Posted inUncategorized

ଏଇ ଭାରତରେ

ଦିଲ୍ଲୀର ଏକ ବସ୍ତିରେ ରହି ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଶିକ୍ଷା ଲାଭ କରି ଜଣେ କନ୍‌ଷ୍ଟେବଲ ଭାବେ ଚାକିରି କରୁଛନ୍ତି ଥାନ୍‌ ସିଂ। ଚାକିରିର ଦାୟିତ୍ୱ ଭିତରୁ ସମୟ ବାହାର କରି ସେ ବସ୍ତି ପିଲାମାନଙ୍କୁ ପଢାଉଛନ୍ତି। ଦିଲ୍ଲୀ ଲାଲକିଲ୍ଲା ନିକଟସ୍ଥ ପାର୍କିଂ ସ୍ଥାନ ନିକଟସ୍ଥ ସାଇ ମନ୍ଦିରରେ ସେ ଏକ ପାଠଶାଳା ଖୋଲି ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ଥାନ୍‌ ସିଂ ଡ୍ୟୁଟି କରିବା ସମୟରେ ବସ୍ତି ପିଲାମାନେ ରାସ୍ତାରେ ପାଣିବୋତଲ ବିକିବା, ଜରି ଗୋଟାଇବା ଭଳି କାମ କରୁଥିବା ଦେଖିବା ପରେ ସେ ସେମାନଙ୍କୁ ପଢ଼ାଇବା ଲାଗି ନିଷ୍ପତ୍ତି ନେଇଥିଲେ । କାରଣ ତାଙ୍କ ପିଲାଦିନ ବି ବସ୍ତିରେ ବହୁ କଷ୍ଟରେ କଟିଥିଲା। ଥାନ୍‌ଙ୍କ ଜନ୍ମ ରାଜସ୍ଥାନର ଭରତପୁରରେ। ସେ ତାଙ୍କ ପରିବାର ସହ ଆସି ଦିଲ୍ଲୀର ଏକ ବସ୍ତିରେ ରହୁଥିଲେ। ତାଙ୍କ ପିତା ପୋଷାକ ଇସ୍ତ୍ରି କରି ଯାହା ରୋଜଗାର କରୁଥିଲେ ସେଥିରେ ସେମାନେ କଷ୍ଟରେ ଚଳୁଥିଲେ। ଏପରିକି ଥାନ୍‌ଙ୍କୁ ବି ମକା ବିକି ରୋଜଗାର କରିବାକୁ ପଡ଼ିଥିଲା। ଅନ୍ୟ କୌଣସି ବସ୍ତି ପିଲାଙ୍କ ଭାଗ୍ୟରେ ଏହା ନ ଜୁଟୁ ତାହା ବିଚାର କରି ୨୦୧୫ରେ ସେ ୩ ଜଣ ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ। ଏବେ ବିଭିନ୍ନ ବସ୍ତିରୁ ୮୦ ଜଣ ପିଲା ପାଠଶାଳାକୁ ଆସୁଛନ୍ତି। ଥାନ୍‌ଙ୍କ ଏହି ସ୍କୁଲର ସକାରାମତ୍କ ପ୍ରଭାବ ଏବେ ସ୍ପଷ୍ଟ ହୋଇଛି। ପିଲାମାନେ ରାସ୍ତାରେ ବୁଲି ଜିନିଷ ବିକିବା ପରିବର୍ତ୍ତେ ସ୍କୁଲକୁ ଆସୁଛନ୍ତି। ଏହାଦ୍ୱାରା ସେମାନେ ନିଶା ଓ ଅପରାଧ ଦୁନିଆରୁ ଦୂରେଇ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରା ମଦ ବିକ୍ରିକୁ ବିରୋଧ କରି ତାତିଲେ ମହିଳା, ୨ ଘଣ୍ଟା ଧରି ପୋଲିସ ନାକେଦମ

ବନ୍ତ, ୩୦।୮ (ହରି ନାରାୟଣ ମହାନ୍ତି/ କିଶୋର କୁମାର ସେଠୀ): ଶନିବାର ରାତିରେ ଭଦ୍ରକ ଜିଲା ବନ୍ତ ଥାନା ନୀଳୋକ ପଞ୍ଚାୟତ ଅଧୀନ ବେଗନା (ବୁଡ଼ଗଢ଼ିଆ) ଗ୍ରାମରେ…

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri