Posted inଜାତୀୟ

କୃଷକଙ୍କୁ ମୋଦିଙ୍କ ପଶ୍ନ: କୃଷକଙ୍କୁ ଏତେ ଅଧିକାର ମିଳିବା ପରେ ଆଇନରେ କ’ଣ ରହିଛି ଭୁଲ

ନୂଆଦିଲ୍ଲୀ,୨୫ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କିଷାନ ସମ୍ମାନ ନିଧି ଯୋଜନାର ନୂଆ କିସ୍ତି ଜାରି କରିଛନ୍ତି । ଏଥିରେ ୯ କୋଟି କୃଷକଙ୍କ ଖାତାକୁ ୧୮ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । ଏହି ଅବସରରେ ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରାଜ୍ୟର କୃଷକମାନଙ୍କୁ ସମ୍ବୋଧନ କରିବା ବେଳେ ବିରୋଧୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ବିରୋଧୀ କେନ୍ଦ୍ରର କୃଷି ଆଇନକୁ ନେଇ କୃଷକଙ୍କୁ ଭୁଲ ରାସ୍ତା ଦେଖାଉଛନ୍ତି । ଯେଉଁ ରାଜନୈତିକ ଦଳକୁ ଦେଶ କେବେଠାରୁ ଛାଡି ସାରିଛି ସେମାନେ ଆଜି କୃଷକଙ୍କୁ ଭୁଲ ମାର୍ଗ ଦେଖାଉଛନ୍ତି । ଆଉ କେତେଜଣ କୃଷକ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହେବାକୁ ଦେଉ ନାହାନ୍ତି । ଯେତେବେଳେ କୃଷକମାନେ ଆନ୍ଦୋଳନ ଆରମ୍ଭ କରିଥିଲେ ସେତେବେଳେ ସେମାନଙ୍କର ଦାବି ଥିଲା କି ଏମ୍‌ଏସ୍‌ପି ଗ୍ୟାରେଣ୍ଟି ଦିଆଯାଉ । ହେଲେ ଏବେ ତାହା ବାଟବଣା ହୋଇଗଲାଣି । ଏବେ ଏମାନେ କେତେଜଣଙ୍କର ପୋଷ୍ଟର ଲଗାଇ ସେମାନଙ୍କୁ ମୁକୁଳାଇବା କଥା କହୁଛନ୍ତି । ତେଣୁ ଏବେ କୃଷକ ଆନ୍ଦୋଳନ ନାଁରେ ବିଭିନ୍ନ କଥା ଉଠାଗଲାଣି । ଏହାକୁ ନେଇ ମୋଦି କୃଷକଙ୍କୁ ପ୍ରଶ୍ନ କରିଛନ୍ତି ଯଦି ଆପଣମାନଙ୍କୁ ଏତେ ସୁବିଧା ସୁଯୋଗ ମିଳୁଛି ତେବେ ନୂଆ ଆଇନକୁ ନେଇ ଦ୍ୱନ୍ଦ୍ୱ ଉଠୁଛି କାହିଁକି ।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଛପା ୪ ଦିନ ବନ୍ଦ: ୪୦ କର୍ମଚାରୀ କରୋନା ପଜିଟିଭ୍‌

ନାସିକ, ୩୧।୮: ମହାରାଷ୍ଟ୍ରର ନାସିକ୍‌ଠାରେ ଥିବା କରେନ୍ସି ନୋଟ୍‌ ପ୍ରେସ୍‌ ଏବଂ ଇଣ୍ଡିଆ ସିକ୍ୟୁରିଟି ପ୍ରେସ୍‌କୁ ସୋମବାରଠାରୁ ୪ ଦିନ ପାଇଁ ବନ୍ଦ କରାଯାଇଛି। ଏଠାରେ...

ବର୍ଦ୍ଧିତ ପିଆଜ ଦରକୁ ନେଇ ବୈଠକ ଡକାଇଲେ କ୍ୟାବିନେଟ ସଚିବ

ନୂଆଦିଲ୍ଲୀ,୧୧।୧୨: ଲଗାତାର ଭାବେ ପିଆଜ ଦର ହ୍ରାସ ହେଉ ନ ଥିବା ବେଳେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ବିଭିନ୍ନ ସହରରେ ପିଆଜ...

ନାବାଳିକାଙ୍କୁ ୨ ବର୍ଷ ଗଣବଳାତ୍କାର:ବର୍ବରତାର ସୀମା ଟପିଲେ ୩୦ ଯୁବକ

ମାଲାପୁରମ୍‌,୨୭।୯:କେରଳର ମାଲାପୁରମ୍‌ ଜିଲାରେ ଜଣେ ୧୨ ବର୍ଷର ଝିଅଙ୍କୁ ୩୦ ଜଣ ଯୁବକ ଦୀର୍ଘ ୨ ବର୍ଷ ଧରି ଗଣବଳାତ୍କାର କରିଥିବା ଜଣାପଡିଛି। ନାବାଳିକାଙ୍କୁ ଉଦ୍ଧାର...

ମେହବୁବାଙ୍କ ଭଉଣୀ ରୁବୈୟା ସୟିଦଙ୍କୁ ଅପହରଣ କରିଥିଲେ ୟାସିନ ମଲିକ

ନୂଆଦିଲ୍ଲୀ,୧୫।୭: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସୟିଦଙ୍କ ଝିଅ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ଭଉଣୀ ରୁବୈୟା ସୟିଦଙ୍କୁ ଜେକେଏଲ୍‌ଏଫ୍‌ର ମୁଖ୍ୟ ୟାସିନ...

କରୋନାରେ ଆଶୁ ଗର୍ଗଙ୍କ ପରଲୋକ

ନୂଆଦିଲ୍ଲୀ,୭।୬: କରୋନା ଯୋଗୁ ଦେଶରେ ଅନେକ ବଡ଼ ବଡ଼ ସେଲିବ୍ରିଟିଙ୍କ ପରଲୋକ ଘଟିଛି। ଏହି କ୍ରମରେ ଶୁକ୍ରବାର ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ ରେଜିଷ୍ଟ୍ରାର୍‌ ଜେନେରାଲ ଆଶୁ...

କୁମାରସ୍ବାମୀ କରୋନା ପଜିଟିଭ୍‌

ବେଙ୍ଗାଲୁରୁ,୧୭।୪: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ସେ ଶନିବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି।...

ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିପାରିବେ ନାହିଁ ବାଚସ୍ପତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧।୧: କର୍ନାଟକ ବିଧାନସଭାର ବାଚସ୍ପତି ଜେଡିଏସ୍‌ ଓ କଂଗ୍ରେସ ସରକାରଙ୍କ ୧୭ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ। ଏନେଇ ବିଧାୟମାନେ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଥିଲେ। ମଙ୍ଗଳବାର...

ଗେହଲଟଙ୍କ ବିରୋଧରେ ଦାୟର ହୋଇଥିବା ମାନହାନି ମାମଲାର ତଦନ୍ତ ପାଇଁ ଏକ ମାସ ସମୟ ଦେଲେ କୋର୍ଟ

ନୂଆଦିଲ୍ଲୀ,୨୫।୪: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ଦାଖଲ ହୋଇଥିବା ମାନହାନି ମାମଲାରେ ଦିଲ୍ଲୀ ପୋଲିସକୁ ତଦନ୍ତ ପାଇଁ ରୌଜ ଏଭେନ୍ୟୁ କୋର୍ଟ ଏକ ମାସ ସମୟ...

Advertisement
Archives

Model This Week