ବିଜୁଳି ଖୁଣ୍ଟରେ ପିଟି ହେଲା ବିମାନ, ୯୦ ହଜାର ଘର ଅନ୍ଧାର

ମୌଟଗୋମରି,୨୮ ।୧୧: ଆମେରିକା ମେରିଲ୍ୟାଣ୍ଡରେ ମୌଟଗୋମରିରେ ରବିବାର ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଏକ ଛୋଟ ବିମାନ କ୍ରାସ ହୋଇ ବିଜୁଳି ଖୁଣ୍ଟରେ ପିଟି ହୋଇଯାଇଥିଲା । ଫଳରେ ଉକ୍ତ ଅଞ୍ଚଳରେ ବଡ ଧରଣର ବିଜୁଳି ସଙ୍କଟ ଉପୁଜିଛି । ମୌଟଗୋମରିର ପ୍ରାୟ ଏକ ଚତୁର୍ଥାଂଶ ଅର୍ଥାତ୍ ୯୦ ହଜାର ଘର ଅନ୍ଧାର ହୋଇଯାଇଛି ।
ମୌଟଗୋମରି କାଉଣ୍ଟି ପୋଲିସ କହିଛି ରେଥବରି ଡା ଏଣ୍ଡ ଗୋଶେନ ରୋଡରେ ଏକ ଛୋଟ ବିମାନ ବିଜୁଳି ଖୁଣ୍ଟରେ ପିଟି ହୋଇଯାଇଛି । ଫଳରେ କିଛି ଅଞ୍ଚଳରେ ବିଜୁଳି କଟିଯାଇଛି । ପୋଲିସ ଉକ୍ତ ସ୍ଥାନରେ ପହଞ୍ଚିଥିଲେ ବି ସେଠାରେ ବିଜୁଳି ତାର ଥିବାରୁ ଉକ୍ତ ଅଞ୍ଚଳକୁ ଯିବାକୁ ବାରଣ କରାଯାଇଛି ।
କୁହାଯାଉଛି କି ପାଗ ଖରାପ ଯୋଗୁ ଏହି ଦୁର୍ଘଟଣା ଘଟିଛି । ଉକ୍ତ ଅଞ୍ଚଳରେ ବର୍ଷା ହେଉଛି । ହେଲେ ବିମାନ ଦୁର୍ଘଟଣାର କାରଣ ଜଣାପଡି ନ ଥିବା ବେଳେ ଘଟଣାର ଯାଞ୍ଚ ଆରମ୍ଭ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବିପଦ ଘନେଇଲା, ଚାଇନାକୁ କରୋନା ଫେରିଲା, ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ…

ବେଜିଂ, ୧୩।୩ : ଚାଇନାରେ କରୋନା ମହାମାରୀ ପୁଣି ଥରେ ବ୍ୟାପିବା ଆରମ୍ଭ କରିଛି। ଫଳରେ ପୁଣି ବିପଦ ଘନେଇବାରେ ଲାଗିଛି। ଚାଇନାକୁ କରୋନା ଫେରିଛି।...

ସୁଏଜ୍‌ କେନାଲରେ ଟ୍ରାଫିକ୍‌ ଜାମ୍‌

କାଏରୋ,୨୬ା୩:ତିନୋଟି ଫୁଟ୍‌ବଲ ପଡ଼ିଆର ଆୟତନଠାରୁ ବଡ଼ ଆକୃତିର ଏକ ଜାହାଜ ସୁଏଜ୍‌ କେନାଲରେ ଅଚଳାବସ୍ଥା ସୃଷ୍ଟି କରିଛି। ଉକ୍ତ ମାଲବାହୀ ଜାହାଜ ଯୋଗୁ ସୁଏଜ୍‌ କେନାଲରେ...

କେହି କାହାକୁ ଛାଡ଼ିବାକୁ ପ୍ରସ୍ତୁତ ନୁହଁ

କ୍ୱିଭ୍‌,୧୩ା୩: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏପରି ସ୍ଥିତିରେ ପହଞ୍ଚିଛି, କେହି କାହାକୁ ଛାଡ଼ିବାକୁ ପ୍ରସ୍ତୁତ ନୁହଁ। ଏହି ସମୟରେ ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ମାନବିକତା...

ବିଶ୍ୱ ରେକର୍ଡ କଲେ ଓବାମା: ଏତିକି ଟଙ୍କାରେ ବିକ୍ରି ହେଲା ହାଇସ୍କୁଲ ଜର୍ସି

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ୧୯୭୯ରେ ହାୱାଇର ପୁନାହୌ ସ୍କୁଲରେ ବାସ୍କେଟବଲ ମ୍ୟାଚ ସମୟରେ ପିନ୍ଧିଥିବା ଜର୍ସି ୧୯୨,୦୦୦ ଡଲାର ଅର୍ଥାତ୍‌ ୧ କୋଟି...

ଗେମ୍‌ ଖେଳୁଛି ପାକିସ୍ତାନ: ଆମେରିକା ସହ ସମ୍ପର୍କ ରଖି ଚାଇନାକୁ ବିବାହ କରୁଛି

ଇସଲାମାବାଦ,୨୦।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ପ୍ରଥମ ଉଚ୍ଛସ୍ତରୀୟ ବୈଠକ ଲାଗି ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦେଖି ଏବେ ବିଶେଷଜ୍ଞମାନେ କହିଛନ୍ତି...

ଗୋଟାବାୟାଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ପଦ ସମ୍ଭାଳିବେ ରାନିଲ

ଲମ୍ବୋ,୧୫ା୭: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଇସ୍ତଫା ଦେବା ପରେ ବିକ୍ଷୋଭକାରୀମାନେ ଅତ୍ୟଧିକ ଆନନ୍ଦିତ ହୋଇଛନ୍ତି। ତାଙ୍କ ଇସ୍ତଫା ଶ୍ରୀଲଙ୍କା ପାର୍ଲମେଣ୍ଟ ବାଚସ୍ପତି ମହିନ୍ଦା ୟାପା...

୪୨ ପଇସା ନ ଫେରାଇବାରୁ ଦୋକାନୀ ନାଁରେ ମାମଲା କରି ଖର୍ଚ୍ଚ ହେଲା ୫୧୮ ଟଙ୍କା

ବେଜିଂ,୨୭।୪: ମାମଲା ଯେ ବେଳେ ବେଳେ ବ୍ୟକ୍ତିଙ୍କୁ କେତେ ଖର୍ଚ୍ଚାନ୍ତ କରାଏ ତାହା ଏବେ ଏହି ଖବରରୁ ସ୍ପଷ୍ଟ ହୋଇଛି। ସୂଚନା ଅନୁଯାୟୀ, ଚାଇନା ସୁପର...

ବାରମ୍ବାର ହାତ ଧୋଇଲେ ଦୂରେଇବ କରୋନା!

ଓ୍ବାଶିଂଟନ,୨୩।୩: କରୋନା ଭାଇରସ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିବା ବେଳେ କିଛିଦିନ ତଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କହିଥିଲା ବାରମ୍ବାର ହାତ ଧୋଇଲେ...

Advertisement
Archives

Model This Week