ପୁରୁଣା ଆଇନର ନବୀକରଣ

Dillip Cherian

ସ୍ବାଧୀନତା ପୂର୍ବର ଅନେକ ଆଇନର ନବୀକରଣ ଲାଗି କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍‌ଏଚ୍‌ଏ) ଏସବୁ ଆଇନର ଆଧୁନିକୀକରଣ ଓ ବ୍ୟବସ୍ଥିତ କରିବାର ପ୍ରସ୍ତାବ ଉପରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ ମହାନିର୍ଦ୍ଦେଶକଙ୍କଠାରୁ ସକ୍ରିୟ ଭାବରେ ତଥ୍ୟ ଚାହଁୁଛନ୍ତି। ଗୁରୁତ୍ୱପୂର୍ଣ୍ଣ ପୁରାତନ ଆଇନ ଯଥା- ବିଦେଶୀ ପଞ୍ଜୀକରଣ ଆଇନ, ଅଫିସିଆଲ ସିକ୍ରେଟ୍ସ ଆକ୍ଟ ଏବଂ ବିସ୍ଫୋରକ ପଦାର୍ଥ ଅଧିନିୟମର ନବୀକରଣ କରିବାକୁ ଲକ୍ଷ୍ୟ ରଖିଛି ଏମ୍‌ଏଚ୍‌ଏ। ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସରକାରଙ୍କ ପ୍ରାରମ୍ଭିକ ୧୦୦ ଦିନ ପାଇଁ ସଂସ୍କାର ଯୋଜନା ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାର ସଚିବମାନଙ୍କୁ ନିର୍ଦ୍ଦେଶ ଦେବା ପରେ ଏହି ପଦକ୍ଷେପ ତ୍ୱରାନ୍ବିତ ହୋଇଛି। ସୂଚନାନୁସାରେ, ରେଜିଷ୍ଟ୍ରେଶନ ଅଫ୍‌ ଫରେନର୍ସ ଆକ୍ଟ, ପାସ୍‌ପୋର୍ଟ ଆକ୍ଟ ଏବଂ ଫରେନର୍ସ ଆକ୍ଟକୁ ମିଶାଇ ଗୋଟିଏ ଆଇନ କରିବାର ଏକ ପ୍ରସ୍ତବ ରହିଛି, ଯାହା ସାମୟିକ ଭାବରେ ଇମିଗ୍ରେଶନ ଏବଂ ଫରେନର୍ସ ବିଲ୍‌ ନାମରେ ନାମିତ । ଗୁପ୍ତଚର ତଥା ସମ୍ବେଦନଶୀଳ ତଥ୍ୟର ଅନଧିକୃତ ପରିଚାଳନା ଉପରେ ଓଏସ୍‌ଏ କାର୍ଯ୍ୟକରେ। ଏହା ଇଣ୍ଟେଲିଜେନ୍ସ ବ୍ୟୁରୋ, ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ୍‌ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ସମେତ ପ୍ରମୁଖ ଗୁପ୍ତଚର ତଥା ପ୍ରତିରକ୍ଷା ଏଜେନ୍ସିର ତଥ୍ୟ ଆଧାରରେ ଏକ ଡ୍ରାଫ୍ଟ ବିଲ୍‌ ପ୍ରସ୍ତୁତ କରାଯାଇଛି। ବିସ୍ଫୋରକ ପଦାର୍ଥ ସମ୍ବନ୍ଧୀୟ ଦୁଇଟି ଆଇନକୁ ମିଶ୍ରଣ କରିବାକୁ ଏମ୍‌ଏଚ୍‌ଏ ଲକ୍ଷ୍ୟ ରଖିଛି। ତେବେ ଏହି ଆଇନ ଉପରେ ଆଧାରିତ ଏକ ନୂତନ ପୋଲିସ ଆକ୍ଟ ସମେତ ରାଜ୍ୟ ଅଧୀନରେ ଥିବା ଆଇନଗୁଡ଼ିକର ନବୀକରଣକୁ ନେଇ ମନ୍ତ୍ରଣାଳୟ ମତାମତ ଲୋଡିଛି।
ହଟିଲେ ସଚିବ
ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବାବୁମାନେ ଏକ ବିଦାୟ ଭୋଜି ଆୟୋଜନ କରିବେ ନା ଚୁପ୍‌ଚାପ୍‌ ସହକର୍ମୀଙ୍କୁ ବିଦାୟ ଦେବେ ତାକୁ ନେଇ ଦ୍ୱନ୍ଦ୍ୱରେ ରହିଲେ। ଶେଷରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟର ବରିଷ୍ଠ ଯୁଗ୍ମ ସଚିବ ସୁନୀଲ କୁମାରଙ୍କ କେନ୍ଦ୍ରୀୟ ଡେପୁଟେଶନ କାର୍ଯ୍ୟକାଳ ଶେଷହେବା ନେଇ ରହିଥିବା ଅନିଶ୍ଚିତତା ଚୂଡ଼ାନ୍ତ ରିଲିଭିଂ ଅର୍ଡରରେ ଶେଷ ହୋଇଥିଲା। ତାଙ୍କ କାର୍ଯ୍ୟକାଳ ବଢ଼ାଇବା ପାଇଁ ମନ୍ତ୍ରଣାଳୟର ଉଦ୍ୟମ ସତ୍ତ୍ୱେ କୁମାର ତାଙ୍କ କାର୍ଯ୍ୟରୁ ମୁକ୍ତ ହୋଇଥିଲେ। ପ୍ରାରମ୍ଭରେ ୨ ବର୍ଷ ସମ୍ପ୍ରସାରଣ ପାଇଁ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଥିଲେ ବି ଏହାକୁ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ପ୍ରତ୍ୟାଖ୍ୟାନ କରିଥିଲା । ସୂତ୍ରରୁ ପ୍ରକାଶ ଯେ, କୁମାରଙ୍କ ସରଳତା ଏବଂ ନମ୍ରତା ଯୋଗୁ ମନ୍ତ୍ରଣାଳୟରେ ତାଙ୍କର ବହୁ ପ୍ରଶଂସକ ରହିଥଲେ। ତାଙ୍କ ସାଥୀ ଏବଂ ସହକର୍ମୀମାନଙ୍କ ପାଇଁ ସେ ଏତେ ସ୍ବତନ୍ତ୍ର ହେବାର କାରଣ ହେଲା, ସେ ପ୍ରତିକୂଳ ଓ ଅନୁକୂଳ ଏବଂ ଏହା ମଝିରେ ଥିବା ପ୍ରତ୍ୟେକ ବିଷୟରେ ଦକ୍ଷ ଥିଲେ । ସେ ପ୍ରତିକୂଳ ଅନୁସନ୍ଧାନ ଏବଂ ଉତ୍ପାଦନ ସମ୍ବନ୍ଧୀୟ ବିଷୟ, ପେଟ୍ରୋକେମିକାଲ୍ସ, ଅଶୋଧିତ ତୈଳ ଏବଂ ପେଟ୍ରୋଲିୟମ ଦ୍ରବ୍ୟର ଆମଦାନୀ ଓ ରପ୍ତାନି, ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଜୈବ ଇନ୍ଧନ, ସବୁଜ ହାଇଡ୍ରୋଜେନ୍‌ ଓ ଅକ୍ଷୟ ଶକ୍ତି ଇତ୍ୟାଦି ଉପରେ ଗୁରୁତ୍ୱ ଦେଉଥିଲେ। କିନ୍ତୁ ଅତ୍ୟଧିକ ଉତ୍ସର୍ଗୀକୃତ ତଥା ଲୋକପ୍ରିୟ ବାବୁଙ୍କର କିଛି ମୂଲ୍ୟ ରହେ ନାହିଁ, ସେଥିପାଇଁ କୁମାରଙ୍କୁ ଶେଷରେ ବିଦାୟ ନେବାକୁ ପଡ଼ିଲା।
ଡାକ୍ତର-ବାବୁ ବିବାଦ
କେରଳର ବାବୁ ପରିସରରେ ଅଧିକ ଉତ୍ତେଜନା ରହିଛି। ନିକଟରେ ଘଟିଥିବା ଏକ ଘଟଣା ପ୍ରଶାସନିକ ପ୍ରାଧିକରଣ ଏବଂ ମେଡିକାଲ ଗାଇଡ୍‌ଲାଇନ ମଧ୍ୟରେ ଥିବା ଜଟିଳ ସନ୍ତୁଳନକୁ ସାମ୍ନାକୁ ଆଣିଛି। ଡାକ୍ତରଙ୍କ ଆନ୍ଦୋଳନର ଏକ ସମାଧାନ ବାଟ ବାହାର କରିବା ଲାଗି ମୁଖ୍ୟ ସଚିବ ଡ. ଭି. ବେଣୁଙ୍କୁ ଆଇଏଏସ୍‌ ସଂଘ ଡାକିଥିଲା। ଥିରୁଭାନନ୍ତପୁରମ ଜିଲା କଲେକ୍ଟର ଜେରୋମିକ୍‌ ଜର୍ଜଙ୍କ କାର୍ଯ୍ୟକଳାପକୁ କେନ୍ଦ୍ର କରି ଡାକ୍ତରମାନେ ଏହି ଆନ୍ଦୋଳନ କରିଥିଲେ। ୨୦୧୫ ବ୍ୟାଚ୍‌ ଏହି ଆଇଏଏସ୍‌ ଅଧିକାରୀ ଯେତେବେଳେ ତାଙ୍କ ନଖ ସଂକ୍ରମଣର ଚିକିତ୍ସା ପାଇଁ ଜଣେ ଡାକ୍ତରଙ୍କୁ ଡାକିଥିଲେ ସେତେବେଳେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ସୂତ୍ରରୁ ସ୍ପଷ୍ଟ ଯେ କଲେକ୍ଟରଙ୍କ ଘରେ ଡାକ୍ତର ୧ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା ଏବଂ ସଂକ୍ରମଣର ଚିକିତ୍ସା ପରେ ଡାକ୍ତର ଜଣକ ହସ୍ପିଟାଲକୁ ଫେରିଥିଲେ। ସମ୍ପୂର୍ଣ୍ଣ ଘଟଣା ପ୍ରଶାସନିକ ଅଧିକାରର ଅପବ୍ୟବହାର ଉପରେ ଗମ୍ଭୀର ପ୍ରଶ୍ନ ଉଠାଇବା ସହ ଡାକ୍ତରଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି କରିଥିଲା। ଆଇଏଏସ୍‌ ଆସୋସିଏସନ ସିଭିଲ ସର୍ଭିସ୍‌ ନିୟମକୁ ଦର୍ଶାଇ କଲେକ୍ଟରଙ୍କୁ ରକ୍ଷା କରିଥିଲା। ଏହି ନିୟମ ଡାକ୍ତରୀ ପରୀକ୍ଷା ପାଇଁ ସରକାରୀ କର୍ମଚାରୀଙ୍କ ଘରକୁ ଯାଇ ଦେଖାକରିବା, ମେଡିକାଲ ଅଧିକାରୀ ଚିକିତ୍ସା ସମୟ ଓ ଦେୟ ସ୍ଥିର କରିବାକୁ ଅନୁମତି ଦେଇଥାଏ। କଲେକ୍ଟରଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ସାର୍ବଜନୀନ କରିବାରେ ମେଡିକାଲ ଗାଇଡ୍‌ଲାଇନ ଉଲ୍ଲଂଘନକୁ ବାବୁମାନେ ନିନ୍ଦା କରିଛନ୍ତି। ଅପରପାର୍ଶ୍ୱରେ ଏହି ପ୍ରକାର ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ସ୍ବାସ୍ଥ୍ୟ ସଚିବ କଲେକ୍ଟରଙ୍କ ସହ କଥା ହୋଇଥିଲେ ବୋଲି ରାଜ୍ୟ ମେଡିକାଲ ଅଫିସର୍ସ ଆସୋସିଏସନ ରିପୋର୍ଟ କରିଥିଲା ।
ତେବେ ବିବାଦ ବଢ଼ିବାରୁ ମୁଖ୍ୟ ସଚିବ ବେଣୁ କହିଛନ୍ତି , ଏ ବିଷୟରେ ନିଷ୍ପତ୍ତି ନେବା ପୂର୍ବରୁ ସ୍ବାସ୍ଥ୍ୟ ସଚିବଙ୍କ ଦ୍ୱାରା ଦାଖଲ କରାଯାଇଥିବା ରିପୋର୍ଟର ସମୀକ୍ଷା କରିବେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜୀବିକା ପାଇଁ ମାଛ ଧରୁଥିବାବେଳେ ଗଛ ଲଗାଇ ଜୈବ ବିବିଧତାର ସୁରକ୍ଷା କରୁଛନ୍ତି କେରଳର କଣ୍ଡଲ ରଞ୍ଜନ। କନ୍ନୁର ଜିଲାରେ କଣ୍ଡଲଙ୍କ ଘର। କଣ୍ଡଲର ଅର୍ଥ...

ବିଷମିଶା ରଙ୍ଗିନ ଖାଦ୍ୟ

ବର୍ଷାଦିନେ ଲଗାଣ ବର୍ଷା ଭିତରେ ଗରମ କୋବି ମାଞ୍ଚୁରିଆନ, ରଙ୍ଗିନ ମିଠା, କଟନକ୍ୟାଣ୍ଡି ଆଉ ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ବରଫ ଗୋଲା ହେଉ ବା...

ବଜେଟରେ ସାଧାରଣ ଜନତା

ଜୁଲାଇ  ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରିଥିଲେ। ପୂର୍ବଥର ଭଳି ବଜେଟ ଏଥର ଦେଶର ସାଧାରଣ ଜନତା ବିଶେଷ କରି କୃଷକ,...

ଇସ୍ତଫା ପଛର କାରଣ

ଜଣେ ଆଇଏଏସ୍‌ ପ୍ରୋବେସନରଙ୍କ ନକଲି ସାର୍ଟିଫିକେଟ୍‌କୁ ନେଇ ହୋଇଥିବା ଘୋଟାଲା ପରେ ୟୁପିଏସ୍‌ସି ଅଧ୍ୟକ୍ଷ ଡ. ମନୋଜ ସୋନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି...

ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା।...

ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ...

ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର...

ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri