ଏହି ୨ ଅଭିନେତାଙ୍କୁ ଭାରତରତ୍ନ ପାଇଁ ଦାବି

କରୋନା ମହାମାରୀ ସମୟରେ ବଲିଉଡ୍‌ର ଅନେକ କଳାକାର ଗରିବ, ଅସହାୟଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। କେହି ଟଙ୍କା ବାଣ୍ଟିଛନ୍ତି ତ ଆଉ କେହି ଭୋକିଲାଙ୍କୁ ଖାଇବାକୁ ଦେଇଛନ୍ତି। ତେବେ ଏହି ତାଲିକାରେ ସବୁଠାରୁ ଆଗରେ ରହିଛନ୍ତି ସୋନୁ ସୁଦ ଏବଂ ଖିଲାଡି ହିରୋ ଅକ୍ଷୟ କୁମାର। ସୋନୁ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇବା ପାଇଁ ଗାଡିଠାରୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିଲେ। ସେହିପରି ଅକ୍ଷୟ କୁମାର ପ୍ରଧାନମନ୍ତ୍ରୀ ରିଲିଫ୍‌ ଫଣ୍ଡ୍‌କୁ ସବୁଠାରୁ ଅଧିକ ୨୫ କୋଟି ଟଙ୍କା ଦାନ କରିଛନ୍ତି। ଏବେ ଏହି ୨ କଳାକାରଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତରତ୍ନ’ରେ ସମ୍ମାନିତ କରିବା ପାଇଁ ପ୍ରଶଂସକମାନେ ଦାବି କରିଛନ୍ତି। ଗତ ୩ ଦିନ ହେଲାଣି ଏ ନେଇ ସୋସିଆଲ ମିଡିଆରେ ପ୍ରଶଂସକମାନେ ଟୁଇଟ୍‌ କରୁଛନ୍ତି। ମହାମାରୀ କରୋନା ସମୟରେ ଅକ୍ଷୟ ଏବଂ ସୋନୁ ଗରିବ ଲୋକଙ୍କ ପାଇଁ ଦେବଦୂତ ପରି କାମ କରିଛନ୍ତି। ଏଭଳି ପରିସ୍ଥିତିରେ ସେମାନେ ଭାରତରତ୍ନ ପାଇବା ଯୋଗ୍ୟ ବୋଲି ଅନେକ ପ୍ରଶଂସକ ଲେଖୁଛନ୍ତି।


All Right Reserved By Dharitri.Com

ଆଜି ଛାତ୍ରୀଛାତ୍ରଙ୍କ ସହ ସୁପର-୩୦ ଦେଖିବେ ଆନନ୍ଦ କୁମାର

ଭୁବନେଶ୍ୱର, ୨୧-୭: ସୁପର-୩୦ର ପ୍ରତିଷ୍ଠାତା ଆନନ୍ଦ କୁମାର ରାଜ୍ୟର ଛାତ୍ରୀଛାତ୍ରଙ୍କ ସହ ଏହି ଚଳଚ୍ଚିତ୍ରକୁ ଦେଖିବେ। ଆଦ୍ୟାନ୍ତ ଉଚ୍ଚ ମାଧ୍ୟମିକ ସ୍କୁଲର ପ୍ରତିଷ୍ଠାତା, ଆକାଶ ଭୁବନେଶ୍ୱର...

ଅନୁରାଗଙ୍କୁ ନୃତ୍ୟ ଶିଖାଉଛନ୍ତି ଝିଅ ଆଲିଆ

ବଲିଉଡ୍‌ର ସଫଳ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ନିଜ ଫିଲ୍ମ ପାଇଁ ବେଶ୍‌ ପରିଚିତ। ନିକଟରେ ତାଙ୍କ ଫିଲ୍ମ ‘ଚୋକ୍‌ଡ’ ରିଲିଜ୍‌ ହୋଇଥିଲା, ଯାହାକୁ ଦର୍ଶକ ଖୁବ୍‌...

୯୦ବର୍ଷରେ ଇନ୍‌ଷ୍ଟାଗ୍ରାମରେ ଡେବ୍ୟୁ କଲେ ସୁର ସମ୍ରାଜ୍ଞୀ

ମୁମ୍ବାଇ: ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ଲତା ମଙ୍ଗେସ୍‌କର ପ୍ରାୟ ଟୁଇଟରରେ ଟୁଇଟ୍‌ କରିଥାଆନ୍ତି। ଟୁଇଟ୍‌ର କିଛି ସମୟ ମଧ୍ୟରେ ଏହା ଲୋକଙ୍କ ପାଇଁ...

ବାପା ହେବାକୁ ଯାଉଛନ୍ତି କପିଲ

ମୁମ୍ବାଇ: ଟେଲିଭିଜନ ଜଗତର ହାସ୍ୟ ଅଭିନେତା ଭାବେ ବେଶ୍‌ ପରିଚିତ କପିଲ ଶର୍ମା। କିଛିଦିନ ତଳେ ସେ ତାଙ୍କ ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିବା ବେଳେ...

ଅପେକ୍ଷା ଡିସେମ୍ବରକୁ

ଚୁଲ୍‌ବୁଲ୍‌ ପାଣ୍ଡେଙ୍କୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। ସେ ଆସିବା ମାତ୍ରେ ସେଠାରେ ଉପସ୍ଥିତ ଦର୍ଶକଙ୍କ ଉତ୍ସାହ ଆହୁରି ବଢ଼ିଯାଉଛି। କେମିତି ତାଙ୍କ ସହ ଦୁଇପଦ...

ଫ୍ୟାନ୍‌ଙ୍କୁ ଦିଓ୍ବାନା କଲା ଶ୍ରଦ୍ଧାଙ୍କ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ନିକଟରେ ସର୍ବିୟାରୁ ନିଜ ଅପ୍‌କମିଂ ଫିଲ୍ମ ‘ବାଗୀ-୩’ର ଶୁଟିଂ ଶେଷ କରି ଫେରିଛନ୍ତି। ଏହାପରେ ସେ ତୁରନ୍ତ ନିଜର...

ଗୋଟିଏ ପରେ ଗୋଟିଏ କଥାରେ ଟ୍ରୋଲ ହେଉଛନ୍ତି ରାନୁ ମଣ୍ଡଳ

ଦିନେ ଷ୍ଟେଶନରେ ଲତା ମଙ୍ଗେସ୍‌କରଙ୍କ ଗୀତ ଗାଇ ରାତାରାତି ଷ୍ଟାର ପାଲଟି ଯାଇଥିବା ରାନୁ ମଣ୍ଡଳ ଏବେ ଟ୍ରୋଲ ହେବାରେ ଲାଗିଛନ୍ତି। କାରଣ ତାଙ୍କର କଥାବାର୍ତ୍ତା...

ସାମ୍ନାକୁ ଆସିଲା ସାରା-କାର୍ତ୍ତିକଙ୍କ ଆଉ ଏକ ଫଟୋ

ମୁମ୍ବାଇ: ବଲିଉଡ୍‌ ନାୟିକା ସାରା ଅଲି ଖାଁ ଓ ନାୟକ କାର୍ତ୍ତିକ ଆର୍ୟନ ଏବେ କଶ୍ମୀରର ସବୁଜିମା ଘେରା ପାହାଡି ଅଞ୍ଚଳରେ ସ୍ପଟ ହୋଇଛନ୍ତି। ଏମାନେ...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *