ଗାଁ ଦାଣ୍ଡରେ ଖେଳ…‘ନା ବାବା ନା’

ନୟାଗଡ ଅଫିସ,୧୫।୧୨: ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁରରେ ୫ ବର୍ଷର ଶିଶୁକନ୍ୟା ପରୀକୁ ଅପହରଣ ଓ ହତ୍ୟା ପରେ ଆଉ ଜଣେ ଶିଶୁକନ୍ୟା ରଣପୁର ଥାନା ବଧିପାଟଣାର ସ୍ବାତୀ(୩) ନିଖୋଜ ହୋଇଯାଇଛନ୍ତି। ଏହା ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଥିବାବେଳେ ଛୋଟପିଲା ଟାର୍ଗେଟ୍‌ରେ ଥିବା ପ୍ରମାଣିତ ହୋଇଛି। ତେଣୁ ଏବେ ଗାଁ ଗଣ୍ଡାରେ ଚର୍ଚ୍ଚା ହେଉଛି ‘ସାବଧାନ, ପିଲାଚୋର ମାତିଛି’। ମା’ବାପାଙ୍କୁ ଭୟ ଏଭଳି ଘାରିଛି ଯେ, ଗାଁ ଦାଣ୍ଡରେ ଖେଳିବାକୁ ପିଲାମାନଙ୍କୁୁ ରୋକ୍‌ଠୋକ୍‌ ମନା କରିଦେଉଛନ୍ତି। ଅନ୍ୟପକ୍ଷେ ଶିଶୁ ଅପହରଣ ପଛରେ ର଼୍ୟାକେଟ କାମ କରୁଥିବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଉଥିବା ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି।
ଆଇନଜୀବୀ ଅମିୟ ପଟ୍ଟନାୟକ କୁହନ୍ତି, ଶିଶୁ ଅପହରଣ କି ହତ୍ୟା ଅଭିଯୋଗର ଠିକ୍‌ ଭାବେ ତଦନ୍ତ ହେଉନି, ଯାହାକି ପରୀ କେସ୍‌ରେ ସ୍ପଷ୍ଟ ହୋଇଯାଇଛି। ପୋଲିସ ଅଭିଯୋଗକାରୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଉନି। ଏଣୁ ପୋଲିସ ଉପରେ ଲୋକଙ୍କ ଆସ୍ଥା ରହୁନି। ତଦନ୍ତ ଓ ନ୍ୟାୟ ଦେବାକୁ ଆବଶ୍ୟକ ପୋଲିସ ବି ନାହାନ୍ତି । ଅଭିଯୋଗ ଶୁଣାଣି ମହିଳା ଓ ଶିଶୁ ଡେସ୍କ ଠିକ୍‌ରେ କାମ କରୁନି। ପରୀ ହତ୍ୟା ଘଟଣା ପରେ ଯଦିଓ ପୋଲିସ ରଣପୁରର ସ୍ବାତୀ କେସ୍‌କୁ ଗୁରୁତ୍ୱ ଦେଇଛି ତେବେ ତାହାର ଠିକ୍‌ ତଦନ୍ତ ହେବା ଦରକାର। ଜିଲା କଂଗ୍ରେସ ସଭାପତି ରଣଜିତ୍‌ ଦାଶ କୁହନ୍ତି, ପରୀ ଓ ସ୍ବାତୀ ଅପହରଣ ହେବା ପଛରେ ନିଶ୍ଚିତ ଭାବରେ ଏକ ର଼୍ୟାକେଟ୍‌ କାମ କରୁଥିବା ଅନୁଭବ ହେଉଛି। ନୟାଗଡ଼ ଜିଲାରେ ୨ ଶିଶୁ ଅପହରଣ ହୋଇଥିବାବେଳେ ଜଣଙ୍କର ହତ୍ୟା ହୋଇସାରିଛି। ସେହିପରି ୪ ଦିନ ବିତି ଯିବାକୁ ବସିଥିବାବେଳେ ଆଉ ଜଣଙ୍କର ଟେର୍‌ ମିଳୁନି। ଏଭଳିସ୍ଥଳେ ପିଲାକୁ ଖେଳିବାକୁ ଅନେକ ଅଭିଭାବକ ଗାଁ ଦାଣ୍ଡକୁ ଛାଡୁନାହାନ୍ତି। ପୁଣି ପିଲାଙ୍କୁ ଏକୁଟିଆ ବି ଛାଡୁନାହାନ୍ତି। ହତ୍ୟା ଓ ଅପହରଣ ପଛର ରହସ୍ୟ ନେଇ ପୋଲିସ ପାଖରେ ଖବର ନଥିବାରୁ ଜିଲା ସାରା ପିଲାଚୋର ଭୟ ବଢ଼ିବାରେ ଲାଗିଛି। ଭାଜପା ଜିଲା ସଭାପତି ଲାଲା ମନୋଜ ରାୟ କୁହନ୍ତି, ନୟାଗଡରେ ଶିଶୁ ଅପହରଣ ଓ ହତ୍ୟା ନେଇ ଠିକ ତଦନ୍ତ ନ ହେବାରୁ ପିଲାଚୋର ର଼୍ୟାକେଟରେ ଲଗାମ ଲାଗୁନି। ପରୀ କେସ୍‌ ପରେ ସ୍ବାତୀର ଅପହରଣ ପୋଲିସର ଅସହାୟତାକୁ ପଦାରେ ପକାଇଛି। ତେବେ ପରୀ ଓ ସ୍ବାତୀ ପରିବାର ଯେପରି ନ୍ୟାୟ ପାଇବେ ଆମ ଦଳ ଲଢ଼େଇ ଜାରି ରଖିବ। ସିପିଆଇଏମ୍‌ ନେତା ବିଶ୍ୱନାଥ ମହାପାତ୍ର କୁହନ୍ତି, ପରୀ ହତ୍ୟାକାଣ୍ଡ ଭଳି ସମ୍ବେଦନଶୀଳ ଘଟଣାକୁ ସରକାର ଅବହେଳା କରି ଅନ୍ୟାୟକୁ ଘଣ୍ଟ ଘୋଡାଇଲେ। ଏହାଦ୍ୱାରା ପରୀର ହତ୍ୟାକାରୀ ଧରା ନ ପଡ଼ି ଅବାଧରେ ବୁଲୁଛନ୍ତି। ପରୀ ଘଟଣାକୁ ଅଣଦେଖା ସ୍ବାତୀ ଅପହରଣକୁ ସୁଯୋଗ ଦେଇଛି। ଏହାର ତାତି କେବଳ ନୟାଗଡ଼ ନୁହେଁ ରାଜ୍ୟରେ ଦେଖାଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri