ଆରମ୍ଭ ହେବ ଯୁକ୍ତ ୨ ପାଠପଢ଼ା: ନୂଆ ଛାତ୍ରୀଛାତ୍ରଙ୍କୁ ସରକାରଙ୍କ ନୀତି ନିୟମ ଉପରେ ସଚେତନ କରାଇ…

ଭଞ୍ଜନଗର,୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ନିମନ୍ତେ ପ୍ରବେଶ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୂତନ ଛାତ୍ରୀଛାତ୍ରଙ୍କୁ ସ୍ବାଗତ କରାଯିବା ସହ ସରକାରଙ୍କ ନୀତି ନିୟମ ଉପରେ ସଚେତନ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଗଗନ ବିହାରୀ ପୁରୋହିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ସେ ଛାତ୍ରୀଛାତ୍ରଙ୍କୁ ଶୃଙ୍ଖଳିତ ଜୀବନ ବିତାଇବା ସହ କର୍ମଠ ହେବାକୁ ଆହ୍ବାନ କରିଥିଲେ। ତା’ହେଲେ ଯାଇ ପିଲାମାନେ ଆଗକୁ ବଢ଼ିପାରିବ। ଭବିଷ୍ୟତ ଗଢ଼ିବାର ପ୍ରକୃତ ସମୟ ହେଉଛି ବର୍ତ୍ତମାନ। ତେଣୁ ଉକ୍ତ ସମୟର ସଦ୍‌ବିନିଯୋଗ କରି ଛାତ୍ରୀଛାତ୍ର ଆଗକୁ ବଢ଼ିବାକୁ ଅଧ୍ୟକ୍ଷ ଆହ୍ବାନ କରିଥିଲେ। ଯୁକ୍ତ ୨ ନାମ ଲେଖା ସଂଯୋଜକ ଅଧ୍ୟାପକ ପ୍ରତ୍ୟୁଷ କାର୍ଜୀ
ଛାତ୍ରୀଛାତ୍ରଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଓ ମହାବିଦ୍ୟାଳୟର ଶୃଙ୍ଖଳା ସମ୍ପର୍କରେ ସଚେତନ କରାଇଥିଲେ। ଏଥିସହ ଅନ୍‌ଲାଇନ କ୍ଲାସ, ସେଲ୍ଫ ଡିଫେନ୍ସ ଓ ଅନ୍ୟାନ୍ୟ ଛାତ୍ର କଲ୍ୟାଣମୂଳକ ବିଷୟ ଉପରେ କହିଥିଲେ। ଛାତ୍ରୀଛାତ୍ର ମହାବିଦ୍ୟାଳୟର ସୋସିଆଲ ମିଡିଆ ପ୍ଲାଟଫର୍ମ ସହ ଯୋଡ଼ି ହୋଇ ବିଭିନ୍ନ ଶିକ୍ଷାମୂଳକ ଓ ସହଶିକ୍ଷା କାର୍ଯ୍ୟକ୍ରମର ସୂଚନା ପାଇବାକୁ ଛାତ୍ରୀଛାତ୍ରଙ୍କୁ କାର୍ଜୀ ଆହ୍ବାନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ କୁମୁଦ ଚନ୍ଦ୍ର ମହାପାତ୍ର, ଅଧ୍ୟାପକ ରଜତ ମିଶ୍ର, ଆଇକ୍ୟୁଏସି ସଂଯୋଜକ ଡ. ଦେବାଶିଷ ସ୍ବାଇଁ, ଷ୍ଟାଫ୍‌ କାଉନସିଲ ସେକ୍ରେଟାରୀ ଅଧ୍ୟାପିକା ସୁନିତା ରାଣୀ ଖଣ୍ଡୁଆଳ ଓ ଯୁକ୍ତ ୨ ନାମ ଲେଖା ଇନ୍‌ଚାର୍ଜ ଅର୍ପଣ ପ୍ରଧାନ, ଅଧ୍ୟାପିକା ରାଜଲକ୍ଷ୍ମୀ ରଥ, ଅଧ୍ୟାପକ ଡ. ରବୀନ୍ଦ୍ର କୁମାର ମିଶ୍ର, ଯୁକ୍ତ ୨ ଭୋକେସନାଲ କଲେଜର ଅଧ୍ୟାପକ ଆର୍‌. ହରିଶ, ଦୁର୍ଗା ପ୍ରସାଦ ସାହୁ,ବିଦେଶୀ ରାଉତ ଓ ଅଧ୍ୟାପିକା ସ୍ମରଣିକା ପାଢ଼ୀ, ମିନାକ୍ଷୀ ପ୍ରଧାନ ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଛାତ୍ରୀଛାତ୍ରଙ୍କ ନିୟମିତ ଉପସ୍ଥାନ ଉପରେ ଗୁରୁତ୍ୱାରୋପ କରାଯାଇ ୭୫ ପ୍ରତିଶତ ଉପସ୍ଥାନ ନ ଥିଲେ ନିୟମାନୁସାରେ ନାମଲେଖା ଓ ପରୀକ୍ଷା ସମ୍ପର୍କିତ ସୁବିଧା ପ୍ରଭାବିତ ହୋଇପାରେ ବୋଲି ସଚେତନ କରାଯାଇଥିଲା। ୟୁନିଫର୍ମ ପିନ୍ଧି କଲେଜ ଆସିବେ। କଲେଜ ପରିସରରେ ଛାତ୍ରୀଛାତ୍ର ଶୃଙ୍ଖଳିତ ଜୀବନ ବିତାଇବାକୁ ଉପସ୍ଥିତ ଅତିଥିମାନେ ଆହ୍ବାନ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଡାକ୍ତର ଅଛନ୍ତି ମାତ୍ର ୧୦…ଛତ୍ରପୁର ହସ୍ପିଟାଲରେ ICU ଓ ଟ୍ରମା କେୟାର ପାଇଁ ଉଠିଲା ଦାବି

ଛତ୍ରପୁର,୬ା୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଉପରେ ଦୈନିକ ଶତାଧିକ ରୋଗୀ ନିର୍ଭର କରନ୍ତି । ପର୍ଯ୍ୟାପ୍ତ ସଂଖ୍ୟକ…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ରାସ୍ତା ନିର୍ମାଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

ଗଞ୍ଜାମ,୬।୯(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ୯ ବରପଲ୍ଲୀ ଗ୍ରାମକୁ ଉପଯୁକ୍ତ ରାସ୍ତା ଟିଏ ନଥିଲା । ଦୀର୍ଘ ବର୍ଷ ହେବ ମୋରମ ବିଛା…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri