ପ୍ରଥମଥର ଅନ୍ତର୍ଜାତୀୟ ମଞ୍ଚରେ ଏକାଠି ହେବେ ମୋଦି-ବାଇଡେନ୍‌

ନୂଆଦିଲ୍ଲୀ,୧୨।୩: କରୋନା ସଙ୍କଟ ସମୟ, ଚାଇନା ସହ ଚାଲିଥିବା ବିବାଦ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ QUAD ଦେଶଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଜି ପ୍ରଥମ ଥର ପାଇଁ ଏକ ଅନ୍ତର୍ଜାତୀୟ ସଭାରେ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଡେ ଯୋଗଦେବେ। ବିଶ୍ୱର ଚାରୋଟି ଶକ୍ତିଶାଳୀ ଗଣତାନ୍ତ୍ରିକ ଦେଶର ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକରେ କରୋନା ଟିକା, ବୈଷୟିକ ସହଯୋଗ, ଜଳବାୟୁ ପରିବର୍ତ୍ତନ ଭଳି ପ୍ରସଙ୍ଗ ପ୍ରମୁଖ ହୋଇପାରେ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚାଇନା ପ୍ରସଙ୍ଗ ଆଲୋଚନା ହୋଇପାରେ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ୨୦୦୭ରେ QUAD ଗଠନ ହୋଇଥିଲା। ଏହାର ମୂଳ ଉଦ୍ଦେଶ୍ୟ ଥିଲା ଚାଇନାର ବଢୁଥିବା ପ୍ରଭାବକୁ ପ୍ରତିହତ କରିବା। କିନ୍ତୁ ତା’ପରେ ମନମୋହନ ସିଂ ସରକାର କହିଥିଲେ ଯେ ଚାଇନା ବିରୋଧରେ ଭାରତ କୌଣସି ପ୍ରକାର ଉଦ୍ୟମରେ ଜଡିତ ନୁହେଁ। ଏହା ପରେ ଭାରତ ଏବଂ ଅଷ୍ଟ୍ରେଲିଆ ନିଜକୁ ଦଳରୁ ଅଲଗା କରିଥିଲେ। ଏବେ କରୋନା ମହାମାରୀ ସମୟରେ ଚାଇନା ଏସିଆ-ପ୍ରଶାନ୍ତ ମହାସାଗରରେ ବଡ଼ଧରଣର ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଥିବାବେଳେ ପୁଣି ଥରେ ଏପରି ପରିସ୍ଥିତି ଉପୁଜିଛି। ଏହି କାରଣରୁ ଚତୁର୍ଦ୍ଦଶ ଦେଶର ନେତାଙ୍କ ବୈଠକରେ ଏହି ପ୍ରସଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଗାର୍ସେଟି ଭାରତରେ ଆମେରିକାର ରାଷ୍ଟ୍ରଦୂତ, ସିନେଟ କମିଟି ନାମାଙ୍କନକୁ ଅନୁମୋଦନ କଲା…

ଓ୍ବାଶିଂଟନ,୯।୩ : ଏରିକ ଗାର୍ସେଟି ଭାରତରେ ଆମେରିକାର ରାଷ୍ଟ୍ରଦୂତ ହେବା ନିଶ୍ଚିତ ହୋଇଛି। ସିନେଟ କମିଟି ତାଙ୍କ ନାମାଙ୍କନକୁ ଅନୁମୋଦନ କରିଛି। ସିନେଟର ବୈଦେଶିକ ସମ୍ପର୍କ...

ଶ୍ରୀଲଙ୍କା ଭଳି ପରିସ୍ଥିତିକୁ ସାମ୍ନା କରିବାକୁ ପଡିବ ମୋଦିଙ୍କୁ: ଟିଏମସି ବିଧାୟକ

କୋଲକାତା,୧୦ ।୭: ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ବେଳକୁ ବେଳ ଖରାପ ହେବାରେ ଲାଗିଛି । ଏବେ ପରିସ୍ଥିତି ଏପରି ହୋଇଛି ଯେ ଶେଷକୁ ରାଷ୍ଟ୍ରପତିଙ୍କୁ ଅଣ୍ଡରଗ୍ରାଉଣ୍ଡ...

‘ମୁଁ ବାହାର ଲୋକ, ଆଉ ଯେଉଁମାନେ ଗୁଜରାଟରୁ ଆସିଛନ୍ତି ସେମାନେ ନିଜ ଲୋକ’

କୋଲକାତା,୯।୩ : ‘ଜୟ ନନ୍ଦିଗ୍ରାମ’ ସ୍ଲୋଗାନ ସହ ମଙ୍ଗଳବାର ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ଏଠାରେ...

ପ୍ରିୟଙ୍କାଙ୍କ ଅନୁରୋଧ ରଖିଲେ ମୋଦି

ନୂଆଦିଲ୍ଲୀ,୧୫।୭: ସରକାରୀ ବଙ୍ଗଳା ଖାଲିକରିବା ଲାଗି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ପ୍ରିୟଙ୍କାଙ୍କ ଅନୁରୋଧକ୍ରମେ ପ୍ରଧାନମନ୍ତ୍ରୀ ମୋଦି ଆଉ...

ଦିଲ୍ଲୀରେ ପହଞ୍ଚିଲେ ମାଇକ୍‌ ପୋମ୍ପିଓ-ମାର୍କ ଏସ୍ପର

ନୂଆଦିଲ୍ଲୀ, ୨୬।୧୦: ଆମେରିକା ବହିର୍ବ୍ୟାପାର ମନ୍ତ୍ରୀ ଭାରତ ଗସ୍ତରେ ଆସି ସୋମବାର ଅପରାହ୍ନରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ପର ମଧ୍ୟ...

୩ ବର୍ଷରେ ମୋଦିଙ୍କ ବିଦେଶ ଗସ୍ତ ପାଇଁ ଚାର୍ଟର୍ଡ ବିମାନ ଖର୍ଚ୍ଚ ୨୫୫ କୋଟି ଟଙ୍କା

ନୂଆଦିଲ୍ଲୀ,୨୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ତିନି ବର୍ଷରେ ବିଦେଶ ଗସ୍ତ ପାଇଁ ଚାର୍ଟର୍ଡ ବିମାନ ଖର୍ଚ୍ଚ ୨୫୫ କୋଟି ଟଙ୍କା ହୋଇଛି। କେନ୍ଦ୍ର ବର୍ହିିର୍ବ୍ୟାପାର...

ଛଟ୍‌ ପୂଜା ସମୟରେ ଅଘଟଣ: ମନ୍ଦିର ପ୍ରାଚୀର ଭୁଷୁଡି ୨ ମୃତ

ପାଟନା,୩।୧୧: ବିହାର ସମସ୍ତିପୁରର ହସନପୁରରେ ରବିବାର ଘଟିଛି ଏକ ଅଘଟଣ। ଏଠାରେ ଥିବା ଏକ ମନ୍ଦିରର ପ୍ରାଚୀର ଭୁଷୁଡି ପଡିବା ଫଳରେ ୨ ଜଣଙ୍କ ମୃତ୍ୟୁ...

ପଶ୍ଚିମବଙ୍ଗରେ ହାରିବ ଭାଜପା: ମମତା

କୋଲକାତା,୨୭ ।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାଜୀ ବୁଧବାର ପୁଣିଥରେ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଖୁବ୍ ବର୍ଷିଛନ୍ତି । ମମତା କହିଛନ୍ତି ଏହା ନିଶ୍ଚିତ...

Advertisement
Archives

Model This Week