ବେଦାନ୍ତ ଲିମିଟେଡ୍‌କୁ ପ୍ଲାଟିନମ୍‌ ପୁରସ୍କାର

ନୂଆଦିଲ୍ଲୀ,୩୦।୧୧: ବେଦାନ୍ତ ଲିମିଟେଡ୍‌କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ଏପରିକି ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ (ଆଇସିସି) ଦ୍ୱାରା ଆୟୋଜିତ ୬ଷ୍ଠ ଆଇସିସି ଜାତୀୟ ବୃତ୍ତିଗତ ସ୍ବାସ୍ଥ୍ୟ ‘ଇସ୍ପାତ ଏବଂ ଖଣି କ୍ଷେତ୍ର’ ସମ୍ମାନ ବର୍ଗରେ କମ୍ପାନୀକୁ ପ୍ଲାଟିନମ୍‌ ପୁରସ୍କାର ଦିଆଯାଇଛି। ଏହି ପ୍ରଶଂସା କମ୍ପାନୀର କର୍ମକ୍ଷେତ୍ରରେ ଥିବା ସୁରକ୍ଷା ବ୍ୟବସ୍ଥା ଓ ‘ଜିରୋ ହର୍ମ’କୁ ସୁନିଶ୍ଚିତ କରିବା ସହିତ କମ୍ପାନୀର ନିରନ୍ତର ଉତ୍ସର୍ଗୀକୃତତାକୁ ସମ୍ମାନ ଜଣାଇଛି।
ଉଲ୍ଲେଖଯୋଗ୍ୟ, ଭାରତର ସ୍ମେଲଟର ଗ୍ରେଡ୍‌ ଆଲୁମିନା ଉପତ୍ାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ବେଦାନ୍ତ ଲାଞ୍ଜିଗଡ଼କୁ ୬ଷ୍ଠ ଆଇସିସି ଜାତୀୟ ବୃତ୍ତିଗତ ସ୍ବାସ୍ଥ୍ୟ ‘ଇସ୍ପାତ ଏବଂ ଖଣି କ୍ଷେତ୍ର’ ସମ୍ମାନ ବର୍ଗରେ ପ୍ଲାଟିନମ୍‌ ପୁରସ୍କାର ଦିଆଯାଇଛି।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ସିଇଓ (ଆଲୁମିନା ବ୍ୟବସାୟ) ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, ଆଇସିସିର ଜାତୀୟ ବୃତ୍ତିଗତ ସ୍ବାସ୍ଥ୍ୟ ଏବଂ ନିରାପତ୍ତା ପୁରସ୍କାରରେ ଆମେ ପ୍ଲାଟିନମ୍‌ ପୁରସ୍କାର ପାଇ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏହା ଆମ ରିଫାଇନେରି ଶ୍ରମିକମାନଙ୍କ ସୁରକ୍ଷାକୁ ପ୍ରୋତ୍ସାହିତ କରିବାରେ ଆମର ନିରନ୍ତର ଉଦ୍ୟମକୁ ସ୍ବୀକୃତି ଦେଇଛି। କର୍ମକ୍ଷେତ୍ରରେ ନିରାପତ୍ତାର କଠୋର ମାନ ନିଶ୍ଚିତ କରିବାକୁ ଆମର ସଂକଳ୍ପକୁ ମଧ୍ୟ ଦୃଢ଼ କରିଛି। କର୍ମକ୍ଷେତ୍ରରେ ସ୍ବାସ୍ଥ୍ୟ ଏବଂ ନିରାପତ୍ତା କ୍ଷେତ୍ରରେ ଉନ୍ନତ ଅଭ୍ୟାସ ପାଇଁ ବେଦାନ୍ତ ଲାଞ୍ଜିଗଡ଼ ଅନେକ ପ୍ରଶଂସା ପାଇଛି। ଏଥିମଧ୍ୟରେ ୯ମ ଆପେକ୍ସ ଇଣ୍ଡିଆ ଏକ୍ସଲେନ୍ସ ଏବଂ ବୃତ୍ତିଗତ ସ୍ବାସ୍ଥ୍ୟ ଏବଂ ସୁରକ୍ଷା ପୁରସ୍କାର ୨୦୨୪ ଏବଂ ଟ୍ରାନ୍ସଫରମାନ୍ସ ଫୋରମ୍‌ ପୁରସ୍କାର ଅନ୍ତର୍ଭୁକ୍ତ ରହିଛି। ପୁରସ୍କାରର ଉଦ୍ଦେଶ୍ୟ ହେଉଛି, ବ୍ୟବସାୟକୁ ଉନ୍ନତ ତଥା ନିରାପଦ ପରିବେଶ ପାଇଁ ଉତ୍ସାହିତ କରିବା ସହିତ ବେଦାନ୍ତ ଲାଞ୍ଜିଗଡ଼ ଅନେକ ଅଭ୍ୟାସ ପ୍ରୟୋଗ କରିବାରେ ମଧ୍ୟ ଆଗରେ ରହିିଛି। ସେଥିମଧ୍ୟରେ ‘କର୍ମଚାରୀ ଏବଂ ବ୍ୟବସାୟ ସହଭାଗୀମାନଙ୍କୁ ସୁରକ୍ଷା ନୀତିର ସକ୍ରିୟ ଯୋଗାଯୋଗ ଓ ନିରାପଦ କାର୍ଯ୍ୟ ପ୍ରଣାଳୀ ଏବଂ ନିରାପତ୍ତା ପରିଚାଳନା ପ୍ରଣାଳୀର କଠୋର କାର୍ଯ୍ୟକାରିତା ପ୍ରମୁଖ ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

ଖୁସିରେ ୪ ଗ୍ରାମର ଗ୍ରାମବାସୀ: ୧୦୯ ଜଣଙ୍କୁ ମିଳିଲା….

ଗୁଡ଼ାରି, ୧୫।୮ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ୪ଟି ଗ୍ରାମର ୧୦୯ ଜଣ ହିତାଧିକାରୀଙ୍କୁ ଶନିବାର ସ୍ଥାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri