କୁକୁର-ବିଲେଇଙ୍କ କରାଯାଉଛି ପାଷ୍ଟିକ ସର୍ଜରୀ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବେଜିଂ,୨୮।୧୨: ଚାଇନା ନିଜର ଅଦ୍ଭୁତ ଖାଦ୍ୟ ଏବଂ ପାନୀୟ ପାଇଁ ସମଗ୍ର ବିଶ୍ୱରେ କୁଖ୍ୟାତି ଅର୍ଜନ କରିଛି। ଏବେ ଅନ୍ୟ ଏକ ଘଟଣାକୁ ନେଇ ଚାଇନାକୁ ନିନ୍ଦା କରାଯାଇଛି। ଚାଇନାବାସୀଙ୍କୁ ଏବେ ନିଜର ଗୃହପାଳିତ ପଶୁଙ୍କୁ ପାଷ୍ଟିକ ସର୍ଜରୀ କରିବାର ନିଶା ଘାରିଛି। ଯାହାକୁ ନେଇ ବିଶେଷଜ୍ଞଙ୍କ ସହ ସବୁ ମହଲରୁ ନିନ୍ଦା କରାଯାଉଛି। ଏହା ଅତି ନିଷ୍ଠୁରତା ଏବଂ ଏହାକୁ ତୁରନ୍ତ ବନ୍ଦ କରାଯିବା ଉଚିତ ବୋଲି ସମସ୍ତେ ମତ ପୋଷଣ କରିଛନ୍ତି।

ସାଉଥ ଚାଇନା ମର୍ନିଂ ପୋଷ୍ଟ ଅନୁଯାୟୀ, ଚାଇନାର ଲୋକମାନେ ପ୍ରସିଦ୍ଧ କାର୍ଟୁନ ଚରିତ୍ର ‘ମିକି ମାଉସ’ ପରି ଦେଖାଯିବା ପାଇଁ ସେମାନଙ୍କ ଗୃହପାଳିତ ପଶୁଙ୍କ ପ୍ଲାଷ୍ଟିକ ସର୍ଜରୀ କରୁଛନ୍ତି। ତେବେ ପ୍ରାଣୀ ଚିକିତ୍ସକମାନେ ଏହାକୁ ବିପଜ୍ଜନକ ବୋଲି କହିବା ସହ ଏପରି ହାସ୍ୟାସ୍ପଦ ଧାରଣାକୁ ବନ୍ଦ କରିବାକୁ ଦାବି କରିଛନ୍ତି। ପ୍ରାଣୀ ଚିକିତ୍ସକମାନେ କହିଛନ୍ତି ଯେ, ଏପରି କରିବା ଦ୍ୱାରା ପଶୁମାନେ କେବଳ ଶାରୀରିକ ନୁହେଁ ମାନସିକ ଯନ୍ତ୍ରଣା ମଧ୍ୟ ଦେଇ ଗତି କରୁଛନ୍ତି। ଚାଇନାରେ ଏହାକୁ ନେଇ ବିରୋଧ ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ଚୋଙ୍ଗକିଙ୍ଗର ବେବି ଜିଲାସ୍ଥିତ ଏକ ପଶୁ ଚିକିତ୍ସାଳୟ ବାହାରେ କିଛି ପଶୁପ୍ରେମୀମାନେ ଏକ ବିଜ୍ଞାପନ ଦେଖିବାକୁ ପାଇଥିଲେ। ଯେଉଁଠି ଗୃହପାଳିତ ପଶୁଙ୍କୁ କସମେଟିକ ସର୍ଜରୀ ପାଇଁ ଏକ ନିଆରା ଅଫର ଦିଆଯାଇଥିଲା। ମାତ୍ର ୪୦ ଡଲାର ଅର୍ଥାତ ୩୩୦୦ଟଙ୍କାରେ ସର୍ଜରୀ କରିବା ନେଇ ଆକର୍ଷଣୀୟ ଅଫର ଦିଆଯାଇଥିଲା। ସୂଚନାଥାଉ କି, ଦେଶରେ ଏହି ପ୍ରକାର ଅସ୍ତ୍ରୋପଚାର ନିଷେଧ, କିନ୍ତୁ ପଶୁ ଚିକିତ୍ସାଳୟ ଓ ପ୍ରଜନନ ସୁବିଧା ଥିବା ହସ୍ପିଟାଲରେ ଲୁଚାଛପା ଏପରି କରାଯାଉଛି।

ଏହି ସର୍ଜରୀରେ ପୋଷା ବିଲେଇ ଏବଂ କୁକୁରଙ୍କ କାନକୁ ମିକି ମାଉସ ଭଳି କରାଯାଉଛି। ସେହିପରି କୁକୁରମାନଙ୍କର ଲାଞ୍ଜକୁ ଆଂଶିକ କିମ୍ବା ସଂପୂର୍ଣ୍ଣ ଭାବରେ ହଟାଯାଉଛି। ଏହାସହ ଗୃହପାଳିତ ପଶୁମାନଙ୍କର ପ୍ରାକୃତିକ ରଙ୍ଗକୁ ଟାମ୍ପରିଂ କରାଯାଉଛ। ପ୍ରାୟ ଅଧ ଘଣ୍ଟା ଧରି ଚାଲିଥିବା ଅସ୍ତ୍ରୋପଚାରରେ, ପଶୁଙ୍କୁ ଆନାସ୍ଥେସିଆ ଦେଇ ଚେତାଶୂନ୍ୟ କରାଯାଏ। ଯାହାଫଳରେ ମିକି ମାଉସ ପରି କାନର ଆକାର ଦେବାରେ କୌଣସି ଅସୁବିଧା ହୁଏ ନାହିଁ। ଏହି ପ୍ରକ୍ରିୟା ୨୦ରୁ ୬୦ଦିନ ଯାଏଁ ଚାଲିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

୧୬ମାସ ପରେ ଟ୍ରମ୍ପଙ୍କୁ ଭେଟିଲେ ମୋଦି, ଦେଖୁଦେଖୁ କରିଦେଲେ…

ନୂଆଦିଲ୍ଲୀ,୧୬।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଦୁଇ…

ଘର ବାରିପଟେ କ୍ରିକେଟ ଖେଳୁଥିଲେ, ଆକାଶରୁ ଖସିଲା ମୃତ୍ୟୁ; ବଜ୍ରପାତରେ ଚାଲିଗଲା ୧୭ ବର୍ଷୀୟ…

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଅନ୍ତର୍ଗତ ଦଶିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆକସ୍ମିକ ବଜ୍ରପାତ କାରଣରୁ…

ନିୟମ ବଦଳାଇଲେ କେନ୍ଦ୍ର ସରକାର, ଏଥର ବିନା ପ୍ରେସକ୍ରିପସନରେ ମିଳିବନି କଫ ସିରପ୍‌

ନୂଆଦିଲ୍ଲୀ,୧୬।୬: କାଶ ସିରପ ସମେତ ବିଭିନ୍ନ ଔଷଧୀୟ ସିରପ କିଣିବା ପାଇଁ ଏବେ ସାରା ଦେଶରେ ଡାକ୍ତରଙ୍କ ପ୍ରେସକ୍ରିପସନ ବାଧ୍ୟତାମୂଳକ ହେବ। ଔଷଧ ନିୟମ, ୧୯୪୫ ସଂଶୋଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri