Posted inଫୁରସତ

ପିକ୍‌ନିକ୍‌ ସ୍ପଟ୍‌: ହାଣ୍ଡିଭଙ୍ଗା ଜଳପ୍ରପାତ

କେନ୍ଦୁଝର ଜିଲାର ଘଞ୍ଚ ଜଙ୍ଗଲ ଓ ପାହାଡ ପରିବେଷ୍ଟିତ ଖଣିଖାଦାନ ଯୋଡ଼ା ବ୍ଲକରେ ରହିଛି ବହୁ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଛୋଟ ବଡ଼ ଜଳପ୍ରପାତ। ଏଠାକାର ପ୍ରକୃତିଦତ୍ତ ଚିରସ୍ରୋତା ଝରଣା, ସବୁଜ ପାହାଡ, ଘଞ୍ଚ ଜଙ୍ଗଲ ତଥା ଥଣ୍ଡା ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହି ବ୍ଲକର ବଡକାଳିମାଟି ପଞ୍ଚାୟତରେ ରହିଛି ଜଙ୍ଗଲ ଓ ପାହାଡ ଘେରା ହାଣ୍ଡିଭଙ୍ଗା ଜଳପ୍ରପାତ। ଏହି ଜଳପ୍ରପାତ ବର୍ଷ ତମାମ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିଲେ ହେଁ ବିଶେଷ କରି ଶୀତ ଋତୁରେ ଅଧିକ ପର୍ଯ୍ୟଟକ ବୁଲିବାକୁ ଓ ଭୋଜିଭାତ କରିବାକୁ ଆସିଥାନ୍ତି। ଏଠାରେ ଥିବା ଦୁଇ ପାହାଡର ସଂଯୋଗ ସ୍ଥଳିରୁ ଏବଂ ପ୍ରାୟ ୨୦୦ ଫୁଟ ଉପରୁ ଖସିଆସୁଥିବା ଏହି ଜଳ ଧାରର ପ୍ରପାତ ପାଲଟିଛି ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ।

ଏଠାରେ ରହିଛି ବୀର ହନୁମାନ ମନ୍ଦିର ଓ ପଦ୍ମେଶ୍ୱର ମହାଦେବ ମନ୍ଦିର। ଶାନ୍ତସରଳ ପରିବେଶ ମଧ୍ୟରେ ଥିବା ଏହି ଜଳପ୍ରପାତ ପାଖକୁ ଯିବାକୁ ହେଲେ ଚାଲି ଚାଲି ଯିବାକୁ ପଡିଥାଏ। ଭଲ ରାସ୍ତା ନ ଥିବାରୁ ଝରଣାର ଉପର ପାଖକୁ ଯିବା ସୁବିଧାଜନକ ହୁଏ ନାହିଁ। ତେବେ ତଳୁ ଥାଇ ଝରଣା ଓ ଜଳପ୍ରପାତର ମନୋରମ ଦୃଶ୍ୟକୁ ଅନେକ ଉପଭୋଗ କରିଥାନ୍ତି। ବିଭିନ୍ନ ଜାତିପ୍ରଜାତିର ଗଛଲତା, ଜୀବଜନ୍ତୁ ଓ ସରିସୃପ ଏଠାରେ ଦେଖିବାକୁ ମିଳେ। ଏଠାରେ ପର୍ଯ୍ୟଟକ ଥଣ୍ଡା ଜଳରେ ଗାଧୋଇବାର ମଜା ଉଠାଇଥାନ୍ତି। ପର୍ଯ୍ୟଟନ, ଜିଲା ପ୍ରଶାସନ ତଥା ସ୍ଥାନୀୟ ଲୋକଙ୍କ ସହାୟତାରେ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଛି। ଏହି ଜଳପ୍ରପାତର ପାଣି ତଳକୁ ବୋହି ଯାଉଥିବାବେଳେ ଏହି ଝରଣା କୂଳରେ ଭୋଜିଭାତ ଓ ନାଚଗୀତ କରି ପର୍ଯ୍ୟଟକ ମଜାକରିଥାନ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ପର୍ଯ୍ୟଟକ ଆସି ବୁଲି ପ୍ରକୃତିର ମନୋରମ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ବଣଭୋଜି କରି ନିଆରା ଅନୁଭୂତି ସାଉଁଟି ନେଇ ଯାଇଥାନ୍ତି। ଯିଏ ଥରେ ଆସିଛି ସେ ଆଉ ଥରେ ଆସିବାକୁ ମନା ବଳାଇଥାଏ। ଏହି ସ୍ଥାନକୁ ପାହାଡିଆ ରାସ୍ତାରେ ଯିବା ବେଳେ ଜଙ୍ଗଲ, ଝରଣା ଆଦି ମନରୋମ ଦୃଶ୍ୟ ସମସ୍ତଙ୍କୁ ବିମୋହିତ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri