ରାସ୍ତା କାମର ୨ ଦିନ ପରେ ଉଠିଗଲା ପିଚୁ

ପାଣିକୋଇଲି,୨୩ା୫(ବିକାଶ ମଲ୍ଲିକ): ଜାତୀୟ ରାଜପଥ ୧୬ଠାରୁ ହାଟସାହି ଭାୟା ସୋତି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଏହାର ଅବଧି ଶେଷ ହୋଇ ସାରିଥିଲେ ମଧ୍ୟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଏହା ମଧ୍ୟରେ ଦୁଇ ଦିନ ତଳେ ରାସ୍ତାରେ ପକାଯାଇଥିବା ପିଚୁ ଉଠିଯାଉଛି। ଫଳରେ ଠିକାଦାର ନିମ୍ନମାନର କାର୍ଯ୍ୟ କରିଥିବା ନେଇ ଗ୍ରାମବାସୀ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଏହି ରାସ୍ତା ଜାତୀୟ ରାଜପଥ ୧୬ଠାରୁ ବାହାରି ଅଳତିରି, ଚାନ୍ଦପୁର, ଦାମୋଦରପୁର, ବାଟୁଳ, ସୋତି ମଧ୍ୟ ଦେଇ ହାଟସାହି ନିକଟରେ ଟିକର-ଶଙ୍ଖଚିଲା ରାସ୍ତା ସହିତ ମିଶିଛି। ବିଭାଗ ଦ୍ୱାରା ପ୍ରଦତ୍ତ ସୂଚନାନୁସାରେ ଉକ୍ତ ରାସ୍ତାର ଦୈର୍ଘ୍ୟ ୬ କିମି ୨୭୦ ମିଟର ହୋଇଥିବାବେଳେ ୧୯ ଘୋଷରା ପୋଲ କରାଯିବାର ବ୍ୟବସ୍ଥା ରହିଛି। ଏଥିପାଇଁ ବ୍ୟୟ ଅଟକଳ ୪ କୋଟି ୭୦ ଲକ୍ଷ ୭୭ହଜାର ଟଙ୍କା ରହିଛି ଓ ରକ୍ଷଣାବେକ୍ଷଣ ଲାଗି ୪୦ ଲକ୍ଷ ୬୮ ହଜାର ଟଙ୍କା ରହିଛି। ଉକ୍ତ ରାସ୍ତା କାର୍ଯ୍ୟ ୨୦୨୨ସେପ୍ଟେମ୍ବର ୧୨ରୁ ଆରମ୍ଭ ହୋଇ -୨୦୨୩ ଜୁନ ୧୧ରେ ସାରିବା ଲାଗି ବିଭାଗ ତରଫରୁ ସଂପୃକ୍ତ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ସଂପୃକ୍ତ ଠିକା ସଂସ୍ଥା ଅବଧି ଶେଷ ହୋଯାଇଥିଲେ କାମ ସାରି ପାରିନାହିଁ। ଏହାକୁ ନେଇ ଗ୍ରାମବାସୀଙ୍କ ତରଫରୁ ଅସନ୍ତୋଷ ଜାହିର କରାଯାଇଛି। ରାସ୍ତାଟିର ନିର୍ମାଣ କାଯର୍ର୍‌ୟ ସୋତି ପର୍ଯ୍ୟନ୍ତ ଶେଷ ହୋଇଛି। ଦୁଇ ଦିନ ତଳେ ସୋତିରୁ ହାଟସାହି ମଧ୍ୟରେ ନୂତନ ଭାବେ ପିଚୁ ପଡ଼ିଥିଲା। ମାତ୍ର ପିଚୁର ଅବସ୍ଥା ଦେଖି ଗ୍ରାମବାସୀଙ୍କ ସନ୍ଦେହହେବାରୁ ସେମାନେ ହାତରେ ଖୋଳି ଦେବାରୁ ପିଚୁ ଗୁଡ଼ିକ ଆପେଆପେ ବାହାରି ଯାଇଥିଲା। ଯେପରିକି ସେଗୁଡ଼ିକ ରାସ୍ତା ଉପରେ ଥୁଆ ହୋଇଛି। ଗ୍ରାମବାସୀ ଉକ୍ତ କାର୍ଯ୍ୟକୁ ବନ୍ଦ କରି ସଂପୃକ୍ତ ଠିକାଦାରଙ୍କୁ ଯୋଗଯୋଗ କରିଥିଲେ। ମାତ୍ର ଠିକାଦାର ସେମାନଙ୍କୁ ଧମକାଇଥିଲେ। ଫଳରେ ସୋତି ଗ୍ରାମର ନାରାୟଣ କରଣ, ପ୍ରଫୁଲ୍ଲ କୁମାର ନାୟକ, ବିଷ୍ଣୁଚରଣ ବାରିକ, କୁଳମଣି ସାହୁ, ଅନାମ ମହାପାତ୍ର, ପ୍ରଦୀପ ଖଣ୍ଡାଇ, କୀର୍ତ୍ତନ ମହାପାତ୍ର, ରବୀନ୍ଦ୍ର ସେଠୀ, ଅନନ୍ତ କୁମାର ମହାପାତ୍ର, ସନ୍ତୋଷ ବାରିକ, ପ୍ରଫୁଲ୍ଲ ମାଝି, ସୁଶାନ୍ତ ସେନାପତି, ସତ୍ୟବ୍ରତ ମହାପାତ୍ର, ଶିବ ପ୍ରସାଦ ବାରିକ, ଅଖିଳ ସ୍ବାଇଁ, ଚକ୍ରଧର ସ୍ବାଇଁ ଓ ଅଭୟ କୁମାର ସ୍ବାଇଁ ପ୍ରମୁଖ ଉତ୍ତ୍ୟକ୍ତ ହୋଇ ରାସ୍ତା କାର୍ଯ୍ୟ ବନ୍ଦ ରଖିବା ସହିତ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକାରେ ଏଭଳି ନିମ୍ନମାନର କାର୍ଯ୍ୟ ହୋଇଥିବା ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri