ଉଡ଼ାଣ ବେଳେ ଜଳିଗଲା ବିମାନ, କ୍ର୍ୟୁ ସଦସ୍ୟଙ୍କୁ ମିଶାଇ ଥିଲେ ୧୯ ଜଣ

ନୂଆଦିଲ୍ଲୀ,୨୪।୦୭: ନେପାଳରୁ ଏକ ଦୁର୍ଘଟଣାର ବଡ ଖବର ସାମ୍ନାକୁ ଆସିଛି । କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ବିମାନ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ବିମାନବନ୍ଦରରେ ବିମାନଟି ଉଡ଼ାଣ ଭରୁଥିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନ କାଠମାଣ୍ଡୁରୁ ପୋଖରା ଯାଉଥିଲା ଏବଂ ଏଥିରେ ୧୯ ଜଣ ଲୋକ ଥିଲେ।

ସୂଚନାନୁସାରେ, ବୁଧବାର ଅର୍ଥାତ ଆଜି ୧୯ ଜଣଙ୍କ ସହ କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏକ ଘରୋଇ କମ୍ପାନୀ ସୋରିଆ ଏୟାରଲାଇନ୍ସର ଏକ ବିମାନ ପୋଖରା ଯାଉଥିଲା। ବିମାନଟି ସକାଳେ ଉଡ଼ାଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ କ୍ରୁ ସଦସ୍ୟଙ୍କ ସମେତ ପାଖାପାଖି ୧୯ ଜଣ ଲୋକ ଥିଲେ। ସକାଳ ପ୍ରାୟ ୧୧ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

ପିଟିଆଇର ରିପୋର୍ଟ ଅନୁସାରେ ବିମାନର ପାଇଲଟ୍‌ଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟିଥିବା ସ୍ଥାନରେ ପୋଲିସ୍‌ ଏବଂ ଅଗ୍ନୀଶମ ବାହିନୀ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାର ରଖିଛନ୍ତି । ବିମାନରେ ଲାଗିଥିବା ନିଆଁ ଲିଭା ଯାଇଛି । କିନ୍ତୁ ଯାତ୍ରୀଙ୍କୁ ନେଇ ସଠିକ୍‌ ତଥ୍ୟ ଏପର୍ଯ୍ୟନ୍ତ ମିଳିପାରିନାହିଁ ।

 


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡ ବିପକ୍ଷରେ ରୋହିତ ଶର୍ମାଙ୍କ ନଜରରେ ୪ ଐତିହାସିକ ରେକର୍ଡ: ହାତରେ ରହିଛି ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ,୩।୧୧: ନଭେମ୍ବର ୪ରୁ ଆରମ୍ଭ ହେବ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ। ଏହି ସିରିଜ୍‌ରେ ଭାରତୀୟ ଦଳର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମାଙ୍କ ଉପରେ…

ନ୍ୟାୟପାଳିକା ଉପରେ ବର୍ଷିଲେ CJP ନେତା ସୌରଭ ଦାସ, ହେଲେ କାହିଁକି? ଜାଣନ୍ତୁ ପ୍ରକୃତ କାରଣ କ’ଣ

ନୂଆଦିଲ୍ଲୀ,୩।୧୧: CJP ନେତା ସୌରଭ ଦାସ ଗତକାଲି ବିଳମ୍ବିତ ରାତିରେ ‘X’ (ଟୁଇଟର) ମାଧ୍ୟମରେ ନ୍ୟାୟପାଳିକାକୁ ଟାର୍ଗେଟ କରିଛନ୍ତି। ସେ ବିଚାରପତିମାନଙ୍କ ଦ୍ୱାରା ଦିଆଯାଇଥିବା ରାୟଗୁଡ଼ିକ ଉପରେ…

ହୀରାକୁଦ ଜଳଭଣ୍ଡାରର ୨ ସ୍ଲୁଇସ ଗେଟ୍‌ ବନ୍ଦ: ୩ ଗେଟରେ ବନ୍ୟାଜଳ ନିଷ୍କାସନ ଜାରି

ସମ୍ବଲପୁର,୩।୧୧(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

କ୍ରିକେଟ୍‌ରେ ଇତିହାସ ରଚିଲେ ପ୍ରେମା: ମାତ୍ର ୧୪ ବଲ୍‌ରେ କଲେ ଏମିତି କାରନାମା, ଭାଙ୍ଗିଲେ ପାକିସ୍ତାନୀ ଖେଳାଳିଙ୍କ ରେକର୍ଡ

ନୂଆଦିଲ୍ଲୀ,୩।୧୧:ଛକା ଓ ଚୌକା ବର୍ଷା କରି ମାତ୍ର ୧୪ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଉତ୍ତରାଖଣ୍ଡର ମହିଳା କ୍ରିକେଟର ପ୍ରେମା ରାୱତ। ସିନିୟର ମହିଳା ଟି-୨୦ ଟ୍ରଫିରେ…

ବେଲ୍‌ଜିୟମ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ବ୍ରସେଲ୍ସ, ୩ା୧୧: ବେଲ୍‌ଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର ତାଙ୍କର ୫ ଦଳୀୟ ମେଣ୍ଟ ମଧ୍ୟରେ ବଜେଟ ଆଲୋଚନା ବିଫଳ ହେବା ପରେ ସୋମବାର ରାଜା ଫିଲିପ୍‌ଙ୍କୁ…

ଭଗବାନ୍‌ଙ୍କ ମିଜାଜ ମଣିଷ ତିଆରି

ଧର୍ମର ଧାରଣା ଆଣି ମଣିଷ ଭଗବାନ୍‌ ତିଆରିକଲା ପରେ ଭଗବାନ୍‌ଙ୍କ ମିଜାଜ ବା ମୁଡ୍‌ ବି ତିଆରିକଲା। ଭଗବାନ୍‌ଙ୍କ ସାମର୍ଥ୍ୟ ବର୍ଣ୍ଣନା କରିବାକୁ ଯାଇ ଭଗବାନ୍‌ଙ୍କୁ ଯାଦୁକର…

ଆଦାନୀ ଓ ନରାଜ ଡାଟା ସେଣ୍ଟର

କଟକ ଜିଲା ନରାଜ ବ୍ୟାରେଜ ନିକଟସ୍ଥ ୨୫୦ ଏକର ଜମିରେ ଏକ ଅତ୍ୟାଧୁନିକ କୃତ୍ରିମ ବୁଦ୍ଧିମତ୍ତା ଡାଟା ସେଣ୍ଟର ପାଇଁ କାମ ଆରମ୍ଭ ହୋଇଗଲାଣି। ଆଦାନୀ ଗ୍ରୁପ୍‌ର…

ଏଇ ଭାରତରେ

ଶିଖିବା ଓ ଶିଖାଇବା ପ୍ରବୃତ୍ତି ଜୀବନର ଶେଷ ଯାଏ ରହେ। ମଣିଷ ପାଖରେ ଯେଉଁ ଜ୍ଞାନ ଓ କଳା ଥାଏ ତାହାକୁ ସେ ଜୀବନର ଅପରାହ୍ନରେ ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?