Posted inଜାତୀୟ

ସରକାର ଦୂର କରିବେ କୃଷକଙ୍କ ସମସ୍ତ ଶଙ୍କା, ବିରୋଧୀ ଉସକାଇବା କାମ କରୁଛନ୍ତି: ମୋଦି

ନୂଆଦିଲ୍ଲୀ,୧୫ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୁଜରାଟ ଗସ୍ତ କରିଛନ୍ତି । ଏହି ସମୟରେ ସେ କୃଷି ଆଇନ କଥା ଉଠାଇଛନ୍ତି । କଚ୍ଛରେ ମୋଦି ତାଙ୍କ ସମ୍ବୋଧନରେ କହିଛନ୍ତି ବିରୋଧୀ କୃଷକଙ୍କୁ ଉସକାଇବା କାମ କରୁଛନ୍ତି । ସେ କଥା ଦେଇଛନ୍ତି ଯେ କୃଷି ଆଇନକୁ ନେଇ କୃଷକଙ୍କ ମନରେ ଥିବା ସମସ୍ତ ଶଙ୍କାକୁ ସରକାର ଦୂର କରିବେ । ସେ ପୁଣି କହିଛନ୍ତି ଦିଲ୍ଲୀ ନିକଟରେ ଏବେ କୃଷକଙ୍କୁ ଡରାଇ ଦିଆଯାଉଛି । ନୂଆ କୃଷି ଆଇନରେ ଆମେ କୃଷକଙ୍କୁ ସମ୍ପୂର୍ଣ୍ଣ ସ୍ୱାଧିନତା ଦେଇଛୁ । ଯାହା ବହୁ ପୂର୍ବରୁ କୃଷକମାନେ ଦାବି କରିଥିଲେ । ହେଲେ ଏବେ ଏହାକୁ ନେଇ ବିରୋଧୀ କୃଷକଙ୍କ ମନରେ ଭ୍ରମ ଧାରଣା ସୃଷ୍ଟି କରୁଛି । କୃଷକଙ୍କ ହିତ ସରକାରଙ୍କ ପ୍ରାଥମିକତା । ସରକାର କୃଷକଙ୍କ ଆୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଦେଶର ପ୍ରତି କୋଣରୁ କୃଷକ ନୂଆ କୃଷି ନୀତି ସପକ୍ଷରେ ରହିଛନ୍ତି । କିନ୍ତୁ ବିରୋଧି କୃଷକଙ୍କୁ ଭୁଲ ବାଟ ଦେଖାଇବା ସହ ସେମାନଙ୍କ କାନ୍ଧରେ ବନ୍ଧୁକ ରଖି ଫୁଟାଉଛନ୍ତି ବୋଲି ମୋଦି କହିଛନ୍ତି । କଚ୍ଛରେ ପହଞ୍ଚି ମୋଦି କହିଛନ୍ତି ଆଜି ସର୍ଦ୍ଦାର ପଟେଲଙ୍କ ସ୍ୱପ୍ନ ପୂରଣ ହୋଇଛି । ଏବେ କଚ୍ଛରେ ବିଶ୍ୱର ସବୁଠାରୁ ବଡ ହାଇବ୍ରିଡ ଏନର୍ଜି ପାର୍କ ସ୍ଥାପନ ହେବାକୁ ଯାଉଛି । ଯେତିକି ବଡ ପାର୍କ ସିଙ୍ଗାପୁର ଓ ବାହାରିନରେ ରହିଛି ସେତିକି ବଡ ପାର୍କ ନିର୍ମାଣ କରାଯିବ । ଏହାଯୋଗୁ କ୍ଲିନ ଏନର୍ଜି କ୍ଷେତ୍ରରେ ଦେଶ ଲଗାତାର ଆଗକୁ ବଢୁଛି । ଏହି ପାର୍କ ଦ୍ୱାରା ସିଧାସଳଖ ଲାଭ କୃଷକଙ୍କୁ ମିଳିବ । କଚ୍ଛ ଏବେ ବିଶ୍ୱର ପର୍ଯ୍ୟଟନ ସ୍ଥଳ ମଧ୍ୟରେ ଗଣାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri