ଗାଁ ଦାଣ୍ଡରେ ଖେଳ…‘ନା ବାବା ନା’

ନୟାଗଡ ଅଫିସ,୧୫।୧୨: ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁରରେ ୫ ବର୍ଷର ଶିଶୁକନ୍ୟା ପରୀକୁ ଅପହରଣ ଓ ହତ୍ୟା ପରେ ଆଉ ଜଣେ ଶିଶୁକନ୍ୟା ରଣପୁର ଥାନା ବଧିପାଟଣାର ସ୍ବାତୀ(୩) ନିଖୋଜ ହୋଇଯାଇଛନ୍ତି। ଏହା ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଥିବାବେଳେ ଛୋଟପିଲା ଟାର୍ଗେଟ୍‌ରେ ଥିବା ପ୍ରମାଣିତ ହୋଇଛି। ତେଣୁ ଏବେ ଗାଁ ଗଣ୍ଡାରେ ଚର୍ଚ୍ଚା ହେଉଛି ‘ସାବଧାନ, ପିଲାଚୋର ମାତିଛି’। ମା’ବାପାଙ୍କୁ ଭୟ ଏଭଳି ଘାରିଛି ଯେ, ଗାଁ ଦାଣ୍ଡରେ ଖେଳିବାକୁ ପିଲାମାନଙ୍କୁୁ ରୋକ୍‌ଠୋକ୍‌ ମନା କରିଦେଉଛନ୍ତି। ଅନ୍ୟପକ୍ଷେ ଶିଶୁ ଅପହରଣ ପଛରେ ର଼୍ୟାକେଟ କାମ କରୁଥିବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଉଥିବା ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି।
ଆଇନଜୀବୀ ଅମିୟ ପଟ୍ଟନାୟକ କୁହନ୍ତି, ଶିଶୁ ଅପହରଣ କି ହତ୍ୟା ଅଭିଯୋଗର ଠିକ୍‌ ଭାବେ ତଦନ୍ତ ହେଉନି, ଯାହାକି ପରୀ କେସ୍‌ରେ ସ୍ପଷ୍ଟ ହୋଇଯାଇଛି। ପୋଲିସ ଅଭିଯୋଗକାରୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଉନି। ଏଣୁ ପୋଲିସ ଉପରେ ଲୋକଙ୍କ ଆସ୍ଥା ରହୁନି। ତଦନ୍ତ ଓ ନ୍ୟାୟ ଦେବାକୁ ଆବଶ୍ୟକ ପୋଲିସ ବି ନାହାନ୍ତି । ଅଭିଯୋଗ ଶୁଣାଣି ମହିଳା ଓ ଶିଶୁ ଡେସ୍କ ଠିକ୍‌ରେ କାମ କରୁନି। ପରୀ ହତ୍ୟା ଘଟଣା ପରେ ଯଦିଓ ପୋଲିସ ରଣପୁରର ସ୍ବାତୀ କେସ୍‌କୁ ଗୁରୁତ୍ୱ ଦେଇଛି ତେବେ ତାହାର ଠିକ୍‌ ତଦନ୍ତ ହେବା ଦରକାର। ଜିଲା କଂଗ୍ରେସ ସଭାପତି ରଣଜିତ୍‌ ଦାଶ କୁହନ୍ତି, ପରୀ ଓ ସ୍ବାତୀ ଅପହରଣ ହେବା ପଛରେ ନିଶ୍ଚିତ ଭାବରେ ଏକ ର଼୍ୟାକେଟ୍‌ କାମ କରୁଥିବା ଅନୁଭବ ହେଉଛି। ନୟାଗଡ଼ ଜିଲାରେ ୨ ଶିଶୁ ଅପହରଣ ହୋଇଥିବାବେଳେ ଜଣଙ୍କର ହତ୍ୟା ହୋଇସାରିଛି। ସେହିପରି ୪ ଦିନ ବିତି ଯିବାକୁ ବସିଥିବାବେଳେ ଆଉ ଜଣଙ୍କର ଟେର୍‌ ମିଳୁନି। ଏଭଳିସ୍ଥଳେ ପିଲାକୁ ଖେଳିବାକୁ ଅନେକ ଅଭିଭାବକ ଗାଁ ଦାଣ୍ଡକୁ ଛାଡୁନାହାନ୍ତି। ପୁଣି ପିଲାଙ୍କୁ ଏକୁଟିଆ ବି ଛାଡୁନାହାନ୍ତି। ହତ୍ୟା ଓ ଅପହରଣ ପଛର ରହସ୍ୟ ନେଇ ପୋଲିସ ପାଖରେ ଖବର ନଥିବାରୁ ଜିଲା ସାରା ପିଲାଚୋର ଭୟ ବଢ଼ିବାରେ ଲାଗିଛି। ଭାଜପା ଜିଲା ସଭାପତି ଲାଲା ମନୋଜ ରାୟ କୁହନ୍ତି, ନୟାଗଡରେ ଶିଶୁ ଅପହରଣ ଓ ହତ୍ୟା ନେଇ ଠିକ ତଦନ୍ତ ନ ହେବାରୁ ପିଲାଚୋର ର଼୍ୟାକେଟରେ ଲଗାମ ଲାଗୁନି। ପରୀ କେସ୍‌ ପରେ ସ୍ବାତୀର ଅପହରଣ ପୋଲିସର ଅସହାୟତାକୁ ପଦାରେ ପକାଇଛି। ତେବେ ପରୀ ଓ ସ୍ବାତୀ ପରିବାର ଯେପରି ନ୍ୟାୟ ପାଇବେ ଆମ ଦଳ ଲଢ଼େଇ ଜାରି ରଖିବ। ସିପିଆଇଏମ୍‌ ନେତା ବିଶ୍ୱନାଥ ମହାପାତ୍ର କୁହନ୍ତି, ପରୀ ହତ୍ୟାକାଣ୍ଡ ଭଳି ସମ୍ବେଦନଶୀଳ ଘଟଣାକୁ ସରକାର ଅବହେଳା କରି ଅନ୍ୟାୟକୁ ଘଣ୍ଟ ଘୋଡାଇଲେ। ଏହାଦ୍ୱାରା ପରୀର ହତ୍ୟାକାରୀ ଧରା ନ ପଡ଼ି ଅବାଧରେ ବୁଲୁଛନ୍ତି। ପରୀ ଘଟଣାକୁ ଅଣଦେଖା ସ୍ବାତୀ ଅପହରଣକୁ ସୁଯୋଗ ଦେଇଛି। ଏହାର ତାତି କେବଳ ନୟାଗଡ଼ ନୁହେଁ ରାଜ୍ୟରେ ଦେଖାଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri