Posted inଜାତୀୟ

ମଧୁର ହସ, ମଥାରେ ତିଳକ: ସାମ୍ନାକୁ ଆସିଲା ରାମ ଲାଲାଙ୍କର ପୂର୍ଣ୍ଣବୟବ ମୂର୍ତ୍ତିର ଫଟୋ

ନୂଆଦିଲ୍ଲୀ,୧୯।୧: ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ସାମ୍ନାକୁ ଆସିଛି ରାମଲାଲାଙ୍କ ପୂର୍ଣ୍ଣବୟବ ମୂର୍ତ୍ତିର ଫଟୋ। ଭକ୍ତମାନେ ପ୍ରଭୁ ଶ୍ରୀ ରାମଙ୍କ ଦର୍ଶନ ପାଇଁ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି। ଏହି ଫଟୋ ଗର୍ଭଗୃହରେ ରାମ ଲାଲାଙ୍କର ଗର୍ଭଗୃହରେ ପ୍ରତିଷ୍ଠା ପୂର୍ବର ଅଟେ। ଫଟୋରେ ଶ୍ରୀ ରାମଙ୍କ ମୁହଁରେ ମଧୁର ହସ ଏବଂ କପାଳରେ ତିଳକ ରହିଥିବା ଦେଖିବାକୁ ମିଳିଛି।

ଏହାପୂର୍ବରୁ ମଧ୍ୟ ରାମଲାଲାଙ୍କ ଫଟୋ ଆସିଥିଲା, ଯେଉଁଥିରେ ଏକ ଧଳା କପଡ଼ାରେ ମୂର୍ତ୍ତିକୁ ଘୋଡାଇ ଦିଆଯାଇଥିଲା। ମୈସୁର ମୂର୍ତ୍ତିକାର ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ୫୧ ଇଞ୍ଚର ରାମଲାଲାଙ୍କ ମୂର୍ତ୍ତି ଗୁରୁବାର ମନ୍ଦିରକୁ ଅଣାଯାଇଥିଲା।

ପିଟିଆଇ ରିପୋର୍ଟ ଅନୁଯାୟୀ, ପବିତ୍ର ସମାରୋହ ସହ ଜଡିତ ପୁରୋହିତ ଅରୁଣ ଦୀକ୍ଷିତ କହିଛନ୍ତି ଯେ ଗୁରୁବାର ଅପରାହ୍ନରେ ଗର୍ଭଗୃହରେ ରାମଲାଲାଙ୍କ ପ୍ରତିମା ସ୍ଥାପନ କରାଯାଇଛି। ମନ୍ଦିର ନିର୍ମାଣର ତଦାରଖ କରୁଥିବା ସଂଗଠନ ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତର ଟ୍ରଷ୍ଟ ଅନୁଯାୟୀ ଭବ୍ୟ ମନ୍ତ୍ର ଜପ କରି ରାମଲାଲାଙ୍କ ପ୍ରତିମାକୁ ପବିତ୍ର ମନ୍ଦିରରେ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏମିତି ଲେଖିଲେ ଜର୍ଜିଆ ମେଲୋନି, ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ/ରୋମ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ତଥା ବିଶ୍ୱର ବିଭିନ୍ନ ସ୍ଥାନରୁ ଜନ୍ମଦିନର ଶୁଭେଚ୍ଛା ଗ୍ରହଣ କରୁଛନ୍ତି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ପଦକ ଜିତିବାର ଉତ୍ସାହଜନକ ଖବରଠାରୁ ପ୍ରଧାନମନ୍ତ୍ରୀଙ୍କ ଫୋନ କଲ ପର୍ଯ୍ୟନ୍ତ… ମୋଦି ସାଜିଥିଲେ ଖେଳାଳିମାନଙ୍କର ସବୁଠାରୁ ବଡ଼ ‘Cheerleader’

ନୂଆଦିଲ୍ଲୀ,୧୭।୯: ୧୯୫୦ ମସିହା ସେପ୍ଟେମ୍ବର ୧୭ରେ ଜନ୍ମିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ନିଜର ୭୬ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କର ବ୍ୟକ୍ତିଗତ ସମ୍ପର୍କ…

ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର? ଜାଣନ୍ତୁ କାହିଁକି ହେଉଛି ଏମିତି ଚର୍ଚ୍ଚା

ପାଟନା,୧୭।୯: ବିହାର ରାଜନୀତିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଜଡ଼ିତ ମେଣ୍ଟ ପରିବର୍ତ୍ତନର ସମ୍ଭାବନାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର୍‌ ଧରିଛି। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)…

ହୃଦୟ ବିଦାରକ ଦୃଶ୍ୟ; ଶବ ପାଇଁ ନାହିଁ ଷ୍ଟ୍ରେଚର୍‌! ତଳେ ଘୋଷାଡ଼ି ନେଲେ ମୃତଦେହ

ପାଟନା,୧୭ା୯: ବିହାରର ବକ୍ସରରୁ ମାନବିକତା ଓ ମୃତଦେହର ସମ୍ମାନ ସହ ଜଡ଼ିତ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ସୋସିଆଲ…

ମୋଦିଙ୍କ ଜନ୍ମଦିନରେ ରେଖା ଗୁପ୍ତାଙ୍କ ବଡ଼ ନିଷ୍ପତ୍ତି: ଦାନ କଲେ ନିଜର ସମସ୍ତ ଅଙ୍ଗ

ନୂଆଦିଲ୍ଲୀ,୧୭।୯: ଦିଲ୍ଲୀରେ ଅଙ୍ଗଦାନକୁ ପ୍ରୋତ୍ସାହିତ କରିବା ପାଇଁ ‘ଷ୍ଟେଟ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ’ (SOTO) ନାମକ ଏକ ସରକାରୀ ପ୍ଲାଟଫର୍ମ ସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀ…

ଆଉ ୫ ବର୍ଷ ପାଇଁ ଟାଟାର ନେତୃତ୍ୱ ନେବେ ଏନ. ଚନ୍ଦ୍ରଶେଖରନ; ଟାଟା ସନ୍ସ ବୋର୍ଡର ମଞ୍ଜୁରୀ

ନୂଆଦିଲ୍ଲୀ,୧୭।୯: ମୁମ୍ବାଇରେ ଗୁରୁବାର ଟାଟା ଗ୍ରୁପ୍ର ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଗ୍ରୁପର ଅଧ୍ୟକ୍ଷ ପଦ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା: ଏନ. ଚନ୍ଦ୍ରଶେଖରନ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ଯଜ୍ଞ କଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା; ସିଜେପି (CJP)କହିଲା, ’ଆମେ ସେମାନଙ୍କଠାରୁ ଏଭଳି ନାଟକର…’

ନୂଆଦିଲ୍ଲୀ,୧୭।୯: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଆୟୋଜିତ ‘୧୦୮-କୁଣ୍ଡୀୟ ଯଜ୍ଞ’ରେ ଅଂଶଗ୍ରହଣ କରିଥିଲେ। ଏହି ଘଟଣାକୁ ନେଇ ବର୍ତ୍ତମାନ…

ମୋଦିଙ୍କ ଜନ୍ମଦିନକୁ ନେଇ କଡ଼ା ସମାଲୋଚନା କଲେ ଭାଇ ବୀରେନ୍ଦ୍ର, କହିଲେ ମୋଦି କୌଣସି ମହାପୁରୁଷ ନୁହେଁ…

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଭାଜପା ଦ୍ୱାରା ଆୟୋଜିତ ‘ଆଶୀର୍ବାଦ କା ଦିୟା’ (ଆଶୀର୍ବାଦର ଦୀପ) କାର୍ଯ୍ୟକ୍ରମକୁ ନେଇ ଆରଜେଡି (RJD) ବିଧାୟକ ଭାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?