ପାକିସ୍ତାନ ଯିବେ ମୋଦି? ପ୍ରସ୍ତୁତି କଲାଣି ଇସଲାମାବାଦ! ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୩୧।୭: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ୨୦୨୭ ମସିହାରେ ଆୟୋଜିତ ହେବାକୁ ଥିବା ଶାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ କି ନାହିଁ, ତାହାକୁ ନେଇ ଦ୍ୱନ୍ଦ୍ୱ ରହିଛି। ତେବେ ଏହା ମଧ୍ୟରେ ପାକିସ୍ତାନ ଏକ ବଡ଼ ଦାବି କରିଛି। ଭାରତକୁ ନିମନ୍ତ୍ରଣ କରାଯିବ ବୋଲି ପାକିସ୍ତାନ ପକ୍ଷରୁ ଆନୁଷ୍ଠାନିକ ସଙ୍କେତ ଦିଆଯାଇଛି।

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ତାହିର ଅନ୍ଦ୍ରାବୀ ଏକ ମିଡିଆ ବ୍ରିଫିଂରେ କହିଛନ୍ତି ଯେ, SCOର ସମସ୍ତ ସଦସ୍ୟ ଦେଶକୁ ଏହି ସମ୍ମିଳନୀ ପାଇଁ ନିମନ୍ତ୍ରଣ କରାଯିବ। ସେ ସ୍ପଷ୍ଟ କରିଛନ୍ତି ଯେ ଏଥିରେ ସମସ୍ତ ସଦସ୍ୟ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ଶାସନମୁଖ୍ୟମାନେ ସାମିଲ ହେବେ। ଏହାର ସ୍ପଷ୍ଟ ଅର୍ଥ ହେଉଛି ଭାରତ ମଧ୍ୟ ନିମନ୍ତ୍ରିତ ଦେଶଗୁଡ଼ିକ ମଧ୍ୟରେ ସାମିଲ ଅଛି। ପାକିସ୍ତାନୀ ପ୍ରବକ୍ତା କହିଛନ୍ତି ଯେ, SCOର ପ୍ରକ୍ରିୟା ଏବଂ ପ୍ରୋଟୋକଲ ଅନୁଯାୟୀ ସମସ୍ତ ସଦସ୍ୟ ଦେଶକୁ ନିମନ୍ତ୍ରଣ କରିବା ଆୟୋଜକ ଦେଶର ଦାୟିତ୍ୱ ଅଟେ।

ମାନିଲାରେ ଆୟୋଜିତ ASEAN ବୈଠକ ଅବସରରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ସମ୍ଭାବ୍ୟ ସାକ୍ଷାତକାର ନେଇ ପ୍ରଶ୍ନ ପଚରାଯିବାରୁ, ପାକିସ୍ତାନୀ ପ୍ରବକ୍ତା କହିଥିଲେ ଯେ ଭାରତ ପକ୍ଷରୁ ଏପରି କୌଣସି ବୈଠକ ନେଇ ସେମାନଙ୍କୁ କୌଣସି ସୂଚନା ଦିଆଯାଇ ନାହିଁ।

ଉଲ୍ଲେଖଯୋଗ୍ୟ ଯେ, ୨୦୨୭ ମସିହାରେ ଶାଂଘାଇ ସହଯୋଗ ସଂଗଠନ (SCO)ର ଶିଖର ସମ୍ମିଳନୀ ପାକିସ୍ତାନରେ ଆୟୋଜନ କରାଯିବା ପାଇଁ ପ୍ରସ୍ତାବିତ ଅଛି। SCOର ବହୁପାକ୍ଷିକ ବୈଠକଗୁଡ଼ିକ ଅଧୀନରେ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଏପରି ନିମନ୍ତ୍ରଣ ପଠାଯାଇଥାଏ। SCO ଶିଖର ସମ୍ମିଳନୀ ହେଉଛି ଏକ ମୁଖ୍ୟ ବାର୍ଷିକ ଆନ୍ତର୍ଜାତୀୟ ମଞ୍ଚ। ଏଥିରେ ଚୀନ, ରାଷ୍ଟ୍ରସଂଘ (ରୁଷ), ଭାରତ, ପାକିସ୍ତାନ, କାଜାଖସ୍ତାନ, କାର୍ଗିଜସ୍ତାନ, ତାଜିକିସ୍ତାନ, ଉଜବେକିସ୍ତାନ ଏବଂ ଇରାନ ବ୍ୟତୀତ ବେଲାରୁଷ ମଧ୍ୟ ସାମିଲ ଅଛି।

ଚାଇନାର ରାଜଧାନୀ ବେଜିଂରେ ୧୫ ଜୁନ ୨୦୦୧ରେ ସ୍ଥାପିତ ଏହି ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହି ଅଞ୍ଚଳରେ ଶାନ୍ତି, ସ୍ଥିରତା ଏବଂ ଆର୍ଥିକ ସମୃଦ୍ଧିକୁ ପ୍ରୋତ୍ସାହିତ କରିବା। ଏହାର ସର୍ୱୋଚ୍ଚ ନିଷ୍ପତ୍ତି ନେଉଥିବା ‘କାଉନସିଲ ଅଫ ହେଡ୍ସ ଅଫ ଷ୍ଟେଟ’ (CHS)ର ଅଧ୍ୟକ୍ଷତା ପ୍ରତିବର୍ଷ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ପରିବର୍ତ୍ତନ ହୋଇଥାଏ। ଏହି ସମୟରେ ଯେଉଁ ଦେଶ ଅଧ୍ୟକ୍ଷତା କରେ, ସେହି ବର୍ଷ ରାଷ୍ଟ୍ରମୁଖ୍ୟମାନଙ୍କ ଶିଖର ସମ୍ମିଳନୀର ମଧ୍ୟ ଆୟୋଜନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ନେଇ ଆଗୁଆ ସତର୍କତା: ଖୋଲିଲା ହରଭଙ୍ଗୀ ଜଳଭଣ୍ଡାରର ୪ ଗେଟ୍‌

ମୋହନା,୨।୧୧( ମନ୍ମଥ ମିଶ୍ର): ବାତ୍ୟା ଅର୍ଣ୍ଣବର ପ୍ରଭାବ ନ କମୁଣୁ ଏବେ ସମ୍ଭାବ୍ୟ ବାତ୍ୟା ମୁରାସୁକୁ ନେଇ ବଢ଼ିଲାଣି ଚିନ୍ତା। ସମ୍ଭାବ୍ୟ ବାତ୍ୟା ଓ ଲଗାଣ ବର୍ଷାକୁ…

ଶ୍ୱଶୁର ଘରକୁ ଯାଉଥିଲେ ଦୁର୍ଯ୍ୟ, ବାଟରେ ଛକିଥିଲା ଯମ: ଘଟିଲା…

ଲାଞ୍ଜିଗଡ଼,୨।୧୧ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଭବାନୀପାଟଣା-ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର କଦଳୀଘାଟି କୁଚେଇଯୋର ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।…

ପ୍ରଦ୍ମଶ୍ରୀ ଡା. ଅଶୋକ ମହାପାତ୍ରଙ୍କ ପରଲୋକ: ଖେଲିଗଲା ଶୋକର ଛାୟା

ନୂଆଦିଲ୍ଲୀ,୨।୧୧: ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ପ୍ରଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ବ୍ରେନ ଷ୍ଟ୍ରୋକ…

ବାତ୍ୟା ‘ମୁରାସୁ’ ପାଇଁ ଦାରିଙ୍ଗବାଡ଼ିରେ ଆଗୁଆ ପ୍ରସ୍ତୁତି: ୨୫ ପଞ୍ଚାୟତରୁ ୬୯୧ ଜଣଙ୍କୁ ଥଇଥାନ

ଦାରିଙ୍ଗବାଡ଼ି,୨।୧୧(ଅରୁଣ ସାହୁ): ବଙ୍ଗୋପସାଗରରେ ଘନୀଭୂତ ହେଉଥିବା ବାତ୍ୟା ‘ମୁରାସୁ’କୁ ନେଇ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା…

ରାଜ୍ୟ ସଭାର ସବୁଠୁ ଧନୀ ସାଂସଦଙ୍କ ତାଲିକା ଜାରି: ପ୍ରଥମ ତାଲିକାରେ ଏହି ନେତା, ଓଡ଼ିଶାର…

ନୂଆଦିଲ୍ଲୀ, ୨।୧୧: ରାଜ୍ୟ ସଭାର ସବୁଠୁ ଧନୀ ସାଂସଦଙ୍କ ସମ୍ପତ୍ତି ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିଛି। ADRର ରିପୋର୍ଟରେ ଏହି ଖୁଲାସା ହୋଇଛି। ରିପୋର୍ଟ ଅନୁଯାୟୀ, ୧୦୪…

ରୋହିତ-ବିରାଟଙ୍କ ମଧ୍ୟରୁ ନ୍ୟୁଜିଲାଣ୍ଡ ମାଟିରେ କିଏ କରିବେ ଶତକର ବର୍ଷା? ହଇଚଇ ସୃଷ୍ଟି କଲା ପୂଜାରାଙ୍କ ଭବିଷ୍ୟବାଣୀ, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ, ୨।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ନଭେମ୍ବର ୪ ତାରିଖରେ ଅକଲାଣ୍ଡର ଇଡେନ ପାର୍କରେ ପ୍ରଥମ ମ୍ୟାଚ…

ଲୋକଙ୍କୁ ସହାନୁଭୂତି ଦେଖାଅ, ସହାୟତା ଯୋଗାଅ: ଅଧିକାରୀଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ

ଭଞ୍ଜନଗର, ୨।୧୧ (ବାବୁଲା ପ୍ରଧାନ): ଗୋଟିଏ ବାତ୍ୟାର ଦୁଃଖ ନ ଲିଭୁଣୁ ପୁଣି ଆଉ ଏକ ବାତ୍ୟାର ଆଶଙ୍କା ଦେଖାଦେଇଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବିପନ୍ନ ଲୋକଙ୍କ…

ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମହାମୁକାବିଲା: ପ୍ରତିଶୋଧ ନେବେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨।୧୧:ଆଗାମୀ ଏସିସି ରାଇଜିଂ ଷ୍ଟାର୍ସ ଏସିଆ କପ ପାଇଁ ଇଣ୍ଡିଆ-ଏ ଦଳ ଘୋଷଣା କରିଛି ବିସିସିଆଇ। ଦଳର ନେତୃତ୍ୱ ଭାର ତିଳକ ବର୍ମାଙ୍କୁ ଦିଆଯାଇଥିବା ବେଳେ ରଜତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?