ପୁରୁଣା ଆଇନର ନବୀକରଣ

Dillip Cherian

ସ୍ବାଧୀନତା ପୂର୍ବର ଅନେକ ଆଇନର ନବୀକରଣ ଲାଗି କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍‌ଏଚ୍‌ଏ) ଏସବୁ ଆଇନର ଆଧୁନିକୀକରଣ ଓ ବ୍ୟବସ୍ଥିତ କରିବାର ପ୍ରସ୍ତାବ ଉପରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ ମହାନିର୍ଦ୍ଦେଶକଙ୍କଠାରୁ ସକ୍ରିୟ ଭାବରେ ତଥ୍ୟ ଚାହଁୁଛନ୍ତି। ଗୁରୁତ୍ୱପୂର୍ଣ୍ଣ ପୁରାତନ ଆଇନ ଯଥା- ବିଦେଶୀ ପଞ୍ଜୀକରଣ ଆଇନ, ଅଫିସିଆଲ ସିକ୍ରେଟ୍ସ ଆକ୍ଟ ଏବଂ ବିସ୍ଫୋରକ ପଦାର୍ଥ ଅଧିନିୟମର ନବୀକରଣ କରିବାକୁ ଲକ୍ଷ୍ୟ ରଖିଛି ଏମ୍‌ଏଚ୍‌ଏ। ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସରକାରଙ୍କ ପ୍ରାରମ୍ଭିକ ୧୦୦ ଦିନ ପାଇଁ ସଂସ୍କାର ଯୋଜନା ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାର ସଚିବମାନଙ୍କୁ ନିର୍ଦ୍ଦେଶ ଦେବା ପରେ ଏହି ପଦକ୍ଷେପ ତ୍ୱରାନ୍ବିତ ହୋଇଛି। ସୂଚନାନୁସାରେ, ରେଜିଷ୍ଟ୍ରେଶନ ଅଫ୍‌ ଫରେନର୍ସ ଆକ୍ଟ, ପାସ୍‌ପୋର୍ଟ ଆକ୍ଟ ଏବଂ ଫରେନର୍ସ ଆକ୍ଟକୁ ମିଶାଇ ଗୋଟିଏ ଆଇନ କରିବାର ଏକ ପ୍ରସ୍ତବ ରହିଛି, ଯାହା ସାମୟିକ ଭାବରେ ଇମିଗ୍ରେଶନ ଏବଂ ଫରେନର୍ସ ବିଲ୍‌ ନାମରେ ନାମିତ । ଗୁପ୍ତଚର ତଥା ସମ୍ବେଦନଶୀଳ ତଥ୍ୟର ଅନଧିକୃତ ପରିଚାଳନା ଉପରେ ଓଏସ୍‌ଏ କାର୍ଯ୍ୟକରେ। ଏହା ଇଣ୍ଟେଲିଜେନ୍ସ ବ୍ୟୁରୋ, ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ୍‌ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ସମେତ ପ୍ରମୁଖ ଗୁପ୍ତଚର ତଥା ପ୍ରତିରକ୍ଷା ଏଜେନ୍ସିର ତଥ୍ୟ ଆଧାରରେ ଏକ ଡ୍ରାଫ୍ଟ ବିଲ୍‌ ପ୍ରସ୍ତୁତ କରାଯାଇଛି। ବିସ୍ଫୋରକ ପଦାର୍ଥ ସମ୍ବନ୍ଧୀୟ ଦୁଇଟି ଆଇନକୁ ମିଶ୍ରଣ କରିବାକୁ ଏମ୍‌ଏଚ୍‌ଏ ଲକ୍ଷ୍ୟ ରଖିଛି। ତେବେ ଏହି ଆଇନ ଉପରେ ଆଧାରିତ ଏକ ନୂତନ ପୋଲିସ ଆକ୍ଟ ସମେତ ରାଜ୍ୟ ଅଧୀନରେ ଥିବା ଆଇନଗୁଡ଼ିକର ନବୀକରଣକୁ ନେଇ ମନ୍ତ୍ରଣାଳୟ ମତାମତ ଲୋଡିଛି।
ହଟିଲେ ସଚିବ
ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବାବୁମାନେ ଏକ ବିଦାୟ ଭୋଜି ଆୟୋଜନ କରିବେ ନା ଚୁପ୍‌ଚାପ୍‌ ସହକର୍ମୀଙ୍କୁ ବିଦାୟ ଦେବେ ତାକୁ ନେଇ ଦ୍ୱନ୍ଦ୍ୱରେ ରହିଲେ। ଶେଷରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟର ବରିଷ୍ଠ ଯୁଗ୍ମ ସଚିବ ସୁନୀଲ କୁମାରଙ୍କ କେନ୍ଦ୍ରୀୟ ଡେପୁଟେଶନ କାର୍ଯ୍ୟକାଳ ଶେଷହେବା ନେଇ ରହିଥିବା ଅନିଶ୍ଚିତତା ଚୂଡ଼ାନ୍ତ ରିଲିଭିଂ ଅର୍ଡରରେ ଶେଷ ହୋଇଥିଲା। ତାଙ୍କ କାର୍ଯ୍ୟକାଳ ବଢ଼ାଇବା ପାଇଁ ମନ୍ତ୍ରଣାଳୟର ଉଦ୍ୟମ ସତ୍ତ୍ୱେ କୁମାର ତାଙ୍କ କାର୍ଯ୍ୟରୁ ମୁକ୍ତ ହୋଇଥିଲେ। ପ୍ରାରମ୍ଭରେ ୨ ବର୍ଷ ସମ୍ପ୍ରସାରଣ ପାଇଁ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଥିଲେ ବି ଏହାକୁ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ପ୍ରତ୍ୟାଖ୍ୟାନ କରିଥିଲା । ସୂତ୍ରରୁ ପ୍ରକାଶ ଯେ, କୁମାରଙ୍କ ସରଳତା ଏବଂ ନମ୍ରତା ଯୋଗୁ ମନ୍ତ୍ରଣାଳୟରେ ତାଙ୍କର ବହୁ ପ୍ରଶଂସକ ରହିଥଲେ। ତାଙ୍କ ସାଥୀ ଏବଂ ସହକର୍ମୀମାନଙ୍କ ପାଇଁ ସେ ଏତେ ସ୍ବତନ୍ତ୍ର ହେବାର କାରଣ ହେଲା, ସେ ପ୍ରତିକୂଳ ଓ ଅନୁକୂଳ ଏବଂ ଏହା ମଝିରେ ଥିବା ପ୍ରତ୍ୟେକ ବିଷୟରେ ଦକ୍ଷ ଥିଲେ । ସେ ପ୍ରତିକୂଳ ଅନୁସନ୍ଧାନ ଏବଂ ଉତ୍ପାଦନ ସମ୍ବନ୍ଧୀୟ ବିଷୟ, ପେଟ୍ରୋକେମିକାଲ୍ସ, ଅଶୋଧିତ ତୈଳ ଏବଂ ପେଟ୍ରୋଲିୟମ ଦ୍ରବ୍ୟର ଆମଦାନୀ ଓ ରପ୍ତାନି, ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଜୈବ ଇନ୍ଧନ, ସବୁଜ ହାଇଡ୍ରୋଜେନ୍‌ ଓ ଅକ୍ଷୟ ଶକ୍ତି ଇତ୍ୟାଦି ଉପରେ ଗୁରୁତ୍ୱ ଦେଉଥିଲେ। କିନ୍ତୁ ଅତ୍ୟଧିକ ଉତ୍ସର୍ଗୀକୃତ ତଥା ଲୋକପ୍ରିୟ ବାବୁଙ୍କର କିଛି ମୂଲ୍ୟ ରହେ ନାହିଁ, ସେଥିପାଇଁ କୁମାରଙ୍କୁ ଶେଷରେ ବିଦାୟ ନେବାକୁ ପଡ଼ିଲା।
ଡାକ୍ତର-ବାବୁ ବିବାଦ
କେରଳର ବାବୁ ପରିସରରେ ଅଧିକ ଉତ୍ତେଜନା ରହିଛି। ନିକଟରେ ଘଟିଥିବା ଏକ ଘଟଣା ପ୍ରଶାସନିକ ପ୍ରାଧିକରଣ ଏବଂ ମେଡିକାଲ ଗାଇଡ୍‌ଲାଇନ ମଧ୍ୟରେ ଥିବା ଜଟିଳ ସନ୍ତୁଳନକୁ ସାମ୍ନାକୁ ଆଣିଛି। ଡାକ୍ତରଙ୍କ ଆନ୍ଦୋଳନର ଏକ ସମାଧାନ ବାଟ ବାହାର କରିବା ଲାଗି ମୁଖ୍ୟ ସଚିବ ଡ. ଭି. ବେଣୁଙ୍କୁ ଆଇଏଏସ୍‌ ସଂଘ ଡାକିଥିଲା। ଥିରୁଭାନନ୍ତପୁରମ ଜିଲା କଲେକ୍ଟର ଜେରୋମିକ୍‌ ଜର୍ଜଙ୍କ କାର୍ଯ୍ୟକଳାପକୁ କେନ୍ଦ୍ର କରି ଡାକ୍ତରମାନେ ଏହି ଆନ୍ଦୋଳନ କରିଥିଲେ। ୨୦୧୫ ବ୍ୟାଚ୍‌ ଏହି ଆଇଏଏସ୍‌ ଅଧିକାରୀ ଯେତେବେଳେ ତାଙ୍କ ନଖ ସଂକ୍ରମଣର ଚିକିତ୍ସା ପାଇଁ ଜଣେ ଡାକ୍ତରଙ୍କୁ ଡାକିଥିଲେ ସେତେବେଳେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ସୂତ୍ରରୁ ସ୍ପଷ୍ଟ ଯେ କଲେକ୍ଟରଙ୍କ ଘରେ ଡାକ୍ତର ୧ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା ଏବଂ ସଂକ୍ରମଣର ଚିକିତ୍ସା ପରେ ଡାକ୍ତର ଜଣକ ହସ୍ପିଟାଲକୁ ଫେରିଥିଲେ। ସମ୍ପୂର୍ଣ୍ଣ ଘଟଣା ପ୍ରଶାସନିକ ଅଧିକାରର ଅପବ୍ୟବହାର ଉପରେ ଗମ୍ଭୀର ପ୍ରଶ୍ନ ଉଠାଇବା ସହ ଡାକ୍ତରଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି କରିଥିଲା। ଆଇଏଏସ୍‌ ଆସୋସିଏସନ ସିଭିଲ ସର୍ଭିସ୍‌ ନିୟମକୁ ଦର୍ଶାଇ କଲେକ୍ଟରଙ୍କୁ ରକ୍ଷା କରିଥିଲା। ଏହି ନିୟମ ଡାକ୍ତରୀ ପରୀକ୍ଷା ପାଇଁ ସରକାରୀ କର୍ମଚାରୀଙ୍କ ଘରକୁ ଯାଇ ଦେଖାକରିବା, ମେଡିକାଲ ଅଧିକାରୀ ଚିକିତ୍ସା ସମୟ ଓ ଦେୟ ସ୍ଥିର କରିବାକୁ ଅନୁମତି ଦେଇଥାଏ। କଲେକ୍ଟରଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ସାର୍ବଜନୀନ କରିବାରେ ମେଡିକାଲ ଗାଇଡ୍‌ଲାଇନ ଉଲ୍ଲଂଘନକୁ ବାବୁମାନେ ନିନ୍ଦା କରିଛନ୍ତି। ଅପରପାର୍ଶ୍ୱରେ ଏହି ପ୍ରକାର ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ସ୍ବାସ୍ଥ୍ୟ ସଚିବ କଲେକ୍ଟରଙ୍କ ସହ କଥା ହୋଇଥିଲେ ବୋଲି ରାଜ୍ୟ ମେଡିକାଲ ଅଫିସର୍ସ ଆସୋସିଏସନ ରିପୋର୍ଟ କରିଥିଲା ।
ତେବେ ବିବାଦ ବଢ଼ିବାରୁ ମୁଖ୍ୟ ସଚିବ ବେଣୁ କହିଛନ୍ତି , ଏ ବିଷୟରେ ନିଷ୍ପତ୍ତି ନେବା ପୂର୍ବରୁ ସ୍ବାସ୍ଥ୍ୟ ସଚିବଙ୍କ ଦ୍ୱାରା ଦାଖଲ କରାଯାଇଥିବା ରିପୋର୍ଟର ସମୀକ୍ଷା କରିବେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?