ଉପନିର୍ବାଚନ ପାଇଁ ରଣନୀତି: ପିପିଲି ଦାୟିତ୍ୱରେ ବିଜେଡି ନେତାଙ୍କ ତାଲିକା

ଭୁବନେଶ୍ୱର, ୨୦।୩(ବ୍ୟୁରୋ): ପିପିଲି ଉପନିର୍ବାଚନ ୧୭ ଏପ୍ରିଲରେ ଅନୁଷ୍ଠିତ ହେବ। ପିପିଲିବାସୀଙ୍କ ଭୋଟକୁ ନିଜ ସପକ୍ଷରେ ନେବା ପାଇଁ ଶାସକ ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ଗୋଟିଏ ଗୋଟିଏ ପଞ୍ଚାୟତରେ ଏକାଧିକ ନେତାକୁ ଦାୟିତ୍ୱ ଦିଆଯାଇଛି। ମୁଖ୍ୟତଃ ପିପିଲି ଏବଂ ଡେଲାଙ୍ଗ ଉପରେ ଦଳ ମାତ୍ରାଧିକ ଗୁରୁତ୍ୱ ଦେଇଛି। ମନ୍ତ୍ରୀ ସମୀରରଞ୍ଜନ ଦାସ ଏବଂ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ପିପିଲି ବ୍ଲକ୍‌ ଦାୟିତ୍ୱ ଦିଆଯାଇଛି। ପିପିଲି ବ୍ଲକ୍‌ ଅଞ୍ଚଳରେ ୨୫ଟି ଗ୍ରାମପଞ୍ଚାୟତ ରହିଛି। ପ୍ରତ୍ୟେକ ପଞ୍ଚାୟତ ଦାୟିତ୍ୱରେ ଜଣେ ଲେଖାଏ ବିଧାୟକ ଏବଂ ବରିଷ୍ଠ ନେତା ଅଛନ୍ତି। ଗୋଟିଏ ଗୋଟିଏ ପଞ୍ଚାୟତରେ ୫ଜଣ ଲେଖାଏଁ ଦାୟିତ୍ୱରେ ରହିଛନ୍ତି। ସେହିପରି ଡେଲାଙ୍ଗ ବ୍ଲକ୍‌ ଦାୟିତ୍ୱ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଦିଆଯାଇଛି। ଏହି ବ୍ଳକରେ ୩ରୁ ୪ଟି ଲେଖାଏ ପଞ୍ଚାୟତ ଦାୟିତ୍ୱ ଜଣେ ଲେଖାଏ ବିଧାୟକ ଓ ବରିଷ୍ଠ ନେତାଙ୍କୁ ଦିଆଯାଇଛି। ସେହିପରି ବିଧାୟକ ସୁଧୀର କୁମାର ସାମଲଙ୍କୁ ପିପିଲି ଏନ୍‌ଏଏସିର ୧୬ଟି ଓ୍ବାର୍ଡ ଦାୟିତ୍ୱ ଦିଆଯାଇଛି। ତାଙ୍କ ଅଧୀନରେ ମଧ୍ୟ ଏକାଧିକ ନେତା ଅଛନ୍ତି, ଯେଉଁମାନେ ଏକ ପାଖିଆ ଭାବେ ଏନ୍‌ଏଏସି ବୁଥ୍‌କୁ ନିଜ ସପକ୍ଷରେ ନେବାକୁ ଚେଷ୍ଟା କରିବେ। ଶାସକ ଦଳ ପକ୍ଷରୁ ପ୍ରକାଶ କରାଯାଇଥିବା ଏହି ତାଲିକାରେ ବହୁ ନୂଆ ଚେହେରାକୁ ଦେଖିବାକୁ ମିଳୁଛି। ଦଳର ଅନୁଭବୀ ଏବଂ ଅଭିଜ୍ଞ ନେତା ଏପର୍ଯ୍ୟନ୍ତ ତାଲିକାରେ ସାମିଲ ହୋଇନାହନ୍ତି। ପିପିଲି ପାଇଁ ଆଗକୁ ଆଉ ଏକ ତାଲିକା ପ୍ରକାଶ ପାଇବ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri