Posted inUncategorized

ପୁରୁଣା କନ୍‌ଭେୟର ବେଲ୍ଟଲାଇନ ଆବଦ୍ଧରୁ ପ୍ଲାଷ୍ଟର ଖସୁଛି

ପାରାଦୀପ,୨୯।୧(ସ୍ବ.ପ୍ର.): ପାରାଦୀପର ସବୁଠାରୁ ପୁରୁଣା, ଶକ୍ତ କନ୍‌ଭେୟର ବେଲ୍ଟଲାଇନକୁ ଆବଦ୍ଧ କରିଥିବା କଂକ୍ରିଟ୍‌ରୁ ସିମେଣ୍ଟ ପ୍ଲାଷ୍ଟର କିଛିଦିନ ହେଲା ଖସିବାରେ ଲାଗିଛି, ଯାହାକୁ ନେଇ ଉକ୍ତ ବେଲ୍ଟଲାଇନ ତଳେ ଥିବା ବସ୍ତିର ଲୋକମାନେ ଅଭିଯୋଗ କରିଥିଲେ। ଏପରି ଅଭିଯୋଗ ଉଠିବା ପରେ ପିପିଏଲ୍‌ କମ୍ପାନୀ ଦୀର୍ଘସ୍ଥାୟୀ ମରାମତି କାର୍ଯ୍ୟ ଆରମ୍ଭ କରିଛି ବୋଲି ସୂଚନା ମିଳିଛି।
୧୯୮୨ରେ ଭାରତ ଓ ନାଉରୁ ସରକାରଙ୍କ ସହଭାଗିତାରେ ପିପିଏଲ୍‌ ସାର କାରଖାନା ନିର୍ମାଣ ହୋଇଥିଲା। ଭାରତର ନବରତ୍ନା କମ୍ପାନୀ ମଧ୍ୟରୁ ପିପିଏଲ୍‌ ଅନ୍ୟତମ ଭାବେ ମାନ୍ୟତା ପାଇଛି। ୧୯୮୦ ଦଶକରେ ଏହି କନ୍‌ଭେୟର ବେଲ୍ଟଲାଇନ ନିର୍ମାଣ ହୋଇଥିଲା। ବନ୍ଦର ପୋତାଶ୍ରୟ ବର୍ଥ ପାଖରୁ ପିପିଏଲ୍‌ କମ୍ପାନୀ ଉତ୍ପାଦନସ୍ଥଳ ପର୍ଯ୍ୟନ୍ତ ୩.୫ କିମି ୨ ଥାକିଆ ଏହି ବେଲ୍ଟଲାଇନ ଯୋଗେ କଞ୍ଚାମାଲ ଓ ରାସାୟନିକ ସାମଗ୍ରୀ ପରିବହନ ହୋଇଥାଏ। ବିଦେଶରୁ ଆମଦାନୀ ହେଉଥିବା ସଲ୍‌ଫ୍ୟୁରିକ୍‌ ଏସିଡ୍‌, ଫସ୍‌ଫ୍ୟୁରିକ୍‌ ଏସିଡ୍‌, ଆମୋନିଆ ଗ୍ୟାସ, ପଟାସ ଆଦି ୩୪ ପ୍ରକାର କଞ୍ଚାମାଲ ବେଲ୍ଟଲାଇନ ଜରିଆରେ କମ୍ପାନୀ ପରିସରରୁ ଯାଇଥାଏ। ସେହିପରି ଉତ୍ପାଦିତ ସାର ମଧ୍ୟ ବେଲ୍ଟଲାଇନ ଯୋଗେ ଜାହାଜକୁ ଯାଇଥାଏ। ସିମେଣ୍ଟ କଙ୍କ୍ରିଟ୍‌ ଆବଦ୍ଧ ଏହି ବେଲ୍ଟଲାଇନ ହେଉଛି କମ୍ପାନୀର ପ୍ରମୁଖ ଅଙ୍ଗ। ଏହା ୧୯୮୯-୯୦ରୁ କାର୍ଯ୍ୟକ୍ଷମ ହୋଇଥିଲା। ଏପରିକି ୧୯୯୯ ମହାବାତ୍ୟା ସମୟରେ ଏହା ଅକ୍ଷୁଣ୍ଣ ରହିଥିଲା। ଏବେ ସେହି ବେଲ୍ଟଲାଇନକୁ ଆବଦ୍ଧ କରିଥିବା କଂକ୍ରିଟରୁ ଖଣ୍ଡ ଖଣ୍ଡ ପ୍ଲାଷ୍ଟର ଖସୁଛି ବୋଲି ବେଲ୍ଟଲାଇନ ତଳେ ଥିବା ବୃନ୍ଦାବନ କଲୋନୀ ବାସିନ୍ଦା ଲୁଟୁ ମହାନ୍ତି କହିଛନ୍ତି। ଏପରିକି ସପ୍ତାହକ ତଳେ ଏକ ବଡ ପ୍ଲାଷ୍ଟର ବେଲ୍ଟଲାଇନ ମାର୍କେଟ ପାଖରେ ପଡିଥିଲା, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ଆଲୋଚନା କରିଥିଲେ। ଏହି ଖବର କମ୍ପାନୀ ପାଇବା ପରେ ଏବେ ମରାମତି କାର୍ଯ୍ୟ ଆରମ୍ଭ କରିଛି ବୋଲି ପିପିଏଲ କର୍ପୋରେଟ ଆଫେୟାର୍ସ ଅଧିକାରୀ ସୁଧିରଞ୍ଜନ ମିଶ୍ର କହିଛନ୍ତି। ଏପରିକି ସମ୍ଭାବ୍ୟ ବିପଦକୁ ଟାଳିବାକୁ ବେଲ୍ଟଲାଇନ ଖୁଣ୍ଟରେ ଜାଲ ଘେରାଯାଇଛି। ଏହାକୁ ମଜଭୁତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ଲାଷ୍ଟର ଛଡ଼ାଯାଇ ସେହି ସ୍ଥାନରେ ପୁଣି ସିମେଣ୍ଟ କଂକ୍ରିଟ୍‌ କରାଯାଉଛି। ଉକ୍ତ କନ୍‌ଭେୟର ବେଲ୍ଟଲାଇନ ସ୍ଥାୟିତ୍ୱ ୧୦୦ ବର୍ଷ ରହିଛି। ଏପରି ବେଲ୍ଟଲାଇନ ଓଡ଼ିଶାରେ ପ୍ରଥମ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପାରାଦୀପରେ ଆଉ ୨ଟି କମ୍ପାନୀର ବେଲ୍ଟଲାଇନ ରହିଛି। ତାହା ଲୁହାଖୁଣ୍ଟ ଓ ଆଜ୍‌ବେଷ୍ଟସ ଆବଦ୍ଧ। ସେଠାରେ ମଧ୍ୟ ବେଳେବେଳେ ଆଜ୍‌ବେଷ୍ଟସ ଖସିପଡିବାର ଦୃଷ୍ଟାନ୍ତ ରହିଛି। ପଣ୍ୟ ପରିବହନ ବେଳେ ଗୁଣ୍ଡ ତଳେ ପଡିଥାଏ। ପିପିଏଲ୍‌ କମ୍ପାନୀର ଏହି ବେଲ୍ଟଲାଇନରୁ ସେପରି ହୁଏନାହିଁ। ଭାରତ ସରକାରଙ୍କ ଅଧୀନରେ ଥିବାବେଳେ ଦେବାଳିଆ ଅବସ୍ଥାକୁ ପିପିଏଲ୍‌ ଚାଲି ଯାଇଥିଲା। ୨୦୦୫ରେ ଏହାକୁ ଆଡ୍‌ଭେଣ୍ଟେଜ୍‌ ଗ୍ରୁପ ଏହାର ମାଲିକାନା ପାଇବା ସହ ପରିଚାଳନା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri