ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ ଗ୍ରାମର ମିଶ୍ର ପ୍ରଧାନ (୪୫)। ହତ୍ୟାକାରୀ ମୃତ ମିଶ୍ରଙ୍କ ୨ ପୁତୁରା ବୋଲି ପୋଲିସ କହିଛି। ପୋଲିସ ୨ ଅଭିଯୁକ୍ତଙ୍କୁ ରବିବାର ସନ୍ଧ୍ୟାରେ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସେହି ଗ୍ରାମର ସଞ୍ଜୟ ଦିଗାଲ ଏବଂ ସିଦ୍ଧାନ୍ତ ଦିଗାଲ ବୋଲି ଆଇଆଇସି ସଂଗ୍ରାମ କେଶରୀ ଜେନା କହିଛନ୍ତି।

ତେବେ ହତ୍ୟାର କାରଣ ଖୋଜୁଛି ପୋଲିସ। ଏହା ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ କୁହାଯାଉଥିବାବେଳେ ଏହା ଗୁଣିଗାରେଡି ସନ୍ଦେହରେ ମଧ୍ୟ ହୋଇଥିବା ଚର୍ଚ୍ଚାକୁ ନେଇ ପୋଲିସ ତଦନ୍ତକୁ ଅଧିକ କ୍ରିୟାଶୀଳ କରିଛି। ତେବେ ଏଥିରେ ୨ ଅଭିଯୁକ୍ତ ନା ଆହୁରି କିଏ ସାମିଲ ରହିଛି। ସେନେଇ ମଧ୍ୟ ପୋଲିସ ଖୋଳତାଡ଼ କରୁଥିବା ଆଇଆଇସି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ୨ ଗିରଫ ଅଭିଯୁକ୍ତ ହିଁ ଏହି ହତ୍ୟା କରିଥିବା ଓ ଏଥିରେ ଅନ୍ୟ କେହି ସାମିଲ ନ ଥିବା ନେଇ ପୋଲିସ ଆଗରେ ଅଭିଯୁକ୍ତ ମାନେ ମାନିଥିବା ପୋଲିସ କହିଛି। ତେବେ ଘଟଣାକୁ ପୋଲିସ ଅଧିକା ଗୁରୁତ୍ୱ ଦେବା ସହ ମୃତକଙ୍କ ସ୍ତ୍ରୀଙ୍କୁ ପଚରାଉଚରା କରିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଆଇଆଇସି କହିଛନ୍ତି।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଗୋଟିଏ ଜମିକୁ ନେଇ ଉଭୟଙ୍କ ମଧ୍ୟରେ କିଛି ଦିନ ହେଲା ପ୍ରଥମେ ବିବାଦ ଓ ପରେ ବାରମ୍ବାର ଗଣ୍ଡଗୋଳ ହୋଇଆସୁଥିଲା। ଏଥିରେ ମୃତ ମିଶ୍ର ପ୍ରଧାନ ତାଙ୍କ ୨ ପୁତୁରାଙ୍କୁ କୁଆଡେ ଭୟଭୀତ ଓ ଚେତାବନୀ ଦେଇଆସୁଥିଲେ। ଫଳରେ ୨ ପୁତୁରା ତାଙ୍କ ପିଉସାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରି ଗୁରୁବାର ତାଙ୍କୁ ଗାଁ ନିକଟ ଜଙ୍ଗଲରେ ପିଟିପିଟି ହତ୍ୟା କରିବା ସହ ମୃତଦେହକୁ ପୋଡି ପ୍ରମାଣ ନଷ୍ଟ କରିଦେଇଥିଲେ। ଘଟଣା ସମ୍ପର୍କରେ ପୋଲିସକୁ ଶନିବାର କୌଣସି ସୂତ୍ରରୁ ଖବର ମିଳିବା ପରେ ପୋଲିସ ଉକ୍ତ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସନ୍ଦେହରେ ପ୍ରଥମେ ୨ ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା।

ରବିବାର ଅଟକ ଥିବା ୨ ପୁତୁରା ସମସ୍ତ କଥା ମାନିବା ସହ ଯେଉଁ ଜଙ୍ଗଲରେ ହତ୍ୟା ପରେ ମୃତଦେହ ପଡିଥିଲେ ଉକ୍ତ ସ୍ଥାନକୁ ପୋଲିସକୁ ନେଇ ଦେଖାଇଥିଲେ। ପୋଲିସ ଓ ସାଇଣ୍ଟିଫିକ ଟିମ ଏବଂ ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ଦୁଃଶାସନ ସ୍ବାଇଁ, ରାଜସ୍ବ ନିରୀକ୍ଷକ ଚାନ୍ଦିନୀ ଦିଗାଲ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ପୋଡା ଅଂଶକୁ ପୋଲିସ ଜବତ କରିବା ସହ ମାମଲାରେ ଦୁଇଜଣଙ୍କୁ ଗିରଫ କରାଯାଇଥିବା ଆଇଆଇସି ସଂଗ୍ରାମ କେଶରୀ ଜେନା କହିଛନ୍ତି। ଏନେଇ ଥାନାରେ ମାମଲା (୨୧୨/୨୬)ରୁଜୁ କରି ଅଧିକା ତଦନ୍ତ ଚାଲିଥିବା ପୋଲିସ କହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?