Posted inଫୁରସତ

ପର୍ଯ୍ୟଟନରେ ମନୋରମ ୟୁକସୋମ

ୟୁକସୋମ ହେଉଛି ସିକ୍କିମ୍‌ସ୍ଥିତ ଏକ ଆକର୍ଷଣୀୟ ତଥା ମନୋରମ ସହର। ଏଠାରେ ରହିଛି ଏକାଧିକ ସୁନ୍ଦର ପର୍ଯ୍ୟଟନସ୍ଥଳୀ। ଖାସ୍‌କରି ଏଠାରେ ଦେଖିବାକୁ ମିଳୁଥିବା ଜଙ୍ଗଲ ପରିବେଷ୍ଟିତ ପାହାଡ଼ର ଅପୂର୍ବ ଦୃଶ୍ୟ ବେଶ୍‌ ଆଖିଦୃର୍ଶୀୟା ହୋଇଥାଏ। ଏହାଛଡ଼ା ଏଠାରେ ବି ଦେଖିବାକୁ ମିଳେ ହ୍ରଦ ଏବଂ ଏକାଧିକ ବୌଦ୍ଧ ମଠ। କେବଳ ପର୍ଯ୍ୟଟନ ଦୃଷ୍ଟି କୋଣରୁ ନୁହେଁ ଏଠାକାର ସଂସ୍କୃତି ଓ କଳା ମଧ୍ୟ ବେଶ୍‌ ସମୃଦ୍ଧ ଆଉ ହୃଦୟସ୍ପର୍ଶୀ। ସେଥିପାଇଁ ବର୍ଷକ ବାରମାସ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଗହଳି ପରିଲକ୍ଷିତ ହୋଇଥାଏ।

କ’ଣ ଦେଖିବେ
ଏଠାରେ ପର୍ଯ୍ୟଟକ ଦୁବ୍‌ଦି ନାମରେ ଏକ ଲୋକପ୍ରିୟ ବୌଦ୍ଧ ମଠ ଦେଖିବାର ସୂଯୋଗ ପାଇପାରିବେ। ଏହି ମଠକୁ କେହି କେହି ୟୁକସୋମ ମଠ ବୋଲି ବି କହିଥାନ୍ତି। ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ୧୭୦୧ ମସିହାରେ ନିର୍ମିତ ହୋଇଥିବା ଏହି ବୌଦ୍ଧ ମଠଟି ଆଜିବି ତା’ର ଆକର୍ଷଣୀୟ ପରିପାଟିରେ ଆଗନ୍ତୁକଙ୍କୁ ସ୍ବାଗତ କରିବାକୁ ୟୁକସୋମରେ ସେମିତି ଦଣ୍ଡାୟମାନ ହୋଇ ରହିଛି। କେବଳ ଏହି ଗୋଟିଏ ମଠ ନୁହେଁ, ୟୁକସୋମର ନିକଟବର୍ତ୍ତୀ ଅଞ୍ଚଳରେ ଆହୁରି ଅନେକ ଛୋଟବଡ଼ ମଠ ଦେଖିବାକୁ ମିଳିଥାଏ।

ଯେମିତିକି: ପେମୟାଙ୍ଗସେ ମଠ, ସାଙ୍ଗ ଚୋଏଲିଂ ମଠ, ତାସିଡିଂ ମଠ ଇତ୍ୟାଦି ଅନ୍ୟତମ। ବୌଦ୍ଧମଠ ବ୍ୟତିତ ପର୍ଯ୍ୟଟକ ଏଠାରେ ଖେଚେଓପଲ୍‌ରି ନାମରେ ଏକ ହ୍ରଦ ବି ଦେଖିବାର ମଜା ନେଇପାରିବେ। କେବଳ ସେତିକି ନୁହେଁ, ସମୁଦ୍ରପତ୍ତନଠାରୁ ପ୍ରାୟ ୧୭୮୦ ମିଟର ଉଚ୍ଚତାରେ ଥିବା ଏହି ସହରରେ ପର୍ଯ୍ୟଟକ ଅନେକ ଜଙ୍ଗଲ ପରିବେଷ୍ଟିତ ପାହାଡ ଦେଖିବାର ମଜା ମଧ୍ୟ ନେଇପାରିବେ।

ଟ୍ରେକିଂ ପାଇଁ ବି ପ୍ରସିଦ୍ଧ
ପାହାଡ ପର୍ବତ ଘେରା ଏହି ଅଞ୍ଚଳରେ ଟ୍ରେକିଂ ପାଇଁ ବି ରହିଛି ବେଶ୍‌ ସୁବିଧା ସୂଯୋଗ। ଖାସ୍‌ ସେଥିପାଇଁ ଦୁଃସାହସିକ ପର୍ଯ୍ୟଟନରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କର ଏଠାରେ ବେଶ ଭିଡ଼ ଜମିଥାଏ।

ଇକୋ-ଟୁରିଜିମ୍‌
ଇକୋ-ଟୁରିଜିମ୍‌ କ୍ଷେତ୍ରରେ ବି ୟୁକସୋମର ରହିଛି ବେଶ୍‌ ନାଁ ଆଉ ଖ୍ୟାତି। ପାହାଡ, ପର୍ବତ ଘେରା ଏହି ଅଞ୍ଚଳର ଲୋକମାନେ ପରିଷ୍କାର, ପରିଚ୍ଛନ୍ନତା ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି; ଯାହାକି ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ।

କେବେ ଓ କେମିତି ଯିବେ
ୟୁକସୋମକୁ ବର୍ଷକ ବାରମାସ ବୁଲି ଯିବାର ସୁବିଧା ଥିଲେ ହେଁ, ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ଡିସେମ୍ବରରୁ ଫେବୃୟାରୀ ଏଠାରେ ବହୁତ ଥଣ୍ଡା ଅନୁଭବ ହୋଇଥାଏ। ତେଣୁ ଏଠାକୁ ଭ୍ରମଣରେ ଯିବା ପାଇଁ ମାର୍ଚ୍ଚରୁ ଜୁନ୍‌ ଏବଂ ସେପ୍ଟେମ୍ବରରୁ ନଭେମ୍ବର ହେଉଛି ସବୁଠୁ ଭଲ ସମୟ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ପର୍ଯ୍ୟଟକ ଚାହିଁଲେ ଟୁରିଷ୍ଟ ବସ୍‌ ହେଉ ଅବା ନିଜସ୍ବ ଗାଡ଼ିରେ ମଧ୍ୟ ଆରାମରେ ଯାଇ ଏଠାରେ ପହଁଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri