ସରକାରୀ ଜାଗାକୁ ପ୍ଲଟିଂ କରି ବିକ୍ରି

ପଟ୍ଟାମୁଣ୍ଡାଇ, ୬।୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳ ଏବେ ଜବରଦଖଲକାରୀଙ୍କର ଭୂସ୍ବର୍ଗ ପାଲଟିଛି। ପ୍ରତ୍ୟେକ ପଞ୍ଚାୟତ ଅଞ୍ଚଳରେ ଥିବା ସରକାରୀ ଜାଗାଗୁଡ଼ିକ ପ୍ରଭାବଶାଳୀ ବ୍ୟକ୍ତିମାନେ ଅକ୍ତିଆର କରି ତାକୁ ପ୍ଲଟିଂ କରି ନିରୀହ ଲୋକଙ୍କୁ ବିକ୍ରି କରୁଛନ୍ତି। ଫଳରେ ନିରୀହ ଲୋକେ ସେମାନଙ୍କ ଦ୍ୱାରା ଶୋଷଣର ଶିକାର ହେଉଥିବାବେଳେ ପ୍ରଶାସନର ନୀରବତାକୁ ନେଇ ଗଁା ଗଁା, ସାହି ସାହି ଏବଂ ବ୍ୟକ୍ତିଗତ ଭାବେ ଗଣ୍ଡଗୋଳ ଘଟି ହଣା କଟା ହୋଇ ଥାନାର ଦ୍ୱାରସ୍ଥ ହେଉଛନ୍ତି। ଜବରଦଖଲ ଘଟଣା ପୋଲିସ ପାଇଁ ଅଯଥା ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏ ସଂକ୍ରାନ୍ତରେ ପଟ୍ଟାମୁଣ୍ଡାଇ ତହସିଲ ପ୍ରଶାସନ ସବୁ ଜାଣି ନୀରବ ରହୁଥିବା ଯୋଗୁ ଜବରଦଖଲକାରୀମାନେ ଜୋର ଯା’ର ମୁଲକ ତା’ର ନ୍ୟାୟରେ ସେମାନଙ୍କ କାର୍ଯ୍ୟ ଚାଲୁ ରଖିଛନ୍ତି। ପ୍ରତି ଗ୍ରାମରେ ଜବରଦଖଲକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ତହସିଲ କାର୍ଯ୍ୟାଳୟର ବିଭିନ୍ନ ବିଭାଗରେ ସ୍ଥାଣୁତା ସୃଷ୍ଟି ହେଉଥିବା ବେଳେ ସରକାରୀ ଜାଗାକୁ କିସମ ପରିବର୍ତ୍ତନ କରି ବିକ୍ରି ହେଉଥିବା ଅଭିଯୋଗ ହେଉଛି।
ପଟ୍ଟାମୁଣ୍ଡାଇ ତହସିଲର ବାଛରା ପଞ୍ଚାୟତ ବାଛରା ଗଁାର ଖାତା ନଂ. ୩୭୨, ପ୍ଲଟ ନଂ. ୨୬୭ର ୬ ଡିସିମିଲ ଗୋଚର ଜମିକୁ ଜଣେ ବ୍ୟକ୍ତି ବେଆଇନ ଦଖଲ କରିଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନାହିଁ। ସେହିପରି କାକୁଡ଼ିପଲ୍ଲୀ ମୌଜା କେନାଲ ପାଖ ଜଳସମ୍ପଦ ବିଭାଗ ସାବକ ଖାତା ନଂ.୧୫, ପ୍ଲଟ ନଂ. ୩୫ ସମୁଦାୟ ୯୪ ଡିସିମିଲ ଓ ସାବକ ଖାତା ନଂ. ୩, ପ୍ଲଟ ନଂ.୨୩୫ ଏରିଆ ୯୯ ଡିସିମିଲ ଜାଗାରୁ ପ୍ରାୟ ୬୬ ଡିସିମିଲ ଜାଗାକୁ ଜଣେ ବ୍ୟକ୍ତିଙ୍କ ନାମରେ କରି ଦିଆଯାଇଛି। ଯାହାକୁ ନେଇ ସ୍ଥାନୀୟ ଲୋକେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ମଧ୍ୟ ନେଇଛନ୍ତି। ଏ ନେଇ ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ସହନିର୍ବାହୀ ଯନ୍ତ୍ରୀ ଚିଠି ନଂ. ୪୨୦, ୨୦ା୭ା୨୦୨୨ରେ ସାବିକ ଟ୍ରେଡ ଓ ଟ୍ରେସ୍‌ ମ୍ୟାପ ସଲଙ୍ଗ ତହସିଲଦାରଙ୍କୁ ଚିଠି କରିଥିଲେ। ମାତ୍ର ତହସିଲଦାର କୌଣସି ପଦକ୍ଷେପ ନ ନେବାରୁ ଜଳସମ୍ପଦ ବିଭାଗ ଉପରିସ୍ଥ ଅଧିକାରୀ କେନ୍ଦ୍ରାପଡ଼ାଙ୍କୁ ଅବଗତ କରାଇବା ସହ ଚିଠି ନଂ. ୫୨୩, ୮ା୯ା୨୦୨୨ରେ ତହସିଲଦାରଙ୍କୁ ଡିମାରକେଶନ ପାଇଁ ଚିଠି କରିଥିଲେ। ମାତ୍ର ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିଲା ନାହିଁ। ସେହିପରି ଗୋବାରୀ ନଦୀ ଜାଗା କିସମ ପରିବର୍ତ୍ତନ ହୋଇ ସମ୍ପୃକ୍ତ ଜାଗାକୁ ପ୍ଲଟିଂ କରି ନିରୀହ ଲୋକମାନଙ୍କୁ ବିକ୍ରି କରି ଶୋଷଣ କରାଯାଉଛିି। ଅଭିଯୋଗ ପରେ ତହସିଲଦାର ଧାରା ୬ (୧) ନିୟମ ୯(କ) ଅନୁସାରେ ‘ଖ’ ଫର୍ମ ନୋଟିସ ପଠାଇଥିଲେ। ଏହି ନୋଟିସ ଅନୁସାରେ ଜବରଦଖଲକାରୀଙ୍କୁ ଉକ୍ତ ଜାଗାକୁ ଜବରଦଖଲ ମୁକ୍ତ କରିବା ପାଇଁ ୩୦ ଦିନ ସମୟ ଦିଆଯାଇଥିଲା। ନିୟମ ଅନୁସାରେ ଜବରଦଖଲକାରୀ ନିଜେ ସମ୍ପୃକ୍ତ ଜାଗାକୁ ଖାଲି ନ କଲେ ଆଇନ ଅନୁଯାୟୀ ଘରଠାରୁ ଆରମ୍ଭ କରି ସମସ୍ତ ଜିନିଷ ଶସ୍ୟ ଏବଂ ଅନ୍ୟ ଫସଲ ବାଜ୍ୟାପ୍ତି କରାଯିବ ବୋଲି ତାଗିଦ କରାଯାଇଥିଲା। ମାତ୍ର ତାହା ଧାର୍ଯ୍ୟ ସମୟ ଅତିକ୍ରାନ୍ତ କରିଥିଲେ ମଧ୍ୟ ସମ୍ପୃକ୍ତ ଜବରଦଖଲକାରୀ ଉକ୍ତ ଜାଗାକୁ ଦଖଲ ମୁକ୍ତ କରିବା ପରିବର୍ତ୍ତେ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକୁ ବେଖାତିର କରିବା ପଛରେ କ’ଣ ଉଦ୍ଦେଶ୍ୟ ରହିଛି ତାହା ତଦନ୍ତସାପେକ୍ଷ ବୋଲି ଆଇନଜୀବୀ କ୍ଷୀରୋଦ ପ୍ରଧାନ, ପ୍ରମୋଦ ସାହୁ, ସାମାଜିକ କର୍ମୀ ଦେବାଶିଷ ପଣ୍ଡା, ବୁଦ୍ଧିଜୀବୀ ପ୍ରଫୁଲ୍ଲ ଦାଶ ପ୍ରମୁଖ ଦାବି କରିଛନ୍ତି। ତାହାସିଲଦାରଙ୍କର ଅବହେଳା ଏବଂ ଖାମଖିଆଲି ମନୋଭାବ ଯୋଗୁ ସରକାରୀ ନିୟମ ଅନୁସାରେ ସମସ୍ତ ନୋଟିସ୍‌ କରାଯିବା ପରେ ଯଦି ସମ୍ପୃକ୍ତ ଜାଗାରୁ ଉଚ୍ଛେଦ କରା ନ ଯାଏ ତାହା ହେଲେ ଜବରଦଖଲକାରୀମାନେ ଡରିବେ କାହିଁକି ବୋଲି ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ତହସିଲଦାର ଦିଲୀପ ସେଠୀଙ୍କୁ ପଚାରିବାରୁ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ରହିଛି, ସମୟକ୍ରମେ ଏହି ଉଚ୍ଛେଦ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri