଡାନ୍ତ ରାୟ ପ୍ରକାଶ…

‘ସମାହିତା ସେଣ୍ଟର ଉଦ୍‌ଘାଟିତ୍‌, ଉପକୃତ ହେବେ ଦିବ୍ୟାଙ୍ଗ, ଗ୍ରାମବାସୀ

କୋରାପୁଟ,୧୨।୧୧(ଅମିତାଭ ବେହେରା): କୋରାପୁଟ ଜିଲା ଜୟପୁର ବ୍ଲକ ଅନ୍ତର୍ଗତ କୁମୁଲିପୁଟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ‘ସମାହିତା’ ପ୍ରକଳ୍ପ ଅଧୀନରେ ରିସୋର୍ସ ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି। ୟୁରୋପୀୟ ୟୁନିୟନ ସହଯୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?