ସୀମାନ୍ତ ଗାଁର ଚିତ୍ର

ଡ. ପ୍ରମୋଦ କୁମାର ପଣ୍ଡା

୧୮୬୬ ମସିହାରେ ନଅଙ୍କ ଦୁର୍ଭିକ୍ଷ ସମୟରେ ଓଡ଼ିଶାର ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ।
ଏହା ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା। ଜାତିପ୍ରାଣ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଏହା ବହୁ ଭାବରେ ମର୍ମାହତ କରିଥିଲା। ସେ ଯେତେବେଳେ ଏହାର କାରଣ ଅନୁଧ୍ୟାନ କଲେ, ଜାଣିବାକୁ ପାଇଲେ ଯେ ଓଡ଼ିଶା ଏକ ଶାସନ ଅଧୀନରେ ନ ଥିଲା। ଉତ୍ତର ଓ ତଟୀୟ ଓଡ଼ିଶା ବେଙ୍ଗଲ ପ୍ରେସିଡେନ୍ସିରେ, ଦକ୍ଷିଣ ଓଡ଼ିଶା ମାଡ୍ରାସ ପ୍ରେସିଡେନ୍ସିରେ ଓ ପଶ୍ଚିମ ଓଡ଼ିଶା ସେଣ୍ଟ୍ରାଲ ପ୍ରେସିଡେନ୍ସିରେ ଅନ୍ତର୍ଭୁକ୍ତ ଥିଲା। ତେଣୁ ଓଡ଼ିଶାର ସୁବିଧା ଅସୁବିଧାକୁ କେହି ଗୁରୁତ୍ୱ ଦେଉ ନ ଥିଲେ ଓ ପ୍ରଦେଶର ବିକାଶ ନୂ୍ୟନତମ ସ୍ତରରେ ରହି ଦାରିଦ୍ର୍ୟ ଜନସମାଜକୁ କବଳିତ କରି ସାରିଥିଲା। ତାଙ୍କର ଆପ୍ରାଣ ଉଦ୍ୟମରେ ଓ ଅନ୍ୟ ରାଜାରାଜୁଡ଼ା ଓ ସ୍ବାଭିମାନୀ ଓଡ଼ିଆ ମାନଙ୍କ ପ୍ରଚେଷ୍ଟାରେ ଆମେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ୧୯୩୬ ଏପ୍ରିଲ ୧ରେ ପାଇଲେ। ମାତ୍ର ଏହି ସମୟରେ ଓଡ଼ିଶାର ବହୁ ଗ୍ରାମ ପଶ୍ଚିମବଙ୍ଗ, ତତ୍କାଳୀନ ବିହାର (ବର୍ତ୍ତମାନର ଝାଡ଼ଖଣ୍ଡ),ତତ୍କାଳୀନ ମଧ୍ୟପ୍ରଦେଶ(ବର୍ତ୍ତମାନର ଛତିଶଗଡ଼) ଓ ଆନ୍ଧ୍ର ପ୍ରଦେଶରେ ରହିଗଲା। ସେତେବେଳେ ସେହି ଅଞ୍ଚଳରେ ଓଡ଼ିଆ ସ୍କୁଲ ଚାଲୁରଖିବା ଓ ସେଠାରେ ଓଡ଼ିଆ ଶିକ୍ଷକ ନିଯୁକ୍ତି କରିବା ପାଇଁ ସେଠାକାର ପ୍ରାଦେଶିକ ସରକାର ବାଧ୍ୟ ବୋଲି ଆଇନରେ ବ୍ୟବସ୍ଥା ଥିଲା। ଧୀରେ ଧୀରେ ଶିକ୍ଷକମାନଙ୍କ ଅବସର ପରେ ସ୍କୁଲ ଗୁଡ଼ିକ ବନ୍ଦ କରି ଦିଆଗଲା କିମ୍ବା ସେଠାରେ ଓଡ଼ିଆ ଶିକ୍ଷକ ନିଯୁକ୍ତି କରାଗଲା ନାହିଁ । ତେଣୁ ସୀମାବର୍ତ୍ତୀ ଅଞ୍ଚଳରେ ଓଡ଼ିଆ ଲୋକ ଓଡ଼ିଆ ଶିକ୍ଷାରୁ ବଞ୍ଚିତ ହେଲେ ଓ ସେହି ପ୍ରଦେଶର ଶିକ୍ଷା ଲାଭ କରିବାକୁ ଲାଗିଲେ। ଅପରପକ୍ଷରେ, ସ୍ବାଧୀନତା ପରବର୍ତ୍ତୀ ସମୟରେ ଓଡ଼ିଶାରେ ଯେତେ ପ୍ରାଦେଶିକ ସରକାର ଆସିଲେ, ସେମାନେ ଅଭ୍ୟନ୍ତରୀଣ ଓଡ଼ିଶାର ବିକାଶକୁ ଗୁରୁତ୍ୱ ଦେଲେ ଓ ଆମ ସୀମାବର୍ତ୍ତୀ ଗ୍ରାମଗୁଡିକ ପାଇଁ ସେତେଟା ଦେଲେ ନାହିଁ। ତେଣୁ ଅନ୍ୟ ରାଜ୍ୟର ସୀମାକୁ ଲାଗିଥିବା ଆମ ରାଜ୍ୟର ଗ୍ରାମଗୁଡ଼ିକରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଜୁଳି, ପIଣି, ବଜାର ଇତ୍ୟାଦିର ବିକାଶ ହୋଇପାରିଲା ନାହିଁ। ଆମ ଓଡ଼ିଆ ଭାଇମାନଙ୍କର ଆଉ ଏକ ବଡ଼ ଭୁଲ୍‌ ଥିଲା ଯେ, ସେମାନେ ଆଦିବାସୀ ଅଧ୍ୟୁଷିତ ସୀମାନ୍ତ ଅଞ୍ଚଳରେ ଚାକିରି କରିବାକୁ ପସନ୍ଦ କରୁ ନ ଥିଲେ ଓ ବାଧ୍ୟବାଧକତାରେ ପଠାଗଲେ ସେମାନେ ଅଫିସ ସବୁଦିନେ ଯାଉ ନ ଥିଲେ । ଦୁର୍ନୀତିରେ ଲିପ୍ତ ରହି ସେ ଅଞ୍ଚଳର ବିକାଶରେ ଧ୍ୟାନ ଦେଲେ ନାହିଁ। ଏହାର ସୁଯୋଗ ପଡ଼ୋଶୀ ରାଜ୍ୟଗୁଡ଼ିକ ନେଲେ। ସେମାନେ ସୀମାନ୍ତ ଗ୍ରାମଗୁଡ଼ିକରେ ଗମନାଗମନ, ସ୍ବାସ୍ଥ୍ୟ, ଶିକ୍ଷା ଓ ବଜାର ପ୍ରଭୃତିର ବ୍ୟବସ୍ଥା କଲେ। ଫଳରେ ଆମ ରାଜ୍ୟର ସୀମାନ୍ତବାସୀ ସେସବୁ ସୁବିଧା ପାଇବା ପାଇଁ ପଡ଼ୋଶୀ ରାଜ୍ୟ ମୁହଁା ହେଲେ। ତା’ପରେ ଧୀରେ ଧୀରେ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ପଡ଼ୋଶୀ ରାଜ୍ୟଗୁଡ଼ିକ ଆମ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ କରିବା ନଁାରେ ଲୋକଙ୍କର ପ୍ରିୟଭାଜନ ହୋଇ ଆମ ରାଜ୍ୟର ଅଞ୍ଚଳକୁ ନିଜ ରାଜ୍ୟରେ ମିଶାଇବା ନିଶାରେ ଲାଗିପଡ଼ିଲେ । କିଏ କିଏ ଧମକାଇ ଆମ ଅଞ୍ଚଳକୁ ନିଜର ବୋଲି ଦାବି କରିବାକୁ ଲାଗିଲେ ତ କିଏ କିଏ ଲୁଚିଛପି ଉଦ୍ଦେଶ୍ୟ ହାସଲରେ ଲାଗି ରହିଲେ। ଆମ ପ୍ରାଦେଶିକ ସରକାରର ଅଜ୍ଞତା ପାଇଁ କିମ୍ବା ସୀମାନ୍ତବର୍ତ୍ତୀ ଅଞ୍ଚଳର ସମସ୍ୟାକୁ କର୍ଣ୍ଣପାତ ନ କରିବା କାରଣରୁ କିମ୍ବା ସରକାରଙ୍କର ଅସହାୟତା କାରଣରୁ ଏହା ଘଟିବାରେ ଲାଗିଲା। କିଛିଦିନ ପୂର୍ବେ କୋଟିଆ ଅଞ୍ଚଳକୁ ଆନ୍ଧ୍ର ନିଜ ରାଜ୍ୟରେ ଅନ୍ତର୍ଭୁକ୍ତ କରି ବିଭିନ୍ନ ବିକାଶମୂଳକ ଯୋଜନା କଲାବେଳେ ଓଡ଼ିଶାର ଜନ ପ୍ରତିନିଧିଙ୍କ ପ୍ରତିରୋଧର ସମ୍ମୁଖୀନ ହେଲା। ସରକାର ବାଧ୍ୟହୋଇ ୧୫୦ କୋଟି ଟଙ୍କାର ବିକାଶ ଯୋଜନା ମଞ୍ଜୁରକଲେ କୋଟିଆ ଅଞ୍ଚଳ ପାଇଁ ସୁପ୍ରିମକୋର୍ଟରେ ଆନ୍ଧ୍ର ବିରୋଧରେ ମାମଲା ଦାଏର କଲେ । ମାତ୍ର ଏହି ଭାବରେ ବିପଦକୁ ଦେଖି ସେଥିରୁ ରକ୍ଷାପାଇବା ପାଇଁ ଛୋଟ ଛୋଟ ପଦକ୍ଷେପ ନେଲେ ଆମେ ଆମର ସୀମାକୁ ସୁରକ୍ଷିତ ରଖିପାରିବା ନାହିଁ । ସୀମା ସମସ୍ୟା କିପରି ସବୁଦିନ ପାଇଁ ଶେଷ ହେବ, ସେଥିପାଇଁ ଚିନ୍ତନ ଓ କ୍ରିୟାନ୍ବୟନ କରିବାର ସମୟ ଆସିଛି। ଆମର ପ୍ରାୟ ସବୁ ପଡ଼ୋଶୀ ରାଜ୍ୟ ସହିତ ଅଳ୍ପ ବହୁତେ ସୀମା ବିବାଦ ଅଛି । ଆମକୁ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳ ପାଇଁ ଏକ ସମନ୍ବିତ ବିକାଶ ଯୋଜନା ପ୍ରଣୟନ କରିବାକୁ ପଡ଼ିବ। ପ୍ରତି ସୀମାବର୍ତ୍ତୀ ଗ୍ରାମରେ ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ଗମନାଗମନ, ପାନୀୟଜଳ ଯୋଗାଣ, ବଜାର ସ୍ଥାପନ, ଗାଡ଼ିମଟର ପ୍ରଭୃତି ଚଳପ୍ରଚଳ ଇତ୍ୟାଦି କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଉ। ବିଭିନ୍ନ ସରକାରୀ ଅଧିତ୍କାରୀଙ୍କୁ ସେଠାରେ ନିଯୁକ୍ତି କରିବାକୁ ପଡ଼ିବ । ସେମାନଙ୍କ କାର୍ଯ୍ୟକଳାପକୁ ମଧ୍ୟ ନିରୀକ୍ଷଣ କରାଯିବା ଆବଶ୍ୟକ। ସେହି ଅଞ୍ଚଳ ଅପହଞ୍ଚ ହୋଇଥିବାରୁ, ମାତ୍ରାଧିକ ଦୁର୍ନୀତିର ଗନ୍ତାଘର। ତେଣୁ ସେ ଅଞ୍ଚଳରୁ ଦୁର୍ନୀତି ହଟାଇବାକୁ ପଦକ୍ଷେପ ନିଆଯାଉ। ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକୁ ଯଦି ଆମେ ବିକାଶଧାରାରେ ଯୋଡ଼ିପାରିବା, ନିଶ୍ଚିତ ରୂପେ ସେ ଅଞ୍ଚଳର ଅଧିବାସୀଙ୍କ ହୃଦୟ ଜିତିପାରିବା। ସେମାନେ ଆଉ ଅନ୍ୟ ଆଡ଼େ ଯିବାକୁ ମନ ବଳେଇବେ ନାହିଁ ।
ମୋଟ ଉପରେ ଆମ ଅନୁପସ୍ଥିତିର ସୁଯୋଗ ନେଇ ପଡ଼ୋଶୀ ରାଜ୍ୟଗୁଡ଼ିକ ଏହି ଅଞ୍ଚଳ ଉପରେ ଲୋଲୁପଦୃଷ୍ଟି ପକାଉଛନ୍ତି। ସୀମାନ୍ତବର୍ତ୍ତୀ ଜିଲାଗୁଡ଼ିକରେ ପୋଲିସ ବଳକୁ ଜାଗ୍ରତକରି ରଖିବାକୁ ପଡ଼ିବ । ସରଳ ଆଦିବାସୀମାନଙ୍କ ଦାରିଦ୍ର୍ୟର ସୁଯୋଗ ନେଇ ପଡ଼ୋଶୀ ରାଜ୍ୟର ଅଧିବାସୀମାନେ ତାଙ୍କ ଉପରେ ଦାଦାଗିରି କରି ତାଙ୍କ ଜମି କିମ୍ବା ସେମାନେ ଚାଷ କରୁଥିବା ଜଙ୍ଗଲ ଜମିକୁ ହାତେଇବାର ଅନେକ ଖବର ଆସୁଛି।
ପୋଲିସ ବିଭାଗର କଣ୍ଟ୍ରୋଲ ରୁମ୍‌ର ନମ୍ବର ସୀମାନ୍ତବର୍ତ୍ତୀ ଗ୍ରାମବାସୀଙ୍କୁ ଦେବା ଆବଶ୍ୟକ। ଯେଉଁଠି ପଡ଼ୋଶୀଙ୍କ ଦାଦାଗିରି ଦେଖାଯିବ, ତୁରନ୍ତ ପୋଲିସ ଫୋର୍ସକୁ ଖବର ଦେବେ ଓ ପୋଲିସ ବାହିନୀ ପହଞ୍ଚି ସେମାନଙ୍କର ଦୃଢ଼ ପ୍ରତିରୋଧ କରିବା ଆବଶ୍ୟକ। ଏହାଦ୍ୱାରା ସେମାନେ ଭୟଭୀତ ହେବେ ଓ ଭବିଷ୍ୟତରେ ଏଭଳି କାର୍ଯ୍ୟ କରିବାକୁ ସାହସ କରିବେ ନାହିଁ। ସୀମାବର୍ତ୍ତୀ ଗ୍ରାମର ସମସ୍ତ ସ୍କୁଲରେ ଶିକ୍ଷକ ନିଯୁକ୍ତି, ଭଲ ପାଠପଢ଼ା ଓ ଛାତ୍ରୀଛାତ୍ରଙ୍କ ପାଇଁ ବହିର ବ୍ୟବସ୍ଥା ନ କରିପାରିଲେ ଭବିଷ୍ୟତରେ ଅବସ୍ଥା ସାଂଘାତିକ ହେବ। ସେହିପରି ସେମାନକ ସ୍ବାସ୍ଥ୍ୟ ଯତ୍ନ ପାଇଁ ପର୍ଯ୍ୟାପ୍ତ ଡାକ୍ତର ଓ ଡାକ୍ତରଖାନାର ବ୍ୟବସ୍ଥା କରିବାକୁ ପଡ଼ିବ। ଆମକୁ କେନ୍ଦ୍ର ସରକାରଙ୍କଠାରେ ଦୃଢ଼ ଦାବିକରି ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଟେଲିଫୋନ ଟାୱାର ବ୍ୟବସ୍ଥା ଓ ଭଲ ରାସ୍ତା ନିର୍ମାଣ କରାଯାଉ। ସମୟ ଆସିଛି, ଆମର ସୀମାବର୍ତ୍ତୀ ଅଞ୍ଚଳ ପାଇଁ ସମନ୍ବିତ ବିକାଶ ଯୋଜନା ପ୍ରସ୍ତୁତି ଓ ତା’ର କ୍ରିୟାନ୍ବୟର। ଯଦି ଆମେ ସେସବୁ ଅଞ୍ଚଳର ସର୍ବାଙ୍ଗୀନ ବିକାଶ କରିବାରେ ବିଫଳ ହୁଅନ୍ତି, ସୀମାନ୍ତବର୍ତ୍ତୀ ଅଞ୍ଚଳର ଜନତା ନିଜର ସୁବିଧା ପାଇଁ ପଡ଼ୋଶୀ ରାଜ୍ୟମୁହଁା ହେବେ ଓ ଆମେ ଯେତେ କୁମ୍ଭୀରକାନ୍ଦଣା କାନ୍ଦିଲେ ବି ତା’ର କିଛି ଫଳ ମିଳିବନାହିଁ । ଆମ ପୂର୍ବସୁରୀ ଯେଉଁ ଦୁଃଖକଷ୍ଟ ସହି ଆମକୁ ସ୍ବତନ୍ତ୍ର ପ୍ରଦେଶଟିଏ ଦେଇଥିଲେ, ତା’ର ସୀମା ସୁରକ୍ଷା କରି ନ ପାରି ଭାଗ୍ୟକୁ ଦୋଷ ଦେବାରେ ବ୍ୟସ୍ତ ରହିବା ସବୁଦିନ ପାଇଁ।
ପ୍ରଧାନ ବୈଜ୍ଞାନିକ,ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ
ଭୁବନେଶର,ମୋ-୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri