Posted inଜାତୀୟ

ଖୁସିଖବର: କୃଷକଙ୍କ ଆକାଉଣ୍ଟକୁ ଆସିଲା ୨୦୦୦ ଟଙ୍କା! ଏଭଳି ଚେକ୍‌ କରିନିଅନ୍ତୁ ନିଜ ନାମ… 

ନୂଆଦିଲ୍ଲୀ,୧୯।୧୧: ଭାରତର କୋଟିକୋଟି କୃଷକମାନଙ୍କର ଦୀର୍ଘଦିନର ଅପେକ୍ଷା ଆଜି ଶେଷ ହୋଇଛି। ଯଦି ଆପଣ ପିଏମ କିଶାନ ଯୋଜନାର ଲାଭାର୍ଥୀ ତେବେ ତୁରନ୍ତ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରନ୍ତୁ। ହୋଇପାରେ ଆପଣଙ୍କର ମୋବାଇଲ୍‌ରେ ବ୍ୟାଙ୍କର ସେହି ମେସେଜ ପହଞ୍ଚିଯାଇଥିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶରୁ ତାମିଲନାଡୁର କୋୟମ୍ବଟୁର୍‌ରୁ ପିଏମ୍‌ କିଷାନ ସମ୍ମାନ ନିଧିର ବହୁପ୍ରତୀକ୍ଷିତ ୨୧ତମ କିସ୍ତି ଛାଡ଼ିଛନ୍ତି। ରବି ଫସଲର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟରେ ସରକାରଙ୍କ ତରଫରୁ ମିଳିଥିବା ଏହି ଅର୍ଥନୈତିକ ସହାୟତା କୃଷକମାନଙ୍କ ପାଇଁ କୌଣସି ବଡ଼ ଉପହାରଠାରୁ କମ ନୁହେଁ।
କେନ୍ଦ୍ରୀୟ କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (ପୂର୍ବରୁ ଟୁଇଟର୍‌)ରେ ସୂଚନା ଦେଇ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ ୧:୩୦ଟାରେ ଦେଶର ୯ କୋଟି କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ସମ୍ମାନ ନିଧିର ରାଶି ଟ୍ରାନ୍ସଫର୍‌ କରିବେ, ଯଦିଓ ଏହି ରାଶି ନିର୍ଦ୍ଧାରିତ ସମୟରୁ ସାମାନ୍ୟ ବିଳମ୍ବରେ ଜାରି କରାଯାଇଛି।
ଦେଶର ଅଧିକାଂଶ ରାଜ୍ୟରେ ବୁଧବାର ୨୧ତମ କିସ୍ତି ମୁକ୍ତ ହୋଇଥିବା ବେଳେ ପୂର୍ବରୁ କିଛି ରାଜ୍ୟର କୃଷକଙ୍କୁ ଏହି ରାଶି ମିଳିଯାଇଛି। ସରକାର ହିମାଚଳ ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ଜମ୍ମୁ-କାଶ୍ମୀରର କୃଷକଙ୍କ ଆକାଉଣ୍ଟରେ ଏହି ଟଙ୍କା ପୂର୍ବରୁ ଟ୍ରାନ୍ସଫର୍‌ କରିଦେଇଥିଲେ। ଏହାର ପଛରେ ଏକ ଅତ୍ୟନ୍ତ ସଂବେଦନଶୀଳ କାରଣ ଥିଲା। କାରଣ ଏହି ରାଜ୍ୟଗୁଡ଼ିକ ବିଗତ କିଛି ସମୟରୁ ପ୍ରାକୃତିକ ବିପଦର ସାମ୍ନା କରୁଥିଲେ। କେଉଁଠାରେ ବନ୍ୟା, ତ କେଉଁଠାରେ ଭୂସ୍ଖଳନ କୃଷିକୁ ବଡ଼ କ୍ଷତି ପହଞ୍ଚାଇଥିଲା। ବିପଦର ଏହି ସମୟରେ କୃଷକମାନଙ୍କୁ ସମର୍ଥନ ପ୍ରଦାନ କରିବା ପାଇଁ ସରକାର ୨୧ତମ କିସ୍ତର ଅପେକ୍ଷା ନକରି, ଏହି ରାଜ୍ୟଗୁଡ଼ିକରେ ଅଗ୍ରିମ ଦେୟ କରିଦେଇଥିଲେ।
ତେବେ କିଛି କୃଷକ ଏମିତି ମଧ୍ୟ ଥାଇପାରନ୍ତି ଯେଉଁମାନଙ୍କର ଆକାଉଣ୍ଟରେ ଆଜି ୨,୦୦୦ ଟଙ୍କାର କିସ୍ତି ପହଞ୍ଚିନାହିଁ। ଯଦି ଆପଣ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ତେବେ ଚିନ୍ତା କରନ୍ତୁ ନାହିଁ। କାରଣଗୁଡ଼ିକୁ ବୁଝିବା ଜରୁରୀ। ପଇସା ନ ଆସିବାର ସବୁଠାରୁ ବଡ଼ ଏବଂ ମୁଖ୍ୟ କାରଣ ‘ଇ-କେୟାସି’ (e-KYC)ର ସମ୍ପୂର୍ଣ୍ଣ ନ ହେବା।
ସରକାର ଇ-କେୟାସିକୁ ଆବଶ୍ୟକୀୟ କରିଦେଇଛନ୍ତି। ଯଦି ଆପଣ ଏପର୍ଯ୍ୟନ୍ତ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିନାହାନ୍ତି, ତେବେ ଆପଣଙ୍କର କିସ୍ତି ଅଟକିପାରେ। ଏହା ବ୍ୟତୀତ ଏହି ଯୋଜନା କେବଳ ସେହି କୃଷକମାନଙ୍କ ପାଇଁ ଯେଉଁମାନେ ନିଜ ପଞ୍ଜୀକୃତ ଜମିରେ କୃଷି କରି ଜୀବିକା ନିର୍ବାହ କରୁଥାନ୍ତି। ଯଦି ଜମିର କାଗଜରେ କିମ୍ବା ଆଧାର୍‌ କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟର ନାମରେ କୌଣସି ଅସୁବିଧା ଅଛି, ତେବେ ମଧ୍ୟ ଟଙ୍କା ଅଟକିଯାଇପାରେ।
ଏଥିଲାଗି ଆପଣ ପିଏମ୍‌ କିଷାନ ଯୋଜନାର ଆଧିକାରିକ ୱେବସାଇଟ୍‌ରେ ଯାଇ କିମ୍ବା ନିଜର ନିକଟସ୍ଥ କମନ ସର୍ଭିସ ସେଣ୍ଟର୍‌ (CSC)ରେ ନିଜର ଇ-କଓ୍ବୋସି ସମ୍ପୂର୍ଣ୍ଣ କରିପାରିବେ। ଯେତେବେଳେ ଆପଣଙ୍କର ଦସ୍ତାବେଜ ସଠିକ ହେବ, ଅଟକିଥିବା ରାଶି ପରବର୍ତ୍ତୀ ପ୍ରକ୍ରିୟାରେ ଆକାଉଣ୍ଟକୁ ଆସିଯିବ।
ଲାଭାର୍ଥୀର ଟଙ୍କାକୁ କିଭଳି ଯାଞ୍ଚ କରିବେ?
-ପ୍ରଥମେ ପିଏମ କିଷାନ ଅଫିସିଆଲ ସାଇଟ pmkisan.gov.inକୁ ଯାଆନ୍ତୁ।
-ହୋମ୍‌ପେଜ୍‌ ନିମ୍ନରେ କିସାନ କନର୍ର୍‌ ମିଳିବ ସେଠାରେ ଲାଭାର୍ଥୀ ତାଲିକା ଓପସନ୍‌ରେ କ୍ଲିକ କରନ୍ତୁ।
-ଏବେ ନିଜର ରାଜ୍ୟ, ଜିଲା, ଉପ-ଜିଲା, ବ୍ଲକ ଏବଂ ଗାଁଁ ବାଛନ୍ତୁ।

-ଶେଷରେ ରିପୋର୍ଟ ପ୍ରାପ୍ତ କରନ୍ତୁରେ କ୍ଲିକ କରିବା ସହିତ ଆପଣଙ୍କର ଗାଁଁର ସମସ୍ତ ଲାଭାର୍ଥୀଙ୍କର ତାଲିକା ନଜର ଆସିଯିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?