ପୃଥିବୀ ପ୍ରତି ଗ୍ରହାଣୁ ବିପଦ

”ଗ୍ରହାଣୁଗୁଡ଼ିକର ଆକାର ଛୋଟ ଗୋଡ଼ି ଆକାରଠାରୁ ଆରମ୍ଭ କରି ୧୦୦ କିମି ପର୍ଯ୍ୟନ୍ତ ଅଛି। ଏଗୁଡ଼ିକ ସୂର୍ଯ୍ୟକୁ ପରିକ୍ରମଣ କରୁଥିଲେ ସୁଦ୍ଧା ଆକାର ଅତି ଛୋଟ ଥିବାରୁ ଏଗୁଡିକୁ ଗ୍ରହାଣୁ କୁହାଯାଉଛି। ଇଟାଲି ବୈଜ୍ଞାନିକ ଜିଉସେପେ ପିଆଜ୍ୱି ୧୮୦୧ ଜାନୁୟାରୀ ୧ ତାରିଖରେ ପ୍ରଥମ ଗ୍ରହାଣୁକୁ ଆବିଷ୍କାର କରିଥିଲେ। ଏହାର ନାମ ହେଉଛି ସେରେସ୍‌ ଓ ସମସ୍ତ ଗ୍ରହାଣୁ ମଧ୍ୟରେ ଏହା ହେଉଛି ବୃହତ୍ତମ। ଏହାର ବ୍ୟାସ ହେଉଛି ୯୫୫ କି.ମି.।“

ଗ୍ରହାଣୁ ହେଉଛି ସୂର୍ଯ୍ୟକୁ ପରିକ୍ରମଣ କରୁଥିବା ପଥୁରିଆ ବସ୍ତୁପିଣ୍ଡ। ମଙ୍ଗଳ ଓ ବୃହସ୍ପତି ଗ୍ରହ କକ୍ଷ ମଧ୍ୟରେ ସୂର୍ଯ୍ୟଠାରୁ ୩୨ କୋଟିରୁ ୪୪କୋଟି କିମି ଦୂରରେ ଗ୍ରହାଣୁଗୁଡିକର କକ୍ଷ ରହିଛି। ଏହାକୁ ‘ଗ୍ରହଣ ବଳୟ’ କୁହାଯାଏ। ସୌରଜଗତର ବିଭିନ୍ନ ଗ୍ରହ ଓ ଉପଗ୍ରହ ଗଠନ ହେବା ପରେ ବଳକା ହୋଇ ରହିଯାଇଥିବା କିଛି ଆଦିବସ୍ତୁ ହେଉଛି ଏହି ଗ୍ରହାଣୁ ପୁଞ୍ଜ। କେତେକ ବୈଜ୍ଞାନିକ ବିଶ୍ୱାସ କରନ୍ତି ଯେ, ବର୍ତ୍ତମାନ ଯେଉଁ କକ୍ଷରେ ଗ୍ରହାଣୁଗୁଡିକ ସୂର୍ଯ୍ୟଙ୍କୁ ପରିକ୍ରମଣ କରୁଛନ୍ତି, ସେଠାରେ ବହୁ ବର୍ଷ ପୂର୍ବେ ଗୋଟିଏ ଗ୍ରହ ଥିଲା ଏବଂ କୌଣସି କାରଣରୁ ତାହା ଭାଙ୍ଗି ଯାଇ ଅନେକ ଗ୍ରହାଣୁରେ ପରିଣତ ହୋଇଛି। ଗ୍ରହାଣୁଗୁଡିକର ଆକାର ଛୋଟ ଗୋଡି ଆକାରଠାରୁ ଆରମ୍ଭ କରି ୧୦୦ କିମି ପର୍ଯ୍ୟନ୍ତ ଅଛି। ଏଗୁଡିକ ସୂର୍ଯ୍ୟକୁ ପରିକ୍ରମଣ କରୁଥିଲେ ସୁଦ୍ଧା ଆକାର ଅତି ଛୋଟ ଥିବାରୁ ଏଗୁଡିକୁ ଗ୍ରହାଣୁ କୁହାଯାଉଛି। ଇଟାଲି ବୈଜ୍ଞାନିକ ଜିଉସେପେ ପିଆଜ୍ୱି ୧୮୦୧ ଜାନୁୟାରୀ ୧ ତାରିଖରେ ପ୍ରଥମ ଗ୍ରହାଣୁକୁ ଆବିଷ୍କାର କରିଥିଲେ। ଏହାର ନାମ ହେଉଛି ସେରେସ୍‌ ଓ ସମସ୍ତ ଗ୍ରହାଣୁ ମଧ୍ୟରେ ଏହା ହେଉଛି ବୃହତ୍ତମ। ଏହାର ବ୍ୟାସ ହେଉଛି ୯୫୫ କି.ମି.। ଆବିଷ୍କାର ପରେ କେତେ ବର୍ଷ ପର୍ଯ୍ୟନ୍ତ ଏହା ଗୋଟିଏ ଗ୍ରହର ମାନ୍ୟତା ପାଇଥିଲା। ମାତ୍ର ଏହି ବଳୟରେ ଆଉ କୌଣସି ବସ୍ତୁପିଣ୍ଡ ଆବିଷ୍କୃତ ହେବା ପରେ ଏସବୁକୁ ଗ୍ରହାଣୁ କୁହାଗଲା। ପ୍ରାୟ ଏକା କକ୍ଷରେ ଏତେଗୁଡିଏ କ୍ଷୁଦ୍ରପିଣ୍ଡ ରହିଥିବାରୁ ଇଂରେଜ ଜ୍ୟୋତିର୍ବିଦ ଇଉଲିୟମ ହରଶେଲ ଏସବୁର ନାମ ଗ୍ରହାଣୁ ରଖିଥିଲେ। ବର୍ତ୍ତମାନ ସୁଦ୍ଧା ପାଞ୍ଚ ଲକ୍ଷରୁ ଅଧିକ ଗ୍ରହାଣୁ ଚିହ୍ନଟ କରାଯାଇଛି।
କେତେକ ଶ୍ରେଣୀର ଗ୍ରହାଣୁ ହେଉଛି ପୃଥିବୀବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏଗୁଡିକ ସୂର୍ଯ୍ୟ ପରିକ୍ରମା ଭିତରେ ବେଳେବେଳେ ପୃଥିବୀ କକ୍ଷର ନିକଟକୁ ଚାଲି ଆସିଥାଆନ୍ତି। ଏଗୁଡିକୁ ପୃଥିବୀ ସମୀପବର୍ତ୍ତୀ ବସ୍ତୁପିଣ୍ଡ କୁହାଯାଏ। ଏହାର ପ୍ରଥମ ଉଦାହରଣ ହେଉଛି ‘ହାରମେସ୍‌’। ଏକ କିମି ବ୍ୟାସ ବିଶିଷ୍ଟ ଏହି ଗ୍ରହାଣୁ ୧୯୩୭ରେ ପୃଥିବୀଠାରୁ ୭୭୨ କିମି ଦେଇ ଯାଇଥିଲା। ଅନ୍ୟ ଏକ ଗ୍ରହାଣୁ ଇକାରସ୍‌ ୧୯୪୯ ଏବଂ ୧୯୬୮ରେ ପୃଥିବୀର ଖୁବ୍‌ ନିକଟକୁ ଚାଲି ଆସିଥିଲା। ସେତେବେଳେ ପୃଥିବୀଠାରୁ ଏହାର ଦୂରତା ଥିଲା ୨୬୪ ଲକ୍ଷ କିମି। ଏହାକୁ ଗ୍ରହାଣୁ ବୋମା ଭାବେ ବ୍ୟବହାର କରି ରୁଷ ଓ ଆମେରିକା ପରସ୍ପରକୁ ଧ୍ୱଂସ କରିବାକୁ ଚିନ୍ତା କରୁଥିଲେ। ଚଳିତବର୍ଷ ଜୁନ୍‌ ୫ରେ ଗ୍ରହାଣୁ ‘୨୦୨୦ଏଲଡି’ ପୃଥିବୀଠାରୁ ୩୦୬୬୭୫ କିମି ଦୂରରେ ଚାଲିଗଲା। ଏହି ଦୂରତା ଥିଲା ପୃଥିବୀଠାରୁ ଚନ୍ଦ୍ର ଦୂରତାର ୮୦ ପ୍ରତିଶତ। ମାତ୍ର ଆଶ୍ଚର୍ଯ୍ୟର କଥା ଯେ ୧୨୨ ମିଟର ଚଉଡାର ଏହି ଗ୍ରହାଣୁକୁ ହାଓ୍ବାଇ ଦ୍ୱୀପ ମଉନା ଲୋଆଠାରେ ଥିବା ଦୂରବୀକ୍ଷଣ ଯନ୍ତ୍ର ଜୁନ୍‌ ୭ରେ ଠାବ କଲା। ପୂର୍ବରୁ ଚିହ୍ନଟ ହୋଇ ନ ଥିବା ପୃଥିବୀ ନିକଟ ଦେଇ ଚାଲିଯାଇଥିବା କେତେଗୁଡିଏ ବଡ ଗ୍ରହାଣୁ ମଧ୍ୟରେ ଏହା ହେଉଛି ଅନ୍ୟତମ।
ପୃଥିବୀ ପୃଷ୍ଠରେ କୌଣସି ଗ୍ରହାଣୁ ପଡିଲେ ତାହା ଅକଳନୀୟ କ୍ଷତି କରିବ। ଯୁକ୍ତରାଷ୍ଟ୍ର ଆମେରିକାର ଆରିଜୋନାଠାରେ ୫୦୦୦୦ ବର୍ଷ ପୂର୍ବେ ୪୬ ମିଟର ବ୍ୟାସର ଏ ଗ୍ରହାଣୁ ପଡି ୧୨୦୦ ମିଟର ବ୍ୟାସର ଗର୍ତ୍ତ ସୃଷ୍ଟି ହୋଇଛି। ୧୯୦୮ ଜୁନ୍‌ ୩୦ ତାରିଖରେ ରୁଷିଆର ସାଇବେରିଆ ଅଞ୍ଚଳରେ ତୃଙ୍ଗୁଷ୍କାଠାରେ ଘଟିଥିବା ଗ୍ରହାଣୁ ସଂଘାତ ହେଉଛି ବୃହତ୍ତମ। ଏଥିଯୋଗୁ ପ୍ରାୟ ୨୦୦୦ ବର୍ଗ କିମି ପରିମିତ ଅଞ୍ଚଳର ଜଙ୍ଗଲ ଧ୍ୱଂସ ପାଇ ଯାଇଥିଲା ଏବଂ ପ୍ରାୟ ଆଠ କୋଟି ଗଛ ଭାଙ୍ଗି ଯାଇଥିଲା। ଏହି ଅଞ୍ଚଳର ଲୋକସଂଖ୍ୟା ବହୁତ କମ ଥିଲା। ରୁଷ ସରକାର ମୃତାହତ ସଂଖ୍ୟା ପ୍ରକାଶ କରି ନ ଥିଲେ। ସେହିପରି ୨୦୧୩ ଫେବୃୟାରୀ ୧୫ ତାରିଖରେ ରୁଷିଆର ଚେଲିବିନସ୍କଠାରେ ୨୦ ମିଟର ବ୍ୟାସର ଗୋଟିଏ ଗ୍ରହାଣୁ ସଂଘାତ କରିଥିଲା। ଏହା ଗୋଟିଏ ବିରାଟ ଗର୍ତ୍ତ ସୃଷ୍ଟି କରିଥିଲା। କ୍ଷୟକ୍ଷତିର ପରିମାଣ କେବଳ ଗ୍ରହାଣୁର ଆକାର ଉପରେ ନିର୍ଭର କରି ନ ଥାଏ, ଗ୍ରହାଣୁର ସଂରଚନା ଓ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କୋଣ ଉପରେ ମଧ୍ୟ କ୍ଷୟକ୍ଷତିର ପରିମାଣ ନିର୍ଭର କରେ।
ଜ୍ୟୋତିର୍ବିଦମାନେ ପୃଥିବୀ ସମୀପବର୍ତ୍ତୀ ୧୯,୨୬୬ଟି ଗ୍ରହାଣୁକୁ ଚିହ୍ନଟ କରିଛନ୍ତି। ଏଥିମଧ୍ୟରୁ ୯୦୦ଟିର ବ୍ୟାସ ହେଉଛି ଏକ କିମିରୁ ଅଧିକ। ଜ୍ୟୋତିର୍ବିଦମାନେ ଗଣନା କରିଛନ୍ତି ଯେ, ୩୪୦ ମିଟର ବ୍ୟାସର ୯୯,୯୪୨ ଆପୋଫିସ୍‌ ଗ୍ରହାଣୁ ୨୦୨୯ ଏପ୍ରିଲ ୧୩ ତାରିଖରେ ପୃଥିବୀ ପୃଷ୍ଠରୁ ୩୧,୦୦୦ ଉଚ୍ଚ ଦେଇ ଚାଲିଯିବ। ଏହା ପୃଥିବୀ ପ୍ରତି ବିପଦ ସୃଷ୍ଟି ନ କଲେ ମଧ୍ୟ ସେହି ଦୂରତାରେ ଅବସ୍ଥିତ ଥିବା କୃତିମ ଉପଗ୍ରହକୁ କ୍ଷତି ପହଞ୍ଚାଇପାରେ। ସେହିପରି ୪୯୦ମିଟର ବ୍ୟାସର ବେଣୁ ଗ୍ରହାଣୁ ୨୧୭୫ରୁ ୨୧୯୯ ମସିହା ମଧ୍ୟରେ ଅତି ନିକଟ ଦେଇ ଗତି କରିବ ବୋଲି ଗଣନା କରାଯାଇଛି। ଆମେ ଏ ପର୍ଯ୍ୟନ୍ତ ସମସ୍ତ ପୃଥିବୀ-ସମୀପବର୍ତ୍ତୀ ଗ୍ରହାଣୁଗୁଡିକୁ ଚିହ୍ନଟ କରିପାରିନାହେଁ। ଏଣୁ ପୃଥିବୀ ସହିତ କୌଣସି ପ୍ରକାର ଗ୍ରହାଣୁ ସଂଘର୍ଷର ଆଶଙ୍କାକୁ ଏଡାଇ ହେବ ନାହିଁ।
ବୈଜ୍ଞାନିକମାନେ ପୃଥିବୀ ସହିତ ଗ୍ରହାଣୁ ସଂଘର୍ଷ ଏଡାଇବା ପାଇଁ ଗବେଷଣା କରୁଛନ୍ତି ଓ ଉପାୟ ବାହାର କରିଛନ୍ତି। ପ୍ରଥମଟି ହେଉଛି ପୃଥିବୀ ଆଡକୁ ଆସୁଥିବା ଗ୍ରହାଣୁକୁ ଆଣବିକ ବୋମା ଦ୍ୱାରା ଧ୍ୱଂସ କରିଦେବା। ଦ୍ୱିତୀୟ ଉପାୟଟି ହେଉଛି ଗ୍ରହାଣୁ ସହିତ ଗୋଟିଏ ମହାକାଶ ଯାନ ସଂଘର୍ଷ କରାଇ ତାହାର ଗତିପଥକୁ ବଦଳାଇ ଦେବା। ଯୁକ୍ତରାଷ୍ଟ୍ର ଆମେରିକା ୨୦୨୬ ମସିହାରେ ଗ୍ରହାଣୁ ‘ସାଇକେ’ ପାଖକୁ ଏହିପରି ଏକ ମହାକାଶ ଯାନ ପଠାଇ ତା’ର ଗତିପଥକୁ ପରିବର୍ତ୍ତନ କରିବା ପାଇଁ ଯୋଜନା କରିଛି। କିନ୍ତୁ ଏହି ଦୁଇଟି ଉପାୟ କାର୍ଯ୍ୟ କରିବ ଯଦି ଆମେ ସମସ୍ତ ପୃଥିବୀ-ସମୀପବର୍ତ୍ତୀ ଗ୍ରହାଣୁଗୁଡିକୁ ଚିହ୍ନଟ କରିପାରିବା। ଚଳିତବର୍ଷ ଜୁନ୍‌ ୫ ତାରିଖରେ ଗୋଟିଏ ଗ୍ରହାଣୁ ଆମ ପୃଥିବୀର ନିକଟ ଦେଇ ଚାଲିଗଲା ଅଥଚ ଆମେ ଦୁଇ ଦିନ ପରେ ତାହାର ସନ୍ଧାନ ପାଇଲେ। ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ଯେ କୌଣସି ଗ୍ରହାଣୁକୁ ତାହାର ଗତିପଥ ବିଚ୍ୟୁତ କରିବା ପାଇଁ ଆମକୁ ଅତିକମ୍‌ରେ ପାଞ୍ଚବର୍ଷର ପ୍ରସ୍ତୁତି ଆବଶ୍ୟକ। ଏଣୁ ଏହି ସମୟ ପୂର୍ବରୁ ଗ୍ରହାଣୁଟିର ଚିହ୍ନଟ ନିହାତି ଦରକାର।
ପୃଥିବୀ ପ୍ରତି ଗ୍ରହାଣୁଗୁଡିକ ବିପଦ ପାଇଁ ସଚେତନତା ସୃଷ୍ଟି କରିବା ଲାଗି ମିଳିତ ଜାତିସଂଘ ଜୁନ୍‌ ୩୦କୁ ‘ବିଶ୍ୱ ଗ୍ରହାଣୁ ଦିବସ’ ଭାବେ ଘୋଷଣା କରିଛି। ୧୯୦୮ ମସିହା ଜୁନ୍‌ ୩୦ ତାରିଖରେ ରୁଷିଆର ତୁଙ୍ଗୁଷ୍କାଠାରେ ଗ୍ରହାଣୁ ସଂଘାତ ହୋଇଥିଲା। ସେଥିପାଇଁ ଜୁନ୍‌ ୩୦ ତାରିଖକୁ ‘ବିଶ୍ୱ ଗ୍ରହାଣୁ ଦିବସ ଭାବେ ନିର୍ବାଚନ କରାଯାଇଛି।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର,
ଫେଜ୍‌-୧, ଭୁବନେଶ୍ୱର
ମୋ : ୯୪୩୮୬୯୩୭୨୪


All Right Reserved By Dharitri.Com

ରୋଗ ପ୍ରତିରୋଧକ ଶକ୍ତି ବଢାଏ ଅମୃତଭଣ୍ଡା ପତ୍ର

ଆୟୁର୍ବେଦଶାସ୍ତ୍ରରେ ତୁଳସୀ, ଘିକୁଆଁରୀ ଓ ପୋଦିନା ପତ୍ରର ଅନେକ ଉପକାରୀ ଗୁଣ ରହିଥିବା ଉଲ୍ଲେଖ କରାଯାଇଛି। ଏବେ ଏହା ସହ ଯୋଡି ହୋଇଛି ଅମୃତଭଣ୍ଡା ପତ୍ର।...

ଖାଇସାରିବା ପରେ ତୁରନ୍ତ ପାଣି ପିଇବା ହୋଇଥାଏ କ୍ଷତିକାରକ

ସାଧାରଣ ଜୀବନଚର୍ଯ୍ୟା ମଧ୍ୟରେ ଆବଶ୍ୟକ ମୁତାବକ ପାଣି ପିଇବା ଜରୁରୀ। ଏ ନେଇ ଅଧିକ ପାଣି ପିଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ମାତ୍ର ଅନେକେ ଖାଇବା...

ପାଠପଢ଼ା ଚିନ୍ତାରେ..

କରୋନା ଲକ୍‌ଡାଉନରେ ପିଲାଙ୍କ ପାଠପଢ଼ାରେ ବି ଯେମିତି ଲାଗିଯାଇଛି ତାଲା। ଯଦିଓ କେତେକ ଶିକ୍ଷାନୁଷ୍ଠାନ ପକ୍ଷରୁ ଏ ସମୟରେ ଅନ୍‌ଲାଇନ୍‌ ପାଠପଢ଼ା ଜାରି ରହିଛି, ହେଲେ...

ସ୍ବାସ୍ଥ୍ୟ ପାଇଁ ଉପକାରୀ କେଶର

କେଶର ଶରୀର ପାଇଁ ଉପକାରୀ ହୋଇଥିବା ବେଳେ ଏହାକୁ ଖାଇଲେ ବହୁ ରୋଗରୁ ମୁକ୍ତି ମିଳିପାରିବ। କେଶର ହଜମ ପ୍ରକ୍ରିୟାକୁ ତ୍ୱରାନିତ କରିଥାଏ। ଏହା କିଡ୍‌ନୀ,...

ଓଜନ ନିୟନ୍ତ୍ରଣ କରିବ ଟମାଟୋ

ଟମାଟୋ ଖାଇଲେ ଅନେକ ଫାଇଦା ମିଳିଥାଏ। ଏହାକୁ ଲୋକେ ତରକାରୀ ହେଉ ଅବା ସାଲାଡ୍‌ ଭାବେ ସେବନ କରିପାରିବେ। ଏକ ଗବେଷଣାରୁ ଜଣାପଡ଼ିଛି, ଟମାଟୋ ଖାଇବା...

କୋଲେଷ୍ଟରଲ୍‌ସ୍ତର କମାଏ ଏହି ଜୁସ୍‌…

ଗହମ ଗଛରୁ ପ୍ରସ୍ତୁତ ଜୁସ୍‌ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ କ୍ଲୋରୋଫିଲ୍‌ ରହିଥାଏ। ରକ୍ତହୀନତା ରୋଗୀ ଏହାକୁ ନିୟମିତ ପାନ...

ବଜାରକୁ ଆସିବ ପିନ୍ଧି ହେଉଥିବା ଡାଏଲିସିସ୍‌ ମେସିନ୍‌…

କିଡ୍‌ନୀ ସମସ୍ୟା ଭୋଗୁଥିବା ଲୋକଙ୍କ ପାଇଁ ଏବେ ଖୁସି ଖବର। ଗବେଷକମାନେ ଏକ ପ୍ରକାର ନୂଆ ଡାଏଲିସିସ୍‌ ମେସିନ୍‌ ତିଆରି କରିବାକୁ ଯାଉଛନ୍ତି। ଏହାକୁ ସହଜରେ...

ଫାଇଲେରିଆର ପ୍ରାଦୁର୍ଭାବ

”ଫାଇଲେରିଆ ଗୋଟିଏ ମଶା ବାହକ ରୋଗ। ଅସ୍ବାସ୍ଥ୍ୟକର ପରିବେଶ ଓ ଢାଙ୍କୁଣି ନ ଥିବା ନର୍ଦ୍ଦମା ପାଣିରେ ମଶାମାନେ ଅଣ୍ଡା ଦେଇ ବଂଶ ବିସ୍ତାର କରନ୍ତି।...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *