ମନୋରମ ବେଳାଭୂମି ଯମୁନାଶୂଳ

ଲଙ୍ଗଳେଶ୍ୱର, ୭।୧୨: ଶୀତର ଆଗମନ ସାଙ୍ଗକୁ ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ। କୋଭିଡ କଟକଣା ପାଇଁ ଗତ ଦୁଇବର୍ଷ ଧରି ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ବନ୍ଦ ରହିଥିଲା। ଏବେ ଚଳଚଞ୍ଚଳ ହୋଇଉଠିଛି ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ। ବାଲେଶ୍ୱର ଜିଲାରେ ଥିବା ପର୍ଯ୍ୟଟନସ୍ଥଳୀ ମଧ୍ୟରେ ବାଲିଆପାଳ ବ୍ଲକର ଯମୁନାଶୂଳ ବେଳାଭୂମିର ମନୋରମ ଦୃଶ୍ୟକୁ ଉପଭୋଗ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ହେଲେ ଏହା ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇ ନ ଥିବାରୁ ଆଖିଦୃଶିଆ ବିକାଶ ହୋଇପାରିନି।
ବାଲେଶ୍ୱର ଜିଲା ସଦର ମହକୁମାଠାରୁ ୭୦ କି.ମି. ଏବଂ ବାଲିଆପାଳ ବ୍ଲକ ମୁଖ୍ୟାଳୟଠାରୁ ମାତ୍ର ୨୦ କି.ମି. ଦୂରରେ ରହିଛି ଯମୁନାଶୂଳ ବେଳାଭୂମି। ଓଡ଼ିଶା ସୀମାନ୍ତରେ ଏହି ବେଳାଭୂମି ରହିଥିବାରୁ ଓଡ଼ିଶା ସମେତ ପଡ଼ୋଶୀ ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର ଆଦି ରାଜ୍ୟର ପର୍ଯ୍ୟଟକମାନେ ଏଠାକୁ ଛୁଟି ଆସିଥାନ୍ତି। ସୁବିସ୍ତୀର୍ଣ୍ଣ ବାଲୁକାଶଯ୍ୟା ସାଙ୍ଗକୁ ଝାଉଁ ବନାନୀର ସୁଁ ସୁଁ ଶବ୍ଦ ମଧ୍ୟରେ ନାଲି କଙ୍କଡ଼ାଙ୍କ ଲୁଚକାଳି ଖେଳ ମଧ୍ୟରେ ପର୍ଯ୍ୟଟକମାନେ ସତେଯେମିତି ନିଜକୁ ହଜାଇ ଦେଇଥାନ୍ତି। ସମୁଦ୍ର ନୀଳ ଜଳରାଶି ମଧ୍ୟରୁ ଉତ୍ତାଳ ତରଙ୍ଗ ପର୍ଯ୍ୟଟକଙ୍କୁ ଆନମନା କରୁଥିବା ବେଳେ ପୁଣି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟର ଜଳରାଶି ମନମୋହି ନେଇଥାଏ। ଏଥିପାଇଁ କେବଳ ପର୍ଯ୍ୟଟନ ଋତୁ ନୁହେଁ ବର୍ଷତମାମ ବଣଭୋଜି, ସାମୁଦ୍ରିକ ଜଳକ୍ରୀଡ଼ା ଆଦି ମନୋରମ ଦୃଶ୍ୟର ମଜା ନେବା ପାଇଁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ଏଠାରେ ଅନୁଷ୍ଠିତ ମକରମେଳା, ବାରୁଣୀ ସ୍ନାନ ପାଇଁ ମଧ୍ୟ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ। ଏହି ବେଳାଭୂମିକୁ ଯିଏ ଥରେ ଆସିଥାଏ ସେ ବେଳାଭୂମିର ମନୋରମ ଦୃଶ୍ୟକୁ କେବେ ବି ମନରୁ ପାଶୋରି ପାରେନି। ଏହା ଏକ ସୁଦୀର୍ଘ ଓ ସମତଳ ବେଳାଭୂମି ହୋଇଥିବାରୁ ପର୍ଯ୍ୟଟକମାନେ ଏଠାକୁ ଆସି ବିମୋହିତ ହୋଇଥାନ୍ତି। ହେଲେ ବେଳାଭୂମିର ଉନ୍ନତୀକରଣ ଲାଗି ପଦକ୍ଷେପ ନିଆଯାଇ ନ ଥିବାରୁ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନଙ୍କ ରାତ୍ରିଯାପନ ନିମନ୍ତେ ଏଠାରେ ରହିଛି ଏକ ପାନ୍ଥନିବାସ। ଏହି ପାନ୍ଥନିବାସରେ ପର୍ଯ୍ୟଟକଙ୍କ ରହଣି ପାଇଁ ସୁସଜ୍ଜିତ କୋଠରୀ ସାଙ୍ଗକୁ ପ୍ରଶସ୍ତ ମିଟିଂ ହଲ, ଡାଇନିଂ ହଲ, ଏକାଧିକ ସ୍ନାନାଗାର ସାଙ୍ଗକୁ ରୋଷେଇ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି। ପର୍ଯ୍ୟଟକଙ୍କ ଖାଇବା ପାଇଁ ଭୋଜନାଳୟର ବ୍ୟବସ୍ଥା ରହିଛି। ଏହି ମନୋରମ ବେଳାଭୂମିରେ ପାର୍କ ପ୍ରତିଷ୍ଠା ସହ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ସାମୁଦ୍ରିକ ମାଛ ଆକ୍ୱାରିୟମ ପ୍ରତିଷ୍ଠା, ଉଜ୍ଜଳ ଆଲୋକମାଳା, ଗମନାଗମନ ପାଇଁ ରାସ୍ତା ପ୍ରଶସ୍ତୀକରଣ କରାଗଲେ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବଢ଼ିପାରନ୍ତା ବୋଲି ସ୍ଥାନୀୟ ବାସିନ୍ଦା ଏବଂ ପର୍ଯ୍ୟଟକମାନେ କହିଛନ୍ତି। ଓଡ଼ିଶାର ଅନ୍ୟ ବେଳାଭୂମି ଭଳି ଯଦି ସରକାର ଏହି ବେଳାଭୂମିର ବିକାଶ ଦିଗରେ ପଦକ୍ଷେପ ନିଅନ୍ତେ କେବଳ ବାଲିଆପାଳ ବ୍ଲକ ନୁହେଁ ସମଗ୍ର ଜିଲା ସମେତ ରାଜ୍ୟର ମଧ୍ୟ ସାମାଜିକ ଓ ଅର୍ଥନୈତିକ କ୍ଷେତରେ ପ୍ରଗତି ହୋଇପାରନ୍ତା ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

କମଳାକାନ୍ତ ଦାସ


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri