Posted inଜାତୀୟ

ଖୁସିଖବର: କୃଷକଙ୍କ ଆକାଉଣ୍ଟକୁ ଆସିଲା ୨୦୦୦ ଟଙ୍କା! ଏଭଳି ଚେକ୍‌ କରିନିଅନ୍ତୁ ନିଜ ନାମ… 

ନୂଆଦିଲ୍ଲୀ,୧୯।୧୧: ଭାରତର କୋଟିକୋଟି କୃଷକମାନଙ୍କର ଦୀର୍ଘଦିନର ଅପେକ୍ଷା ଆଜି ଶେଷ ହୋଇଛି। ଯଦି ଆପଣ ପିଏମ କିଶାନ ଯୋଜନାର ଲାଭାର୍ଥୀ ତେବେ ତୁରନ୍ତ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରନ୍ତୁ। ହୋଇପାରେ ଆପଣଙ୍କର ମୋବାଇଲ୍‌ରେ ବ୍ୟାଙ୍କର ସେହି ମେସେଜ ପହଞ୍ଚିଯାଇଥିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶରୁ ତାମିଲନାଡୁର କୋୟମ୍ବଟୁର୍‌ରୁ ପିଏମ୍‌ କିଷାନ ସମ୍ମାନ ନିଧିର ବହୁପ୍ରତୀକ୍ଷିତ ୨୧ତମ କିସ୍ତି ଛାଡ଼ିଛନ୍ତି। ରବି ଫସଲର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟରେ ସରକାରଙ୍କ ତରଫରୁ ମିଳିଥିବା ଏହି ଅର୍ଥନୈତିକ ସହାୟତା କୃଷକମାନଙ୍କ ପାଇଁ କୌଣସି ବଡ଼ ଉପହାରଠାରୁ କମ ନୁହେଁ।
କେନ୍ଦ୍ରୀୟ କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (ପୂର୍ବରୁ ଟୁଇଟର୍‌)ରେ ସୂଚନା ଦେଇ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ ୧:୩୦ଟାରେ ଦେଶର ୯ କୋଟି କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ସମ୍ମାନ ନିଧିର ରାଶି ଟ୍ରାନ୍ସଫର୍‌ କରିବେ, ଯଦିଓ ଏହି ରାଶି ନିର୍ଦ୍ଧାରିତ ସମୟରୁ ସାମାନ୍ୟ ବିଳମ୍ବରେ ଜାରି କରାଯାଇଛି।
ଦେଶର ଅଧିକାଂଶ ରାଜ୍ୟରେ ବୁଧବାର ୨୧ତମ କିସ୍ତି ମୁକ୍ତ ହୋଇଥିବା ବେଳେ ପୂର୍ବରୁ କିଛି ରାଜ୍ୟର କୃଷକଙ୍କୁ ଏହି ରାଶି ମିଳିଯାଇଛି। ସରକାର ହିମାଚଳ ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ଜମ୍ମୁ-କାଶ୍ମୀରର କୃଷକଙ୍କ ଆକାଉଣ୍ଟରେ ଏହି ଟଙ୍କା ପୂର୍ବରୁ ଟ୍ରାନ୍ସଫର୍‌ କରିଦେଇଥିଲେ। ଏହାର ପଛରେ ଏକ ଅତ୍ୟନ୍ତ ସଂବେଦନଶୀଳ କାରଣ ଥିଲା। କାରଣ ଏହି ରାଜ୍ୟଗୁଡ଼ିକ ବିଗତ କିଛି ସମୟରୁ ପ୍ରାକୃତିକ ବିପଦର ସାମ୍ନା କରୁଥିଲେ। କେଉଁଠାରେ ବନ୍ୟା, ତ କେଉଁଠାରେ ଭୂସ୍ଖଳନ କୃଷିକୁ ବଡ଼ କ୍ଷତି ପହଞ୍ଚାଇଥିଲା। ବିପଦର ଏହି ସମୟରେ କୃଷକମାନଙ୍କୁ ସମର୍ଥନ ପ୍ରଦାନ କରିବା ପାଇଁ ସରକାର ୨୧ତମ କିସ୍ତର ଅପେକ୍ଷା ନକରି, ଏହି ରାଜ୍ୟଗୁଡ଼ିକରେ ଅଗ୍ରିମ ଦେୟ କରିଦେଇଥିଲେ।
ତେବେ କିଛି କୃଷକ ଏମିତି ମଧ୍ୟ ଥାଇପାରନ୍ତି ଯେଉଁମାନଙ୍କର ଆକାଉଣ୍ଟରେ ଆଜି ୨,୦୦୦ ଟଙ୍କାର କିସ୍ତି ପହଞ୍ଚିନାହିଁ। ଯଦି ଆପଣ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ତେବେ ଚିନ୍ତା କରନ୍ତୁ ନାହିଁ। କାରଣଗୁଡ଼ିକୁ ବୁଝିବା ଜରୁରୀ। ପଇସା ନ ଆସିବାର ସବୁଠାରୁ ବଡ଼ ଏବଂ ମୁଖ୍ୟ କାରଣ ‘ଇ-କେୟାସି’ (e-KYC)ର ସମ୍ପୂର୍ଣ୍ଣ ନ ହେବା।
ସରକାର ଇ-କେୟାସିକୁ ଆବଶ୍ୟକୀୟ କରିଦେଇଛନ୍ତି। ଯଦି ଆପଣ ଏପର୍ଯ୍ୟନ୍ତ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିନାହାନ୍ତି, ତେବେ ଆପଣଙ୍କର କିସ୍ତି ଅଟକିପାରେ। ଏହା ବ୍ୟତୀତ ଏହି ଯୋଜନା କେବଳ ସେହି କୃଷକମାନଙ୍କ ପାଇଁ ଯେଉଁମାନେ ନିଜ ପଞ୍ଜୀକୃତ ଜମିରେ କୃଷି କରି ଜୀବିକା ନିର୍ବାହ କରୁଥାନ୍ତି। ଯଦି ଜମିର କାଗଜରେ କିମ୍ବା ଆଧାର୍‌ କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟର ନାମରେ କୌଣସି ଅସୁବିଧା ଅଛି, ତେବେ ମଧ୍ୟ ଟଙ୍କା ଅଟକିଯାଇପାରେ।
ଏଥିଲାଗି ଆପଣ ପିଏମ୍‌ କିଷାନ ଯୋଜନାର ଆଧିକାରିକ ୱେବସାଇଟ୍‌ରେ ଯାଇ କିମ୍ବା ନିଜର ନିକଟସ୍ଥ କମନ ସର୍ଭିସ ସେଣ୍ଟର୍‌ (CSC)ରେ ନିଜର ଇ-କଓ୍ବୋସି ସମ୍ପୂର୍ଣ୍ଣ କରିପାରିବେ। ଯେତେବେଳେ ଆପଣଙ୍କର ଦସ୍ତାବେଜ ସଠିକ ହେବ, ଅଟକିଥିବା ରାଶି ପରବର୍ତ୍ତୀ ପ୍ରକ୍ରିୟାରେ ଆକାଉଣ୍ଟକୁ ଆସିଯିବ।
ଲାଭାର୍ଥୀର ଟଙ୍କାକୁ କିଭଳି ଯାଞ୍ଚ କରିବେ?
-ପ୍ରଥମେ ପିଏମ କିଷାନ ଅଫିସିଆଲ ସାଇଟ pmkisan.gov.inକୁ ଯାଆନ୍ତୁ।
-ହୋମ୍‌ପେଜ୍‌ ନିମ୍ନରେ କିସାନ କନର୍ର୍‌ ମିଳିବ ସେଠାରେ ଲାଭାର୍ଥୀ ତାଲିକା ଓପସନ୍‌ରେ କ୍ଲିକ କରନ୍ତୁ।
-ଏବେ ନିଜର ରାଜ୍ୟ, ଜିଲା, ଉପ-ଜିଲା, ବ୍ଲକ ଏବଂ ଗାଁଁ ବାଛନ୍ତୁ।

-ଶେଷରେ ରିପୋର୍ଟ ପ୍ରାପ୍ତ କରନ୍ତୁରେ କ୍ଲିକ କରିବା ସହିତ ଆପଣଙ୍କର ଗାଁଁର ସମସ୍ତ ଲାଭାର୍ଥୀଙ୍କର ତାଲିକା ନଜର ଆସିଯିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri