ଚାରାରୋପଣ ବନାମ ଗଛ କଟା

ପାରାଦୀପ,୬।୭ (ଶରତ ରାଉତ)ଜଗତ୍‌ସିଂହପୁର ଜିଲା ପାରାଦୀପ ଅଞ୍ଚଳ ଦେଶର ସର୍ବାଧିକ ପ୍ରଦୂଷିତ ତାଲିକାରେ ଅଛି। ଦେଶର ଯେଉଁ ୮୮ ସହର ଅତ୍ୟଧିକ ପ୍ରଦୂଷଣ ତାଲିକା କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସାର୍ବଜନୀନ କରିଛି। ସେଥିରେ ଓଡ଼ିଶାର ୪ଟି ସ୍ଥାନ ଅଛି। ସେଗୁଡ଼ିକ ହେଲା ତାଳଚେର, ଝାରସୁଗୁଡ଼ା, ଇବ୍‌ ଭ୍ୟାଲି ଓ ପାରାଦୀପ। ପାରାଦୀପର ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ଏକ ଆଞ୍ଚଳିକ କାର୍ଯ୍ୟାଳୟ ୨୦୧୩ ନଭେମ୍ବରରୁ ଖୋଲିଛନ୍ତି। ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ କେତେକ ସକାରାତ୍ମକ ପଦକ୍ଷେପ ନିଆଯାଇଛି। ସମାନ ଭାବେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କମ୍ପାନୀଗୁଡ଼ିକୁ ପର୍ଯ୍ୟାପ୍ତ ସବୁଜ ବଳୟ କରିବାକୁ ପରାମର୍ଶ ଦିଆଯାଉଛି। ଏହାବାଦ୍‌ କେତେଗୋଟି ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ନିରନ୍ତର ଚାରା ରୋପଣ, ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରିବା ଭଳି କାମ କରୁଛନ୍ତି। ଏହାସତ୍ତ୍ୱେ ସବୁଜ ବଳୟ ବୃଦ୍ଧି ପାଇବା ପରିବର୍ତ୍ତେ ହ୍ରାସ ପାଇବାରେ ଲାଗିଛି ବୋଲି ଅଭିଯୋଗ ହୋଇଛି। କେତେଜଣ କାଠ ବେପାରୀ ଓ ଅନ୍ୟ ମୁଷ୍ଟିମେୟ ଲୋକ ଲଗାତର ଗଛ କାଟି ନେଉଛନ୍ତି ବୋଲି ଆଦର୍ଶ ପ୍ରୟାସ ନାମକ ସଙ୍ଗଠନ ଅଭିଯୋଗ କରିଛି। ସଙ୍ଗଠନ ସଭାପତି ଦେବକଲ୍ୟାଣ ମହାପାତ୍ର କୁଜଙ୍ଗ ବନାଞ୍ଚଳ ଅଧିକାରୀଙ୍କୁ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି, ତାଙ୍କ ସଙ୍ଗଠନ ପକ୍ଷରୁ ପ୍ରତିବର୍ଷ ଗ୍ରାମାଞ୍ଚଳ ଓ ନଦୀପଠାରେ କ୍ଷୁଦ୍ର ଜଙ୍ଗଲ ପାଇଁ କାମ କରୁଛନ୍ତି। ଏବେସୁଦ୍ଧା ୧୦ ରୁ ଅଧିକ ଜଙ୍ଗଲ କରି ସାରିଲୁଣି। ଚଳିତବର୍ଷ ମଧ୍ୟ କୁଜଙ୍ଗ ବ୍ଲକ ଅଧୀନ ମହାନଦୀ ପଠାରେ ଚାରାରୋପଣ ଓ ସଂରକ୍ଷଣ ପାଇଁ କାମ ।ଚାଲିଛି। ୪ବର୍ଷ ତଳେ ବଡ଼ବାଲିକଣୀ ଗଁା ଉପାନ୍ତରେ ଥିବା ଜାଗାରେ ଚାରା ରୋପଣ କରିଥିଲୁ। ସେହି ସ୍ଥାନରେ ଏବେ ବଡ଼ ଗଛ ହୋଇଛି। ସପ୍ତାହକ ମଧ୍ୟରେ ସେଥିରୁ ପ୍ରାୟ ୫୦ରୁ ଅଧିକ ଗଛ ଲୋକ କାଟି ନେଇଛନ୍ତି। ସମାନ ଭାବେ ବିଶ୍ୱାଳୀ ଗ୍ରାମର ସ୍ବେଚ୍ଛାସେବୀ ସଙ୍ଗଠନ ବାବା ବାଲୁଙ୍କେଶ୍ୱର ବିକାଶ ପରିଷଦ ପକ୍ଷରୁ ୩ ଦଶନ୍ଧି ମଧ୍ୟରେ ଅନେକ ଗ୍ରାମ୍ୟ ଜଙ୍ଗଲ କରାଯାଇଛି। ସଙ୍ଗଠନ ମୁଖ୍ୟ ଇଂ. ଅମରେଶ ନରେଶ ସାମନ୍ତଙ୍କୁ ଏଥିପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କଠାରୁ ପୁରସ୍କାର ମିଳିଛି। ତାଙ୍କ ଗଁା ପାଖରେ ୧୫ ବର୍ଷ ତଳେ ଲଗାଯାଇଥିବା ଗଛ ଏବେ ଆପଣାଛାଏ ମରିଯାଉଛି ବୋଲି ସାମନ୍ତ କୁହନ୍ତି। ଏଥିପାଇଁ ଅସ୍ବାଭାବିକ ଜଳବାୟୁ ପରିବର୍ତ୍ତନ ଓ କମ୍ପାନୀର ରସାୟନ ନିର୍ଗମନ ଯୋଗୁ ଏମିତି ହୋଇ ଥାଇପାରେ ବୋଲି ସେ କୁହନ୍ତି। ସବୁଠାରୁ ଅଧିକ ଗଛ କଟାଯାଉଛି ବେଳାଭୂମି ଅଞ୍ଚଳରେ। ସେଠାରେ ବନ ବିଭାଗ ପକ୍ଷରୁ ପ୍ରତିବର୍ଷ ଝାଉଁ ଗଛ ଲଗାଯାଉଛି। ଗଛ ବଡ଼ ହେବା ମାତ୍ରେ ତାକୁ ସେଠାକାର କାଠ ବେପାରୀ କାଟି ତାକୁ ଫାଳକରି ଜାଳେଣି ଭାବେ ବିକ୍ରି କରୁଛନ୍ତି ବୋଲି ଆହ୍ବାନ କମ୍ବାଇନ୍ସ ସମ୍ପାଦକ ପ୍ରଭାସ ଚନ୍ଦ୍ର ସ୍ବାଇଁ ଅଭିଯୋଗ କରିଛନ୍ତି। ଏମିତି ସ୍ଥିତିରେ ଚଳିତ ମାସର ପ୍ରଥମ ସପ୍ତାହରେ ବନ ମହୋତ୍ସବ ପାଳନ କରାଯାଉଛି। ଏ ସମ୍ପର୍କରେ କୁଜଙ୍ଗ ବନାଞ୍ଚଳ ଅଧିକାରୀ ରଞ୍ଜନ କୁମାର ମିଶ୍ରଙ୍କୁ ପଚାରିବାରେ ଆମର ଷ୍ଟାଫ୍‌ କମ୍‌ ଯୋଗୁ ଠିକ୍‌ ଭାବେ ତଦାରଖ କରିପାରୁନାହୁଁ। ଚଳିତବର୍ଷ ଷଣ୍ଢକୁଦଠାରେ ନୂଆକରି ଏକ ବିଟ୍‌ ହାଉସ ହେବ ଏବଂ ଅଧିକ ଷ୍ଟାଫ ରହିଲା ପରେ ଯାଇ ପଦକ୍ଷେପ ନେଇପାରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କଂଗ୍ରେସ

କର୍ଲାମୁଣ୍ଡା:୧୪।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟିଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri