ରାତିରେ ହୋଇଥିବା ପିଚୁ ସକାଳେ ଉଠିଗଲା

ମାହାଙ୍ଗା,୫ା୬(ସ୍ବ.ପ୍ର.): ସନ୍ଧ୍ୟାରେ ରାସ୍ତା ପିଚୁ କାର୍ଯ୍ୟ ଆରମ୍ଭ ହୋଇ ଅଧରାତିରେ ସରିଥିଲା। ମୋବାଇଲ ଟର୍ଚ୍ଚ ସାହାଯ୍ୟରେ ଯନ୍ତ୍ରୀ କାର୍ଯ୍ୟ ତଦାରଖ କରୁଥିଲେ। ଅନ୍ଧାର ରାତିରେ ନାମକୁ ମାତ୍ର ନିମ୍ନମାନର କାମ ସାରି ଚାଲିଯାଇଥିଲେ ଯନ୍ତ୍ରୀ ଓ ଠିକାଦାର। ଫଳରେ ସକାଳୁ ରାସ୍ତାରୁ ପିଚୁ ଉଠିଯାଇଥିଲା। ଏହାକୁ ସ୍ଥାନୀୟ ଅଞ୍ଚଳ ଲୋକେ ବିରୋଧ କରିବା ସହ ନିମ୍ନମାନର କାର୍ଯ୍ୟ ପାଇଁ ଦାୟୀ କରିଛନ୍ତି ବିଭାଗୀୟ ଯନ୍ତ୍ରୀଙ୍କୁ। ଏଭଳି ଘଟଣା ଘଟିଛି କଟକ ଜିଲା ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧୀନରେ ଥିବା ମାହାଙ୍ଗା ବ୍ଲକର ଖନ୍ଦୋଳ-ଝାଡ଼େଶ୍ୱରପୁର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତା କାର୍ଯ୍ୟରେ।
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏହି ରାସ୍ତା ନିର୍ମାଣ ପାଇଁ ବିଭାଗ ପକ୍ଷରୁ ୬ କୋଟି ୨୨ ଲକ୍ଷ ବ୍ୟୟବରାଦ ହୋଇଛି। ରାସ୍ତାରେ ୧.୬୧୦ କି.ମି. ପକ୍କା ରାସ୍ତା ନିର୍ମାଣ ହେବାକୁ ଥିବାବେଳେ ୭.୭୯୦ କି.ମି. ପିଚୁ କାର୍ଯ୍ୟ ହେବାକୁ ବିଭାଗ ପକ୍ଷରୁ ସ୍ଥିର କରାଯାଇଛି। ରାସ୍ତାରେ ଡଷ୍ଟ ଓ ମେଟାଲିଂ ପରେ କୌଣସି ସ୍ଥାନରେ ପକ୍କା ରାସ୍ତା ନିର୍ମାଣ କରା ନ ଯାଇ ତରବରିଆଭାବେ ଠିକାଦାରଙ୍କୁ ସୁହାଇବା ଭଳି ରାସ୍ତାର ଉମର ନିକଟରେ ପିଚୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ରାସ୍ତା ଉପରେ ଥିବା ଧୂଳି ଓ ମାଟିକୁ ଭଲଭାବେ ସଫା କରା ନ ଯାଇ ନାମକୁ ମାତ୍ର ପ୍ରାଇମର ଛିଞ୍ଚତ୍ ରାତି ଅଧରେ କାର୍ଯ୍ୟ ହୋଇଥିଲା। ଅପରପକ୍ଷେ କାର୍ଯ୍ୟ ସମୟରେ ଆବଶ୍ୟକ ଆଲୋକର ବ୍ୟବସ୍ଥା କରା ଯାଇ ନ ଥିଲା। ମୋବାଇଲ ଟର୍ଚ୍ଚ ଲାଇଟ୍‌ ପକାଇ ଖୋଦ ଯନ୍ତ୍ରୀ ଉପସ୍ଥିତ ରହି କାର୍ଯ୍ୟ କରାଇଥିଲେ। ତେବେ ଯନ୍ତ୍ରୀଙ୍କ ଦାୟିତ୍ୱହୀନତା ପାଇଁ ଏହି ରାସ୍ତା କାର୍ଯ୍ୟରେ ବିଭିନ୍ନ ଅନିୟମିତତା ପରିଲକ୍ଷିତ ହେଉଥିବାବେଳେ ରାସ୍ତାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରି କି ରାତିରେ ହୋଇଥିବା ପିଚୁ ସକାଳୁ ଉଠଯିବାରୁ ଗ୍ରାମବାସୀ ରବିବାର କିଛି ସମୟ ପାଇଁ ବନ୍ଦ କରି ଆନ୍ଦୋଳନ କରିଥିଲେ। ଘଟଣା ସମ୍ପର୍କରେ ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଉର୍ମି ପ୍ରିୟଦର୍ଶନୀଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏହି ନିମ୍ନମାନ କାର୍ଯ୍ୟର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?