Posted inଜାତୀୟ

୩ ଥର ଭାଜପା ପ୍ରାର୍ଥୀଙ୍କ ପାଦ ଛୁଇଁଲେ ମୋଦି! ସେଠାରେ ଥିବା ନେତା ହୋଇଗଲେ ଆଶ୍ଚର୍ଯ୍ୟ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨୯।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କରାୱଲ ନଗର ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରାଲି କରିଥିଲେ। ଏହି ସମୟରେ ସେ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ପ୍ରଧାନମନ୍ତ୍ରୀ ରାଲିରେ ଯୋଗଦେବା ପାଇଁ ଯେତେବେଳେ ମଞ୍ଚ ଉପରେ ପହଞ୍ଚିଥିଲେ, ସେତେବେଳେ ପାଟପଡଗଞ୍ଜ ଆସନରୁ ଭାଜପା ପ୍ରାର୍ଥୀ ରବିନ୍ଦ୍ର ସିଂ ନେଗି ତାଙ୍କ ପାଦ ଛୁଇଁଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ତିନିଥର ରବିନ୍ଦ୍ର ନେଗିଙ୍କ ପାଦ ଛୁଇଁଲେ।

ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ପଚାରୁଛନ୍ତି ଯେ ରବିନ୍ଦ୍ର ସିଂ ନେଗି କିଏ, ଯାହାଙ୍କ ପାଦ ପ୍ରଧାନମନ୍ତ୍ରୀ ମୋଦି ତିନିଥର ସ୍ପର୍ଶ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏପରି କରିବା ଦେଖି ସେଠାରେ ଉପସ୍ଥିତ ନେତାମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଏପରିକି ଭାଜପା ପ୍ରାର୍ଥୀ ରବିନ୍ଦ୍ର ନେଗି ନିଜେ ଅସହଜ ହୋଇଗଲେ। ସତ କଥା ହେଉଛି କି ମୋଦି ତଳକୁ ୩ଥର ନଇଁଥିଲେ, ଯାହାକୁ ଦେଖିବା ପରେ ଲୋକେ ଭାବିଥିଲେ କି ମୋଦି ରବିନ୍ଦ୍ର ସିଂଙ୍କ ପାଦ ଛୁଇଁଛନ୍ତି। ରବିନ୍ଦ୍ର ସିଂ ନେଗି ହେଉଛନ୍ତି ସେହି ନେତା ଯିଏ ଗତ ନିର୍ବାଚନରେ ପାଟପଡଗଞ୍ଜ ଆସନରେ ମନୀଷ ସିସୋଡିଆଙ୍କୁ କଡ଼ା ଟକ୍କର ଦେଇଥିଲେ। ସିସୋଡିଆ ବହୁତ କଷ୍ଟରେ ଏହି ଆସନ ଜିତିପାରିଥିଲେ। ଏହି ନିର୍ବାଚନରେ ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଡିଆ ତାଙ୍କ ଆସନ ପରିବର୍ତ୍ତନ କରିଛନ୍ତି। ଏଥର ସେ ଜଙ୍ଗପୁରା ଆସନରୁ ନିର୍ବାଚନ ଲଢ଼ୁଛନ୍ତି ଏବଂ ଏହି ଆସନ ପାଇଁ ଶିକ୍ଷାବିତ୍‌ ଅବଧ ଓଝାଙ୍କୁ ଟିକେଟ ଦିଆଯାଇଛି। ରବିନ୍ଦ୍ର ସିଂ ନେଗି ଅବଧ ଓଝାଙ୍କ ବିପକ୍ଷରେ ଜଣେ ଦୃଢ଼ ପ୍ରାର୍ଥୀ।

ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଦିଲ୍ଲୀର ଜନତା ଭାଜପାର ସଂକଳ୍ପ ଏବଂ ମୋଦିଙ୍କ ଗ୍ୟାରେଣ୍ଟି ଉପରେ ପୂର୍ଣ୍ଣ ବିଶ୍ୱାସ ରଖିଛନ୍ତି। ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ଏହି ସ୍ଥାନର ବିକାଶରେ ମୁଁ କୌଣସି ପ୍ରକାରର କସରତ ଛାଡ଼ିବି ନାହିଁ।

ଉତ୍ତରାଖଣ୍ଡର ମୂଳ ବାସିନ୍ଦା ରବିନ୍ଦ୍ର ସିଂ ନେଗି ବର୍ତ୍ତମାନ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର ସଦସ୍ୟ। ସେ ବିନୋଦ ନଗର ୱାର୍ଡ-୧୯୮ର ଜଣେ କାଉନସିଲର। ବିନୋଦ ନଗର ୱାର୍ଡ ପାଟପଡଗଞ୍ଜ ବିଧାନସଭା ଆସନ ଅଧୀନରେ ପଡ଼ିଥାଏ। ରବିନ୍ଦ୍ର ନେଗି ପାଟପଡଗଞ୍ଜ ଅଞ୍ଚଳର ଏକ ପ୍ରସିଦ୍ଧ ନାମ। ସିସୋଡିଆଙ୍କୁ ଏତେ କଡ଼ା ଟକ୍କର ଦେଇ ସେ ଜାତୀୟ ସ୍ତରରେ ଚର୍ଚ୍ଚାରେ ଅଛନ୍ତି। ନେଗିଙ୍କର ଆରଏସଏସରେ ମଧ୍ୟ ଭଲ ପ୍ରଭାବ ଅଛି ଏବଂ ସେ ଏହି କ୍ଷେତ୍ରରେ ଭିସ୍ତାରକ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…

ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?