ଆବାସ ଦୁର୍ନୀତିକୁ ଆଖିପାଉନି

ଢେଙ୍କାନାଳ ଅଫିସ, ୧୯।୮: ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ, କେହି ବାସହୀନ ହୋଇ ରହିବେ ନାହିଁ। ସବୁ ପରିବାରକୁ ମିଳିବ ମୁଣ୍ଡ ଉପରେ ଛାତ। ବସ୍ତିମୁକ୍ତ ହେବ ସହରାଞ୍ଚଳ। ଗଁାର ଝୁମ୍ପୁଡ଼ି ବଦଳିବ ପକ୍କାଘରେ। ଏଥିଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାର ନିଜସ୍ତରରେ ଆରମ୍ଭ କରିଛନ୍ତି ଆବାସ ଯୋଜନା। ହେଲେ ତୃଣମୂଳସ୍ତରରେ ସ୍ବଚ୍ଛତା ଅଭାବ, ବ୍ୟାପକ ପିସି କାରବାର, ଯୋଗ୍ୟ ହିତାଧିକାରୀ ଚୟନ ହେଉ ନ ଥିବାରୁ ଏଭଳି ମହତ୍‌ ଯୋଜନାର ଲକ୍ଷ୍ୟ ଦିଗହରା ହୋଇଛି। ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲାରେ ଗତ ୪ ବର୍ଷରେ ହିତାଧିକାରୀଙ୍କ ଲାଗି ଆସିଥିବା ବାସଗୃହ ଅର୍ଥ ଚଞ୍ଚକତା କରି ୧୧ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ନିଲମ୍ବିତ ହୋଇଛନ୍ତି। ସେହିପରି ଟଙ୍କା କାରବାର ବେଳେ ୪ଜଣ ପିଇଓଙ୍କୁ ଭିଜିଲାନ୍ସ ବାନ୍ଧିଛି। ଏହି ତଥ୍ୟକୁ ଦେଖିଲେ ଆବାସ ଦୁର୍ନୀତିର ଚେର କେତେ ଗଭୀରକୁ ଲମ୍ବିଛି ତାହା ଆକଳନ କରିବାକୁ ଆଖିପାଉନି।
ଆବାସ ଯୋଜନା ଦୁର୍ନୀତିରେ ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି ଢେଙ୍କାନାଳ ଜିଲା। ଗ୍ରାମାଞ୍ଚଳରୁ ପ୍ରତିଦିନ ଏଭଳି ଅନିୟମିତତାର ପୁଳା ପୁଳା ଅଭିଯୋଗ ଆସୁଛି, ଯାହା ଜିଲା ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଇଛି। ଏକ ତଥ୍ୟ ଅନୁଯାୟୀ, ୨୦୧୮-୧୯ରୁ ୨୦୨୧-୨୨ ଆର୍ଥିକ ବର୍ଷରେ ଆବାସ ଅନିୟମିତତାରେ ଛନ୍ଦି ହୋଇଛନ୍ତି ୧୧ ପିଇଓ। ଯୋଜନାର ଅର୍ଥ ତୋସରପାତ ଏବଂ ହିତାଧିକାରୀଙ୍କ ପ୍ରାପ୍ୟ ଅର୍ଥ ମଞ୍ଜୁର ଲାଗି ଲାଞ୍ଚ ନେଉଥିବାବେଳେ ୨୦୧୮ରୁ ୨୦୨୧ ଅଗଷ୍ଟ ସୁଦ୍ଧା ୪ଜଣ ପିଇଓ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା (ପିଏମ୍‌ଏଓ୍ବାଇ-ଜି)ରେ ସଦର ବ୍ଲକର ଜଣେ, ହିନ୍ଦୋଳ ବ୍ଲକର ୨ଜଣ, ପରଜଙ୍ଗ ବ୍ଲକର ଜଣେ, ୨୦୧୯-୨୦ ବର୍ଷରେ କଙ୍କଡ଼ାହାଡ଼ ବ୍ଲକର ଜଣେ, କାମାକ୍ଷାନଗର ବ୍ଲକରୁ ୨ଜଣ, ପରଜଙ୍ଗ ବ୍ଲକରୁ ଜଣେ, ୨୦୨୦-୨୧ ବର୍ଷରେ ସଦର ବ୍ଲକର ଜଣେ, ପରଜଙ୍ଗ ବ୍ଲକର ଜଣେ ଏବଂ ୨୦୨୧-୨୨ ବର୍ଷରେ ବର୍ତ୍ତମାନ ସୁଦ୍ଧା ଭୁବନ ବ୍ଲକରୁ ଜଣେ ପିଇଓ ନିଲମ୍ବିତ ହୋଇଛନ୍ତି। ସେହିପରି ୨୦୧୮ରେ ଗଁଦିଆ ବ୍ଲକର ଜଣେ, କଙ୍କଡାହାଡ ବ୍ଲକର ଜଣେ, ୨୦୧୯ରେ କଙ୍କଡ଼ାହାଡ଼ ବ୍ଲକର ଜଣେ ଏବଂ ୨୦୨୧ରେ କଙ୍କଡ଼ାହାଡ଼ ବ୍ଲକର ଜଣେ ପିଇଓ ଗ୍ରାମୀଣ ଆବାସ ଯୋଜନା ଓ ସରକାରୀ ଅର୍ଥ ହେରଫେର୍‌ ଘଟଣାରେ ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଯାଇଛନ୍ତି।
ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଜଣେ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ମିଳିଥାଏ। ଏହି ଅର୍ଥ ୪ଟି କିସ୍ତିରେ ପ୍ରଦାନ କରାଯାଇଥାଏ। ନିଅଁ ଖୋଳିବା ସମୟରେ ୨୦ ହଜାର, ପ୍ଲିନ୍‌ଥ ଲେଭଲ ସରିବା ପରେ ୩୦ ହଜାର, ଛାତ ପଡ଼ିବା ସମୟରେ ୪୦ ହଜାର ଏବଂ ଘର ନିର୍ମାଣ ସରିବା ପରେ ବଳକା ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥାଏ। ହେଲେ ଶେଷ କିସ୍ତି ପ୍ରଦାନ ଲାଗି ପିଇଓମାନେ ହିତାଧିକାରୀଙ୍କୁ ହଇରାଣ କରୁଛନ୍ତି। ୨୦ ହଜାର ଟଙ୍କା ଲାଞ୍ଚ ନ ଦେଲେ ଅର୍ଥ ମଞ୍ଜୁର ହେଉ ନ ଥିବା ଅଭିଯୋଗ ହେଉଛି। ଓଡ଼ାପଡ଼ା ବ୍ଲକ ଗଦାଶିଳା, ସିମିନଈ, ଗୁଣୁଦେଈ, ବଳରାମପ୍ରସାଦ ପଞ୍ଚାୟତରେ ଆବାସ ଯୋଜନାରେ ପାତରଅନ୍ତର କରାଯାଇଥିବା ଅଭିଯୋଗ ହୋଇଛି। ଗରିବ ଲୋକଙ୍କୁ ବାଦ୍‌ ଦେଇ ସ୍ବଚ୍ଛଳ ପରିବାରକୁ ଏଥିରେ ସାମିଲ କରାଯାଇଛି। ଫଳରେ ଗରିବ ଅସହାୟ, ସ୍ବାମୀ ପରିତ୍ୟକ୍ତା, ସ୍ବାମୀହରା, ଦିବ୍ୟାଙ୍ଗମାନେ ଯୋଜନାର ଲାଭ ପାଇବାରୁ ବଞ୍ଚତ୍ତ ହୋଇଥିବା ନିକଟରେ ଜନପ୍ରତିନିଧି ଏବଂ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପରଜଙ୍ଗ ବ୍ଲକର ରାଷ୍ଟ୍ର ନିର୍ମାଣ କ୍ରାନ୍ତିକାରୀ ସଙ୍ଗଠନ ମଧ୍ୟ ଅନୁରୂପ ଅଭିଯୋଗ ଆଣିଛି, ଯାହା ଦାୟିତ୍ୱରେ ଥିବା ଅଧିକାରୀଙ୍କ ଲାଞ୍ଚଖୋର ମାନସିକତାକୁ ପଦାରେ ପକାଇଛି।

ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ
ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀମାନେ ଅର୍ଥଲୋଭରେ ପଡ଼ି ଆର୍ଥିକ ସ୍ବଚ୍ଛଳ ବର୍ଗକୁ ଆବାସ ଯୋଜନାରେ ସାମିଲ କରୁଛନ୍ତି। ଏପରି ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ହିତାଧିକାରୀଙ୍କ ନାମ ଖବରକାଗଜରେ ବିଜ୍ଞାପନ ମାଧ୍ୟମରେ ପ୍ରକାଶ କରାଗଲେ ସ୍ବଚ୍ଛତା ବଜାୟ ରହିବ।
-ପଙ୍କଜ ନାୟକ, ସାମାଜିକ କର୍ମୀ, ଢେଙ୍କାନାଳ

ଭିଜିଲାନ୍ସ ତଦନ୍ତ ହେଉ
ଢେଙ୍କାନାଳ ଜିଲାର ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଛି। ଚୟନ ହୋଇଥିବା ହିତାଧିକାରୀ ଶେଷ ମୁହୂର୍ତ୍ତରେ ବାଦ୍‌ ପଡୁଛନ୍ତି। ଅଭିଯୋଗ କରିବା ସତ୍ତ୍ୱେ ପ୍ରଶାସନ ଗୁରୁତ୍ୱ ଦେଉନାହିଁ। ସମସ୍ତ ଅଭିଯୋଗର ଭିଜିଲାନ୍ସ ତଦନ୍ତ କରାଗଲେ ଦୁର୍ନୀତିଗ୍ରସ୍ତଙ୍କ ମୁଖା ଖୋଲିପାରନ୍ତା।
-ପ୍ରିୟବ୍ରତ ଗଡ଼ନାୟକ, ସୂଚନା ଅଧିକାରୀ ଅଭିଯାନ ଆବାହକ, ଢେଙ୍କାନାଳ

ଟାକ୍ସଫୋର୍ସ କମିଟି ଗଠନ ହେଉ
ଆବାସ ଯୋଜନାରେ ଅନିୟମିତତା ହେଉଛି। ମଞ୍ଜୁର ଅର୍ଥରୁ ୧୦ରୁ ୨୦ ହଜାର ଟଙ୍କା ଯାଏ ଲାଞ୍ଚ ଦାବି କରାଯାଉଛି। ଏହାକୁ ରୋକିବା ଲାଗି ଜିଲାସ୍ତରରେ ଟାକ୍ସ ଫୋର୍ସ କମିଟି ଗଠନ କରାଯାଉ। ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ତଦନ୍ତ କରାଯିବା ଜରୁରୀ ହୋଇପଡ଼ିଛି।
-ଟଙ୍କଧର ବାରିକ, ଲାଉଲଇ ସମିତିସଭ୍ୟ, ଗଁଦିଆ ବ୍ଲକ

ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି
ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଲେ ତଦନ୍ତ କରିବା ଲାଗି ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଉଛି। ବିଡିଓମାନେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପରେ ପ୍ରଶାସନ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
-ସାଫଲ୍ୟ ମଣ୍ଡିତ ପ୍ରଧାନ, ପିଡି ଡିଆର୍‌ଡିଏ


Enter your email to get our daily news in your inbox.

All Right Reserved By Dharitri.Com

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

କର୍ନାଟକ ରାଜନୀତିରେ ଭୂକମ୍ପ! ପଦ ଛାଡ଼ିବେ ସିଦ୍ଧାରାମୈୟା; ଡି.କେ ଶିବକୁମାରଙ୍କ ହାତକୁ ଯିବ କ୍ଷମତାର ଚାବିକାଠି?

ବେଙ୍ଗାଲୁରୁ,୨୬।୫: କର୍ନାଟକ ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ମିଳିଥିବା ସୂଚନା ଅନୁଯାୟୀ, କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟା ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ସ୍ଥାନରେ…

ପ୍ରକାଶ ପାଇଲା OAS ପରୀକ୍ଷାଫଳ: ୨୦୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ବୁବୁନ ସାହ ଟପ୍ପର, ଦେଖନ୍ତୁ ତାଲିକା…

ଭୁବନେଶ୍ୱର,୨୬।୫: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପରିଚାଳିତ OCS-୨୦୨୪ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏହି ପ୍ରତିଷ୍ଠିତ ପରୀକ୍ଷାରେ ମୋଟ ୨୦୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ…

ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅପହରଣ: ୮୦ ହଜାର ଟଙ୍କା ନେଇଗଲେ…

ବଲାଙ୍ଗୀର, ୨୬।୫ (ସୁନିଲ କୁମାର ମହାନ୍ତି): ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅପହରଣ କରି ତାଙ୍କ ଠାରୁ ସ୍କୁଟି ସହ ୮୦ ହଜାର ଟଙ୍କା ଲୁଟିନେଇଥିବା ଅଭିଯୋଗ…

ବରଗଡ଼ ଏମ୍‌ପିଙ୍କ ବଡ଼ ଘୋଷଣା: ଲିପସିତ୍ , ପ୍ରୀତମଙ୍କୁ ଗୁରୁଦାୟିତ୍ବ

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ସାଂସଦ (MP) ପ୍ରଦୀପ କୁମାର ପୁରୋହିତ ସୋମବାର ବରଗଡ଼ ଜିଲାର ବରଗଡ଼ ଓ ପଦ୍ମପୁର ଉପଖଣ୍ଡ ପାଇଁ ତାଙ୍କ ପ୍ରତିନିଧି (NOMINEE)…

ଏହି ବଡ଼ ସହରରେ ଆଜିଠୁ ୧୪ ଦିନିଆ ‘କର୍ଫ୍ୟୁ’: କଣ ଖୋଲା, କଣ ବନ୍ଦ? ଲାଗିଲା କଡ଼ା କଟକଣା

ନୂଆଦିଲ୍ଲୀ,୨୬।୫: ମହାରାଷ୍ଟ୍ରର ପୁଣେ ସହରରେ ୧୪ ଦିନ ପାଇଁ କର୍ଫ୍ୟୁ ଲାଗୁ କରାଯାଉଛି। ଏହି ସମୟ ମଧ୍ୟରେ ଅନେକ କଟକଣା ବଳବତ୍ତର ରହିବ। ମେ ୨୬ ତାରିଖ…

ମାତ୍ର ୫ ଟଙ୍କାରେ ମିଳିବ ମାଛ-ଭାତ, ପଶ୍ଚିମବଙ୍ଗ ସରକାରଙ୍କ ବଡ଼ ଘୋଷଣା

କୋଲକାତା,୨୬।୫: ପଶ୍ଚିମବଙ୍ଗର ସାଧାରଣ ଜନତା ଏବଂ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଏକ ବଡ଼ ଖୁସି ଖବର। ରାଜ୍ୟ ସରକାର ଜନସାଧାରଣଙ୍କୁ ଶସ୍ତାରେ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା…

ଟ୍ରମ୍ପଙ୍କୁ ଆଖି ଦେଖାଇଲା ପାକିସ୍ତାନ: ଚୁକ୍ତି ସ୍ବାକ୍ଷର କରିବାକୁ ସିଧା ସିଧା କଲା ମନା

ଇସଲାମାବାଦ୍‌,୨୬।୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏବଂ ସେନା ଅଧ୍ୟକ୍ଷ ଅସୀମ ମୁନିର ଆମେରିକା ପ୍ରତି ଯେତେ ପ୍ରେମ ଦେଖାଉଥିଲେ ମଧ୍ୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri