୩ ଦିନରେ ଥରେ ମିଳୁଛି ପାଇପ ପାଣି

ସଇଁତଳା,୨୦।୪(ଡି.ଏନ.ଏ.) – ବଲାଙ୍ଗୀର ଜିଲା ସଇଁତଳା ସଦର ମହକୁମାରେ ଏବେ ଉତ୍କଟ ଜଳାଭାବ ଦେଖାଦେଇଛି। ତାପମାତ୍ରା ୪୦ଡିଗ୍ରୀ ଉପରେ ରହୁଥିବା ବେଳେ ଜଳାଭାବ ସଙ୍ଗୀନ ପରିସ୍ଥିତି ସୃଷ୍ଟି କରିଛି। ପାରମ୍ପରକି ଜଳଉତ୍ସ ସବୁ ଶୁଖି ଯାଇଛି। କୂପ, ନଳକୂପରୁ ଆବଶ୍ୟକ ପାଣି ବାହାରୁ ନାହିଁ। ଏହି ପରିସ୍ଥିତିରେ ସଇଁତଳାରେ ଥିବା ଜଳ ଯୋଗାଣ ପ୍ରକଳ୍ପର ପାଣି ସମସ୍ତଙ୍କ ପାଖରେ ନ ପହଞ୍ଚିବା ଲୋକଙ୍କୁ କ୍ଷୁବ୍ଧ କରିଛି। ଏବେ ପାଣି ପାଇଁ ଲୋକେ ଡ଼ହଳ ବିକଳ ହେଉଛନ୍ତି।
ଦୀର୍ଘବର୍ଷ ହେବ ଲାନ୍ଥନଦୀରେ କୂପ ଖୋଳି ସଇଁତଳାକୁ ପାଇପ ଯୋଗେ ଜଳ ଯୋଗାଣ ହୋଇ ଆସୁଛି। ତେବେ ସବୁ ଷ୍ଟାଣ୍ଡପୋଷ୍ଟରେ ପାଣି ନ ପହଞ୍ଚତ୍ବାରେ ୨୦୧୭ ସେପ୍ଟେମ୍ବର ୧ତାରିଖରେ ବସୁଧା ଯୋଜନାରେ ୨ଲକ୍ଷ ଲିଟର ବିଶିଷ୍ଟ ଓଭରହେଡ ଟ୍ୟାଙ୍କ ନିର୍ମଣ ପାଇଁ ଶୁଭ ଦିଆଯାଇଥିଲା। ୬୬ ଲକ୍ଷ ୨୯ହଜାର ଟଙ୍କା ବ୍ୟୟ ଅଟକଳର ଏହି ନିର୍ମିତ ପାଣି ଟାଙ୍କିକୁ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ ୨୦୨୧ ଜୁନ ୨ତାରିଖ ଉଦ୍‌ଘାଟନ କରିଥିଲେ। ହେଲେ ଇତିମଧ୍ୟରେ ୧୦ମାସ ବତି ଯାଇଥିଲେ ବି ଏହା କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ। ଫଳରେ ଯେଉଁ ଉଦ୍ଦେଶ୍ୟ ରଖି ଟ୍ୟାଙ୍କ ନିର୍ମାଣ କରାଯାଇଥିଲା ତାହା ସାଧିତ ହୋଇ ପାରି ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ଅପରପକ୍ଷରେ ପ୍ରକଳ୍ପ ଆରମ୍ଭରୁ ବିଛା ଯାଇଥିବା ପାଇପଗୁଡିକ ପୁରୁଣା ହୋଇ ଯାଇଛି। ବହୁ ସ୍ଥାନରେ ଏହା ଫାଟି ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି କରୁଛି। ଗତ କିଛିଦିନ ତଳେ ପାଇପ ଫାଟି ଯିବାରେ ୧୦ଦିନ କାଳ ସଇଁତଳାରେ ଜଳ ଯୋଗାଣ ବନ୍ଦ ରହିଥିଲା। ଆବଶ୍ୟକ ମରାମତି ପରେ ଜଳଯୋଗାଣ ସ୍ବଭାବିକ ହୋଇଥିଲେ ହେଁ ପୂର୍ବପରି ସଇଁତଳା ମୁଖ୍ୟାଳୟର ସବୁ କ୍ଷେତ୍ରକୁ ପାଣି ପହଞ୍ଚି ପାରିନାହିଁ। ଇତ୍ୟବସରେ ଲାନ୍ଥନଦୀ ଶୁଖିଲା ପଡିଥିବାରୁ ଖୋଳାଯାଇଥିବା କୂପରେ ପାଣିର ଅଭାବ ଦେଖାଦେଉଛି। ଏଥିଯୋଗୁ ସଇଁତଳାରେ ଥିବା ପଡ଼ାମାନଙ୍କୁ ଦୁଇ ତିନି ଦିନରେ ଥରେ ଲେଖାଏ ପାଣି ମିଳୁଛି। ଏହି ସମୟରେ ବିଦ୍ୟୁତ୍‌ ବିଭ୍ରାଟ ବହୁ ସମୟରେ ଜଳ ଯୋଗାଣରେ ବାଧା ସୃଷ୍ଟି କରୁଛି। ଏ ନେଇ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଇତିଶ୍ରୀ ଦେହୁରୀଙ୍କୁ ପଚାରିବାରୁ କିଛି କାମ ବାକି ରହି ଯାଇଥିବାରୁ ଓଭରହେଡ ଟ୍ୟାଙ୍କ କାର୍ଯ୍ୟକ୍ଷମ ହୋଇ ପାରୁ ନ ଥିବା କହଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?