ରାସ୍ତାରୁ ଉଠିଗଲାଣି ପିଚୁ, ମେଟାଲ ପଡିଛି

ବଲାଙ୍ଗୀର ଅଫିସ, ୩ା୧୨:  ବଲାଙ୍ଗୀର ଜିଲା ପୁଇଁତଲା ବ୍ଳକ ଆଟଗାଁ ଗ୍ରାମପଞ୍ଚାୟତର ସାନବୁର୍କାବାହାଲ ଗାଁକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଶୋଚନୀୟ ହୋଇପଡିଛି। ୨୦୧୩ ମସିହାରେ ଆଟଗାଁ ଗାଁମୁଣ୍ଡରୁ ସାନବୁର୍କାବାହାଲ ପ୍ରାୟ ୩ କିମିି ଲମ୍ବର ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ କରାଯାଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ତିଆରି କରାଯାଇଥିଲା। ରାସ୍ତା ତିଆରି ଶେଷ ତାରିଖରୁ ୫ ବର୍ଷ ପର୍ଯ୍ୟନ୍ତ ମରାମତି ଓ ରକ୍ଷଣାବେକ୍ଷଣ ବିଭାଗ ଦାୟିତ୍ୱରେ ରହିଥିଲା। ଠିକ୍‌ଭାବେ ମରାମତି ନ ହେବାରୁ ଏହି ରାସ୍ତାଟି ଏବେ ଶୋଚନୀୟ ହୋଇପଡିଛି। ରାସ୍ତା ଉପରୁ ପିଚୁ ଉଠି ଯାଇଛି। ମେଟାଲଗୁଡିକ ବାହାରି ପଡି ଚଳାଚଳ ଅସୁବିଧାଜନକ ହେଉଛି। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କୁ ପଚରାଯିବାରୁ ଏହି ରାସ୍ତାରେ ଦ୍ୱିତୀୟ ଥର ପିଚୁ କରାଯିବା ସମୟ ହୋଇଯାଇଛି। ତେବେ ଆଲଟମେଣ୍ଟ ନ ଥିବାରୁ ହୋଇପାରିନାହିଁ। ଆଗାମୀ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ପର୍ଯ୍ୟାୟରେ ଏହି ରାସ୍ତା କାମ କରାଯିବାକୁ ସରକାରଙ୍କୁ ସୁପାରିଶ ଶୀଘ୍ର ପଠାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ପୁଅଙ୍କ ଲଢ଼େଇ, ବାପାଙ୍କ ଚିନ୍ତା

ବଲାଙ୍ଗୀର,୨୬ା୪(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନରେ ନିଜ ପୁଅକୁ ପ୍ରାର୍ଥୀ କରି ରାଜ୍ୟର ଅନେକ ବରିଷ୍ଠ ଏବଂ ସଫଳ ରାଜନେତା ଏବେ ଷ୍ଟାର ପ୍ରଚାରକ ପାଲଟିଛନ୍ତି। ବିଶେଷକରି...

ମୁଣ୍ଡଜାମିନ ରଖି ପୁତୁରାକୁ ମାରିଲେ କକା

ଟିଟିଲାଗଡ଼,୨୧ା୪(ଶରତ ମିଶ୍ର)ଟଙ୍କା ପାଇଁ ମଣିଷ କେତେ କ୍ରୂର ହୋଇଯାଏ ତାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ବେଲପଡ଼ା ଗ୍ରାମରେ। ୧୪...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ନବୀନ ଖେଳିଲେ ପଶ୍ଚିମ ଓଡ଼ିଶା କାର୍ଡ

ବଲାଙ୍ଗୀର, ୧୮ା୪(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଶ୍ଚିମ ଓଡ଼ିଶାରେ...

୩ଦିନ ହେଲା ଜଳଯୋଗାଣ ବନ୍ଦ: ପାଣି ପାଇଁ ଭରସା ନଦୀଜଳ

ସଇଁତଳା, ୧୪ା୪ (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଡ଼େଙ୍ଗ ପଞ୍ଚାୟତବାସୀ ଏବେ ଘୋର ପାନୀୟ ଜଳକଷ୍ଟରେ ରହିଛନ୍ତି। ପାଇପ୍‌ ଫାଟି ଯାଇଥିବାରୁ...

ସୋନିଆଙ୍କୁ ଭେଟିଲେ ନରସିଂହ

ବଲାଙ୍ଗୀର,୧୪ା୪(ବୀରେନ୍ଦ୍ର କୁମାର ଝାଙ୍କର)କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଶନିବାର ବଲାଙ୍ଗୀର ବିଧାୟକ ତଥା ବିଧାନ ସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri