ଫିଟ୍‌ନେସ୍‌ବିହୀନ ସ୍କୁଲ ବସ୍‌ ଚଳାଇ ପିଲାଙ୍କ ଜୀବନ ସହ ଖେଳ

ଦାମନଯୋଡ଼ି/ପଟ୍ଟାଙ୍ଗି,୨୯ା୩(ମାନସ ରଞ୍ଜନ କର/ଶରତ ଧଳ): କୋରାପୁଟ ଜିଲାର ବିବାଦୀୟ କୋଟିଆ ଗଞ୍ଜେଇପଦରଠାରେ ଥିବା ସ୍ବତନ୍ତ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଆଦିବାସୀ ବର୍ଗର ଛାତ୍ରୀଛାତ୍ରଙ୍କ ଯାତାୟାତ ଲାଗି ଦାମନଯୋଡ଼ିସ୍ଥିତ ନାଲ୍‌କୋ ପକ୍ଷରୁ ବସ୍‌ (ଓଡି ୧୦ଡବ୍ଲ୍ୟୁ-୭୭୦୭) ସେବା ଯୋଗାଇ ଦିଆଯାଉଛି। ଏହି ବସ୍‌ରେ ନାଲ୍‌କୋ ଓ ନାଲ୍‌କୋ ଫାଉଣ୍ଡେଶନ ଲୋଗୋ ରହିଛି। ୨୦୨୨ ନଭେମ୍ବରରେ କୋରାପୁଟ ଜିଲା ପ୍ରଶାସନ ନିର୍ଦ୍ଦେଶରେ ଏହି ବିଦ୍ୟାଳୟକୁ ବସ୍‌ ପ୍ରଦାନ କରାଯାଇଥିଲା। ଏହି ସମୟରେ ନାଲ୍‌କୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁଶୀଲ ପାଢ଼ୀ, ତତ୍କାଳୀନ ପ୍ରଶାସନିକ ଅଧିକାରୀ ଅମରେନ୍ଦ୍ର ମିଶ୍ର, ଶୁଭଦର୍ଶିନୀ ସେନାପତିଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ବସ୍‌ ସେବାକୁ ଉଦ୍‌ଘାଟନ କରିଥିଲେ।
ତେବେ ଉକ୍ତ ବସ୍‌ଟିର ଇଞ୍ଜିନ ଓ ଚେସିସ୍‌ ନମ୍ବର ନକଲି(ଫେକ୍‌) ବୋଲି କୋରାପୁଟ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ଚିଠି ନଂ. ୫୬୫,ତା୧୨ା୩/୨୦୨୪ ମାଧ୍ୟମରେ ଜଣାଇଥିଲେ। ଇତିମଧ୍ୟରେ ପରିବହନ ବିଭାଗ ଏହାର ରେଜିଷ୍ଟ୍ରେଶନ ସାର୍ଟିଫିକେଟ କ୍ୟାନ୍‌ସଲ କରି ଦେଇଛନ୍ତି। ଉକ୍ତ ବସ୍‌ର ଇନ୍‌ସ୍ୟୁରାନ୍ସ ଓ ପଲ୍ୟୁସନ ସମ୍ପର୍କିତ ଧାର୍ଯ୍ୟ ସମୟ ଶେଷ ହୋଇସାରିଛି। ଏପରି ଏକ ପ୍ରମାଣପତ୍ରବିହୀନ ବସ୍‌ରେ ସ୍କୁଲ ପିଲାଙ୍କୁ ବିଦ୍ୟାଳୟ ନେବା ଆଣିବା କରାଯାଉଛି। ଏହି ବସ୍‌ରେ ପିଲାଙ୍କୁ ନେବା ଆଣିବା ସମୟରେ ଯଦି କୌଣସି ଅଘଟଣ ଘଟେ ଏଥିପାଇଁ କିଏ ଦାୟୀ ରହିବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେଉଁ କୋଟିଆ ସମଗ୍ର ରାଜ୍ୟ ତଥା ଦେଶରେ ସୀମା ବିବାଦ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ସେହି ସମ୍ବେଦନଶୀଳ କୋଟିଆ ଅଞ୍ଚଳର ଆଦିବାସୀ ପିଲାଙ୍କ ଜୀବନ ସହ ଖେଳ ଖେଳାଯାଉଥିବା ଅଭିଯୋଗ ହେଉଛି। ତେବେ ପାଖାପାଖି ୨ ବର୍ଷରୁ ଊର୍ଦ୍ଧ୍ୱ ଏଭଳି ପ୍ରମାଣପତ୍ରବିହୀନ ବସ୍‌ ସେବା ଯୋଗାଇବାରେ ନାଲ୍‌କୋର କି ଉଦ୍ଦେଶ୍ୟ ରହିଛି ଏବଂ ଏ ବାବଦରେ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଏ ଦିଗରେ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ନାଲ୍‌କୋର ମହାପ୍ରବନ୍ଧକ ସରୋଜ କୁମାର ନାଥଙ୍କୁ ପଚାରିବାରୁ ସେ କହିଲେ, ୨୦୨୨ରୁ ଏହି ବସ୍‌ କୋଟିଆ ପାଇଁ ଚାଲିଛି। ଆଉ ମାତ୍ର ୨ଦିନ ପରେ ଟେଣ୍ଡର ସରିଯିବ। ବସ୍‌ ଚଳାଚଳ ବନ୍ଦ ହୋଇଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

ଟୁକୁନୀଙ୍କ ମନ୍ତବ୍ୟକୁ ନେଇ ପଦ୍ମପୁରରେ ଝଡ଼

ପଦ୍ମପୁର, ୨୮ା୪(ପ୍ରଦୀପ୍ତ ଦାଶ)ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ପ୍ରାର୍ଥତ୍ନୀ...

ବରୀରେ ପ୍ରାର୍ଥୀ ଘୋଷଣା କରିପାରୁନି ଭାଜପା

ବରୀ,୨୮ା୪(ମହେନ୍ଦ୍ର ସ୍ବାଇଁ)ଯାଜପୁର ଜିଲାର ବରୀ ନିର୍ବାଚନମଣ୍ଡଳୀରେ ଭାଜପା ଏଯାଏ ପ୍ରାର୍ଥୀ ଦେଇପାରିନାହିଁ। ଏଠାରେ ବିଜେଡି ବିଶ୍ୱରଞ୍ଜନ ମଲ୍ଲିକ ଓ କଂଗ୍ରେସ ଆରତୀ ଦେଓଙ୍କୁ ପ୍ରାର୍ଥୀ କରିବା...

ଭାଜପା,ବିଜେଡି କଳହପ୍ରିୟ: ଅଜୟ କୁମାର

କଟକ, ୨୮ା୪(ଶିଳ୍ପା ପ୍ରିୟଦର୍ଶିନୀ)ବାରବାଟୀ-କଟକ କଂଗ୍ରେସ ପକ୍ଷରୁ କଂଗ୍ରେସ ସମାବେଶ କଟକସ୍ଥିତ ଖ୍ରୀଷ୍ଟିଆନ୍‌ ପଡିଆଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ...

ଡବଲ ଇଞ୍ଜିନ ନୁହେଁ, ଯୋଡି ଶଙ୍ଖ ଦରକାର: ପାଣ୍ଡିଆନ

ନୂଆପଡ଼ା,୨୮ା୪ (ମକାରୁ ବେମାଲ)୫-ଟି ଅଧ୍ୟକ୍ଷ ତଥା ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ନୂଆପଡ଼ା ଜିଲା ଗସ୍ତରେ ଆସି ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଆୟୋଜିତ...

ଅପରାଧପ୍ରବଣ ରାଉରକେଲା ରେଳଷ୍ଟେଶନ

ରାଉରକେଲା,୨୮ା୪(ସଙ୍ଗୀତା ଜେନା)ଦକ୍ଷିଣ ପୂର୍ବ ରେଳପଥ ଅଧୀନରେ ଥିବା ରାଉରକେଲା ରେଳ ଷ୍ଟେଶନର ପ୍ରମୁଖତା ରହିଆସିଛି। ଦୂରଦୂରାନ୍ତକୁ ଯାତ୍ରା କରିବା ପାଇଁ ପ୍ରତିଦିନ ଏହି ଷ୍ଟେଶନକୁ ହଜାର...

୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସପ୍ତଗିରି

ରାୟଗଡ଼ା,୨୮ା୪(ଆଶିଷ ରଞ୍ଜନ ପଣ୍ଡା)କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ରାୟଗଡ଼ାସ୍ଥିତ ବାସଭବନରେ ଶନିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ା ଉକ୍ତ ସମ୍ମିଳନୀରେ ଏମ୍‌ପି ସପ୍ତଗିରି...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri