ଫଟୋ ଅସଲି, ମାଲିକ ନକଲି

କଳିଙ୍ଗନଗର,୩୦ା୧୨(ଡି.ଏନ.ଏ.):ବ୍ୟାସନଗର ସବ୍‌ରେଜିଷ୍ଟର ଅଫିସ (ଉପନିବନ୍ଧକଙ୍କ କାର୍ଯ୍ୟାଳୟ)ରେ ଜମି କିଣାବିକାରେ ବ୍ୟାପକ ଦୁର୍ନୀତି ଚାଲିଛି ା ଜଣେ ବ୍ୟକ୍ତି ବିଦେଶରେ ରହୁଥିଲେ ମଧ୍ୟ ତାଙ୍କ ମୂଲ୍ୟବାନ୍‌ ଜମିକୁ ବିକ୍ରି କରି ଦିଆଯାଇଛି ା ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଅସଲି ଫଟୋକୁ ବ୍ୟବହାର କରାଯାଇଛି ା ହେଲେ ଜମି ବିକ୍ରେତା ନକଲି ବୋଲି ଅଭିଯୋଗ ହୋଇଛି ା ଏନେଇ ଅସଲି ମାଲିକ ବିଦେଶରୁ ଫେରି ଯାଜପୁରରୋଡ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଛି।
ଅଭିଯୋଗ ଅନୁଯାୟୀ ଜମି ମାଲିକ ଦୀପକ ଦାସ ବିଦେଶରେ ରହିଥିବା ବେଳେ ରସୁଲପୁର ତହସିଲ ଅର୍ନ୍ତଗତ ଲକ୍ଷ୍ମୀନଗର ପଞ୍ଚାୟତ ଭିକିପୁର ମୌଜାର ୧୪ ଗୁଣ୍ଠ ୩ ଡିସିମିଲ ଜମି ଗତ ଜାନୁୟାରୀ ୩ରେ ବିକ୍ରି ହୋଇଥିଲା। ଏହି ଖବର ପାଇଁ ଦୀପକ ଆରଡିସି, ଯାଜପୁର ଜିଲାପାଳ ଏବଂ ଅତିରିକ୍ତ ଜିଲାପାଳ (ରାଜସ୍ବ)ଙ୍କୁ ବିଦେଶରୁ ଥାଇ ଲିଖିତ ଅଭିଯୋଗ ପଠାଇଥିଲେ ା ସମ୍ପୃକ୍ତ ଅଧିକାରୀମାନେ ସବ୍‌-ରେଜିଷ୍ଟରଙ୍କୁ ତଦନ୍ତ କରିବାକୁ କହିଥିଲେ ମଧ୍ୟ ସେ ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ ା ଏପରି କି ଜିଲାପାଳ କିମ୍ବା ଅତିରିକ୍ତ ଜିଲାପାଳ ମଧ୍ୟ ପରବର୍ତ୍ତୀ ସମୟରେ ଅଭିଯୋଗ ଉପରେ କ’ଣ ତଦନ୍ତ ହେଲା ସେନେଇ କୌଣସି ଗୁରୁତ୍ୱ ଦେଇ ନ ଥିଲେ। ବାଧ୍ୟ ହୋଇ ଦୀପକ ବିଦେଶରୁ ଫେରି କ୍ରେତା, ବିକ୍ରେତା ଏବଂ ଦଲାଲଙ୍କ ବିଷୟରେ ନିଜେ ତଦନ୍ତ କରି ତାଙ୍କ ବିରୋଧରେ ଯାଜପୁର ରୋଡ ଥାନାରେ ଅଭିଯୋଗ କରିଛନ୍ତି ା
ଯାଜପୁର ରୋଡ ସବ୍‌ରେଜିଷ୍ଟର କାର୍ଯ୍ୟାଳୟରେ ପୂର୍ବରୁ ବ୍ୟାପକ ଦୁର୍ନୀତି ହେଉଥିବା ଅନେକ ଥର ଅଭିଯୋଗ ହୋଇଥିଲା । ଏବେ ଏଠାରେ ସବୁ ଦୁର୍ନୀତି ସୀମା ଲଂଘିଛି ା ବହୁ ଦିନଧର ଏଠାରେ ରହିଥିବା କର୍ମଚାରୀମାନେ ଦଲାଲଙ୍କ ସହିତ ଭିତିରି ରାଜିନାମା କରି ବହୁ ଅନିୟମିତତାରେ ସାମିଲ ହୋଇଛନ୍ତି ା କଳିଙ୍ଗନଗର ଶିଳ୍ପାଞ୍ଚଳ ଗଢି ଉଠିଥିବାବେଳେ ବ୍ୟାସନଗରରେ ଜମିର ବହୁ ଗୁରୁତ୍ୱ ବଢ଼ି ଯାଇଛି। ଏହାସହ ଜମି ମାଫିଆମାନେ ମଧ୍ୟ ଅଧିକ ସକ୍ରିୟ ହୋଇ ଉଠିଛନ୍ତି। ବହୁ ସରକାରୀ ଜମିକୁ କେତେଜଣ ବାହୁବଳି ଅନଧିକାର ଦଖଲରେ ନେଇ ପରବର୍ତ୍ତୀ ସମୟରେ ଦଲାଲଙ୍କ ସହାୟତାରେ ଏବଂ ଉପ-ନିବନ୍ଧକଙ୍କ କାର୍ଯ୍ୟାଳୟର ଅସାଧୁ କର୍ମଚାରୀଙ୍କୁ ହାତ କରି ରାତାରାତି ଜମି କବଲା କରାଇ ନେଉଛନ୍ତି । ଜମି ଖଣ୍ଡେ କ୍ରୟ ନିମନ୍ତେ ପ୍ରଥମେ ଏହି ଅଫିସରୁ ଇସି( ସମ୍ପୃକ୍ତ ଜମି ଉପରେ କୌଣସି ରଣ କିମ୍ବା ଜମିର ସ୍ଥିତି ସଠିକ ବାବଦ ପତ୍ର ) ବାହାର କରିବାକୁ ପଡୁଥିବା ବେଳେ ଏହାକୁ ମଧ୍ୟ ଏହି କାର୍ଯ୍ୟାଳୟରେ ଟ୍ୟାମ୍ପରିଂ କରି ସ୍ଥିତି ବଦଳାଇବାରେ ଏହି ଦଲାଲାମାନେ ସକ୍ଷମ ହେଉଛନ୍ତି ା ଏଠାରେ ମୁଷ୍ଟିମେୟ ମୋହରୀ ସବ୍‌-ରେଜିଷ୍ଟରଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ପରିଦର୍ଶନ କବଲା(ଭିଜିଟିଂ କବଲା) କରାଉଛନ୍ତି । ଏଥିନିମନ୍ତେ ମୋଟା ଅଙ୍କର ଅର୍ଥରାଶି ମଧ୍ୟ ଦାବି କରି ଉଭୟ ସବ୍‌-ରେଜିଷ୍ଟାର, ଅଫିସ କର୍ମଚାରୀ ଏବଂ ମୋହରୀ ମାଲେମାଲ ହେଉଛନ୍ତି ା ଯେଉଁଠି ଜମିମାଲିକ ଅସୁସ୍ଥ କିମ୍ବା ଦିବ୍ୟାଙ୍ଗ ହୋଇଥାଏ, ସେହି କ୍ଷେତ୍ରରେ ତାଙ୍କର ଡାକ୍ତରୀ ପ୍ରମାଣପତ୍ର ସହ ଆବଶ୍ୟକ କାଗଜପତ୍ର ତନଖି କରି ସବ୍‌-ରେଜିଷ୍ଟର ସମ୍ପୃକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ କବଲା କରାଇବାର ସରକାରୀ ନିୟମ ରହିଛି ା କିନ୍ତୁ ବ୍ୟାସନଗର ସବ୍‌-ରେଜିଷ୍ଟର ଅଫିସରେ ଥିବା କେତେଜଣ ପୁରୁଖା ମୋହରୀ ଅର୍ଥଲୋଭ ଦେଖାଇ ସବ୍‌-ରେଜିଷ୍ଟରଙ୍କୁ ରାତିରେ ବି ଜମି କବଲା କରାଇବାରେ ସକ୍ଷମ ହେଉଛନ୍ତି ା ବ୍ୟାସନଗର ସହର ଭିତରେ ଜମି ପରିଦର୍ଶନ କବଲା କରିବା ନିମନ୍ତେ ୨୫୦ଟଙ୍କା ସରକାରୀ ଅର୍ଥ ଜମା ଧାର୍ଯ୍ୟ ରହିଛି। ସବ୍‌-ରେଜିଷ୍ଟର ସମୟ ବାହାର କରି ତାଙ୍କ ନିକଟକୁ ଯିବାକୁ ନିୟମ ରହିଥିବା ବେଳେ ଜମି ମାଲିକ ୧୦ହଜାର ଟଙ୍କା ନ ଦେଲେ ସାର ଯିବେନି ବୋଲି ଦଲାଲମାନେ କହି ମୁଲଚାଲ କରାଇଥାନ୍ତି। ତେବେ ଏହାର ସୁଯୋଗ ନେଇ ଅନ୍‌ଲାଇନ ଫଟୋ ଉଠାଇବା ସହ ଅନ୍ୟାନ୍ୟ ଆବଶ୍ୟକ କାର୍ଯ୍ୟ କରିବା ବଦଳରେ ଅଫ୍‌ଲାଇନ ରେଜିଷ୍ଟ୍ରି କରାଯାଉଛି। ଏହିକ୍ରମରେ ଜଣେ ନକଲି ମାଲିକ ସାଜି ନିଜର ଫଟୋ ଦେଇ ଅନ୍ୟ ଜଣଙ୍କ ଜମି ହାତେଇ ନେଇଥିବା ଭଳି ଗୁରୁତର ଅଭିଯୋଗ ହୋଇଛି। ଏନେଇ ଯାଜପୁର ରୋଡ ଆଦର୍ଶ ଥାନାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି, ୩ ଜଣ ଅଭିଯୁକ୍ତଙ୍କୁ ଥାନାକୁ ଡକାଯାଇ ତଦନ୍ତ ଆରମ୍ଭ ହୋଇଛି ା ଅପରପକ୍ଷେ ଏନେଇ ବ୍ୟାସନଗର ସବ୍‌-ରେଜିଷ୍ଟରଙ୍କୁ ଯୋଗାଯୋଗ କରାଯାଇଥିଲା ା ହେଲେ ସେ ଫୋନ ନ ଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri