Posted inଜାତୀୟ

୬୦ ଘଣ୍ଟାରେ ୧୧୦ ଫୁଟ ଲମ୍ବ ପୋଲ ନିର୍ମାଣ କଲା ବିଆର୍‌ଓ

ଶ୍ରୀନଗର,୧୭।୧: ମାତ୍ର ୬୦ ଘଣ୍ଟାରେ ୧୧୦ ଫୁଟ ଲମ୍ବ ପୋଲ ନିର୍ମାଣ କରି ଭାରତୀୟ ବର୍ଡର ରୋଡ୍‌ ଅର୍ଗାନାଇଜେଶନ (ବିଆର୍‌ଓ) ଏବେ ପ୍ରଶଂସା ସାଉଁଟିବାରେ ଲାଗିଛି। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ରାମ୍ବନର କେଲା ମୋରହଠାରେ ଥିବା ବାଲେ ପୋଲ ଜାନୁୟାରୀ ୧୦ରେ ଭୂସ୍ଖଳନ ଯୋଗୁ ଭାଙ୍ଗି ଯାଇଥିଲା। ଏହାର ନିର୍ମାଣ ଦାୟିତ୍ୱ ବିଆର୍‌ଓ ନେଇଥିଲା। ଏହାର ନିର୍ମାଣ କାର୍ଯ୍ୟ ଜାନୁୟାରୀ ୧୪ ସକାଳ ୭ଟା ୪୦ରେ ଆରମ୍ଭ ହୋଇଥିଲା। ପୋଲର ନିର୍ମାଣ ଶେଷ ହୋଇଥିବା ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ବ୍ରିଗେଡ଼ଇର ଆଇ.କେ. ଜାଗ୍ଗି ସୂଚନା ଦେଇଛନ୍ତି। ଶନିବାର ଅପରାହ୍ନ ୨ଟା ୩୦ରେ ପୋଲ ଉପରେ ପରୀକ୍ଷାମୂଳକ ଭାବେ ଯାନ ଚଳାଚଳ କରାଯାଇଥିଲା। ଆସନ୍ତା ୨ ଦିନ ମଧ୍ୟରେ ପୋଲ ଉପର ଦେଇ ଯାତାୟତ କରିହେବ ବୋଲି ସେ କହିଛନ୍ତି। ବିଆର୍‌ କର୍ମଚାରୀଙ୍କ ଉଦ୍ୟମ ଯୋଗୁ ଏହା ସମ୍ଭବ ହୋଇଥିବା ସେ କହିଛନ୍ତି। ଲ୍ୟୁଟନାଟ୍‌ କଲୋନେଲ୍‌ ବରୁଣ ଖାରେଙ୍କ ନେତୃତ୍ୱରେ ୬ ଜଣ ଅଫିସର, ୧୦ ସୁପରଭାଇଜର, ୫୦ ଶ୍ରମିକ ଦିନରାତି କାମ କରି ଏହି ସଫଳତା ହାସଲ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ବାହାନାରେ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ସଂଖ୍ୟା କମାଉଛନ୍ତି ସରକାର: ରାହୁଲ

ନୂଆଦିଲ୍ଲୀ, ୫।୯: କେନ୍ଦ୍ର ସରକାରଙ୍କ ଉପରେ ପୁଣିଥରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ। ଶନିବାର ରାହୁଲ ଟୁଇଟ୍‌ କରି କହିଛନ୍ତି ଯେ, କରୋନା ବାହାନାରେ କେନ୍ଦ୍ର ସରକାରଙ୍କ...

ରାୟବରେଲୀରେ ସୋନିଆ ପଛରେ

ନୂଆଦିଲ୍ଲୀ,୨୩।୫: ରାୟବରେଲୀ ଲୋକ ସଭା ଆସନରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପଛରେ ଚାଲିଛନ୍ତି। ସେହିପର ଅମେଠିରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଛୁଆ ଥିବା ପ୍ରଥମ...

ବିବାହ ପୂର୍ବରୁ ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚିଲେ ବରଯାତ୍ରୀ ସହ ବର

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ପାଇଁ ଶନିବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ କରାଯାଇଛି। ଏଥିରେ ବହୁ ସଂଖ୍ୟାରେ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଥିବା ଦେଖିବାକୁ...

ରାହୁଲ ଗାନ୍ଧୀ ପୁଣି ସମ୍ଭାଳନ୍ତୁ କଂଗ୍ରେସ ଅଧ୍ୟକ୍ଷ ପଦ: ମାକନ

ନୂଆଦିଲ୍ଲୀ,୯।୩: ରାହୁଲ ଗାନ୍ଧୀ କଂଗ୍ରେସର ସର୍ବମାନ୍ୟ ନେତା। ସେ ଜଣେ ଶାନ୍ତ, ଚିନ୍ତାଶୀଳ ଏବଂ ଭଲ ଲୋକ। ସେ ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ ପଦ...

ଜମ୍ମୁ-କଶ୍ମୀର ବାଦଲ ଫଟା ବର୍ଷା: ବିଦ୍ୟୁତ ଓ ପାଣି ସେବା ପ୍ରଭାବିତ

ଶ୍ରୀନଗର,୩।୮: ଜମ୍ମୁ-କଶ୍ମୀରରେ ତ୍ରାଲରେ ଶନିବାର ବାଦଲ ଫଟା ବର୍ଷା ହୋଇଛି। ଫଳରେ ଉକ୍ତ ଅଞ୍ଚଳର ଘର ଓ ସ୍କୁଲଗୁଡ଼ିକରେ ପାଣି ପଶିଯାଇଥିବାରୁ ବିଦ୍ୟୁତ୍‌ ସରବରାହ ଓ...

ଲାକ୍ଷାଦ୍ୱୀପ ନିକଟରେ ଆମେରିକା ନୌସେନାର ଅଭିଯାନ

ନୂଆଦିଲ୍ଲୀ, ୧୦।୪: ନୂଆଦିଲ୍ଲୀର ଅନୁମତି ନ ନେଇ ଲାକ୍ଷାଦ୍ୱୀପ ନିକଟରେ ଥିବା ଭାରତୀୟ ଅନନ୍ୟ ଅର୍ଥନୈତିକ କ୍ଷେତ୍ର (ଇଇଜେଡ୍‌)ରେ ଆମେରିକା ନୌସେନା ‘ଫ୍ରିଡମ୍‌ ଅଫ୍‌ ନାଭିଗେଶନ...

ସନ୍ଦେହ ଘେରରେ ସ୍ପୁଟ୍‌ନିକ୍‌ ଭି

ନୂଆଦିଲ୍ଲୀ, ୧୩।୮: କରୋନା ମହାମାରୀର ମୁକାବିଲା ଲାଗି ରୁଷିଆ ପ୍ରଥମ କରୋନା ଟିକାକୁ ମଞ୍ଜୁରୀ ପ୍ରଦାନ କରିଥିବାବେଳେ ଏହାର ନିରାପତ୍ତାକୁ ନେଇ ସାରା ବିଶ୍ୱରୁ ପ୍ରଶ୍ନ...

ନାଇଟ୍‌ କ୍ଲବରେ ଗୋଟିଏ ରାତିରେ ୭ କୋଟି ଟଙ୍କା ଉଡାଇଛନ୍ତି କମଲନାଥଙ୍କ ଭଣଜା

ନୂଆଦିଲ୍ଲୀ,୨୦।୧୦: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଭଣଜା ରତୁଲ ପୁରୀ ଆମେରିକାର ଏକ ନାଇଟ୍‌ କ୍ଲବରେ ଗୋଟିଏ ରାତିରେ ପାଖାପାଖି ୧୧ ଲକ୍ଷ ଡଲାର...

BGU
Play 250+ Trending Games
Archives

Model This Week

Why Dharitri