Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି

ନୂଆଦିଲ୍ଲୀ,୪ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ପୁଣିଥରେ ତ୍ରୁଟି ପରିଲକ୍ଷିତ ହୋଇଛି । ଆନ୍ଧ୍ର ପ୍ରଦେଶ ଗସ୍ତ ସମୟରେ ବିଜୟୱାଡାରେ ଏହି ଘଟଣା ଘଟିଛି । ଏଠାରେ କଂଗ୍ରେସ କର୍ମୀମାନେ ମୋଦିଙ୍କ ହେଲିକପ୍ଟର ଉଡାଣ ଆରମ୍ଭ କରିବା ସମୟରେ କଳା ବେଲୁନ ଉଡାଇଥିଲେ । ଏସ୍‌ପି ସିଦ୍ଧାର୍ଥ କୌଶଲ କହିଛନ୍ତି, ଏହି ଘଟଣା ଗନ୍ନାବରମ ବିମାନ ବନ୍ଦରରେ ହୋଇଛି । ଏହି ଘଟଣାରେ ୩ କଂଗ୍ରେସ କର୍ମୀଙ୍କୁ ଅଟକ ରଖାଯାଇଛି ।

ଏହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଭିଡିଓରେ ସ୍ପଷ୍ଟ ନଜର ଆସୁଛି ଯେ କଂଗ୍ରେସକର୍ମୀଙ୍କ ଦ୍ୱାରା ଉଡାଯାଉଥିବା କଳା ବେଲୁନ ମୋଦିଙ୍କ ହେଲିକପ୍ଟର ନିକଟରେ ଉଡୁଛି । ଯାହାକୁ ମୋଦିଙ୍କ ସୁରକ୍ଷାରେ ତ୍ରୁଟି ବୋଲି କୁହାଯାଉଛି । ବେଲୁନ ଉଡାଇବା ସମୟରେ କଂଗ୍ରେସ କର୍ମୀ ‘ନରେନ୍ଦ୍ର ମୋଦି ଗୋ ବ୍ୟାକ’ ବୋଲି ସ୍ଲୋଗାନ ବି ଦେଉଥିଲେ । ସୂଚନାଯୋଗ୍ୟ, ଏହା ପୂର୍ବରୁ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ପିଏମ ପଞ୍ଜାବ ଗସ୍ତ କରିଥିବା ସମୟରେ ତାଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି ସାମ୍ନାକୁ ଆସିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଲାଚିତ ବର୍ଫୁକାନ୍‌: ଭାରତୀୟ ପରାକ୍ରମର ଅବିନଶ୍ୱର ଯୋଦ୍ଧା

୯୮୨ ମସିହାର କଥା ମନେପଡ଼ୁଛି। ସେତେବେଳେ ମୋର ୭ମ। ଇତିହାସ ପୁସ୍ତକରେ ଥିବା ମହାବୀର ଲଚିତ ବର୍ଫୁକାନଙ୍କ ବିଷୟରେ ପଢ଼ିଲା ବେଳେ ତାଙ୍କ ବୀରତ୍ୱର କାହାଣୀ...

ଝାଡଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗଦେଲେ ୬ ବିପକ୍ଷ ବିଧାୟକ

ରାଞ୍ଚି,୨୩।୧୦:ଝାଡଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା ଲାଗିଛି। ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ସୁଖଦେବ ଭଗତ ଭାଜପାରେ ଯୋଗ ଦେଇଛନ୍ତି। ଏହାସହ...

ପାରମ୍ପାରିକ ହିମାଚଳ ପୋଷାକରେ ନଜର ଆସିଲେ ମୋଦି

ଡେରାଡୁନ,୨୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶକ୍ରବାର ୬ଷ୍ଠ ଥର ପାଇଁ ବାବା କେଦାରନାଥ ଗସ୍ତ କରିଛନ୍ତି। ସେଠାରେ ପହଞ୍ଚିବା ପରେ ମୋଦିଙ୍କୁ ତୀଥପୁରୋହିତମାନେ ତାଙ୍କୁ ସ୍ବାଗତ...

କୋର୍ଟକୁ ଜିନ୍ସ ପିନ୍ଧି ଆସିଲେ ଆଇନଜୀବୀ, ପୋଲିସ ଡାକି କୋର୍ଟ ପରିସରରୁ ବାହାର କଲେ ବିଚାରପତି…

ଗୁଆହାଟୀ,୨୮।୧ : ଆବେଦନକାରୀଙ୍କ ଆଇନଜୀବୀ କୋର୍ଟ ପରିସରରେ ଜିନ୍ସ ପିନ୍ଧିଥିବାରୁ ଗୁଆହାଟୀ ହାଇକୋର୍ଟ ଶନିବାର ଏକ ମାମଲାର ଶୁଣାଣି ସ୍ଥଗିତ ରଖିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶରେ ଦର୍ଶାଯାଇଛି...

କରୋନା ମହାମାରୀ ସଙ୍କଟ ସମୟରେ କଂଗ୍ରେସ କରୁଛି ରାଜନୀତି: ଦିନେଶ ଶର୍ମା

ଲକ୍ଷ୍ନୌ,୨୦।୫: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଥିବାବେଳେ କଂଗ୍ରେସ ଘୃଣ୍ୟ ରାଜନୀତି ଆରମ୍ଭ କରିଛି ବୋଲି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା କହିଛନ୍ତି। ପ୍ରବାସୀ...

ସେନାଧିକାରୀ ହେବା ପରିବର୍ତ୍ତେ ଜମିରେ ଚାଷ କରୁଛନ୍ତି ରୋହିତ

ପାଟଣା,୧୩।୧: ବିହାରସ୍ଥିତ ହାଜିପୁରର ରୋହିତ ସିଂ ହିମାଚଳ ପ୍ରଦେଶର ଏକ ସୈନିକ ସ୍କୁଲରେ ଅଧ୍ୟୟନ କରୁଥିଲେ। ବାପା ଚାହୁଁଥିଲେ ଯେ ସେ ଜଣେ ସେନାଧିକାରୀ ହୁଅନ୍ତୁ,...

ବିଦ୍ରୋହୀ ବିଧାୟକଙ୍କ ପକ୍ଷରୁ ଆସାମ ବନ୍ୟାପୀଡ଼ିତଙ୍କୁ ୫୧ଲକ୍ଷ ଟଙ୍କା ସହାୟତା

ଗୁଆହାଟୀ,୨୯।୬: ଆସାମର ଗୁଆହାଟୀର ଟ୍ରାଡିସନ୍‌ ବ୍ଲୁ ହୋଟେଲରେ ଗତ ସପ୍ତାହରୁ ଡେରା ପକାଇଥିବା ମହାରାଷ୍ଟ୍ରର ବିଦ୍ରୋହୀ ଶିବସେନା ବିଧାୟକମାନେ ରାଜ୍ୟର ବନ୍ୟା ପରିସ୍ଥିତି ମୁକାବିଲା ପାଇଁ...

ମହିଳାଙ୍କୁ ଥରେ ସରୋଗେସି ପାଇଁ ଅନୁମତି, ନିର୍ଦ୍ଦେଶ ଜାରି କଲେ ସରକାର…

କୋଲକାତା,୧୦।୧୨ : ପଶ୍ଚିମବଙ୍ଗରେ ମହିଳାଙ୍କୁ ମାତ୍ର ଥରେ ସରୋଗେସି ପାଇଁ ଅନୁମତି ପ୍ରଦାନ କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦଶିକା ଜାରି କରାଯାଇଛି। ଏହା...

Advertisement
Archives

Model This Week