ପ୍ଲାଜମା ଦାନ କଲେ ୨ କରୋନା ଯୋଦ୍ଧା: ସାଲ୍ୟୁଟ କଲେ ଗଞ୍ଜାମ ଜିଲାପାଳ, ଏସ୍‌ପି

ଛତ୍ରପୁର, ୩।୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ପୁଣି ୨ ଜଣ କରୋନା ଯୋଦ୍ଧା ଗୁରୁବାର ପ୍ଲାଜମା ଦାନ କରିଛନ୍ତି। ସେମାନେ ହେଲେ ଆସିକା ବ୍ଲକର ଆରଡ଼ବ୍ଲ୍ୟୁଏସ୍‌ଏସ୍‌ ଜେଇ ଶ୍ରୀନିବାସ ରାଓ ଓ ଗଞ୍ଜାମ ପୋଲିସ ଅଧୀନ ଧରାକୋଟ ଥାନାର ଏସ୍‌ଆଇ କୁମୁଦ ଚନ୍ଦ୍ର ସେଠୀ ଉଭୟ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲସ୍ଥିତ ପ୍ଲାଜମା ବ୍ୟାଙ୍କରେ ପ୍ଲାଜମା ଦାନ କରିଛନ୍ତି। ଏହି ଦୁଇ ଯୋଦ୍ଧା କାର୍ଯ୍ୟ କରୁଥିବା ବେଳେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି କରୋନାରେ ଆକ୍ରାନ୍ତ ହୋଇଥିଲେ। ପରେ ଉଭୟ କରୋନା ରୁ ସୁସ୍ଥ ହୋଇଥିଲେ। ତେବେ ଆର୍‌ଡ଼ବ୍ଲ୍ୟୁଏସ୍‌ଏସ୍‌ ଜେଇ ପ୍ଲାଜମା ଦାନ କରିଥିବା ନେଇ ଗୁରୁବାର ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। କରୋନା ମହାମାରୀ ସମୟରେ ତାଙ୍କର ମାନବଜାତି ପ୍ରତି ସହାୟତା ପାଇଁ ମହତ ଉଦ୍ଦେଶ୍ୟ ରହିବା ସହ ଉତ୍ସର୍ଗିକୃତ ସେବାକୁ ଜ଼ିଲାପାଳ ସାଲୁଟ ଜଣାଇଛନ୍ତି। ସେହିପରି ଏସ୍‌ଆଇ ପ୍ଲାଜମା ଦାନ କରିଥିବା ସମ୍ପର୍କରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଗୁରୁବାର ଟୁଇଟ କରି ସୂଚନା ଦେଇଛନ୍ତି। କୋଭିଡ ୧୯ ମହାମାରୀ ସମୟରେ ମାନବଜାତିଙ୍କ ପାଇଁ ତାଙ୍କର ଏହି ସେବା ପାଇଁ ଏସ୍‌ପି ସାଲୁଟ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟା ଦଶମୀରେ ମହିଳାଙ୍କ ସିନ୍ଦୂର ଖେଳ

ବାରିପଦା ଅଫିସ,୮।୧୦- ସଂସ୍କୃତି ଓ ପରମ୍ପରାକୁ ନେଇ ଉତ୍ତର ଓଡ଼ିଶାର ସାଂସ୍କୃତିକ ପ୍ରାଣ କେନ୍ଦ୍ର ବାରିପଦା ସହର ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ସହରର ୨୬ଟି...

ବଚସାରୁ ସାଙ୍ଗକୁ ହାଣି ହତ୍ୟା

ପୋଲସରା,୨୪ା୩(ଡି.ଏନ.ଏ.)- ଗଞ୍ଜାମ ଜିଲା ପୋଲସରା ଥାନା ପାଣ୍ଡିରିପଡ଼ା ପଞ୍ଚାୟତସ୍ଥିତ ପାତାଳସିଙ୍ଗି ଗ୍ରାମରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟଛି। ସାମାନ୍ୟ ବଚସାରୁ ସାଙ୍ଗଙ୍କୁ କାତିରେ ହାଣି ହତ୍ୟା...

ମନ୍ତ୍ରୀ ପରିଷଦ ବୈଠକ: ତୃଣମୂଳସ୍ତରକୁ ଯାଇ ଲୋକଙ୍କ ସମସ୍ୟା ବୁଝିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୧।୭(ବ୍ୟୁରୋ): ଲୋକଙ୍କ ନିକଟତର ହୁଅ। ସେମାନଙ୍କ ସମସ୍ୟା ବୁଝି ବ୍ୟକ୍ତିଗତସ୍ତରରେ ସମାଧନ କରିବା ପାଇଁ ଚେଷ୍ଟାକର। ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଗସ୍ତକରି ନିଜ ବିଭାଗର କାର୍ଯ୍ୟ...

୫ ବର୍ଷ ବିତିଲା, ସମ୍ପୂର୍ଣ୍ଣ ହେଲାନି ପୋଲ

ବାସୁଦେବପୁର,୬।୧(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ବଳିବିନ୍ଧା ଗ୍ରାମଠାରୁ ଗମେଈ ନଦୀକୁ ସଂଯୋଗ କରୁଥିବା ମୋହନ ସାମଲ ନାଳ ଜଳ ନିଷ୍କାସନର ଏକ ପ୍ରମୁଖ ନାଳ।...

ଦିଲ୍ଲୀ ପରେ ମହାରାଷ୍ଟ୍ରକୁ ଅକ୍ସିଜେନ ଯୋଗାଇଲା ଓଡ଼ିଶା

ଭୁବନେଶ୍ୱର,୨୨।୪: ମହାରାଷ୍ଟରେ କରୋନା ସ୍ଥିତି ଭୟାବହ ରହିଛି। ଏଭଳିସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହଯୋଗର ହାତ ବଢାଇଛନ୍ତି। ଦିଲ୍ଲୀ ପରେ ମହାରାଷ୍ଟ୍ରକୁ ଅକ୍ସିଜେନ ଯୋଗାଇଛି ଓଡ଼ିଶା...

ସଂକ୍ରମଣ ୧ଲକ୍ଷ ୩୧ ହଜାର ପାର୍‌

ଭୁବନେଶ୍ୱର, ୯ା୯(ବ୍ୟୁରୋ): କରୋନାରେ ରାଜ୍ୟରେ ଦୈନିକ ୩ହଜାର ଉପରେ ଆକ୍ରାନ୍ତ ହେଉଛନ୍ତି। ଶେଷ ୨୪ ଘଣ୍ଟା ମଧ୍ୟରେ ୪୧,୨୭୫ ନମୁନା ପରୀକ୍ଷା କରାଯାଇଥିବାବେଳେ ସେଥିରୁ ୩,୪୯୦...

ବ୍ୟାଙ୍କରୁ ୧ କୋଟି ୧୬ ଲକ୍ଷ ଠକେଇ

ଭୁବନେଶ୍ୱର, ୨୨ା୧୨(ବ୍ୟୁରୋ): ଏକ ଘରୋଇ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ବିଭିନ୍ନ ଗ୍ରାହକଙ୍କ ଆକାଉଣ୍ଟରୁ ୧ କୋଟି ୧୬ ଲକ୍ଷ ଟଙ୍କାର ଲୋନ୍‌ ଉଠାଇନେଇଛନ୍ତି। ଜଣେ ଅବସରପ୍ରାପ୍ତ...

ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସମସ୍ୟା: ଡାକ୍ତରଖାନା ଗେଟ୍‌ରେ ତାଲା ପକାଇ ବିକ୍ଷୋଭ

ନୂଆଗାଁ,୧୩।୮(ଡି.ଏନ.ଏ.)-ନୟାଗଡ ଜିଲା ନୂଆଗାଁ ବ୍ଲକ ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକୀୟ ଡାକ୍ତର ଓ କର୍ମଚାରୀ ନାହାନ୍ତି। ଫଳରେ ରୋଗୀସେବା ବିପର୍ଯ୍ୟସ୍ତ ହେଉଛି। ରବିବାର ସ୍ବାସ୍ଥ୍ୟ...

Advertisement


Archives

Model This Week