Posted inଫୁରସତ

ପିକ୍‌ନିକ୍‌ ସ୍ପଟ୍‌: ହାଣ୍ଡିଭଙ୍ଗା ଜଳପ୍ରପାତ

କେନ୍ଦୁଝର ଜିଲାର ଘଞ୍ଚ ଜଙ୍ଗଲ ଓ ପାହାଡ ପରିବେଷ୍ଟିତ ଖଣିଖାଦାନ ଯୋଡ଼ା ବ୍ଲକରେ ରହିଛି ବହୁ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଛୋଟ ବଡ଼ ଜଳପ୍ରପାତ। ଏଠାକାର ପ୍ରକୃତିଦତ୍ତ ଚିରସ୍ରୋତା ଝରଣା, ସବୁଜ ପାହାଡ, ଘଞ୍ଚ ଜଙ୍ଗଲ ତଥା ଥଣ୍ଡା ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହି ବ୍ଲକର ବଡକାଳିମାଟି ପଞ୍ଚାୟତରେ ରହିଛି ଜଙ୍ଗଲ ଓ ପାହାଡ ଘେରା ହାଣ୍ଡିଭଙ୍ଗା ଜଳପ୍ରପାତ। ଏହି ଜଳପ୍ରପାତ ବର୍ଷ ତମାମ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିଲେ ହେଁ ବିଶେଷ କରି ଶୀତ ଋତୁରେ ଅଧିକ ପର୍ଯ୍ୟଟକ ବୁଲିବାକୁ ଓ ଭୋଜିଭାତ କରିବାକୁ ଆସିଥାନ୍ତି। ଏଠାରେ ଥିବା ଦୁଇ ପାହାଡର ସଂଯୋଗ ସ୍ଥଳିରୁ ଏବଂ ପ୍ରାୟ ୨୦୦ ଫୁଟ ଉପରୁ ଖସିଆସୁଥିବା ଏହି ଜଳ ଧାରର ପ୍ରପାତ ପାଲଟିଛି ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ।

ଏଠାରେ ରହିଛି ବୀର ହନୁମାନ ମନ୍ଦିର ଓ ପଦ୍ମେଶ୍ୱର ମହାଦେବ ମନ୍ଦିର। ଶାନ୍ତସରଳ ପରିବେଶ ମଧ୍ୟରେ ଥିବା ଏହି ଜଳପ୍ରପାତ ପାଖକୁ ଯିବାକୁ ହେଲେ ଚାଲି ଚାଲି ଯିବାକୁ ପଡିଥାଏ। ଭଲ ରାସ୍ତା ନ ଥିବାରୁ ଝରଣାର ଉପର ପାଖକୁ ଯିବା ସୁବିଧାଜନକ ହୁଏ ନାହିଁ। ତେବେ ତଳୁ ଥାଇ ଝରଣା ଓ ଜଳପ୍ରପାତର ମନୋରମ ଦୃଶ୍ୟକୁ ଅନେକ ଉପଭୋଗ କରିଥାନ୍ତି। ବିଭିନ୍ନ ଜାତିପ୍ରଜାତିର ଗଛଲତା, ଜୀବଜନ୍ତୁ ଓ ସରିସୃପ ଏଠାରେ ଦେଖିବାକୁ ମିଳେ। ଏଠାରେ ପର୍ଯ୍ୟଟକ ଥଣ୍ଡା ଜଳରେ ଗାଧୋଇବାର ମଜା ଉଠାଇଥାନ୍ତି। ପର୍ଯ୍ୟଟନ, ଜିଲା ପ୍ରଶାସନ ତଥା ସ୍ଥାନୀୟ ଲୋକଙ୍କ ସହାୟତାରେ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଛି। ଏହି ଜଳପ୍ରପାତର ପାଣି ତଳକୁ ବୋହି ଯାଉଥିବାବେଳେ ଏହି ଝରଣା କୂଳରେ ଭୋଜିଭାତ ଓ ନାଚଗୀତ କରି ପର୍ଯ୍ୟଟକ ମଜାକରିଥାନ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ପର୍ଯ୍ୟଟକ ଆସି ବୁଲି ପ୍ରକୃତିର ମନୋରମ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ବଣଭୋଜି କରି ନିଆରା ଅନୁଭୂତି ସାଉଁଟି ନେଇ ଯାଇଥାନ୍ତି। ଯିଏ ଥରେ ଆସିଛି ସେ ଆଉ ଥରେ ଆସିବାକୁ ମନା ବଳାଇଥାଏ। ଏହି ସ୍ଥାନକୁ ପାହାଡିଆ ରାସ୍ତାରେ ଯିବା ବେଳେ ଜଙ୍ଗଲ, ଝରଣା ଆଦି ମନରୋମ ଦୃଶ୍ୟ ସମସ୍ତଙ୍କୁ ବିମୋହିତ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri