ରାତିରେ ହୋଇଥିବା ପିଚୁ ସକାଳେ ଉଠିଗଲା

ମାହାଙ୍ଗା,୫ା୬(ସ୍ବ.ପ୍ର.): ସନ୍ଧ୍ୟାରେ ରାସ୍ତା ପିଚୁ କାର୍ଯ୍ୟ ଆରମ୍ଭ ହୋଇ ଅଧରାତିରେ ସରିଥିଲା। ମୋବାଇଲ ଟର୍ଚ୍ଚ ସାହାଯ୍ୟରେ ଯନ୍ତ୍ରୀ କାର୍ଯ୍ୟ ତଦାରଖ କରୁଥିଲେ। ଅନ୍ଧାର ରାତିରେ ନାମକୁ ମାତ୍ର ନିମ୍ନମାନର କାମ ସାରି ଚାଲିଯାଇଥିଲେ ଯନ୍ତ୍ରୀ ଓ ଠିକାଦାର। ଫଳରେ ସକାଳୁ ରାସ୍ତାରୁ ପିଚୁ ଉଠିଯାଇଥିଲା। ଏହାକୁ ସ୍ଥାନୀୟ ଅଞ୍ଚଳ ଲୋକେ ବିରୋଧ କରିବା ସହ ନିମ୍ନମାନର କାର୍ଯ୍ୟ ପାଇଁ ଦାୟୀ କରିଛନ୍ତି ବିଭାଗୀୟ ଯନ୍ତ୍ରୀଙ୍କୁ। ଏଭଳି ଘଟଣା ଘଟିଛି କଟକ ଜିଲା ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧୀନରେ ଥିବା ମାହାଙ୍ଗା ବ୍ଲକର ଖନ୍ଦୋଳ-ଝାଡ଼େଶ୍ୱରପୁର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତା କାର୍ଯ୍ୟରେ।
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏହି ରାସ୍ତା ନିର୍ମାଣ ପାଇଁ ବିଭାଗ ପକ୍ଷରୁ ୬ କୋଟି ୨୨ ଲକ୍ଷ ବ୍ୟୟବରାଦ ହୋଇଛି। ରାସ୍ତାରେ ୧.୬୧୦ କି.ମି. ପକ୍କା ରାସ୍ତା ନିର୍ମାଣ ହେବାକୁ ଥିବାବେଳେ ୭.୭୯୦ କି.ମି. ପିଚୁ କାର୍ଯ୍ୟ ହେବାକୁ ବିଭାଗ ପକ୍ଷରୁ ସ୍ଥିର କରାଯାଇଛି। ରାସ୍ତାରେ ଡଷ୍ଟ ଓ ମେଟାଲିଂ ପରେ କୌଣସି ସ୍ଥାନରେ ପକ୍କା ରାସ୍ତା ନିର୍ମାଣ କରା ନ ଯାଇ ତରବରିଆଭାବେ ଠିକାଦାରଙ୍କୁ ସୁହାଇବା ଭଳି ରାସ୍ତାର ଉମର ନିକଟରେ ପିଚୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ରାସ୍ତା ଉପରେ ଥିବା ଧୂଳି ଓ ମାଟିକୁ ଭଲଭାବେ ସଫା କରା ନ ଯାଇ ନାମକୁ ମାତ୍ର ପ୍ରାଇମର ଛିଞ୍ଚତ୍ ରାତି ଅଧରେ କାର୍ଯ୍ୟ ହୋଇଥିଲା। ଅପରପକ୍ଷେ କାର୍ଯ୍ୟ ସମୟରେ ଆବଶ୍ୟକ ଆଲୋକର ବ୍ୟବସ୍ଥା କରା ଯାଇ ନ ଥିଲା। ମୋବାଇଲ ଟର୍ଚ୍ଚ ଲାଇଟ୍‌ ପକାଇ ଖୋଦ ଯନ୍ତ୍ରୀ ଉପସ୍ଥିତ ରହି କାର୍ଯ୍ୟ କରାଇଥିଲେ। ତେବେ ଯନ୍ତ୍ରୀଙ୍କ ଦାୟିତ୍ୱହୀନତା ପାଇଁ ଏହି ରାସ୍ତା କାର୍ଯ୍ୟରେ ବିଭିନ୍ନ ଅନିୟମିତତା ପରିଲକ୍ଷିତ ହେଉଥିବାବେଳେ ରାସ୍ତାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରି କି ରାତିରେ ହୋଇଥିବା ପିଚୁ ସକାଳୁ ଉଠଯିବାରୁ ଗ୍ରାମବାସୀ ରବିବାର କିଛି ସମୟ ପାଇଁ ବନ୍ଦ କରି ଆନ୍ଦୋଳନ କରିଥିଲେ। ଘଟଣା ସମ୍ପର୍କରେ ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଉର୍ମି ପ୍ରିୟଦର୍ଶନୀଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏହି ନିମ୍ନମାନ କାର୍ଯ୍ୟର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ନେରେଡ଼ି ପ୍ରକଳ୍ପକୁ ନେଇ ବିଜେଡିର ଉଦ୍‌ବେଗ: ଜମି ଅଧିଗ୍ରହଣ ପୂର୍ବରୁ ପ୍ରଭାବିତଙ୍କ ସହ ଆଲୋଚନା ଦାବି

ପାରଳାଖେମୁଣ୍ଡି, ୨୭।୮(ଗିରିଧାରୀ ପରିଚ୍ଛା): ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପାଇଁ ଗଜପତି ଜିଲା କାଶୀନଗର ତହସିଲ ଅଞ୍ଚଳରେ ପ୍ରାୟ ୧୦୬ ଏକର ଜମି ଅଧିଗ୍ରହଣ ପ୍ରସ୍ତୁତିକୁ ନେଇ ବିଜୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri