ସ୍ବାର୍ଥରକ୍ଷା ପାଇଁ ସୁରକ୍ଷା

ଅନୁଗୋଳ ଅଫିସ, ୭।୧୨: ଅନେକ ସମୟରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ଼ ମରାଯାଉଛି। ମୋବାଇଲ ଛଡ଼ାଇ ଭାଙ୍ଗି ଦିଆଯାଉଛି। ଆକ୍ରୋଶ ମନୋଭାବ ରଖି ହଇରାଣ କରାଯାଉଛି। ଦଲାଲଙ୍କ ପ୍ରବେଶ ରୋକିବା ପରିବର୍ତ୍ତେ ସେମାନଙ୍କ ସହ ସାଲିସ କରି ରୋଗୀ ଓ ସମ୍ପର୍କୀୟଙ୍କଠାରୁ ଅର୍ଥ ଠକେଇ କରାଯାଉଛି। ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷା କର୍ମଚାରୀଙ୍କ ମଧ୍ୟରୁ କେତେଜଣଙ୍କ ବିରୋଧରେ ଏପରି ଅଭିଯୋଗ ବାରମ୍ବାର ଆସୁଛି। ଏପରି କି ସୁରକ୍ଷା କାର୍ଯ୍ୟର ଟେଣ୍ଡର ନେଇଥିବା ସଂସ୍ଥାକୁ ବଦଳାଇବାକୁ ସ୍ବର ଉଠୁଛି। ହେଲେ କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ବରଂ ବର୍ଷ ବର୍ଷ ଧରି ସଂସ୍ଥା ଓ ଏହାର କର୍ମଚାରୀଙ୍କୁ ସୁରକ୍ଷା ଦିଆଯାଉଛି। ମେଡିକାଲର କେତେଜଣ ଅଧିକାରୀ ନିଜ ସ୍ବାର୍ଥ ପାଇଁ ଠିକା ସଂସ୍ଥା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ସାଧାରଣରେ ଅଭିଯୋଗ ହେଉଛି।
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଉପରେ ଅନୁଗୋଳ ସହ ପଡ଼ୋଶୀ ଜିଲା ଢେଙ୍କାନାଳ, ଦେବଗଡ଼, ବୌଦ୍ଧର ବହୁ ରୋଗୀ ନିର୍ଭରଶୀଳ। ହେଲେ ସେମାନଙ୍କ ମଧ୍ୟରୁ ଅନେକେ ବିଭିନ୍ନ ସମୟରେ ଏଠାରେ ଠକେଇ, ଆକ୍ରମଣ ସହ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବିଶେଷକରି ମୁଖ୍ୟ ଚିକିତ୍ସାଳୟର କେତେଜଣ ସୁରକ୍ଷାକର୍ମୀ ଆକ୍ରୋଶମୂଳକ ମନୋଭାବ ପୋଷଣ କରୁଥିବା ଅଭିଯୋଗ ହେଉଛି। ଏ ନେଇ ବାରମ୍ବାର କର୍ତ୍ତୃପକ୍ଷଙ୍କ ନିକଟରେ ଆପତ୍ତି କରାଯାଉଥିଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ନିଆଯାଉ ନାହିଁ। ଫଳରେ ସୁରକ୍ଷା କର୍ମୀ ଯୋଗାଉଥିବା ସଂସ୍ଥା ଓ ଏହାର କର୍ମଚାରୀମାନଙ୍କ ମନମୁଖି କାର୍ଯ୍ୟ ବଢ଼ିବାରେ ଲାଗିଥିବା ଆଲୋଚନା ହେଉଛି। ସୁରକ୍ଷା କର୍ମଚାରୀଙ୍କ ଉପସ୍ଥିତିରେ ମେଡିକାଲ ପରିସରରୁ ଗାଡ଼ି ଚୋରି ହେଉଛି। ରୋଗୀମାନେ ବେଡ୍‌ରୁ ଉଠି କେଉଁଆଡ଼େ ପଳାଇ ଯାଉଛନ୍ତି। ଏପରି କି ଜଣେ ସୁରକ୍ଷା କର୍ମୀ ରୋଗୀଙ୍କୁ ଇଞ୍ଜେକଶନ ଲଗାଯାଉଥିବା ଦୃଶ୍ୟ ଅତୀତରେ ଦେଖିବାକୁ ମିଳିଛି। ସୁରକ୍ଷା ଦାୟିତ୍ୱରେ ରହିଥିବା କର୍ମଚାରୀଙ୍କ ମଧ୍ୟରୁ କେତେଜେଣ ନକଲି ସାର୍ଟିଫିକେଟ୍‌ ଦେଇ ତ ଆଉ କେତେଜଣ ହାତ ଗୁଞ୍ଜା ଦେଇ ଚାକିରି ପାଇଥିବା ଯୋଗ୍ୟତା ଅନୁଧ୍ୟାନ ବେଳେ ସଂସ୍ଥା ଜାଣିବାକୁ ପାଇଛି। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଗତ ରବିବାର ମେଡିକାଲରେ ବି-ସିପ୍ଟରେ ୩୦ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିଲା। କିନ୍ତୁ କିଏ ମେଳା ଦେଖିବାକୁ ତ ଆଉ କିଏ ଭୋଜି କରିବାକୁ ଯାଇଥିବାରୁ ମାତ୍ର ୧୯ ଜଣ କର୍ମଚାରୀ ଡ଼୍ୟୁଟି କରିଥିବା ଆଲୋଚନା ହେଉଛି। ମେଡିକାଲ ପରିସରରେ ଦଲାଲ୍‌ଙ୍କ ଠାରୁ ଆରମ୍ଭ କରି ଗାଡ଼ି ଚୋରି କରୁଥିବା ଦୁର୍ବୃତ୍ତମାନେ ସକ୍ରିୟ ରହିଥିଲେ ମଧ୍ୟ ସୁରକ୍ଷା କର୍ମୀମାନେ ସେମାନଙ୍କୁ ଧରିପାରୁ ନାହାନ୍ତି। ରାତି ହେଲେ କେତେଜଣ ସୁରକ୍ଷାକର୍ମୀ ଡ୍ୟୁଟିରେ ଥାଇ ବି ଶୋଇ ପଡ଼ୁଥିବା ଅଭିଯୋଗ ହେଉଛି। ସୁରକ୍ଷା ଦାୟିତ୍ୱ ନେଇଥିବା ସଂସ୍ଥା ଠିକ୍‌ ସମୟରେ ଗୃହ ବିଭାଗରେ ପ୍ରମାଣପତ୍ର ଦାଖଲ କରୁନାହିଁ। କିନ୍ତୁ ଉକ୍ତ ସଂସ୍ଥାକୁ ବାରମ୍ବାର ଟେଣ୍ଡର ଦିଆଯାଇ ଦାୟିତ୍ୱ ପ୍ରଦାନ କରାଯାଉଛି। କାହାର ସ୍ବାର୍ଥକୁ ଦୃଷ୍ଟିରେ ରଖାଯାଇ ଏଭଳି କାର୍ଯ୍ୟ କରାଯାଉଛି ତାହାକୁ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି।

 

ସମସ୍ତଙ୍କୁ ଅବଗତ କରାଯାଇଛି
ସୁରକ୍ଷାକର୍ମୀମାନେ ବିଭିନ୍ନ ସମୟରେ କାର୍ଯ୍ୟରେ ଖିଲାଫ କରୁଛନ୍ତି। ଏ ନେଇ ଠିକା ସଂସ୍ଥାକୁ ଅବଗତ କରାଯାଇଛି। ଏପରି କି ତାଙ୍କୁ ପରଫରମାନ୍ସ ସାର୍ଟିଫିକେଟ୍‌ ମଧ୍ୟ ମଗାଯାଇଛି। କାର୍ଯ୍ୟ ଠିକ୍‌ କରିବାକୁ ଚେତାବନୀ ଦିଆଯାଇଛି। ହେଲେ ସ୍ଥିତିରେ ସୁଧାର ଆସୁନାହିଁ। ଆଗାମୀ ଦିନରେ କାର୍ଯ୍ୟ ଠିକ୍‌ ଭାବେ ପରିଚାଳନା ନ ହେଲେ ପୁନଃ ଟେଣ୍ଡର ଯୋଜନା କରାଯିବ।
– ମାନସ ରଞ୍ଜନ ବିଶ୍ୱାଳ, ଏଡିଏମ୍‌ଓ (ମେଡିକାଲ)
ସୁରକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ମେଡିକାଲରୁ ସାମଗ୍ରୀ ଚୋରି ଘଟଣା ବଢ଼ିଚାଲିଛି। ଅନେକ ସମୟରେ ରୋଗୀ ଓ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର ସହ ମାଡ଼ ମରାଯାଉଛି। ଏ ନେଇ ଅଭିଯୋଗ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଶୂନ।
– କିଶୋର କୁମାର ସାହୁ, ଅନୁଗୋଳ
ଚିତ୍ର ନିରାଶାଜନକ
ଜିଲାର ମୁଖ୍ୟ ଚିକିତ୍ସାଳୟ ହୋଇଥିବାରୁ ଏଠାରେ ସବୁକିଛି ଠିକ୍‌ଠାକ୍‌ ରହିବା କଥା। କିନ୍ତୁ ଏଠାକାର ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ ନିରାଶାଜନକ। ବେଡ୍‌ରୁ ଉଠି ରୋଗୀ କେଉଁଆଡ଼େ ପଳାଉଥିବା ବେଳେ ସୁରକ୍ଷାକର୍ମୀ ଜାଣିପାରୁ ନାହାନ୍ତି। ଚୋରି ବଢ଼ୁଥିବା ବେଳେ ପାର୍କିଂ ବ୍ୟବସ୍ଥା ଠିକ୍‌ ଭାବେ କରାଯାଉନାହିଁ। – ବିଶ୍ୱରଞ୍ଜନ ପଟ୍ଟନାୟକ, ଅନୁଗୋଳ
ତାଲିମ ଅଭାବ ରହିଛି
ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଯେପରି ଉତ୍ତମ ସେବା ମିଳିବ ତାହା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ହେଲେ ଅନୁଗୋଳ ମେଡିକାଲରେ ରୋଗୀମାନେ ବିଭିନ୍ନ ସମୟରେ ଶୋଷଣ ଓ ରୋଷର ଶିକାର ହେଉଛନ୍ତି। କେତେଜଣ ସୁରକ୍ଷାକର୍ମୀ ଉତ୍ତମ ବ୍ୟବହାର ପ୍ରଦର୍ଶନ କରୁନାହାନ୍ତି। ଉପଯୁକ୍ତ ତାଲିମର ଅଭାବ ଓ ଦୁର୍ବଳ ମାନସିକତା ପାଇଁ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳୁଛି।
– କଲ୍ୟାଣ କିଶୋର ମହାନ୍ତି, ପୂର୍ବତନ ସଦସ୍ୟ, ରୋଗୀ କଲ୍ୟାଣ ସମିତି


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?