ଫଟୋ ଅସଲି, ମାଲିକ ନକଲି

କଳିଙ୍ଗନଗର,୩୦ା୧୨(ଡି.ଏନ.ଏ.):ବ୍ୟାସନଗର ସବ୍‌ରେଜିଷ୍ଟର ଅଫିସ (ଉପନିବନ୍ଧକଙ୍କ କାର୍ଯ୍ୟାଳୟ)ରେ ଜମି କିଣାବିକାରେ ବ୍ୟାପକ ଦୁର୍ନୀତି ଚାଲିଛି ା ଜଣେ ବ୍ୟକ୍ତି ବିଦେଶରେ ରହୁଥିଲେ ମଧ୍ୟ ତାଙ୍କ ମୂଲ୍ୟବାନ୍‌ ଜମିକୁ ବିକ୍ରି କରି ଦିଆଯାଇଛି ା ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଅସଲି ଫଟୋକୁ ବ୍ୟବହାର କରାଯାଇଛି ା ହେଲେ ଜମି ବିକ୍ରେତା ନକଲି ବୋଲି ଅଭିଯୋଗ ହୋଇଛି ା ଏନେଇ ଅସଲି ମାଲିକ ବିଦେଶରୁ ଫେରି ଯାଜପୁରରୋଡ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଛି।
ଅଭିଯୋଗ ଅନୁଯାୟୀ ଜମି ମାଲିକ ଦୀପକ ଦାସ ବିଦେଶରେ ରହିଥିବା ବେଳେ ରସୁଲପୁର ତହସିଲ ଅର୍ନ୍ତଗତ ଲକ୍ଷ୍ମୀନଗର ପଞ୍ଚାୟତ ଭିକିପୁର ମୌଜାର ୧୪ ଗୁଣ୍ଠ ୩ ଡିସିମିଲ ଜମି ଗତ ଜାନୁୟାରୀ ୩ରେ ବିକ୍ରି ହୋଇଥିଲା। ଏହି ଖବର ପାଇଁ ଦୀପକ ଆରଡିସି, ଯାଜପୁର ଜିଲାପାଳ ଏବଂ ଅତିରିକ୍ତ ଜିଲାପାଳ (ରାଜସ୍ବ)ଙ୍କୁ ବିଦେଶରୁ ଥାଇ ଲିଖିତ ଅଭିଯୋଗ ପଠାଇଥିଲେ ା ସମ୍ପୃକ୍ତ ଅଧିକାରୀମାନେ ସବ୍‌-ରେଜିଷ୍ଟରଙ୍କୁ ତଦନ୍ତ କରିବାକୁ କହିଥିଲେ ମଧ୍ୟ ସେ ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ ା ଏପରି କି ଜିଲାପାଳ କିମ୍ବା ଅତିରିକ୍ତ ଜିଲାପାଳ ମଧ୍ୟ ପରବର୍ତ୍ତୀ ସମୟରେ ଅଭିଯୋଗ ଉପରେ କ’ଣ ତଦନ୍ତ ହେଲା ସେନେଇ କୌଣସି ଗୁରୁତ୍ୱ ଦେଇ ନ ଥିଲେ। ବାଧ୍ୟ ହୋଇ ଦୀପକ ବିଦେଶରୁ ଫେରି କ୍ରେତା, ବିକ୍ରେତା ଏବଂ ଦଲାଲଙ୍କ ବିଷୟରେ ନିଜେ ତଦନ୍ତ କରି ତାଙ୍କ ବିରୋଧରେ ଯାଜପୁର ରୋଡ ଥାନାରେ ଅଭିଯୋଗ କରିଛନ୍ତି ା
ଯାଜପୁର ରୋଡ ସବ୍‌ରେଜିଷ୍ଟର କାର୍ଯ୍ୟାଳୟରେ ପୂର୍ବରୁ ବ୍ୟାପକ ଦୁର୍ନୀତି ହେଉଥିବା ଅନେକ ଥର ଅଭିଯୋଗ ହୋଇଥିଲା । ଏବେ ଏଠାରେ ସବୁ ଦୁର୍ନୀତି ସୀମା ଲଂଘିଛି ା ବହୁ ଦିନଧର ଏଠାରେ ରହିଥିବା କର୍ମଚାରୀମାନେ ଦଲାଲଙ୍କ ସହିତ ଭିତିରି ରାଜିନାମା କରି ବହୁ ଅନିୟମିତତାରେ ସାମିଲ ହୋଇଛନ୍ତି ା କଳିଙ୍ଗନଗର ଶିଳ୍ପାଞ୍ଚଳ ଗଢି ଉଠିଥିବାବେଳେ ବ୍ୟାସନଗରରେ ଜମିର ବହୁ ଗୁରୁତ୍ୱ ବଢ଼ି ଯାଇଛି। ଏହାସହ ଜମି ମାଫିଆମାନେ ମଧ୍ୟ ଅଧିକ ସକ୍ରିୟ ହୋଇ ଉଠିଛନ୍ତି। ବହୁ ସରକାରୀ ଜମିକୁ କେତେଜଣ ବାହୁବଳି ଅନଧିକାର ଦଖଲରେ ନେଇ ପରବର୍ତ୍ତୀ ସମୟରେ ଦଲାଲଙ୍କ ସହାୟତାରେ ଏବଂ ଉପ-ନିବନ୍ଧକଙ୍କ କାର୍ଯ୍ୟାଳୟର ଅସାଧୁ କର୍ମଚାରୀଙ୍କୁ ହାତ କରି ରାତାରାତି ଜମି କବଲା କରାଇ ନେଉଛନ୍ତି । ଜମି ଖଣ୍ଡେ କ୍ରୟ ନିମନ୍ତେ ପ୍ରଥମେ ଏହି ଅଫିସରୁ ଇସି( ସମ୍ପୃକ୍ତ ଜମି ଉପରେ କୌଣସି ରଣ କିମ୍ବା ଜମିର ସ୍ଥିତି ସଠିକ ବାବଦ ପତ୍ର ) ବାହାର କରିବାକୁ ପଡୁଥିବା ବେଳେ ଏହାକୁ ମଧ୍ୟ ଏହି କାର୍ଯ୍ୟାଳୟରେ ଟ୍ୟାମ୍ପରିଂ କରି ସ୍ଥିତି ବଦଳାଇବାରେ ଏହି ଦଲାଲାମାନେ ସକ୍ଷମ ହେଉଛନ୍ତି ା ଏଠାରେ ମୁଷ୍ଟିମେୟ ମୋହରୀ ସବ୍‌-ରେଜିଷ୍ଟରଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ପରିଦର୍ଶନ କବଲା(ଭିଜିଟିଂ କବଲା) କରାଉଛନ୍ତି । ଏଥିନିମନ୍ତେ ମୋଟା ଅଙ୍କର ଅର୍ଥରାଶି ମଧ୍ୟ ଦାବି କରି ଉଭୟ ସବ୍‌-ରେଜିଷ୍ଟାର, ଅଫିସ କର୍ମଚାରୀ ଏବଂ ମୋହରୀ ମାଲେମାଲ ହେଉଛନ୍ତି ା ଯେଉଁଠି ଜମିମାଲିକ ଅସୁସ୍ଥ କିମ୍ବା ଦିବ୍ୟାଙ୍ଗ ହୋଇଥାଏ, ସେହି କ୍ଷେତ୍ରରେ ତାଙ୍କର ଡାକ୍ତରୀ ପ୍ରମାଣପତ୍ର ସହ ଆବଶ୍ୟକ କାଗଜପତ୍ର ତନଖି କରି ସବ୍‌-ରେଜିଷ୍ଟର ସମ୍ପୃକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ କବଲା କରାଇବାର ସରକାରୀ ନିୟମ ରହିଛି ା କିନ୍ତୁ ବ୍ୟାସନଗର ସବ୍‌-ରେଜିଷ୍ଟର ଅଫିସରେ ଥିବା କେତେଜଣ ପୁରୁଖା ମୋହରୀ ଅର୍ଥଲୋଭ ଦେଖାଇ ସବ୍‌-ରେଜିଷ୍ଟରଙ୍କୁ ରାତିରେ ବି ଜମି କବଲା କରାଇବାରେ ସକ୍ଷମ ହେଉଛନ୍ତି ା ବ୍ୟାସନଗର ସହର ଭିତରେ ଜମି ପରିଦର୍ଶନ କବଲା କରିବା ନିମନ୍ତେ ୨୫୦ଟଙ୍କା ସରକାରୀ ଅର୍ଥ ଜମା ଧାର୍ଯ୍ୟ ରହିଛି। ସବ୍‌-ରେଜିଷ୍ଟର ସମୟ ବାହାର କରି ତାଙ୍କ ନିକଟକୁ ଯିବାକୁ ନିୟମ ରହିଥିବା ବେଳେ ଜମି ମାଲିକ ୧୦ହଜାର ଟଙ୍କା ନ ଦେଲେ ସାର ଯିବେନି ବୋଲି ଦଲାଲମାନେ କହି ମୁଲଚାଲ କରାଇଥାନ୍ତି। ତେବେ ଏହାର ସୁଯୋଗ ନେଇ ଅନ୍‌ଲାଇନ ଫଟୋ ଉଠାଇବା ସହ ଅନ୍ୟାନ୍ୟ ଆବଶ୍ୟକ କାର୍ଯ୍ୟ କରିବା ବଦଳରେ ଅଫ୍‌ଲାଇନ ରେଜିଷ୍ଟ୍ରି କରାଯାଉଛି। ଏହିକ୍ରମରେ ଜଣେ ନକଲି ମାଲିକ ସାଜି ନିଜର ଫଟୋ ଦେଇ ଅନ୍ୟ ଜଣଙ୍କ ଜମି ହାତେଇ ନେଇଥିବା ଭଳି ଗୁରୁତର ଅଭିଯୋଗ ହୋଇଛି। ଏନେଇ ଯାଜପୁର ରୋଡ ଆଦର୍ଶ ଥାନାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି, ୩ ଜଣ ଅଭିଯୁକ୍ତଙ୍କୁ ଥାନାକୁ ଡକାଯାଇ ତଦନ୍ତ ଆରମ୍ଭ ହୋଇଛି ା ଅପରପକ୍ଷେ ଏନେଇ ବ୍ୟାସନଗର ସବ୍‌-ରେଜିଷ୍ଟରଙ୍କୁ ଯୋଗାଯୋଗ କରାଯାଇଥିଲା ା ହେଲେ ସେ ଫୋନ ନ ଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri